SearchBrowseAboutContactDonate
Page Preview
Page 27
Loading...
Download File
Download File
Page Text
________________ ୨୦ ଯାହା ହେଲା ତାହା ନ୍ୟାୟ ଅର୍ଥାତ ଝଗଡ଼ା ନହେବା ଉଚିତ । ରାଗ-ଦ୍ବେଷ ନହେବା ଉଚିତ୍ । ଶହେ ଚକ୍ଟର୍ ଲଗାଇଲେ ଏବଂ ଦେଲା ନାହିଁ ତଥାପି କିଛି ନୁହେଁ । ଯାହା ହେଲା ତାହା ନ୍ୟାୟ’, ବୁଝିନେବ । ନିରନ୍ତର ନ୍ୟାୟ ହିଁ ହେଉଅଛି ! କ’ଣ ଏକା ତୁମର ହିଁ ଅସୁଲି ବାକି ଥିବ ? ପ୍ରଶ୍ନକର୍ଲା: ନା, ନା । ସବୁ ବେପାରୀମାନଙ୍କର ହୁଏ । ଦାଦାଶ୍ରୀ: ଜଗତରେ କେହି ବି ମହାରାଣୀ ଯୋଗୁଁ ଫସି ନାହାନ୍ତି, ଅସୁଲି ପାଇଁ ଫସିଛନ୍ତି । ଅନେକ ଲୋକ ମୋତେ କୁହନ୍ତି ଯେ ମୋର ଦଶ ଲକ୍ଷ ଟଙ୍କାର ଅସୁଲି ଆସୁ ନାହିଁ । ପୂର୍ବ ରୁ ଅସୁଲି ହେଉଥିଲା । ରୋଜଗାର କରୁଥିଲେ, ସେତେବେଳେ କେହି ମୋତେ କହିବା ପାଇଁ ଆସୁ ନଥିଲେ । ଏବେ କହିବା ପାଇଁ ଆସୁଛନ୍ତି । ଅସୁଲି ଶବ୍ଦ ଶୁଣିଛି ତୁମେ ? । ପ୍ରଶ୍ନକର୍ତ୍ତା: କେହି ଖରାପ ଶବ୍ଦ(ଗାଳି) ଆମକୁ ଶୁଣେଇଯାଏ, ତାହା ଅସୁଲି ହିଁ ଅଟେ ନା ? ଦାଦାଶ୍ରୀ: ହଁ, ଅସୁଲି ! ସେ ଶୁଣାଏ, ମାପି ଯୋଖୁକି ଶୁଣାଏ । ଡିକ୍ସିନାରୀରେ ମଧ୍ୟ ନଥିବ, ଏଭଳି ଶବ୍ଦ ଶୁଣାଏ । ପୁଣି ତୁମେ ଡିକ୍ସିନାରୀରେ ଖୋଜୁଛି ଯେ “ଏ ଶବ୍ଦ କେଉଁଠୁ ବାହାରିଲା ?? ସେଥିରେ ଏଭଳି ଶବ୍ଦ ନଥାଏ, ଏମିତି ବିକୃତ ମସ୍ତିଷ୍କ ଥାଆନ୍ତି ! କିନ୍ତୁ ସେମାନଙ୍କର ନିଜର ଜିମୈଦାରୀରେ କୁହନ୍ତି ନା ! ସେଥିରେ ଆମର ଜିମ୍ନଦାରୀ ନାହିଁ ନା ! ସେତିକି ଭଲ । ତୁମକୁ ଟଙ୍କା ଫେରାଉ ନାହାଁନ୍ତି, ତାହା ମଧ୍ୟ ନ୍ୟାୟ ଅଟେ । ଫେରାଉଛନ୍ତି, ତାହା ମଧ୍ୟ ନ୍ୟାୟ ଅଟେ । ଏସବୁ ହିସାବ ମୁଁ ଅନେକ ବର୍ଷ ପୂର୍ବରୁ ବାହାର କରିଥିଲି । ଟଙ୍କା ଫେରାନ୍ତି ନାହିଁ, ସେଥିରେ କାହାର ଦୋଷ ନାହିଁ । ସେହିଭଳି କେହି କେହି ଫେରାଇବାକୁ ଆସନ୍ତି, ତେବେ ସେଥିରେ ତାଙ୍କର କ’ଣ ଉପକାର ? ଏ ଜଗତର ସଂଚାଳନ ତ ଅଲଗା ରୀତିରେ ହେଉଛି । ବ୍ୟବହାରରେ ଦୁଃଖର ମୂଳ ନ୍ୟାୟ ଖୋଜି ଖୋଜି ତ ଦମ୍ ବାହାରି ଗଲାଣି । ମଣିଷର ମନରେ ଏପରି
SR No.034052
Book TitleWhatever Has Happened Is Justice Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year2018
Total Pages36
LanguageOriya
ClassificationBook_Other
File Size1 MB
Copyright © Jain Education International. All rights reserved. | Privacy Policy