SearchBrowseAboutContactDonate
Page Preview
Page 28
Loading...
Download File
Download File
Page Text
________________ ମୃତ୍ୟୁ ସମୟରେ, ପୂର୍ବରୁ ଏବଂ ପରେ... ୧୯ ସେମାନେ ଗରୁଡ଼ ପୁରାଣରେ ଯାଆନ୍ତି, ଅର୍ଥାତ ଶାନ୍ତ କରିବାର ରାସ୍ତା ଅଟେ ଏସବୁ । । ସେସବୁ ବା-ବା ପାଇଁ ପ୍ରଶ୍ନକର୍ତ୍ତା : ଏ ମୃତ୍ୟୁ ପରେ ବାରଦିନିଆ କରନ୍ତି, ତେରଦିନିଆ କରନ୍ତି, କଂସାବାସନ ବାଣ୍ଟନ୍ତି, ଭୋଜି କରନ୍ତି, ତାହାର ମହତ୍ୱ କେତେ ଅଛି ? ଦାଦାଶ୍ରୀ : ତାହା ଅନିବାର୍ଯ୍ୟ ବସ୍ତୁ ନୁହେଁ । ତାହା ତ ପଛରେ ବାବା ପାଇଁ କରାନ୍ତି । ଆଉ ଯଦି ଖର୍ଚ୍ଚ ନକରେ ନା ତେବେ ଲୋଭୀ ହୋଇ ଚାଲିଥାଏ, ଦୁଇ ହଜାର ଟଙ୍କା ଦେଇଥିବ ତେବେ ଖୁଆ-ପିଆ କରେ ନାହି ଆଉ ଦୁଇ ହଜାର ପଛରେ ପଇସା ଜୋଡ଼ି ଚାଲିଥାଏ । ଏଣୁ ଏପରି ଯଦି ଖର୍ଚ୍ଚ କରେ ତେବେ ପୁଣି ମନ ଶୁଦ୍ଧ ହୋଇଯାଏ ଏବଂ ଲୋଭ ବଢ଼େ ନାହିଁ । କିନ୍ତୁ ତାହା ଅନିବାର୍ଯ୍ୟ ବସ୍ତୁ ନୁହେଁ । ପାଖରେ ଅଛି ତେବେ କର, ନଥିବ ତେବେ କିଛି କଥା ନାହିଁ । । ଶ୍ରାଦ୍ଧର ସଠିକ ସମଝ ପ୍ରଶ୍ନକର୍ତ୍ତା : ଏ ଶ୍ରାଦ୍ଧରେ ପିତୃପୁରୁଷ ମାନଙ୍କୁ ଯେଉଁ ଆହ୍ବାନ ହୁଏ, ତାହା ଠିକ ଅଟେ ? ସେହି ସମୟରେ ଶ୍ରାଦ୍ଧ ପକ୍ଷରେ ପିତୃ ଆସନ୍ତି ? ଆଉ କାଉକୁ ଭୋଜନ ଖୁଆନ୍ତି, ତାହା କ’ଣ ? । ଦାଦାଶ୍ରୀ : ଏପରି ଅଟେ, ଯଦି ପୁଅ ସାଙ୍ଗରେ ସମ୍ବନ୍ଧ ଥିବ ତେବେ ଆସିବ । ସାରା ସମ୍ବନ୍ଧ ପୁରା ହୁଏ, ତାହା ପରେ ତ ଦେହ ଛୁଟେ । ଘରବାଲାଙ୍କ ସହିତ କୌଣସି ପ୍ରକାରର ସମ୍ବନ୍ଧ ରହିଲା ନାହିଁ, ସେଥିପାଇଁ ଏ ଦେହ ଛୁଟିଯାଏ । ପରେ କେହି ମିଳେ ନାହିଁ । ପରେ ନୂଆ ସମ୍ବନ୍ଧ ଯଦି ବନ୍ଧା ହୋଇଥିବ, ତେବେ ପୁଣି ଜନ୍ମ ହୁଏ ସେଠାରେ, ବାକି କେହି ଆସନ୍ତି ନାହିଁ । ପିତୃ କାହାକୁ କହିବା ? ପୁଅକୁ କହିବା ନା ବାପକୁ କହିବା ? ପୁଅ ପିତୃ ହେବାର ଅଛି ଆଉ ବାପ ବି ପିତୃ ହେବାର ଅଛି ଆଉ ଜେଜ ବି ପିତୃ ହେବାର ଅଛି, କାହାକୁ କହିବା ପିତୃ ? | ପ୍ରଶ୍ନକର୍ତ୍ତା : ମନେ ପକାଇବା ପାଇଁ ହିଁ ଏ କ୍ରିୟା ସବୁ ରଖାଯାଇଛି, ଏପରି ନା ?
SR No.034311
Book TitleDeath Before During and After Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages64
LanguageOriya
ClassificationBook_Other
File Size26 MB
Copyright © Jain Education International. All rights reserved. | Privacy Policy