SearchBrowseAboutContactDonate
Page Preview
Page 24
Loading...
Download File
Download File
Page Text
________________ ଯାହା ହେଲା ତାହା ନ୍ୟାୟ ୧୭ ‘ମୁଁ ପୂର୍ବରୁ ନ୍ୟାୟ କରି ନଥୁଲି, ସେଥ‌ିପାଇଁ ମୋ ସହିତ ଅନ୍ୟାୟ ହେଲା । ଏଣୁ ଥର୍ମୋମିଟରର ଦୋଷ ନୁହେଁ ।’ ତୁମକୁ କ’ଣ ଲାଗୁଛି ? ମୋର ଏ କଥା କିଛି ହେଲ୍ସ କରିବ ? ପ୍ରଶ୍ନକର୍ତ୍ତା: ବହୁତ ହେଲ୍ସ କରିବ । ଦାଦାଶ୍ରୀ: ଜଗତରେ ନ୍ୟାୟ ଖୋଜିବ ନାହିଁ । ଯାହା ହେଉଅଛି, ତାହା ନ୍ୟାୟ । ଆମକୁ ଦେଖ‌ିବାର ଅଛି ଯେ ଏ କ’ଣ ହେଉଅଛି । ପଚାଶ ଏକର ବଦଳରେ ପାଞ୍ଚ ଏକର ଦେଉଛି ତେବେ ଭାଇକୁ କହିବ, ‘ଠିକ୍ ଅଛି । ଏବେ ତୁମେ ଖୁସି ନା ?’ ସେ କୁହେ, ‘ହଁ ।’ ପୁଣି ପରଦିନରୁ ସାଥ୍‌ରେ ଖିଆ-ପିଆ, ଉଠା-ବସା । ଏହା ହିସାବ ଅଟେ । ହିସାବରୁ ବାହାରେ ତ କିଛି ନାହିଁ । ବାପ ପୁଅମାନଙ୍କଠାରୁ ହିସାବ ନନେବା ପର୍ଯ୍ୟନ୍ତ ଛାଡ଼େ ନାହିଁ । ଏହା ତ ହିସାବ ହିଁ ଅଟେ, ରକ୍ତ ସଂପର୍କ ନୁହେଁ । ତୁମେ ରକ୍ତ ସଂପର୍କ ବୁଝି ନେଇଥିଲ ! ଗାଡ଼ି ଚଢ଼ିଗଲା, ତାହା ମଧ୍ୟ ନ୍ୟାୟ ବସ୍‌ରେ ଚଢ଼ିବା ପାଇଁ ରାଇଟ୍ ସାଇଡ଼(ଠିକ୍ ପାର୍ଶ୍ୱ)ରେ ଜଣେ ବ୍ୟକ୍ତି ଛିଡ଼ା ହୋଇଛି, ସେ ରୋଡ଼୍ ସାଇଡ଼ରେ ଛିଡ଼ା ହୋଇଛି । ରଙ୍ଗ ସାଇଡ଼ରୁ ଏକ ବସ୍ ଆସିଲା, ତା’ ଉପରେ ଚଢ଼ିଗଲା ଆଉ ତା’କୁ ମାରିଦେଲା । କ’ଣ ଏହାକୁ ନ୍ୟାୟ କୁହାଯିବ ? ପ୍ରଶ୍ନକର୍ତ୍ତା: ଡ୍ରାଇଭର ଚଢ଼େଇଦେଲା, ଲୋକମାନେ ତ’ ଏହା ହିଁ କହିବେ । ଦାଦାଶ୍ରୀ: ହଁ, ଓଲଟା ରାସ୍ତାରୁ ଆସି ମାରିଲା, ଦୋଷ କଲା । ସିଧା ରାସ୍ତାରୁ ଆସି ମାରିଥାନ୍ତା ତେବେ ମଧ୍ୟ ଦୋଷ ତ’ କୁହା ଯାଇଥାନ୍ତା । ଏହା ତ ଡବଲ ଦୋଷ କଲା । ଏହାକୁ ପ୍ରକୃତି କୁହେ ଯେ ‘କରେକ୍ଟ କଲା ।’ ହାଲ୍ଲା କରିବ ତେବେ ବ୍ୟର୍ଥ ଯିବ । ପୂର୍ବର ହିସାବ ପୂରା କଲା । ଏବେ ଏପରି ବୁଝୁ ନାହାଁନ୍ତି ନା ! ପୁରା ଜୀବନ ତୋଡ଼ ଫୋଡ଼ରେ(ଅଭିଯୋଗ, ଆକ୍ଷେପ କରି କରି) ହିଁ ବିତି ଯାଉଛି । କୋର୍ଟ, ଓକିଲ ଆଉ...! ଆଉ କେବେ ଡେରି ହୋଇଯାଏ, ତେବେ ଓକିଲ ମଧ୍ଯ ଗାଳି ଦିଏ ଯେ ତୁମର ବୁଦ୍ଧି ନାହିଁ, ଗଧ ଭଳି ହେଉଛ । ଏମିତି ଗାଳି ଖାଏ ! ଏହା ଅପେକ୍ଷା ଯଦି ପ୍ରକୃତିର ନ୍ୟାୟ ବୁଝିନେବା, ଦାଦାଜୀ ଯାହା କହିଛନ୍ତି ତାହା ନ୍ୟାୟ, ତେବେ
SR No.034052
Book TitleWhatever Has Happened Is Justice Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year2018
Total Pages36
LanguageOriya
ClassificationBook_Other
File Size1 MB
Copyright © Jain Education International. All rights reserved. | Privacy Policy