________________
୧୪
ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ‘ଡଟ୍’ ର ହିଁ ବାହାରେ । ପିଲାମାନେ ତାଙ୍କ ମା’ର ହିଁ ପକ୍ଷ ନିଅନ୍ତି । ଏଥିପାଇଁ ମୁଁ ଜଣେ ବ୍ୟକ୍ତିକୁ କହିଥିଲି, ‘ବଡ଼ ହୋଇ ଏ ପିଲାମାନେ ତୋତେ ମାରିବେ । ଏଣୁ ଘରବାଲୀ ସହ ସିଧା ହୋଇ ରହିବୁ ।” ଏ ତ ପିଲାମାନେ ଦେଖୁଥାନ୍ତି ସେହି ସମୟରେ,
ଯେପର୍ଯ୍ୟନ୍ତ ତାଙ୍କ ବଶରେ ନଥିବ ଆଉ ଯେବେ ବଶରେ ହୋଇଯିବ, ସେତେବେଳେ ଘରେ ବନ୍ଦ କରି ପିଟନ୍ତି । ଲୋକଙ୍କ ସହ ଏପରି ମଧ୍ୟ ହୋଇଛି ! ପୁଅ ସେହିଦିନ ମନରେ ସ୍ଥିର କରିନିଏ ଯେ ବଡ଼ ହୋଇ ମୁଁ ବାପକୁ ସବୁ ଫେରେଇବି । ମୋର ଯାହା ବି ହେଉ କିନ୍ତୁ ତାଙ୍କୁ ପାଠ ତ ପଢ଼େଇବି ନିଶ୍ଚୟ, ଏପରି ଠାଣି ନିଏ । ଏହା ମଧ୍ୟ ବୁଝିବା ପରି ଅଟେ ନା ?
ପ୍ରଶ୍ନକର୍ତ୍ତା : କ’ଣ ପୁରା ଦୋଷ ବାପର ହିଁ ଅଟେ ?
ଦାଦାଶ୍ରୀ : ବାପର ହିଁ ! ବାପର ହିଁ ଦୋଷ ଅଟେ । ବାପଠାରେ ବାପ ହେବାର ଯୋଗ୍ୟତା ନଥିବ, ସେଥିପାଇଁ ତା’ପତ୍ନୀ ତା’ ସହ ମୁହାଁମୁହିଁ ହୋଇଯାଏ । ବାପଠାରେ ଯୋଗ୍ୟତା ନଥିବ ତେବେଯାଇ ଏପରି ହୁଏ ନା ! ଏମାନେ ତ ବଡ଼ ମୁଶକିରେ ଯେମିତି-ସେମିତି ନିଜ ସଂସାର ବ୍ୟତୀତ କରୁଛନ୍ତି । କିନ୍ତୁ ପତ୍ନୀ କେବେ ପର୍ଯ୍ୟନ୍ତ ସମାଜର ଭୟରେ ଡରି ରହିବ ?
ପ୍ରଶ୍ନକର୍ତ୍ତା : କ’ଣ ସବୁବେଳେ ବାପର ହଁ ଭୁଲ ଥାଏ ?
ଦାଦାଶ୍ରୀ : ବାପର ହିଁ ଭୁଲ ଥାଏ । ତା’କୁ ବାପ ହେବା ଆସିଲା ନାହିଁ, ସେଥିପାଇଁ ଏ ସବୁ ବିଗିଡ଼ି ଯାଇଛି । ଘରେ ଯଦି ବାପ ହେବାର ଥିବ, ତେବେ ତା’ ସ୍ତ୍ରୀ ତା’ ପାଖରୁ ବିଷୟର ଭିକ ମାଗେ, ଏପରି ଦୃଷ୍ଟି ହେବ ତେବେ ବାପ ହୋଇପାରିବ ।
। ପ୍ରଶ୍ନକର୍ତ୍ତା : ଯଦି ବାପ ଘରେ ଜୋର ନ ରଖେ, ବାପପଣିଆ ନ ରଖେ ତଥାପି ତା’ର ଭୁଲ ?
ଦାଦାଶ୍ରୀ : ତେବେ ତ ସବୁ ଠିକ ହୋଇଯିବ ।
। ପ୍ରଶ୍ନକର୍ତ୍ତା : ତଥାପି ପିଲାମାନେ ବାପର କଥା ମାନିବେ, ଏହାର କ’ଣ ଗ୍ୟାରେଣ୍ଟି ?
ଦାଦାଶ୍ରୀ : ଅଛି ନା ! ନିଜ ‘କ୍ୟାରେକ୍ଟର’ (ଚରିତ୍ର) ଠିକ, ତେବେ ସାରା ସଂସାର ‘କ୍ୟାରେକ୍ଟର ବାଲା’ (ଚରିତ୍ରବାନ) ଅଟେ ।
ପ୍ରଶ୍ନକର୍ତ୍ତା : ପିଲାମାନେ ନିମ୍ନକୋଟିର ବାହାରିଲେ, ତେବେ ସେଥିରେ ବାପ କ’ଣ କରିବ ?