________________
ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ମର୍ଯ୍ୟାଦା ତ ରଖୁବା ଉଚିତ ନା ! ଅଗ୍ନିର ପ୍ରଭାବ କିପରି ପଡ଼େ ? ଛୋଟ ପିଲା ମଧ୍ୟ ଅଗ୍ନିକୁ ଡରେ ନା ? ମାତା-ପିତାଙ୍କ ମନ ଫ୍ରାଚର ହୋଇଗଲାଣି । ମନ ବିହ୍ବଳ ହୋଇଗଲାଣି । କିଛି ବି କହିଦିଅନ୍ତି, ଅନ୍ୟକୁ ଦୁଃଖଦାୟୀ ହେବ, ସେପରି ଶବ୍ଦ କହି ଦିଅନ୍ତି । ଏହାଦ୍ୱାରା ପିଲାମାନେ ବିଗିଡ଼ି ଯାଆନ୍ତି । ପତ୍ନୀ ଏପରି କୁହେ ଯେ ପତିକୁ ଦୁଃଖ ହୁଏ ଏବଂ ପତି ଏପରି କୁହେ ଯେ ପତ୍ନୀକୁ ଦୁଃଖ ହୁଏ । ହିନ୍ଦୁସ୍ତାନର ମାତା-ପିତା କିପରି ହେବା ଉଚିତ ? ସେମାନେ ପିଲାଙ୍କୁ ଶିଖାଇ, ଏପରି ପ୍ରସ୍ତୁତ କରିବା ଉଚିତ୍ ଯେପରି ସବୁ ସଂସ୍କାର ତାଙ୍କୁ ପନ୍ଦର ବର୍ଷ ବୟସ ମଧ୍ୟରେ ଦେଇ ଦେବେ ।
। ପ୍ରଶ୍ନକର୍ତ୍ତା : ଏବେ ଏ ଯେଉଁ ତା’ର ସଂସ୍କାରର ସ୍ତର, ତାହା ମଧ୍ୟ କମ ହେବାକୁ ଲାଗିଲାଣି । ସେଥିପାଇଁ ଏ ସବୁ ଅସୁବିଧା ହେଉଛି ।
ଦାଦାତ୍ରୀ : ନା, ନା । ସଂସ୍କାର ହିଁ ଖତମ୍ ହେବାକୁ ଲାଗିଲାଣି । ଏମିତିରେ ଏବେ ଦାଦା ମିଳିଗଲେ, ଏଣୁ ପୁଣି ଥରେ ମୂଳ ସଂସ୍କାରରେ ଆଣିବେ । ଯେପରି ସତ୍ୟଯୁଗରେ ଥିଲା, ସେହିପରି ସଂସ୍କାର ପୁଣି ଥରେ ଆଣିବେ । ଏହି ହିନ୍ଦୁସ୍ତାନର ଗୋଟିଏ ପିଲା ସାରା ବିଶ୍ଵର ବୋଝ ଉଠାଇ ପାରିବ, ଏତେ ଶକ୍ତିର ସ୍ଵାମୀ ଅଟେ । କେବଳ ତା’କୁ ପୁଷ୍ଟି ଦେବାର ଆବଶ୍ୟକତା ଅଛି । ଏମାନେ ତ ଭକ୍ଷକ ବାହାରିଲେ ! ଭକ୍ଷକ ଅର୍ଥାତ ନିଜ ସୁଖ ପାଇଁ ଯିଏ ଅନ୍ୟମାନଙ୍କୁ ସବୁ ଦିଗରୁ ଲୁଟି ନିଅନ୍ତି । ଯିଏ ନିଜର ସୁଖ ତ୍ୟାଗ କରି ବସିଛି, ସେ ହିଁ ଅନ୍ୟମାନଙ୍କୁ ସମସ୍ତ ସୁଖ ଦେଇପାରିବ ।
। କିନ୍ତୁ ଏଠି ତ ସେଠଜୀ ସାରାଦିନ କେବଳ ଲକ୍ଷ୍ମୀର ହିଁ ବିଚାରରେ ରହନ୍ତି । ସେତେବେଳେ ମୋତେ ସେଠଜୀଙ୍କୁ କହିବାକୁ ପଡ଼େ ଯେ ‘ସେଠ, ତୁମେ ଲକ୍ଷ୍ମୀ ପଛରେ ପଡ଼ିଛି ଆଉ ସେଠି ଘର ଖଣ୍ଡ ଖଣ୍ଡ ହୋଇ ଗଲାଣି !’ ଝିଅମାନେ ମୋଟର ସାଇକେଲ ନେଇ ଗୋଟେ ଆଡ଼େ ଯାଉଛନ୍ତି, ପୁଅ ମାନେ ଅନ୍ୟ ଆଡ଼େ ଏବଂ ସେଠାଣୀ ଆଉ କୁଆଡ଼େ ଯାଉଛନ୍ତି ! ସେଠ, ତୁମେ ତ ସବୁ ଦିଗରୁ ଲୁଟିଗଲ ! ସେତେବେଳେ ସେ ପଚାରିଲେ, “ମୁଁ କ’ଣ କରିବି ?' ମୁଁ କହିଲି, ‘କଥାକୁ ବୁଝି ଏବଂ ଜୀବନ କିପରି ଜୀଇଁବା, ଏହା ବୁଝା । କେବଳ ପଇସା ପଛରେ ପଡ଼ ନାହିଁ । ଶରୀରର ଧାନ ରଖ, ନହେଲେ ହାର୍ଟଫେଲ୍ ହୋଇଯିବ । ଶରୀରର ଧାନ, ପଇସାର ଧାନ, ଝିଅମାନଙ୍କ ସଂସ୍କାରର ଧାନ, ସବୁ କୋଣ ପହଁରା ମାରିବାର ଅଛି । ତୁମେ ଗୋଟିଏ କୋଣ ପହଁରା ମାରୁଛି । ଏବେ ବଙ୍ଗଳାର ଗୋଟିଏ କୋଣ ଝାଡୁ ମାରିବା ଏବଂ ବାକି ସବୁ ଜାଗା ଅଳିଆ ପଡ଼ି ରହିଥିବ ତେବେ କେମିତି ଲାଗିବ ? ସବୁ କୋଣ ଝାଡୁ ମାରିବାର ଅଛି । ଏପରି ଜୀବନ କିପରି ବଞ୍ଚହେବ ? ଏଣୁ ତାଙ୍କ ସାଥିରେ ଭଲ