SearchBrowseAboutContactDonate
Page Preview
Page 17
Loading...
Download File
Download File
Page Text
________________ ମୃତ୍ୟୁ ସମୟରେ, ପୂର୍ବରୁ ଏବଂ ପରେ... ପ୍ରଶ୍ନକର୍ତ୍ତା : ଅର୍ଥାତ ସେଥିରେ ଠିକ-ଭୁଲର ଝଝଟ୍ କରିବୁ ନାହିଁ ? ଦାଦାଶ୍ରୀ : ଏ ଠିକ-ଭୁଲ କିଛି ଦୁନିଆରେ ନଥାଏ । ତାଙ୍କୁ ପସନ୍ଦ ଆସିଲା ମାନେ ବାସ୍, ସେହି ଅନୁସାରେ ସବୁ କରିଚାଲିବା । ତାଙ୍କୁ ଅନୁକୂଳ ହେବାପରି ବ୍ୟବହାର କରିଚାଲିବା । ସେ ଛୋଟ ପିଲାମାନଙ୍କ ସହ ଆମେ କିପରି ବ୍ୟବହାର କରୁଛେ ? ପିଲା ଯଦି କାଚ ଗ୍ଲାସ ଭାଙ୍ଗି ପକାଏ ତେବେ ଆମେ ତା’କୁ ଗାଳି କରୁଛେ ? ଦୁଇ ବର୍ଷର ପିଲା ହୋଇଥିବ, ତା’କୁ କିଛି କହୁଛେ ଯେ କାହିଁକି ଭାଙ୍ଗି ଦେଲୁ ଅଥବା ଏମିତି-ସେମିତି ? ପିଲାଙ୍କ ସହିତ ବ୍ୟବହାର କରୁଛେ, ସେହିପରି ତାଙ୍କ ସହ ବ୍ୟବହାର କରିବା ଉଚିତ । ଅନ୍ତିମ କ୍ଷଣରେ ଧର୍ମଧାନ ! । ପ୍ରଶ୍ନକର୍ତ୍ତା : ଅନ୍ତିମ କ୍ଷଣରେ ଅମକ ଲାମାରେ କିଛି କ୍ରିୟା କରାନ୍ତି । ଯେତେବେଳେ ମୃତ୍ୟୁଶଯ୍ୟାରେ ମଣିଷ ଥାଏ, ସେତେବେଳେ ତି ବତ ଲାମାରେ ଏପରି କୁହାଯାଇଛି ଯେ ସେମାନେ ତା’ ଆତ୍ମାକୁ କୁହନ୍ତି ଯେ ତୁ ଏହିପରି ଯା । ଅଥବା ଆମର ଯେଉଁ ଗୀତା-ପାଠ କରାନ୍ତି, ଅବା ଭଲ ଶବ୍ଦ କିଛି ତା’କୁ ଶୁଣାନ୍ତି, ତାହା ଦ୍ଵାରା ଅନ୍ତ ସମୟରେ ତାଙ୍କ ଉପରେ କିଛି ପ୍ରଭାବ ପଡ଼େ ପ୍ରକୃତରେ ? । ଦାଦାଶ୍ରୀ : କିଛି ହୁଏ ନାହିଁ । ବାର ମାସର ହିସାବ-କିତାବ ତୁମେ ଲେଖୁଥିବ, ତେବେ (ତୁମକୁ କୁହାଯିବ ଯେ) ଧନ୍ତେରରେ ତୁମେ ବଡ଼ କଷ୍ଟରେ ଲାଭ କର ଏବଂ ସବୁ କ୍ଷତି ପୂରଣ କରିଦିଅ, ତେବେ ଚଳିବ ? ପ୍ରଶ୍ନକର୍ତ୍ତା : ଚଳିବ ନାହିଁ । ଦାଦାଶ୍ରୀ : ଏପରି କାହିଁକି ? ପ୍ରଶ୍ନକର୍ତ୍ତା : ତାହା ତ ସାରା ବର୍ଷର ହିଁ ଆସେ ନା ! ଦାଦାଶ୍ରୀ : ସେହିପରି ତାହା ସାରା ଜୀବନର ହିସାବକିତାବ ଆସେ | ଏହା ତ, ଲୋକେ ଠକୁଛନ୍ତି ! ଲୋକଙ୍କୁ ମୁର୍ଖ ବନାଉଛନ୍ତି ।
SR No.034311
Book TitleDeath Before During and After Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages64
LanguageOriya
ClassificationBook_Other
File Size26 MB
Copyright © Jain Education International. All rights reserved. | Privacy Policy