SearchBrowseAboutContactDonate
Page Preview
Page 20
Loading...
Download File
Download File
Page Text
________________ ମୃତ୍ୟୁ ସମୟରେ, ପୂର୍ବରୁ ଏବଂ ପରେ... ମୁଣ୍ଡକୁ ଏବେ ? ମୁଣ୍ଡକୁ ନେଉଛି ? ପତ୍ନୀର ଅବା ଅନ୍ୟ କାହାର ବି ନୁହେଁ ? | ପ୍ରଶ୍ନକର୍ତ୍ତା : ନା ।। ଦାଦାଶ୍ରୀ : କି କଥା କହୁଛି ? ! ଆଉ ଏମାନେ ତ ସବୁବେଳେ ପତ୍ନୀକୁ ପାଖରେ ଧରି ବସାଉଥାନ୍ତି । କହିବେ, ତୋ ବିନା ମୋତେ ଭଲ ଲାଗୁନାହିଁ । କିନ୍ତୁ ଶ୍ମଶାନରେ କେହି ସାଥରେ ଆସେ ? ଆସେ କେହି ? । ମୃତ୍ୟୁତିଥୁ ସମୟରେ ପ୍ରଶ୍ନକର୍ତ୍ତା : ପରିବାରରେ କାହାର ତିଥି ଆସେ, ତେବେ ସେ ଦିନ ପରିବାରଜନଙ୍କୁ କ’ଣ କରିବା ଉଚିତ ? । ଦାଦାଶ୍ରୀ : ଭଗବାନଙ୍କୁ ପ୍ରାର୍ଥନା କରିବା ଉଚିତ ଯେ ତା’ର ମଙ୍ଗଳ ହେଉ | । ପରେ ଠିକଣା ମିଳେ ନାହିଁ ପ୍ରଶ୍ନକର୍ତ୍ତା : କୌଣଷି ବ୍ୟକ୍ତିର ଅବସାନ ହୁଏ, ତେବେ ଆମକୁ ଯଦି ଜାଣିବାର ଥିବ ଯେ ସେ ବ୍ୟକ୍ତି ଏବେ କେଉଁଠି ଅଛି, ତେବେ ତାହା କିପରି ଜଣା ପଡ଼ିବ ? ଦାଦାଶ୍ରୀ : ତାହା ତ ଅମକ ଜ୍ଞାନ ବିନା ଦେଖାଯାଏ ନାହିଁ ନା ! ଅମକ ଜ୍ଞାନ ଦରକାର ତା’ ପାଇଁ । ଆଉ ଜାଣିଲେ ମଧ୍ୟ ତାହାର କିଛି ଅର୍ଥ ନାହିଁ । କିନ୍ତୁ ଆମେ ଭାବନା କରିବା ତେବେ ଭାବନା ଅବଶ୍ୟ ପହଞ୍ଚି । ଆମେ ମନେ ପକାଇବା, ଭାବନା କରିବା ତେବେ ପହଞ୍ଚେ । ତାହା ତ ଜ୍ଞାନ ବିନା ଅନ୍ୟ କିଛି ଜଣା ପଡ଼େ ନାହିଁ ନା ! ତୋତେ କେଉଁ ବ୍ୟକ୍ତିର ଠିକଣା ଖୋଜିବାର ଅଛି ? କେହି ଆତ୍ମୀୟ ସ୍ଵଜନ ତୋର ଯାଇଛନ୍ତି ? ପ୍ରଶ୍ନକର୍ତ୍ତା : ମୋ ନିଜ ଭାଇ ହିଁ ଏବେ ଏକ୍ସପାୟର୍ ହୋଇଗଲା ।
SR No.034311
Book TitleDeath Before During and After Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages64
LanguageOriya
ClassificationBook_Other
File Size26 MB
Copyright © Jain Education International. All rights reserved. | Privacy Policy