SearchBrowseAboutContactDonate
Page Preview
Page 54
Loading...
Download File
Download File
Page Text
________________ ४४ ମୃତ୍ୟୁ ସମୟରେ, ପୂର୍ବରୁ ଏବଂ ପରେ... ମିଳିଛନ୍ତି, ତେବେ ପୁରା ପୁରା କାମ କାଢ଼ିନିଆ । ପୁରା ପୁରି ଅଣ୍ଟା ଭିଡ଼ି କୂଳପାରିରେ ପହଞ୍ଚି ଯାଅ । ଅଜନ୍ମ-ଅମର କୁ ଆବାଗମନ କେଉଁଠୁ ? ପ୍ରଶ୍ନକର୍ତ୍ତା : ପରନ୍ତୁ ଆବାଗମନର ଫେରା କାହାକୁ ହୁଏ ? ଦାଦାଶ୍ରୀ : ଯେଉଁ ଅହଂକାର ଅଛି ନା, ତା’କୁ ଆବାଗମନ ହୁଏ । ଆମ୍ବା ତ ମୂଳ ଦଶାରେ ହିଁ ଅଛି । ଅହଂକାର ପୁଣି ବନ୍ଦ ହୋଇଯାଏ, ଏଣୁ ତା’ର ଫେରା ବନ୍ଦ ହୋଇଯାଏ ! । ପରେ ମୃତ୍ୟୁର ବି ଭୟ ନାହିଁ । । ପ୍ରଶ୍ନକର୍ତ୍ତା : କିନ୍ତୁ ଏହି ସନାତନ ଶାନ୍ତି ପ୍ରାପ୍ତ କରିବୁ ତେବେ ତାହା ଏହି ଜନ୍ମ ପାଇଁ ଅଟେ ନା ଜନ୍ମୋଜନ୍ମ ପାଇଁ ଅଟେ ? । ଦାଦାଶ୍ରୀ : ନା । ତାହା ତ ପରମାନେଣ୍ଟ ହୋଇଗଲା । ପୁଣି କର୍ଭା ହିଁ ରହିଲା ନାହିଁ, ଏଣୁ କର୍ମବନ୍ଧନ ହୁଏ ନାହିଁ । ଗୋଟେଅଧେ ଅବତାରରେ ଅଥବା ଦୁଇ ଅବତାରରେ ମୋକ୍ଷ ହୁଏ ହିଁ ହୁଏ, ଚାରା ହିଁ ନାହିଁ, ଚାଲେ ହିଁ ନାହିଁ । ଯାହାକୁ ମୋକ୍ଷରେ ଯିବାକୁ ନଥିବ, ତା’କୁ ଏହି ଧନ୍ଦା ହିଁ କରିବା କଥା ନୁହେଁ । ଏହି ଲାଇନ୍‌ରେ ପଡ଼ିବ ହିଁ ନାହିଁ । ଯାହାକୁ ମୋକ୍ଷ ପସନ୍ଦ ନଥିବ, ତେବେ ଏହି ଲାଇନ୍‌ରେ ପଡ଼ିବ ନାହିଁ । | ପ୍ରଶ୍ନକର୍ତ୍ତା : ଏ ସବୁ ‘ଜ୍ଞାନ’ ଅଛି, ତାହା ଆର ଜନ୍ମରେ ଗଲେ ମନେ ରୁହେ ? । ଦାଦାଶ୍ରୀ : ସବୁ ସେହି ରୂପରେ ହିଁ ରହିବ । ବଦଳିବ ହିଁ ନାହିଁ । କାହିଁକିନା କର୍ମ ବନ୍ଧାହୁଏ ନାହିଁ, ଏଣୁ ପୁଣି ସମସ୍ୟା ହିଁ ସୃଷ୍ଟି ହୁଏ ନାହିଁ ନା ! | ପ୍ରଶ୍ନକର୍ତ୍ତା : ତେବେ ଏହାର ଅର୍ଥ ଏପରି ହେଲା ଯେ ଆମର ଗତ ଜନ୍ମର ଏପରି କର୍ମ ଥାଏ, ଯାହାକୁ ନେଇ ହିସାବ( ସମସ୍ୟା) ଚାଲୁ ରହିଥାଏ । । ଦାଦାଶ୍ରୀ : ପଛ ଅବତାରରେ ଅଜ୍ଞାନତାରୁ କର୍ମ ବନ୍ଧା ହେଲା, ସେହି କର୍ମର ଏହା ଏବେ ଇଫେକ୍ଟ ଅଟେ । ଇଫେକ୍ଟ ଭୋଗିବାକୁ ପଡ଼େ । ଇଫେକ୍ଟ ଭୋଗୁ
SR No.034311
Book TitleDeath Before During and After Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages64
LanguageOriya
ClassificationBook_Other
File Size26 MB
Copyright © Jain Education International. All rights reserved. | Privacy Policy