SearchBrowseAboutContactDonate
Page Preview
Page 13
Loading...
Download File
Download File
Page Text
________________ ମାନବ ଧର୍ମ ଭାବ କରିବ ତେବେ ମୋର କ’ଣ ଦଶା ହେବ ? ଅର୍ଥାତ୍, ଭାବ ନ ବିଗିଡ଼ୁ ଏହିପରି ଆମେ ରହିବା, ତାହା ମାନବ ଧର୍ମ ଅଟେ । । କାହାରିକୁ ଦୁଃଖ ନ ହେଉ, ତାହା ସବୁଠୁ ବଡ଼ ଜ୍ଞାନ ଅଟେ । ଏତିକି ସମ୍ଭାଳି ନେବ । ଭଲା କନ୍ଦମୂଳ ନଖାଉଥିବ, କିନ୍ତୁ ମାନବତାର ପାଳନ କରିବା ନ ଆସେ ତେବେ ବ୍ୟର୍ଥ ଅଟେ । ଏମିତି ତ’ ଲୋକଙ୍କର ହଡ଼ପକରି ଖାଇବାବାଲା ଅନେକ ଅଛନ୍ତି, ଯେଉଁମାନେ ଲୋକମାନଙ୍କର ହଡ଼ପକରି ପଶୁଗତିରେ ଯାଇଛନ୍ତି ଆଉ ଏବେ ପର୍ଯ୍ୟନ୍ତ ଫେରି ନାହାନ୍ତି । ଏହା ତ’ ସବୁ ନିୟମ ଆଧାରରେ ଋଲେ, ଏଠାରେ ଅନ୍ଧାର ନଗରୀ ନାହିଁ । ଏଠି ଗପ ଚଳିବନି । ପ୍ରଶ୍ନକର୍ତ୍ତା : ହଁ, ସଭାବିକ ରାଜୁତି ଅଟେ ! ଦାଦାଶ୍ରୀ : ହଁ, ସଭାବିକ ରାଜୁତି ଅଟେ । ପୋଲ୍( ବାହାନା) ଚଳେ ନାହିଁ । ବୁଝିପାରିଲ ? ‘ମୋତେ ଯେତିକି ଦୁଃଖ ହେଉଛି, ସେତିକି ତାକୁ ମଧ୍ୟ ହେଉଥିବ ନା । ନାହିଁ ?” ଯାହାକୁ ଏପରି ବିଗ୍ଧର ଆସେ ସେମାନେ ସମସ୍ତେ ମାନବ ଧର୍ମ ଅଟନ୍ତି, ଅନ୍ୟଥା ମାନବ ଧର୍ମ କିପରି କୁହାଯିବ ? । ଉଧାର ଆଣିଥିବା ଟଙ୍କା ନଫେରାଇବା ତେବେ ? ଯଦି ଆମକୁ କେହି ଦଶ ହଜାର ଟଙ୍କା ଦେଇଥିବ ଆଉ ଆମେ ତାକୁ ଫେରାଇବା ନାହିଁ, ତେବେ ସେହି ସମୟରେ ଆମ ମନରେ ବିକ୍ଟର ଆସିବା ଉଚିତ୍ ଯେ ଯଦି ମୁଁ କାହାକୁ ଦେଇଥିବି ଆଉ ସେ ମୋତେ ଫେରାଇବ ନାହିଁ, ତେବେ ମୋତେ କେତେ ଦୁଃଖ ହେବ ? ଏଥିପାଇଁ ଯେତେ ଶୀଘ୍ର ସମ୍ଭବ, ତାକୁ ଫେରାଇ ଦେବି ।” ନିଜ ପାଖରେ ରଖୁବା ନାହିଁ । ମାନବ ଧର୍ମ ଅର୍ଥାତ କ’ଣ ? ଯେଉଁ ଦୁଃଖ ଆମକୁ ହୁଏ ସେହି ଦୁଃଖ ସାମ୍ବାବାଲାକୁ ମଧ୍ୟ ହୁଏ । କିନ୍ତୁ ମାନବ ଧର୍ମ ପ୍ରତ୍ୟେକଙ୍କର ଅଲଗାଅଲଗା ହୋଇଥାଏ । ଯାହାର ଯେପରି ଡେଭଲପମେଣ୍ଟ ( ଆନ୍ତରିକ ବିକାଶ)ଅଟେ ତା’ର ସେପରି ମାନବ ଧର୍ମ ଅଟେ । ମାନବ ଧର୍ମ ଏକ ପ୍ରକାରର ହୋଇନଥାଏ । । କାହାରିକୁ ଦୁଃଖ ଦେବା ସମୟରେ ନିଜ ମନରେ ଏପରି ହୁଏ ଯେ, ମୋତେ ଦୁଃଖ ଦେଲେ କ’ଣ ହେବ ?’ ଅତଃ ପୁଣି ଦୁଃଖ ଦେବା ବନ୍ଦ କରିଦିଏ, ତାହା ମାନବତା ଅଟେ । । ଅତିଥୁ ଘରକୁ ଆସନ୍ତି ତେବେ... ଆମେ ଯଦି କାହାରି ଘରେ ଅତିଥୁ ହୋଇଥିବା ତେବେ ଆମକୁ ଆମନ୍ତ୍ରକର
SR No.034048
Book TitleManav Dharma Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year2018
Total Pages38
LanguageOriya
ClassificationBook_Other
File Size2 MB
Copyright © Jain Education International. All rights reserved. | Privacy Policy