________________
୨୮
। ମୃତ୍ୟୁ ସମୟରେ, ପୂର୍ବରୁ ଏବଂ ପରେ... ଦାଦାଶ୍ରୀ : ବେହୋସ ରୁହେ, ତଥାପି ଭିତରେ ଯଦି ଜ୍ଞାନରେ ଥିବ ତେବେ ଚଳିବ । ଏହି ଜ୍ଞାନ ନେଇଥିବା ଦରକାର । ପୁଣି ବେହୋସ ଥିବ ତେବେ ମଧ୍ୟ ଚଳିବ ।
ମୃତ୍ୟୁର ଭୟ
ପ୍ରଶ୍ନକର୍ତ୍ତା : ତେବେ ମୃତ୍ୟୁର ଭୟ କାହିଁକି ରହେ ସମସ୍ତଙ୍କୁ ?
ଦାଦାଶ୍ରୀ : ମୃତ୍ୟୁର ଭୟ ତ ଅହଂକାରକୁ ରହେ, ଆତ୍ମାକୁ କିଛି ନାହିଁ । ଅହଂକାରକୁ ଭୟ ଥାଏ ଯେ ମୁଁ ମରିଯିବି, ମୁଁ ମରିଯିବି ।
। ସେହି ଦୃଷ୍ଟିରେ ଦେଖ ତ ଟିକିଏ।
ଭଗବାନଙ୍କ ଦୃଷ୍ଟିରେ ଏହି ସଂସାରରେ କ’ଣ ଚାଲୁଅଛି ? ତେବେ କହିବା, ତାଙ୍କ ଦୃଷ୍ଟିରେ ତ କେହି ମରେ ହିଁ ନାହିଁ । ଭଗବାନଙ୍କର ଯେଉଁ ଦୃଷ୍ଟି, ସେ ଦୃଷ୍ଟି ଯଦି ତୁମକୁ ପ୍ରାପ୍ତ ହେବ, ସେ ଯଦି ଗୋଟିଏ ଦିନ ପାଇଁ ତୁମକୁ ଦେବେ, ତେବେ ଏଠି ପଛେ ଯେତେ ଲୋକ ମରିଯାନ୍ତୁ, ତଥାପି ତୁମ ଉପରେ ପ୍ରଭାବ ପଡ଼ିବ ନାହିଁ, କାହିଁକିନା ଭଗବାନଙ୍କ ଦୃଷ୍ଟିରେ କେହି ମରେ ହିଁ ନାହିଁ ।
। ଜୀବ, ତେବେ ମରଣ; ଶିବ, ତେବେ ଅମର
କେବେ ନା କେବେ ସନ୍ନ୍ୟାଶନ ତ ଆଣିବାକୁ ପଡ଼ିବ ନା ? ଜୀବନ-ମରଣର ସଲ୍ୟୁଶନ ଆଣିବାକୁ ପଡ଼ିବ ନାହିଁ ? ବାସ୍ତବରେ ନିଜେ ମରେ ବି ନାହିଁ ଏବଂ ବାସ୍ତବରେ ଜିଏଁ ନାହିଁ ମଧ୍ୟ । ଏହା ତ ମାନ୍ୟତାରେ ହିଁ ଭୁଲ ଅଛି ଯେ ସ୍ଵୟଂ କୁ ଜୀବ ମାନି ବସିଛି । ନିଜର ସ୍ଵରୂପ ଶିବ ଅଟେ । ନିଜେ ଶିବ ଅଟେ, କିନ୍ତୁ ଏହା ନିଜକୁ ବୁଝା ପଡୁନାହିଁ ଏବଂ ନିଜକୁ ଜୀବରୂପ ମାନି ବସିଛି ! | ପ୍ରଶ୍ନକର୍ତ୍ତା : ଏପରି ଯଦି ପ୍ରତ୍ୟେକଙ୍କୁ ବୁଝା ପଡୁଥାନ୍ତା, ତେବେ ଏ ଦୁନିଆ ଚାଲିବ ନାହିଁ ନା ?
। ଦାଦାଶ୍ରୀ : ହଁ, ଚାଲିବ ହିଁ ନାହିଁ ନା ! କିନ୍ତୁ ପ୍ରତ୍ୟେକଙ୍କୁ ତାହା ବୁଝାପଡ଼ିବ ଏପରି ମଧ୍ୟ ନୁହେଁ ! ଏହା ତ ପଜଲ୍ ଅଟେ ସବୁ । ଅତ୍ୟନ୍ତ ଗୁହ୍ୟ, ଅତ୍ୟନ୍ତ ଗୁହ୍ୟତମ ।