________________
ମାତା-ପିତା ଏବଂ ପିଲାଙ୍କ ବ୍ୟବହାର
ପ୍ରଶ୍ନକର୍ତ୍ତା : ଆମେ ଅନେକ ଥର ବୁଝାଉ କିନ୍ତୁ ସେ ନ ବୁଝନ୍ତି ତେବେ କ’ଣ କରିବୁ ?
ଦାଦାଶ୍ରୀ : ବୁଝାଇବାର ଆବଶ୍ୟକତା ହିଁ ନାହିଁ । ପ୍ରେମ ରଖ, ତଥାପି ଧୈର୍ଯ୍ୟ ସହ ତୁମେ ତା’କୁ ବୁଝାଅ । ନିଜ ପଡ଼ୋଶୀଙ୍କୁ ବି କ’ଣ ଏପରି କଟୁବଚନ କେବେ କହୁଛ ?
99
ଯେମିତି ଅଙ୍ଗାର (ନିଆଁ) ପାଇଁ ଆମେ କ’ଣ କରୁଛେ ? ଚିମୁଟାରେ ଧରୁଛେ ନା ? ଚିମୁଟା ରଖୁଛ ନା ? ଏବେ ଏମିତି ହିଁ ଖାଲି ହାତରେ ଅଙ୍ଗାରକୁ ଧରିବାକୁ ଯିବା
ତେବେ କ’ଣ ହେବ ?
ପ୍ରଶ୍ନକର୍ତ୍ତା : ଜଳି ଯିବୁ। ଦାଦାଶ୍ରୀ : ସେଥିପାଇଁ ଚିମୁଟା
ରଖିବାକୁ ପଡ଼େ ।
ପ୍ରଶ୍ନକର୍ତ୍ତା : ସେତେବେଳେ କି ପ୍ରକାର ଚିମୁଟା ରଖିବା ଉଚିତ ?
ଦାଦାଶ୍ରୀ : ଆମ ଘରର ଜଣେ ବ୍ୟକ୍ତି ଚିମୁଟା ପରି ଅଟେ, ସେ ନିଜେ ଜଳେ ନାହିଁ ଏବଂ ସାମ୍ନାବାଲାକୁ, ଜଳୁଥିବାବାଲାକୁ ଧରେ, ତେବେ ଆମେ ତା’କୁ ଡାକି କହିବା ଉଚିତ ଯେ ‘ଭାଇ, ମୁଁ ଯେତେବେଳେ ଏହି ବ୍ୟକ୍ତି ସହ କଥା ହେବି ସେତେବେଳେ ତୁ ସାଙ୍ଗ ଦେବୁ ।’ ଏହା ପରେ ସେ ସବୁ ଠିକ୍ କରିଦେବ । କିଛି ରାସ୍ତା ବାହାର କରିବା ଉଚିତ । ଖାଲି ହାତରେ ଅଙ୍ଗାର ଧରିବାକୁ ଯିବା ତେବେ କି ଅବସ୍ଥା
ହେବ ?
ନିଜ କହିବାର ପରିଣାମ ନ ଆସୁଥିବ ତେବେ ଚୁପ ହୋଇଯିବା ଉଚିତ । ଆମେ ମୁର୍ଖ, ଆମକୁ କହିବା ଆସେ ନାହିଁ । ଏଥିପାଇଁ ଚୁପ ହୋଇଯିବା ଉଚିତ । ନିଜ କହିବାର ପରିଣାମ ଆସେ ନାହିଁ ଏବଂ ଓଲଟା ନିଜ ମନ ବିଗିଡ଼େ, ଆତ୍ମା ବିଗିଡ଼େ, ଏମିତି କିଏ କରିବ ?
ପ୍ରଶ୍ନକର୍ତ୍ତା : ମାତା-ପିତା ନିଜ ପିଲାଙ୍କ ପ୍ରତି ଯେଉଁ ସ୍ନେହ ଦେଖାନ୍ତି, ସେଥରେ ଅନେକ ସମୟରେ ଏପରି ଲାଗେ ଯେ କିଛି ବେଶୀ ହୋଇଯାଉଛି ।
ଦାଦାଶ୍ରୀ : ସେ ସବୁ ଇମୋଶନାଲ୍(ଭାବୁକ) ଅଟନ୍ତି । କମ ଦେଖାଇବା ବାଲା ମଧ୍ୟ ଇମୋଶନାଲ୍ ଅଟନ୍ତି । ନର୍ମାଲ( ସାଧାରଣ) ହେବା ଉଚିତ । ନର୍ମାଲ ଅର୍ଥାତ କେବଳ ଦେଖାଣିଆ, ‘ଡ୍ରାମାଟିକ’(ନାଟକୀୟ) । ‘ଡ୍ରାମା’ରେ କେଉଁ ମହିଳା ସହ ଡ୍ରାମା କରିବାକୁ ପଡ଼େ, ତେବେ ତାହା ବାସ୍ତବିକ, ଏକ୍ଜାକ୍ଟ ଅଟେ, ଏପରି