SearchBrowseAboutContactDonate
Page Preview
Page 17
Loading...
Download File
Download File
Page Text
________________ ୧୦ ଯାହା ହେଲା ତାହା ନ୍ୟାୟ । ଥଟ୍ଟାମଜା କରୁଥିବ, ସେତେବେଳେ ହସି ହସି କହିପାରିବା । । ଯେପରି ଏବେ ମୁଁ ଏ କଥା କହିଲି ନା ? ସେହିପରି ହସୁଥିବା ସମୟରେ କହିପାରିବ । । ପ୍ରଶ୍ନକର୍ତ୍ତା: ଅର୍ଥାତ ସାମ୍ଭାବାଲାକୁ ଦୁଃଖ ନ ପହଞ୍ଚିବ, ସେହିପରି କହିବା ଉଚିତ୍ ନା ? । ଦାଦାଶ୍ରୀ: ହଁ, ଏପରି କୁହାଯିବ ତେବେ ତାହା ସାମ୍ବାବାଲାକୁ ହେଳ୍ପ କରିବ । କିନ୍ତୁ ସବୁଠୁ ଭଲ ରାସ୍ତା ଏହା ହିଁ ଯେ ମୋର ମଧ୍ୟ ଚୁପ୍ ଆଉ ତୋର ମଧ୍ୟ ଚୁପ୍ ! ତାହା ଭଳି ଆଉ କିଛି ନାହିଁ । କାହିଁକିନା ଯାହାକୁ ଏ ସଂସାରରୁ ମୁକୁଳିବାର ଥିବ, ସେ ତିଳେମାତ୍ର ବି ଅଭିଯୋଗ କରିବ ନାହିଁ । । ପ୍ରଶ୍ନକର୍ତ୍ତା: ଉପଦେଶ ଦେବାଭଳି ମଧ୍ୟ କହିବୁ ନାହିଁ ? କ’ଣ ସେଠି ଚୁପ୍ ରହିବା ଉଚିତ୍ ? ଦାଦାଶ୍ରୀ: ସେ ତା’ର ସବୁ ହିସାବ ନେଇ ଆସିଛି । ସମଝଦାର (ଚାଲାକ) ହେବାର ସବୁ ହିସାବ ମଧ୍ୟ ସେ ନେଇକରି ଆସିଛି । ମୁଁ କ’ଣ କହୁଛି ଯେ ଏଠୁ ଯିବାର ଥିବ ତେବେ ଖସିକି ପଳାଅ । ଏବଂ ଖସି ପଳାଇବାର ଥିବ ତେବେ କିଛି କୁହ ନାହିଁ । ଯଦି ରାତିରେ ଖସି ପଳାଇବାର ଥିବ ଆଉ ଆମେ ହାଲ୍ଲା କରିବା ତେବେ ଧରିନେବେ ନା ! । ଭଗବାନଙ୍କ ଠାରେ କିପରି ହୁଏ ? ଭଗବାନ ନ୍ୟାୟ ସରୂପ ନୁହଁନ୍ତି ଏବଂ ଭଗବାନ ଅନ୍ୟାୟ ସରୂପ ମଧ୍ୟ ନୁହଁନ୍ତି । କାହାକୁ ଦୁଃଖ ନହେଉ, ତାହା ହିଁ ଭଗବାନଙ୍କ ଭାଷା । ନ୍ୟାୟ-ଅନ୍ୟାୟ ତ ଲୋକଭାଷା ଅଟେ । ଚୋର, ଚୋରି କରିବାକୁ ଧର୍ମ ମାନେ, ଦାନୀ, ଦାନ ଦେବାକୁ ଧର୍ମ ମାନେ । ତାହା ଲୋକଭାଷା ଅଟେ, ଭଗବାନଙ୍କ ଭାଷା ନୁହେଁ । ଭଗବାନଙ୍କ ଠାରେ ଏମିତି ସେମିତି କିଛି ମଧ୍ୟ ନାହିଁ । ଭଗବାନଙ୍କ ଠାରେ କେବଳ ଏତିକି ହିଁ ଅଛି ଯେ,
SR No.034052
Book TitleWhatever Has Happened Is Justice Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year2018
Total Pages36
LanguageOriya
ClassificationBook_Other
File Size1 MB
Copyright © Jain Education International. All rights reserved. | Privacy Policy