SearchBrowseAboutContactDonate
Page Preview
Page 112
Loading...
Download File
Download File
Page Text
________________ ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ୯୫ ଦାଦାଶ୍ରୀ : ଶାନ୍ତି ପାଇଁ କ’ଣ କରିବ ? ଜୀବନରେ ଶାନ୍ତି ଆଣିବାର ଅଛି ନା ନାହିଁ ? ପ୍ରଶ୍ନକର୍ତ୍ତା : ଆଣିବାର ଅଛି । ଦାଦାଶ୍ରୀ : ଆଣି ଦେବି, କିନ୍ତୁ କେବେ ମାତା-ପିତାଙ୍କ ସେବା କରିଛୁ ? ମାତା-ପିତାଙ୍କ ସେବା କଲେ ଶାନ୍ତି ଯାଏ ନାହିଁ । କିନ୍ତୁ ଆଜିକାଲି ସଚ୍ଚା ଦିଲ୍‌ରେ ମାତାପିତାଙ୍କର ସେବା କରୁନାହାନ୍ତି । ପଚିଶ-ତିରିଶ ବର୍ଷର ହେଲା ଆଉ ‘ଗୁରୁ’(ପତ୍ନୀ) ଆସିଲେ, ତେବେ ସେ କୁହେ ଯେ ‘ମୋତେ ନୂଆ ଘରକୁ ନେଇଯାଅ ।’ ତୁମେ ‘ଗୁରୁ’ ଦେଖୁଛ ? ପଚିଶ–ତିରିଶ ବର୍ଷ ବୟସରେ ଗୁରୁ ମିଳିଯାନ୍ତି ଏବଂ ‘ଗୁରୁ’ ମିଳବା ପରେ ସବୁକିଛି ବଦଳିଯାଏ । ଗୁରୁ କହେ ଯେ ‘ମାଆଙ୍କୁ ତୁମେ ଚିହ୍ନି ହିଁ ନାହଁ ।’ ସେ ପ୍ରଥମ ଥର ଧ୍ୟାନ ଦିଏ ନାହିଁ । ପ୍ରଥମଥର ତ ଶୁଣେ ନାହିଁ, କିନ୍ତୁ ଦୁଇ-ତିନିଥର କହିବା ଦ୍ଵାରା ପୁଣି ଧୀରେ-ଧୀରେ ସେ ଭ୍ରମିତ ହୋଇଯାଏ । ଯିଏ ଶୁଦ୍ଧ ଭାବରେ ମାତାପିତାଙ୍କ ସେବା କରନ୍ତି, ସେମାନଙ୍କୁ କେବେ ଅଶାନ୍ତି ହେବ ନାହିଁ, ଏପରି ଅଟେ ଜଗତ । ଏହି ଜଗତ ଅଣଦେଖା କରିବା ଭଳି ନୁହେଁ । ସେତେବେଳେ ଲୋକେ ପ୍ରଶ୍ନ କରନ୍ତି ଯେ ପୁଅର ହିଁ ଦୋଷ ନା ! ପୁଅମାନେ ମାତା-ପିତାଙ୍କ ସେବା କରୁନାହାନ୍ତି, ସେଥ‌ିରେ ମାତା-ପିତାଙ୍କ କ’ଣ ଦୋଷ ? ମୁଁ କହିଲି, ‘ସେମାନେ ମାତାପିତାଙ୍କ ସେବା କରିନଥିଲେ, ସେଥ‌ିପାଇଁ ସେମାନଙ୍କୁ ପ୍ରାପ୍ତ ହେଉନାହିଁ ।’ ଅର୍ଥାତ ଏହି ପରମ୍ପରା ହିଁ ଭୁଲ ଅଟେ । ଏବେ ନୂଆ ରୂପରେ ପରମ୍ପରାରୁ ହଟିକି ଚାଲିବା ତେବେ ଭଲ ହେବ । ବୟୋଜ୍ୟେଷ୍ଠଙ୍କ ସେବା କରିବା ଦ୍ଵାରା ଆମ ବିଜ୍ଞାନରେ ଆଗକୁ ବଢ଼େ। କ’ଣ ମୂର୍ତ୍ତିମାନଙ୍କର ସେବା କରାଯାଇପାରେ ? ମୂର୍ତ୍ତିମାନଙ୍କର କ’ଣ ଗୋଡ଼ ବିନ୍ଧେ ? ସେବା ତ, ଅଭିଭାବକ, ବୟୋଜ୍ୟେଷ୍ଠ ଅଥବା ଗୁରୁଜନ ହୋଇଥିବେ, ସେମାନଙ୍କର କରିବା ଉଚିତ । ମାତା-ପିତାଙ୍କ ସେବା କରିବା ଧର୍ମ ଅଟେ । ହିସାବ କିଭଳି ମଧ୍ଯ ହେଉ କିନ୍ତୁ ସେବା କରିବା ଆମର ଧର୍ମ । ଯେତିକି ନିଜ ଧର୍ମର ପାଳନ କରିବା, ଆମକୁ ସେତିକି ହିଁ ସୁଖ ଉତ୍ପନ୍ନ ହେବ । ବୟୋଜ୍ୟେଷ୍ଠଙ୍କ ସେବା ତ ହେବ, କିନ୍ତୁ ସାଥେ ସାଥେ ଆମକୁ ସୁଖ ଉତ୍ପନ୍ନ ହେବ । ମାତା-ପିତାଙ୍କୁ ସୁଖ ଦେବା, ତେବେ ଆମକୁ ସୁଖ ମିଳିବ। ମାତା-ପିତାଙ୍କ ସେବା କରୁଥିବା ମଣିଷ କେବେ ଦୁଃଖୀ ରହେ ନାହିଁ ।
SR No.034315
Book TitleGeneration Gap Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages118
LanguageOriya
ClassificationBook_Other
File Size48 MB
Copyright © Jain Education International. All rights reserved. | Privacy Policy