SearchBrowseAboutContactDonate
Page Preview
Page 39
Loading...
Download File
Download File
Page Text
________________ ୩o ମୃତ୍ୟୁ ସମୟରେ, ପୂର୍ବରୁ ଏବଂ ପରେ... ହୁଅନ୍ତି, ତାଙ୍କର ମୃତ୍ୟୁ ଅବଶ୍ୟ ହୋଇଥାଏ ଆଉ ମୃତ୍ୟୁ ଅଛି ତେବେ ଜନ୍ମ ପାଇବ । ଜନ୍ମ ସାଥିରେ ମୃତ୍ୟୁ ଜଏଣ୍ଟ ହୋଇଛି । ଜନ୍ମ ହେବ, ସେଠାରେ ମୃତ୍ୟୁ ଅବଶ୍ୟ ହୁଏ ! ପ୍ରଶ୍ନକର୍ତ୍ତା : ମୃତ୍ୟୁ କ’ଣ ପାଇଁ ଅଛି ? ଦାଦାଶ୍ରୀ : ମୃତ୍ୟୁ ତ ଏପରି ଯେ, ଏହି ଦେହର ଜନ୍ମ ହେଲା ତାହା ଏକ ସଂଯୋଗ, ତାହାର ବିୟୋଗ ନ ହୋଇ ରୁହେ ହଁ ନାହିଁ ! ସଂଯୋଗ ସର୍ବଦା ବିୟୋଗୀ ସ୍ଵଭାବର ହିଁ ହୋଇଥାଏ । ଆମେ ସ୍କୁଲରେ ପଢ଼ିବାକୁ ଯାଇଥିଲେ, ସେତେବେଳେ ଆରମ୍ଭ କରିଥିଲେ ନା ନାହିଁ, ବିଗନିଙ୍ଗ୍ ? ପରେ ଏଣ୍ଟ ଆସିଲା ନା ନାହିଁ ? ପ୍ରତ୍ୟେକ ବସ୍ତୁ ବିଗିନିଙ୍ଗ୍ ଏବଂ ଏଣ୍ଡବାଲା ହୋଇଥାଏ । ଏଠାରେ ଏ ସବୁ ଜିନିଷର ବିଗିନିଙ୍ଗ୍ ଆଉ ଏଣ୍ଡ ଥାଏ । ବୁଝା ପଡ଼ିଲା ନାହିଁ ତୋତେ ? ପ୍ରଶ୍ନକର୍ତ୍ତା : ବୁଝା ପଡ଼ିଲା ନା ! ଦାଦାଶ୍ରୀ : ଏ ସମସ୍ତ ଜିନିଷ ବିଗିନିଙ୍ଗ-ଏଣ୍ଡବାଲା, କିନ୍ତୁ ବିଗିନିଙ୍ଗ୍ ଏବଂ ଏଣ୍ଡକୁ ଯିଏ ଜାଣିଛି, ସେ ଜାଣିବାବାଲା କିଏ ? ବିଗିନିଙ୍ଗ୍ ଏଣ୍ଡବାଲା ସମସ୍ତ ବସ୍ତୁ ଟେମ୍ପରାରୀ(ଅସ୍ଥାୟୀ) ବସ୍ତୁ ଅଟେ । ଯାହାର ବିଗିନିଙ୍ଗ୍ ଥାଏ ତାହାର ଏଣ୍ଡ ଥାଏ, ବିଗିନିଙ୍ଗ୍ ହୁଏ ତାହାର ଏଣ୍ଡ ଅବଶ୍ୟ ହିଁ ଥାଏ । ସେସବୁ ଟେମ୍ପରାରୀ ବସ୍ତୁ ଅଟେ, କିନ୍ତୁ ଟେମ୍ପରାରୀକୁ ଜାଣିବାବାଲା କିଏ ? ତୁ ପରମାନେଣ୍ଟ ଅଟୁ, କାହିଁକିନା ତୁ ଏ ସବୁ ବସ୍ତୁକୁ ଟେମ୍ପରାରୀ କହୁଛୁ, ଏଣୁ ତୁ ପରମାନେଣ୍ଟ ଅଟୁ । ଯଦି ସମସ୍ତ ବସ୍ତୁ ଟେମ୍ପରାରୀ ହୋଇଥାନ୍ତା ତେବେ ପୁଣି ଟେମ୍ପରାରୀ କହିବାର ଆବଶ୍ୟକତା ହିଁ ନଥିଲା । ଟେମ୍ପରାରୀ ସାପେକ୍ଷ ଶବ୍ଦ ଅଟେ । ପରମାନେଣ୍ଟ ଅଛି, ତେବେ ଟେମ୍ପରାରୀ ଅଛି । । ମୃତ୍ୟୁର କାରଣ । ପ୍ରଶ୍ନକର୍ତ୍ତା : ତେବେ ମୃତ୍ୟୁ କ’ଣ ପାଇଁ ଆସେ ? ଦାଦାଶ୍ରୀ : ତାହା ତ ଏପରି, ଯେବେ ଜନ୍ମ ହୁଏ, ସେତେବେଳେ ଏ ମନ
SR No.034311
Book TitleDeath Before During and After Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages64
LanguageOriya
ClassificationBook_Other
File Size26 MB
Copyright © Jain Education International. All rights reserved. | Privacy Policy