SearchBrowseAboutContactDonate
Page Preview
Page 46
Loading...
Download File
Download File
Page Text
________________ ୨ ୯ ମାତା-ପିତା ଏବଂ ପିଲାଙ୍କ ବ୍ୟବହାର () ନୂଆ ଜେନେରେଶନ, ହେଲ୍‌ଦି ମାଇଣ୍ଡବାଲା ଦାଦାଶ୍ରୀ : ରବିବାର ଦିନ ପାଖରେ ସତସଙ୍ଗ୍ ହେଉଛି, ତେବେ କାହିଁକି ଆସୁନାହିଁ ? ପ୍ରଶ୍ନକର୍ଷା : ରବିବାର ଦିନ ଟି.ଭି. ଦେଖୁବାକୁ ଥାଏ ନା, ଦାଦାଜୀ ! ଦାଦାଶ୍ରୀ : ଟି.ଭି. ଆଉ ତୁମର କ’ଣ ସମ୍ବନ୍ଧ ? ଏ ଚଷମା ଲାଗି ଗଲାଣି, ତଥାପି ଟି.ଭି. ଦେଖୁଛ ? ଆମ ଦେଶ ଏପରି ଅଟେ ଯେ ଟି.ଭି. ଦେଖୁକୁ ପଡ଼େ ନାହିଁ, ନାଟକ ଦେଖୁବାକୁ ପଡ଼େ ନାହିଁ, ସେସବୁ ଏଇଠିକୁ ଏଇଠି ରାସ୍ତାରେ ହେଉଥାଏ ନା ! | ପ୍ରଶ୍ନକର୍ତ୍ତା : ଆଧାମ୍ ରାସ୍ତାରେ ଚାଲିବାର ସମୟ ଯେତେବେଳେ ଆସି ପହଞ୍ଚିବ ସେତେବେଳେ ଟି.ଭି. ଦେଖୁବା ବନ୍ଦ ହୋଇଯିବ ନା ? ଦାଦାଶ୍ରୀ : କୃଷ୍ଣ ଭଗବାନ ଗୀତାରେ କହିଛନ୍ତି ଯେ ମନୁଷ୍ୟ ବ୍ୟର୍ଥ ସମୟ ବିଗାଡୁଅଛି । ରୋଜଗାର ପାଇଁ ଚାକିରିକୁ ଯିବା ଅନର୍ଥ କୁହାଯାଏ ନାହିଁ । ଯେପର୍ଯ୍ୟନ୍ତ ସେ ଦୃଷ୍ଟି ନ ମିଳିଛି, ସେପର୍ଯ୍ୟନ୍ତ ଏହି ଦୃଷ୍ଟି ଛୁଟେ ନାହିଁ । । ଲୋକମାନେ ବି ପଶୁଙ୍କ ପରି ଶରୀରରେ ଦୁର୍ଗନ୍ଧବାଲା କାଦୁଅ କେବେ ମଳନ୍ତି ? ଯେତେବେଳେ ତାଙ୍କୁ ଅର୍ଚଦାହ ହୁଏ । ଏ ଟି.ଭି. ସିନେମା ସବୁ ଦୁର୍ଗନ୍ଧବାଲା । କାଦୁଅ ପରି ହିଁ ଅଟେ । ସେଥିରୁ କିଛି ସାରତକ୍‌ ବାହାରେ ନାହିଁ । ମୋତେ ଟି.ଭି. ପ୍ରତି କିଛି ବିରୋଧ ନାହିଁ । ପ୍ରତ୍ୟେକ ଜିନିଷ ଦେବା ପାଇଁ ଛାଡ଼ ଥାଏ କିନ୍ତୁ ଗୋଟିଏ ପଟେ ପାଞ୍ଚଟା ଦଶରେ ଟି.ଭି. କାର୍ଯ୍ୟକ୍ରମ ଥିବ ଏବଂ ଅନ୍ୟ ପଟେ ପାଞ୍ଚଟା ଦଶରେ ସତସଙ୍ଗ୍ ଥିବ, ତେବେ କ’ଣ ପସନ୍ଦ କରିବ ? ଏଗାରଟାରେ ପରୀକ୍ଷା ଥିବ ଆଉ ଏଗାରଟାରେ ଭୋଜନ କରିବାର ଥିବ ତେବେ କ’ଣ କରିବ ? ଏହିପରି ସମଝି । ରହିବା ଉଚିତ । | ପ୍ରଶ୍ନକର୍ତ୍ତା : ରାତି ଡେରି ଯାଏଁ ଟି.ଭି. ଦେଖୁଛନ୍ତି, ଏଣୁ ପୁଣି ଶୋଉ ନାହାନ୍ତି ନା ? । ଦାଦାଶ୍ରୀ : କିନ୍ତୁ ଟି.ଭି. ତ ତୁମେ କିଣି ଆଣିଲି ସେଥିପାଇଁ ଦେଖୁଛନ୍ତି ନା ? ତୁମେ ହିଁ ସବୁ ବିଗାଡ଼ିଛି ପିଲାଙ୍କୁ । ଏହି ମାତା-ପିତା ହିଁ ପିଲାମାନଙ୍କୁ ବିଗାଡ଼ିଛନ୍ତି, ଉପରୁ ଟି.ଭି. ଆଣିଲେ ଘରକୁ ! ପ୍ରଥମରୁ କ’ଣ କମ୍ ତୋଫାନ( ସମସ୍ୟା) ଥିଲା, ଯେ ଆଉ ଗୋଟେ ବଢ଼େଇଲ ?
SR No.034315
Book TitleGeneration Gap Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages118
LanguageOriya
ClassificationBook_Other
File Size48 MB
Copyright © Jain Education International. All rights reserved. | Privacy Policy