SearchBrowseAboutContactDonate
Page Preview
Page 10
Loading...
Download File
Download File
Page Text
________________ ଯାହା ହେଲା ତାହା ନ୍ୟାୟ ଦେଇଥିଲା । ତେବେ ସେଥିରେ ନ୍ୟାୟ କ’ଣ ? ତା’ର ଆମକୁ ତିନୋଟି ଦେବାର ହିସାବ ଥିବ, ପଛ ହିସାବ ସୁଝି ଦିଅନ୍ତି ନା ନାହିଁ ? ପ୍ରଶ୍ନକର୍ତ୍ତା: ହଁ, ସୁଝି ଦିଅନ୍ତି । ଦାଦାଶ୍ରୀ: ଅସୁଲି କରନ୍ତି ନା ନାହିଁ ? ତୁମେ ତା’ ବାପାଙ୍କୁ ଟଙ୍କା ଉଧାର ଦେଇଥିବ, କିନ୍ତୁ ପରେ କେବେ ମଉକା ମିଳିଲେ ତା’ଠାରୁ ଅସୁଲି କରି ନେଉଛି ନା ? କିନ୍ତୁ ସେ ତ ଭାବିବ ଯେ ଅନ୍ୟାୟ କରୁଛି । ସେହିଭଳି ପ୍ରକୃତିର ନ୍ୟାୟ ଅଟେ । ଯାହା ପୂର୍ବ ହିସାବ ଥାଏ, ସେସବୁ ଏକାଠି କରିଦିଏ । ଏବେ ଯଦି କେଉଁ ସ୍ତ୍ରୀ ତା’ ସାମୀକୁ ହଇରାଣ କରୁଛି, ତେବେ ତାହା ପ୍ରକୃତିର ନ୍ୟାୟ ଅଟେ । ତା’ ସାମୀ ଭାବେ ଯେ ଏ ପତ୍ନୀ ବହୁତ ଖରାପ ଆଉ ପତ୍ନୀ କ’ଣ ଭାବେ ଯେ ସାମୀ ଖରାପ । କିନ୍ତୁ ଏହା ପ୍ରକୃତିର ନ୍ୟାୟ ହିଁ ଅଟେ । ପ୍ରଶ୍ନକର୍ତ୍ତା: ହଁ । ଦାଦାଶ୍ରୀ: ଯଦି ତୁମେ ଅଭିଯୋଗ କରିବା ପାଇଁ ଆସ ତେବେ ମୁଁ ଅଭିଯୋଗ ଶୁଣେ ନାହିଁ, ଏହାର କ’ଣ କାରଣ ? ପ୍ରଶ୍ନକର୍ଷା: ଏବେ ଜଣା ପଡ଼ିଲା ଯେ ଏହା ନ୍ୟାୟ ଅଟେ । । ଯେପରି ବୁଣା ହୋଇଥାଏ ସେହିପରି ଖୋଲେ, ପ୍ରକୃତି ଦାଦାଶ୍ରୀ: ଏହା ମୋର ଆବିଷ୍କାର ଅଟେ ସବୁ ! ଯିଏ ଭୋଗେ ତା’ର ଭୁଲ । ଦେଖ କେତେ ସୁନ୍ଦର ଆବିଷ୍କାର ଅଟେ ! କାହାରି ସହ ମତଭେଦରେ ପଡ଼ିବା ନାହିଁ ଏବଂ ବ୍ୟବହାରରେ ନ୍ୟାୟ ଖୋଜିବ ନାହିଁ । । ନିୟମ କିଭଳି ଅଟେ ଯେ ଯେପରି ବୁଣା ହୋଇଥିବ, ତାହା ସେହିପରି ହିଁ ଖୋଲିବ । ଅନ୍ୟାୟପୂର୍ବକ ବୁଣା ହୋଇଥିବ, ତେବେ ଅନ୍ୟାୟରେ ଖୋଲିବ ଆଉ ନ୍ୟାୟରେ ବୁଣା ହୋଇଥିବ ତେବେ ନ୍ୟାୟରେ ଖୋଲିବ । ସେହିପରି ଏସବୁ ବୁଣା ହୋଇଥିବା ଏବେ ଖୋଲୁଅଛି ଆଉ ପରେ ଲୋକମାନେ ସେଥିରେ ନ୍ୟାୟ ଖୋଜନ୍ତି । ଭାଇ, ନ୍ୟାୟ କ’ଣ ଖୋଜୁଛୁ, କୋର୍ଟ ଭଳି ? ଆରେ ଭାଇ, ଅନ୍ୟାୟପୂର୍ବକ ତୁ
SR No.034052
Book TitleWhatever Has Happened Is Justice Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year2018
Total Pages36
LanguageOriya
ClassificationBook_Other
File Size1 MB
Copyright © Jain Education International. All rights reserved. | Privacy Policy