SearchBrowseAboutContactDonate
Page Preview
Page 6
Loading...
Download File
Download File
Page Text
________________ ନିବେଦନ । ଆବିଜ୍ଞାନୀ ଶ୍ରୀ ଅମ୍ବାଲାଲ ମୂଲଜୀଭାଇ ପଟେଲ, ଯାହାଙ୍କୁ ଲୋକେ ‘ଦାଦା ଭଗବାନ’ ନାମରେ ମଧ୍ୟ ଜାଣନ୍ତି, ତାଙ୍କ ଶ୍ରୀମୁଖରୁ ଅଧାମ୍ ତଥା ବ୍ୟବହାର ଜ୍ଞାନ ସମନ୍ଧୀ ଯେଉଁ ବାଣୀ ବାହାରିଛି, ତାହାକୁ ରେକର୍ଡ କରାଯାଇଥିଲା । ସେହି ବାଣୀର ସଙ୍କଳନ ତଥା ସମ୍ପାଦନ ହୋଇ, ତାହା ପୁସ୍ତକ ରୂପରେ ପ୍ରକାଶିତ ହେଲା । ପ୍ରସ୍ତୁତ ପୁସ୍ତକ ମୂଳ ଗୁଜରାଟୀ ପୁସ୍ତକର ଅନୁବାଦ ଅଟେ । । ପ୍ରସ୍ତୁତ ଅନୁବାଦରେ ଏହା ବିଶେଷ ଧାନ ରଖାଯାଇଛି ଯେ, ପାଠକଙ୍କୁ ଦାଦାଶ୍ରୀଙ୍କର ହିଁ ବାଣୀ ଶୁଣାଯାଉଛି, ଏପରି ଅନୁଭବ ହେଉ, ଯେଉଁ କାରଣରୁ ବୋଧହୁଏ କିଛି ଜାଗାରେ ଅନୁବାଦର ବାକ୍ୟ ରଚନା ଓଡ଼ିଆ ବ୍ୟାକରଣ ଅନୁସାରେ ତ୍ରୁଟିପୂର୍ଣ୍ଣ ଲାଗିପାରେ, କିନ୍ତୁ ଯଦି ଏଠାରେ ଆଶୟ(ହେତୁ)କୁ ବୁଝି ପଢ଼ାଯିବ, ତେବେ ଅଧିକ ଲାଭକାରୀ ହେବ । ଜ୍ଞାନୀଙ୍କ ବାଣୀକୁ ଓଡ଼ିଆ ଭାଷାରେ ଯଥାର୍ଥ ରୂପରେ ଅନୁବାଦ କରିବାର ପ୍ରୟାସ କରାଯାଇଛି କିନ୍ତୁ ଦାଦାଶ୍ରୀଙ୍କ ଆତ୍ମଜ୍ଞାନର ପ୍ରକୃତ ଆଶୟ, ଯେମିତିକୁ ସେମିତି(as it is), ଆପଣଙ୍କୁ ଗୁଜରାଟୀ ଭାଷାରେ ହିଁ ଅବଗତ ହେବ । ମୂଳ ଗୁଜରାଟୀ ଶବ୍ଦ ଯାହାର ଓଡ଼ିଆ ଅନୁବାଦ ଉପଲବ୍ଧ ନାହିଁ, ତାହା ଇଟାଲିକ୍ ରେ ଲେଖାଯାଇଛି । ଜ୍ଞାନର ଗଭୀରତାକୁ ଯିବାର ଥିବ, ଜ୍ଞାନର ପ୍ରକୃତ ମର୍ମ ଯଦି ବୁଝିବାର ଥିବ, ତେବେ ତାହା ଗୁଜରାଟୀ ଭାଷା ଶିଖ୍, ମୂଳ ଗୁଜରାଟୀ ଗ୍ରନ୍ଥ ପଢ଼ିବା ଦ୍ଵାରା ହିଁ ସମ୍ଭବ । ତଥାପି ଏହି ବିଷୟ ସମ୍ବନ୍ଧୀୟ ଆପଣଙ୍କର ଯଦି କୌଣସି ବି ପ୍ରଶ୍ନ ଥିବା ତେବେ ଆପଣ ପ୍ରତ୍ୟକ୍ଷ ସଙ୍ଗରେ ଆସି ସମାଧାନ ପ୍ରାପ୍ତ କରିପାରିବେ । । ଦାଦାଶ୍ରୀଙ୍କ ଶ୍ରୀମୁଖରୁ ବାହାରିଥିବା କିଛି ଗୁଜରାଟୀ ଏବଂ ଇଂରାଜୀ ଶବ୍ଦ ଯେମିତିକୁ ସେମିତି ରଖାଯାଇଛି । ପ୍ରସ୍ତୁତ ପୁସ୍ତକର ଶେଷରେ କିଛି ଶବ୍ଦର ଓଡ଼ିଆ ଅର୍ଥ ଲେଖାଯାଇଛି । ଅନୁବାଦଜନିତ ତ୍ରୁଟି ପାଇଁ ଆପଣଙ୍କ ପାଖରେ କ୍ଷମାପ୍ରାର୍ଥୀ ଅଟୁ ।
SR No.034311
Book TitleDeath Before During and After Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages64
LanguageOriya
ClassificationBook_Other
File Size26 MB
Copyright © Jain Education International. All rights reserved. | Privacy Policy