SearchBrowseAboutContactDonate
Page Preview
Page 33
Loading...
Download File
Download File
Page Text
________________ ଚିନ୍ତା କିଏ’ ଏହା ଜାଣିବା ତେବେ ଆମକୁ ଚିନ୍ତା ହେବ ନାହିଁ । ତୁମେ ଦିନ-ରାତି ଚିନ୍ତା କରୁଛ ? କେବେ ପର୍ଯ୍ୟନ୍ତ କରିବ ? ତାହାର ଅନ୍ତ କେବେ ଆସିବ ? ଏହା ମୋତେ ବତାଅ । ୨୬ ଝିଅ ତ’ ନିଜର ନେଇକରି ଆସିଛି, କ’ଣ ତୁମେ ତୁମର ନେଇକରି ଆସିନଥୁଲ ? ଏ ସେଠ୍ଜୀ ତୁମକୁ ମିଳିଲେ ନା ନାହିଁ ? ଯଦି ସେଠ୍ ତୁମକୁ ମିଳିଗଲେ, ତେବେ ଏ ଝିଅକୁ କ’ଣ ପାଇଁ ମିଳିବେନି ? ତୁମେ ଟିକେ ଧୈର୍ଯ୍ୟ ମାର୍ଗରେ ଅଛ ଆଉ ଏପରି ଧୈର୍ଯ୍ୟ ରଖୁବ ନାହିଁ ତେବେ ତ’ ରୌଦ୍ରଧ୍ୟାନ ହେବ । ତ’ ରଖ। ବୀତଣ୍ଡୀ ଆଉଁଧ୍ୟାନ ହେବ, ପ୍ରଶ୍ନକର୍ତ୍ତା : ଏପରି ନୁହେଁ, କିନ୍ତୁ ସଭାବିକ ଫିକର୍(ଚିନ୍ତା) ତ’ ହୁଏ ନା ! ଦାଦାଶ୍ରୀ : ସେ ସଭାବିକ ଫିକର୍‌, ତାହା ହିଁ ଆଉଁଧାନ ଏବଂ ରୌଦ୍ରଧ୍ୟାନ କୁହାଯାଏ । ଭିତରେ ଆତ୍ମାକୁ ପୀଡ଼ା ପହଞ୍ଚାଇଲେ ଆମେ । ଅନ୍ୟ କାହାରିକୁ ପୀଡ଼ା ହେଉନଥ‌ିବ ତେବେ ଠିକ୍, କିନ୍ତୁ ଏ ତ’ ଆତ୍ମାକୁ ପୀଡ଼ା ପହଞ୍ଚାଇଲେ । ଚିନ୍ତାଦ୍ବାରା ବନ୍ଧାହୁଏ ଅନ୍ତରାୟ କର୍ମ ଚିନ୍ତା କରିବା ଦ୍ବାରା ଅନ୍ତରାୟ କର୍ମ ପଡ଼େ ଏବଂ କାର୍ଯ୍ୟ ବିଳମ୍ବିତ ହୁଏ । ଆପଣଙ୍କୁ କୁହାଯାଇଥବ ଯେ ଅମୁକ ଜାଗାରେ ପୁଅ ଅଛି, ତେବେ ଆପଣ ପ୍ରୟାସ କରନ୍ତୁ । ଚିନ୍ତା କରିବା ପାଇଁ ଭଗବାନ ମନା କରିଛନ୍ତି । ଚିନ୍ତା କରିବା ଦ୍ବାରା ତ’ ଅଧିକ ଅନ୍ତରାୟ ପଡ଼େ ଏବଂ ବୀତରାଗ ଭଗବାନ କ’ଣ କହିଛନ୍ତି ଯେ, ‘ଭାଇ, ଯଦି ତୁମେ ଚିନ୍ତା କରୁଛ ତେବେ ତୁମେ ହିଁ ମାଲିକ ଅଟ ? ତୁମେ ହିଁ ଦୁନିଆ ଚଲାଉଛ ? ଏମିତି ଯଦି ଦେଖାଯାଏ ତେବେ ଜାଣିହେବ ଯେ ନିଜକୁ ମଳତ୍ୟାଗ କରିବା ପାଇଁ ମଧ୍ୟ ସତନ୍ତ୍ର ଶକ୍ତି ନାହିଁ । ତାହା ତ’ ଯେବେ ବନ୍ଦ ହୋଇଯାଏ ସେତେବେଳେ ଡାକ୍ତର ଡାକିବାକୁ ପଡ଼େ । ସେତେ ପର୍ଯ୍ୟନ୍ତ ସେ ଶକ୍ତି ଆମର ଅଟେ, ଏପରି ଆମକୁ ଲାଗେ । କିନ୍ତୁ ସେ ଶକ୍ତି ନିଜର ନୁହେଁ । ସେ ଶକ୍ତି କାହା ଅଧୀନରେ ଅଛି, ଏପରି ସବୁ ଖବର ରଖୁବା କଥା ନୁହଁ କି ? ଏହାକୁ ଚଲାଇବାବାଲା କିଏ ହୋଇଥବ ? ଭଉଣୀ, ତୁମେ ତ’ ଜାଣିଥୁବ ? ଏ ସେଠ୍ ଜାଣିଥୁବେ ? କେହି ଚଲାଇବାବାଲା ଥୁବ, ନା ତୁମେ ଚଲାଉଛ ?
SR No.034056
Book TitleWorries Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year2018
Total Pages42
LanguageOriya
ClassificationBook_Other
File Size2 MB
Copyright © Jain Education International. All rights reserved. | Privacy Policy