SearchBrowseAboutContactDonate
Page Preview
Page 8
Loading...
Download File
Download File
Page Text
________________ ନିବେଦନ ଆତ୍ମବିଜ୍ଞାନୀ ଶ୍ରୀ ଅମ୍ବାଲାଲ ମୂଲଜୀଭାଇ ପଟେଲ, ଯାହାଙ୍କୁ ଲୋକେ ‘ଦାଦା ଭଗବାନ’ ନାମରେ ମଧ୍ୟ ଜାଣନ୍ତି, ତାଙ୍କ ଶ୍ରୀମୁଖରୁ ଅଧାମ୍ ତଥା ବ୍ୟବହାର ଜ୍ଞାନ ସମ୍ବନ୍ଧୀ ଯେଉଁ ବାଣୀ ବାହାରିଛି, ସେସବୁକୁ ରେକର୍ଡ଼ କରି, ସଙ୍କଳନ ତଥା ସମ୍ପାଦନ କରି ପୁସ୍ତକ ରୂପରେ ପ୍ରକାଶିତ କରାଯାଉଛି । । ମାତା-ପିତା ଏବଂ ପିଲାଙ୍କ ମଧ୍ୟରେ ବର୍ତ୍ତମାନର ଉତ୍ତେଜନାପୂର୍ବକ ବ୍ୟବହାରକୁ ସହଜତା ପ୍ରଦାନ କରିବା ହେତୁ, ସଂପୂଜ୍ୟ ସର୍ବଜ୍ଞ ଦାଦାଶ୍ରୀଙ୍କ ପାଖକୁ ଆସିଥିବା ମୁମୁକ୍ଷୁମାନଙ୍କୁ ଯେଉଁ ମାର୍ଗଦର୍ଶନ ମିଳିଲା ତାହାର ସଙ୍କଳନ, ଜଗତକଲ୍ୟାଣ ପାଇଁ, ଏହି ସଂକ୍ଷିପ୍ତ ଗ୍ରନ୍ଥରେ କରାଯାଇଛି । ଦାଦାଶ୍ରୀ ଯାହା କିଛି କହିଲେ, ଚରୋତରୀ ଗ୍ରାମୀଣ ଗୁଜରାଟୀ ଭାଷାରେ କହିଲେ । ତାହାକୁ ଓଡ଼ିଆ ଭାଷୀ ମୁମୁକ୍ଷୁଙ୍କ ପାଖକୁ ପହଞ୍ଚାଇବାର ଏହା ଯଥାମତି, ଯଥାଶକ୍ତି ନୈମିତ୍ତିକ ପ୍ରୟତ୍ନ ।। । ଜ୍ଞାନୀପୁରୁଷ’ଙ୍କ ଯେଉଁ ଶବ୍ଦ, ତାହା ଭାଷାକୀୟ ଦୃଷ୍ଟିରେ ସାଦାସିଧା ଅଟେ, କିନ୍ତୁ ଜ୍ଞାନୀପୁରୁଷଙ୍କ ଦର୍ଶନ ନିରାବରଣ ଅଟେ, ସେଥିପାଇଁ ତାଙ୍କର ପ୍ରତ୍ୟେକ ବଚନ ଆଶୟପୂର୍ଣ୍ଣ, ମାର୍ମିକ, ମୌଳିକ ଏବଂ ସାମ୍ଭାବ୍ୟକ୍ତିର ଦୁଃ-ପଏଣ୍ଟକୁ ଏଜାକ୍ସ( ଯଥାର୍ଥ) ରୂପେ ବୁଝି ବାହାରିବା କାରଣରୁ ଶ୍ରୋତାର ଦର୍ଶନକୁ ସୁସ୍ପଷ୍ଟ ଖୋଲିଦିଏ ଏବଂ ଅଧୁକ ଉଚ୍ଚସ୍ତରକୁ ନେଇଯାଏ । । ଜ୍ଞାନୀଙ୍କ ବାଣୀକୁ ଓଡ଼ିଆ ଭାଷାରେ ଯଥାର୍ଥ ରୂପେ ଅନୁବାଦିତ କରିବାର ପ୍ରୟତ୍ନ କରାଯାଇଛି କିନ୍ତୁ ଦାଦାଶ୍ରୀଙ୍କ ଆତ୍ମଜ୍ଞାନର ପ୍ରକୃତ ଆଶୟ, ଯେମିତିକୁ ସେମିତି(as it is), ଆପଣଙ୍କୁ ଗୁଜରାଟୀ ଭାଷାରେ ହିଁ ଅବଗତ ହେବ । ଯାହାଙ୍କୁ ଜ୍ଞାନର ଗଭୀରତାକୁ ଯିବାର ଅଛି, ଜ୍ଞାନର ପ୍ରକୃତ ମର୍ମ ବୁଝିବାର ଅଛି, ସେମାନେ ଏଥିପାଇଁ ଗୁଜରାଟୀ ଭାଷା ଶିଖନ୍ତୁ, ଏହା ଆମର ଅନୁରୋଧ। । ପ୍ରସ୍ତୁତ ପୁସ୍ତକରେ ଅନେକ ଜାଗାରେ ବନ୍ଧନୀରେ ଦର୍ଶାଯାଇଥିବା ଶବ୍ଦ ବା ବାକ୍ୟ ପରମପୂଜ୍ୟ ଦାଦାଶ୍ରୀଙ୍କ ଦ୍ଵାରା କୁହାଯାଇଥିବା ବାକ୍ୟକୁ ଅଧୁକ ସୃଷ୍ଟତାପୂର୍ବକ ବୁଝାଇବା ହେତୁ ଲେଖାଯାଇଛି । ଯେବେକି କିଛି ଜାଗାରେ ଇଂରାଜୀ ଶବ୍ଦକୁ ଓଡ଼ିଆ ଅର୍ଥରୂପରେ ରଖାଯାଇଛି । ଦାଦାଶ୍ରୀଙ୍କ ଶ୍ରୀମୁଖରୁ ବାହାରିଥିବା କିଛି ଗୁଜରାଟୀ ଶବ୍ଦ ଯେମିତିକୁ ସେମିତି ରଖାଯାଇଛି, କାରଣ ସେ ଶବ୍ଦଗୁଡ଼ିକ ପାଇଁ ଓଡ଼ିଆରେ ଏପରି କିଛି ଶବ୍ଦ ନାହିଁ, ଯାହା ତାହାର ପୂର୍ଣ୍ଣ ଅର୍ଥ ଦେଇପାରିବ । ପରନ୍ତୁ ସେ ଶବ୍ଦର ସମାନାର୍ଥ ଶବ୍ଦ ଅର୍ଥ ରୂପରେ ଦିଆଯାଇଛି । ଅନୁବାଦ ଜନିତ ତ୍ରୁଟି ପାଇଁ ଆପଣଙ୍କ ପାଖରେ କ୍ଷମାପ୍ରାର୍ଥୀ ଅଟୁ ।
SR No.034315
Book TitleGeneration Gap Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages118
LanguageOriya
ClassificationBook_Other
File Size48 MB
Copyright © Jain Education International. All rights reserved. | Privacy Policy