SearchBrowseAboutContactDonate
Page Preview
Page 16
Loading...
Download File
Download File
Page Text
________________ ମାନବ ଧର୍ମ ତୁମେ ସୀକାରୁଛି ନା ନାହିଁ ? ପ୍ରଶ୍ନକର୍ତ୍ତା : ଠିକ୍ କଥା । ଦାଦାଶ୍ରୀ: ଆଉ ଅଣହକ୍ସ ବିଷୟରେ ? ପ୍ରଶ୍ନକର୍ତ୍ତା : ସୀକାରିବା ଉଚିତ୍ ନୁହେଁ । ପଶୁଗତିରେ ଯିବେ, ଏହାର କିଛି ପ୍ରମାଣ ଅଛି ? । ଦାଦାଶ୍ରୀ: ହଁ, ପ୍ରମାଣ ସହିତ ଅଛି । ବିନା ପ୍ରମାଣ, ଏମିତି ହିଁ ଗ ମାରି ପାରିବିନି । । ମଣିଷତ୍ କେବେ ପର୍ଯ୍ୟନ୍ତ ରହିବ ? ‘ଅଣହତ୍କର କିଞ୍ଚିତମାତ୍ର ନଭୋଗେ’ ସେ ପର୍ଯ୍ୟନ୍ତ ମଣିଷତ୍ ରହିବ । ନିଜ ହକ୍‌ର ଭୋଗେ, ସେ ମନୁଷ୍ୟ ଜନ୍ମ ପାଏ, ଅଣହକ୍‌ର ଭୋଗେ ସେ ପଶୁଗତିରେ ଯାଏ । ନିଜ ହକ୍‌ରୁ ଅନ୍ୟମାନଙ୍କୁ ଦେଇଦେବା ତେବେ ଦେବଗତି ହେବ ଆଉ ମାରପିଟ୍ କରି ଅଣହକ୍ଟର ନେଇଯିବା ତେବେ ନର୍କଗତି ମିଳେ । ମାନବତାର ଅର୍ଥ ମାନବତା ମାନେ, ମୋର ଯାହା ଅଟେ ତାକୁ ମୁଁ ଭୋଗିବି ଆଉ ତୋର ଯାହା ଅଟେ ତାକୁ ତୁ ଭୋଗ । ମୋ ଭାଗରେ ଯାହା ଆସିଲା ତାହା ମୋର ଆଉ ତୋ ଭାଗରେ ଯାହା ଆସିଲା ତାହା ତୋର । ପର ଜିନିଷ ପ୍ରତି ଦୃଷ୍ଟି ନକରିବା, ଏହା ମାନବତାର ଅର୍ଥ । ଆଉ ପାଶବତା ମାନେ ‘ମୋର ତାହା ମଧ୍ୟ ମୋର ଆଉ ତୋର ତାହା ମଧ୍ୟ ମୋର !’ ଆଉ ଦୈବୀଗୁଣ କାହାକୁ କହିବା ?ତୋର ତାହା ତୋର, କିନ୍ତୁ ଯାହା ମୋର ତାହା ମଧ୍ୟ ତୋର ।’ ଯେଉଁମାନେ ପରୋପକାରୀ ଅଟନ୍ତି ସେମାନେ ନିଜର ହୋଇଥିବ, ତାହା ମଧ୍ୟ ଅନ୍ୟମାନଙ୍କୁ ଦେଇଦିଅନ୍ତି । ଏପରି ଦୈବଗୁଣବାଲା ମଧ୍ୟ ଥା’ନ୍ତି ନା ନଥାନ୍ତି ? ଆଜିକାଲି କ’ଣ ଆପଣଙ୍କୁ ମାନବତା ଦେଖାଯାଉଛି କେଉଁଠି ? । ପ୍ରଶ୍ନକର୍ତ୍ତା : କେଉଁଠି ଦେଖୁବାକୁ ମିଳୁଛି ଆଉ କେଉଁଠି ଦେଖୁବାକୁ ମିଳୁ ନାହିଁ ମଧ୍ୟ । । ଦାଦାଶ୍ରୀ: କେଉଁ ମନୁଷ୍ୟର ପାଶବତା ଦେଖୁଛ ? ଯେତେବେଳେ ସେ ଶିଙ୍ଗ ବୁଲାଏ ତେବେ କ’ଣ ଆମେ ବୁଝି ଯିବାନି ଯେ ଏ ମଇଁଷି ପରି ଅଟେ, ଏଥିପାଇଁ ଶିଙ୍ଗ ମାରିବାକୁ ଆସୁଛି ! ସେତେବେଳେ ଆମକୁ ହଟିଯିବା ଉଚିତ୍ । ଏପରି ପଶୁତାବାଲା ମନୁଷ୍ୟ ତ ରାଜାକୁ ମଧ୍ୟ ଛାଡ଼େ ନାହିଁ । ସାମ୍ନାରୁ ଯଦି ରାଜା ଆସୁଥିବେ ତଥାପି ମଇଁଷିର
SR No.034048
Book TitleManav Dharma Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year2018
Total Pages38
LanguageOriya
ClassificationBook_Other
File Size2 MB
Copyright © Jain Education International. All rights reserved. | Privacy Policy