SearchBrowseAboutContactDonate
Page Preview
Page 72
Loading...
Download File
Download File
Page Text
________________ ମାତା-ପିତା ଏବଂ ପିଲାଙ୍କ ବ୍ୟବହାର କେଉଁ ଆଧାରରେ କରୁଛୁ ? ! ଘରେ ସ୍ତ୍ରୀ ଚାବି ମୋଡ଼େ, ଯେ “ମୋ ଭିଣୋଇଙ୍କୁ ଦେଖାକରି ଆସିବ !’ ଅତଃ ସ୍ତ୍ରୀ କହିଲା ମାନେ ତୁରନ୍ତ ପ୍ରସ୍ତୁତ ! ଏହିପରି ସ୍ତ୍ରୀର ଅଧୀନ ଅଟେ ଜଗତ । । ସେମିତି ତ ପୁଅମାନେ ଭଲ ଅଟନ୍ତି, କିନ୍ତୁ ଯଦି ତା’କୁ ଗୁରୁ (ପତ୍ନୀ) ମିଳିବାକୁ ନଥିବ ତେବେ । କିନ୍ତୁ ଗୁରୁ ନମିଳି ରହେ ନାହିଁ ନା ! ମୁଁ କ’ଣ କହିବାକୁ ଚାହୁଁଛି ଯେ ପୁଣି ପଛେ ଗୁରୁ ପରଦେଶୀ ହେଉ ବା ଇଣ୍ଡିୟନ ହେଉ, କାବୁ ଆମ ହାତରେ ରହେ ନାହିଁ । ଏଣୁ ଲଗାମ ପଦ୍ଧତିନୁସାରେ ନିଜ ହାତରେ ରଖୁବା ଉଚିତ । । ପ୍ରଶ୍ନକର୍ତ୍ତା : ପୂର୍ବ ଜନ୍ମରେ କାହାସହ ବୈର ବନ୍ଧା ହୋଇଥିବ, ତେବେ ତାହା କୌଣସି ନା କୌଣସି ଜନ୍ମରେ ତା’ ସହ ଭେଟ ହୋଇ ସୁଝିବାକୁ ପଡ଼େ ନା ? । ଦାଦାତ୍ରୀ : ନା, ଏପରି ନୁହେଁ । ପ୍ରତିଶୋଧ ଏପରି ସୁଝାଯାଏ ନାହିଁ । ବୈର ବାନ୍ଧିହେଲେ ଭିତରେ ରାଗ-ଦେଷ ହୁଏ । ପୂର୍ବ ଜନ୍ମରେ ଯଦି ପୁଅସହ ବୈର ହୋଇ ଯାଇଥିବ ତେବେ ଆମେ ବିଚାର କରିବା ଯେ କେଉଁ ଜନ୍ମରେ ପୁରା ହେବ ? ଏହିପରି ପୁଣି କେବେ ଏକାଠି ହେବୁ ? ସେ ପୁଅ ତ ଏହି ଜନ୍ମରେ ବିରାଡ଼ି ହୋଇ ଆସେ । ତୁମେ ତା’କୁ କ୍ଷୀର ଦିଅ, ତଥାପି ସେ ତୁମ ମୁହଁରେ ନଖ ମାରେ (ରାମ୍ପୁଡ଼ି ଦିଏ) ! ଏପରି ଅଟେ ଏସବୁ ! ଏହିପରି ତୁମ ବୈର ସୁଝି ହୋଇଚାଲେ । ପରିପକ୍ ହେବା କାଳର ନିୟମ ଅଟେ ଏଣୁ ଅଳ୍ପ ସମୟ ଭିତରେ ହିସାବ ପୁରା ହୋଇଯାଏ । କିଛି ତ ବୈରଭାବରୁ ମିଳନ୍ତି, ଏପରି ପୁଅ ଯଦି ମିଳେ ତେବେ ବୈରଭାବରୁ ଆମ ତେଲ ବାହାର କରିଦିଏ । ବୁଝା ପଡ଼ିଲା ? ଶତ୍ରୁ-ଭାବରେ ଆସିଲେ ଏପରି ହେବ ନା ନାହିଁ ? | ପ୍ରଶ୍ନକର୍ତ୍ତା : ମୋର ତିନି ଝିଅ ଅଛନ୍ତି, ତାଙ୍କ ଭବିଷ୍ୟକୁ ନେଇ ମୋତେ ଚିନ୍ତା ରହୁଛି । ଦାଦାଶ୍ରୀ : ଆମେ ଭବିଷ୍ୟ ବିଷୟରେ ବିଚାର କରିବା ତାହାଠୁ ଭଲ ଆଜିର ସେଫସାଇଡ଼ କରିବା, ପ୍ରତିଦିନ ସେଫସାଇଡ଼ କରିବା ଭଲ । ଆଗର ଯେଉଁ ବିଚାର କରୁଛି ନା, ସେ ବିଚାର କୌଣସି ବି ପ୍ରକାରେ ‘ହେର୍ଲିଙ୍ଗ୍' (ସହାୟକ) ନୁହେଁ, ଓଲଟା କ୍ଷତିକାରକ ଅଟେ । ତାହା ଅପେକ୍ଷା ଆମେ ପ୍ରତିଦିନ ସେସାଇଡ଼ କରିଚାଲିବା ଏହା ହିଁ ସବୁଠୁ ବଡ଼ ପ୍ରତିକାର । । ତୁମକୁ ପୁଅ-ଝିଅଙ୍କ ଅଭିଭାବକ ହୋଇ, ଟ୍ରକ୍ସି ପରି ରହିବାର ଅଛି । ତାଙ୍କ ବାହାଘରର ଚିନ୍ତା କରିବା ଉଚିତ ନୁହେଁ । ଝିଅ ନିଜର ହିସାବ ନେଇ ଆସିଥାଏ । ଝିଅ ।
SR No.034315
Book TitleGeneration Gap Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages118
LanguageOriya
ClassificationBook_Other
File Size48 MB
Copyright © Jain Education International. All rights reserved. | Privacy Policy