SearchBrowseAboutContactDonate
Page Preview
Page 60
Loading...
Download File
Download File
Page Text
________________ ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ୪୩ ଆମେ ଅନ୍ୟ କେଉଁଠି ବସିଥିଲେ ଏବଂ ଆମେ ଏହା ଶୁଣି ହିଁ ନଥିଲେ । ଏହିପରି ଏହି ଭୁଲକୁ ସୁଧାରି ନେବା । ମହାବୀର ଭଗବାନଙ୍କ ପଛରେ ବି ଲୋକ ଓଲଟା କହୁଥିଲେ । ଲୋକେ ତ କହିବେ, ଆମେ ନିଜ ଭୁଲ ଶେଷ କରିଦେବା । ତା’କୁ ଯାହା ଠିକ ଲାଗିଲା ସେମିତି କହିଲା, ଆଉ ଆମର ଖରାପ କର୍ମର ଉଦୟ ହୁଏ ତେବେଯାଇ ତା’ ଦ୍ଵାରା ଏପରି ଓଲଟା କୁହାଯାଏ । । ପିଲାଙ୍କ ଅହଙ୍କାର ଜାଗୃତ ହୋଇଯାଏ, ତା’ପରେ ତା’କୁ କିଛି ବି କହିପାରିବା ନାହିଁ ଆଉ ଆମେ କହିବା ବି କ’ଣ ପାଇଁ ? ସେମାନେ ଝୁଣ୍ଟିଲେ ଶିବେ । ପିଲାମାନେ ପାଞ୍ଚବର୍ଷର ହୋଇଥିବେ, ସେପର୍ଯ୍ୟନ୍ତ ତାଙ୍କୁ କହିବା ପାଇଁ ଛାଡ଼ । ଆଉ ପାଞ୍ଚରୁ ଷୋହଳ ବର୍ଷବାଲା ପିଲାଙ୍କୁ କଦାଚିତ କେବେ ଚାପୁଡ଼ା ବି ଲଗାଇବାକୁ ପଡ଼ିପାରେ । କିନ୍ତୁ କୋଡ଼ିଏ ବର୍ଷର ଯୁବା ହେବା ପରେ ଏପରି କରିପାରିବା ନାହିଁ । ତା’କୁ ଏକ ଅକ୍ଷର ବି କହିପାରିବା ନାହିଁ । ତା’କୁ କିଛି ବି କହିବା ଦୋଷ ହେବ । ନହେଲେ କେଉଁଦିନ ତୁମକୁ ବନ୍ଧୁକ ମାରିଦେଇ ପାରେ । । | ‘ଉପରେ ପଡ଼ି ଉପଦେଶ ଦେବନାହିଁ ଏପରି ମୁଁ ଲେଖୁଛି ମଧ୍ୟ ! ଯଦି ତୁମକୁ କେହି କିଛି ପଚାରେ, ସେତେବେଳେ ତୁମକୁ ଉପଦେଶ ଦେବା ଉଚିତ ଆଉ ସେହି ସମୟରେ ଯାହା ଠିକ ଲାଗୁଥିବ ତାହା କହିଦେବ । ଉପଦେଶ ଦେବାପରେ ଏହା ମଧ୍ୟ କହିବ ଯେ ‘ତୁମକୁ ଯେମିତି ଠିକ ଲାଗୁଛି ସେମିତି କରିବ । ମୁଁ ତ ତୁମକୁ ଏହା କହିଦେଲି ।’ ତେବେ ପୁଣି ତାଙ୍କୁ ଖରାପ ଲାଗେ ଏପରି କିଛି କଥା ରହେ ନାହିଁ । ଅତଃ ଆମକୁ ଯାହା କିଛି ବି କହିବାର ଅଛି, ତାହା ପଛରେ ବିନୟ ରଖୁବାର ଅଛି । ଏହି କାଳରେ କମ କହିବା ଭଳି ଭଲ କଥା ଆଉ କିଛି ବି ନାହିଁ । ଏହି କାଳରେ କଥା ପଥର ଲାଗେ, ଏପରି ବାହାରେ ଏବଂ ସମସ୍ତଙ୍କର ଏପରି ହୁଏ । ଏଣୁ ମିତଭାଷୀ ହୋଇଯିବା ଭଲ । କାହାରିକୁ କିଛି କହିବା ଭଳି ନୁହେଁ । କହିଲେ ଆହୁରି ବିଗିଡ଼ିବେ । ତା’କୁ କହିବା ଯେ ‘ ଗାଡ଼ିକୁ ଜଦୀ ଯା ।’ ତେବେ ଡେରିରେ ଯିବ ଆଉ କିଛି ନ କହିବ ତେବେ ସମୟରେ ଯିବ । ଆମେ ନଥିବା ତେବେ ମଧ୍ୟ ସବୁ ଚାଲିବ ଏପରି ଅଟେ । ଏହା ତ କେବଳ ନିଜର ଭ୍ରାନ୍ତ ଅହଂକାର ଅଟେ । ଯେଉଁ ଦିନରୁ ପିଲାଙ୍କ ସହିତ ତୁମର ଝିକ-ଝିକ ବନ୍ଦ ହୋଇଯିବ, ସେହିଦିନରୁ ପିଲାମାନେ ସୁଧୁରିବାକୁ ଲାଗିବେ । ତୁମର ଶବ୍ଦ ଭଲ ବାହାରୁ ନାହିଁ, ସେଥିପାଇଁ ସାମ୍ବାବାଲା ଆକୁଳାଏ । ତୁମ ଶବ୍ଦ ସ୍ୱୀକାର ହୁଏ ନାହିଁ ଏବଂ ଓଲଟା ସେ ଶବ୍ଦ ପ୍ରତ୍ୟାର୍ପଣ ହୋଇ ଫେରି ଆସେ ।
SR No.034315
Book TitleGeneration Gap Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages118
LanguageOriya
ClassificationBook_Other
File Size48 MB
Copyright © Jain Education International. All rights reserved. | Privacy Policy