SearchBrowseAboutContactDonate
Page Preview
Page 24
Loading...
Download File
Download File
Page Text
________________ ଚିନ୍ତା ୧୭ । ଚିନ୍ତା ତ’ ଫୋର( ଖାଣ୍ଟି) ଇଗୋଇଜମ୍ ଅଟେ । ଏ ପଶୁପକ୍ଷୀମାନେ କେହି ଚିନ୍ତା କରୁନାହାଁନ୍ତି ଆଉ ଏ ମଣିଷମାନଙ୍କୁ ଚିନ୍ତା ? ଓ ହୋ ହୋ ! ଅନନ୍ତ ପଶୁପକ୍ଷୀ ଅଛନ୍ତି, କାହାରିକୁ ଚିନ୍ତା ନାହିଁ ଆଉ ମଣିଷ ଏକାହିଁ ଏପରି ଜଡ଼ ଅଟେ ଯେ ସାରାଦିନ ଚିନ୍ତାରେ ଜଳୁଥାନ୍ତି । ପ୍ରଶ୍ନକର୍ତ୍ତା : ପଶୁ ପକ୍ଷୀଙ୍କଠାରୁ ମଧ୍ୟ ନିଜ ଶ୍ରେଣୀର ଅଟନ୍ତି ନା ଏମାନେ ? ଦାଦାଶ୍ରୀ : ପଶୁପକ୍ଷୀ ତ’ ବହୁତ ଭଲ । ପଶୁ ପକ୍ଷୀଙ୍କୁ ଭଗବାନ ଆଶ୍ରିତ କହିଛନ୍ତି । ଏହି ସଂସାରରେ ଯଦି କେହି ନିରାଶ୍ରିତ ଥାଏ, ତେବେ କେବଳ ଏ ମଣିଷ ହିଁ ଆଉ ସେଥିରେ ହିନ୍ଦୁସ୍ତାନର ମଣିଷ ଶହେ ପ୍ରତିଶତ ନିରାଶ୍ରିତ ଅଟନ୍ତି , ପୁଣି ଏମାନଙ୍କୁ ଦୁଃଖ ହିଁ ହେବ ନା ! ଯାହାଙ୍କୁ କୌଣସି ପ୍ରକାରର ଆସରା ହିଁ ନାହିଁ ! । ଦିନ ମଜୁରିଆମାନେ ଚିନ୍ତା କରନ୍ତି ନାହିଁ ଆଉ ସେମାନେ ଚିନ୍ତା କରନ୍ତି । ମଜୁରିଆମାନେ ଗୋଟିଏ ମଧ୍ୟ ଚିନ୍ତା କରନ୍ତି ନାହିଁ , କାହିଁକି ନା ମଜୁରିଆମାନେ ଉଚ୍ଚଗତିରେ ଯିବେ ଆଉ ସେମାନେ ନିଜଗତିରେ ଯିବେ । ଆଉ ଚିନ୍ତା ଦ୍ଵାରା ନିଜ ଗତି ହୁଏ, ଏଣୁ ଚିନ୍ତା ନହେବା ଉଚିତ୍ । । କେବଳ ରିଜ୍, ରିଜ୍, ରିଜ୍ ! କନ୍ଦମୂଳ ଚୁଲିରେ ପୋଡ଼ିବା ଭଳି ଏ ଜଗତ ଜଳୁଅଛି ! ! ମାଛକୁ ତେଲରେ ଛାଣିବା ଭଳି ଛଟପଟ ହେଉଛନ୍ତି ! ! ! ଏହାକୁ ଲାଇଫ୍ କିପରି କହିବା ? ମୁଁ କରୁଛି’, ଏଥୁପାଇଁ ଚିନ୍ତା ପ୍ରଶ୍ନକର୍ତ୍ତା : ‘ଚିନ୍ତା ନହେବା ଉଚିତ୍’ ଏପରି ଅବଗତ ହେବା (ଏପରି ହୋରେ ରହିବା), ତାହା ଚିନ୍ତାର ଅନ୍ୟ ରୂପ ନୁହେଁ ? ଦାଦାଶ୍ରୀ : ନା । ଚିନ୍ତା ତ’ ଇଗୋଇଜମ୍ ଅଟେ କେବଳ ଇଗୋଇଜମ୍ । ନିଜ ସରୂପରୁ ଅଲଗା ହୋଇ ସେ ଇଗୋଇଜମ୍ କରୁଛି ଯେ, ‘ମୁଁ ହିଁ ଚଲାଇବା ବାଲା ଅଟେ । ମଳତ୍ୟାଗ କରିବାର ଶକ୍ତି ନାହିଁ ଆଉ ମୁଁ ଚଲାଉଛି’ ଏପରି କୁହେ ।
SR No.034056
Book TitleWorries Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year2018
Total Pages42
LanguageOriya
ClassificationBook_Other
File Size2 MB
Copyright © Jain Education International. All rights reserved. | Privacy Policy