SearchBrowseAboutContactDonate
Page Preview
Page 23
Loading...
Download File
Download File
Page Text
________________ ୧୪ ଘର୍ଷଣ ଟାଳନ୍ତୁ ଝଗଡ଼ା, ତାହା ଅଜ୍ଞାନତା ହିଁ ଅଟେ ନିଜର ପ୍ରଶ୍ନକର୍ତ୍ତା : ଜୀବନରେ ସଭାବ ମେଳ ଖାଏନାହିଁ, ଏଥିପାଇଁ ଝଗଡ଼ା ହୁଏ ନା’ ? | ଦାଦାଶ୍ରୀ : ଝଗଡ଼ା ହୁଏ, ତାହାର ନାମ ସଂସାର ଅଟେ । ପ୍ରଶ୍ନକର୍ତ୍ତା : ଝଗଡ଼ା ହେବାର କାରଣ କ'ଣ ? ଦାଦାଶ୍ରୀ : ଅଜ୍ଞାନତା । ଯେ ପର୍ଯ୍ୟନ୍ତ କାହାରି ସହିତ ମଧ୍ୟ ମତଭେଦ ହେଉଛି, ତେବେ ତାହା ଆପଣଙ୍କ ନିର୍ବଳତାର ସଙ୍କେତ ଅଟେ । ଲୋକମାନେ ଭୁଲ୍ ନୁହନ୍ତି, ମତଭେଦରେ ଭୁଲ୍ ଆପଣଙ୍କର ଅଟେ । ଲୋକଙ୍କର ଭୁଲ୍ ହୁଏ ହିଁ ନାହିଁ । ସେ ଜାଣିଶୁଣି ମଧ୍ୟ କରୁଥାଉ, ତେବେ ଆମକୁ ସେଠାରେ କ୍ଷମା ମାଗିନେବା ଉଚିତ୍ ଯେ, ଭାଈ, ଏହା ମୁଁ ବୁଝିପାରୁ ନାହିଁ ।” ବାକି, ଲୋକେ ଭୁଲ୍ କରନ୍ତି ହିଁ ନାହିଁ । ଲୋକମାନେ ମତଭେଦ ହେବାକୁ ଦେବେ, ଏପରି ହିଁ ନୁହଁନ୍ତି । ଯେଉଁଠି ଝଗଡ଼ା ହେଲା, ସେଠାରେ ନିଜର ହିଁ ଭୁଲ୍ ଅଟେ । | ପ୍ରଶ୍ନକର୍ତ୍ତା : ଖୁଣ୍ଟ ମଝିରେ ଥିବ ଏବଂ ଧକ୍କା ଟାଳିବାର ଥିବ, ତେବେ ଆମେ ଗୋଟିଏ ପାଖକୁ ଘୁଞ୍ଚାଯିବା, କିନ୍ତୁ ଖୁଣ୍ଟ ନିଜେ ଆସି ଆମ ଉପରେ ପଡ଼େ, ତେବେ ସେଠାରେ ଆମେ କ’ଣ କରିବୁ ? ଦାଦାଶ୍ରୀ : ପଡ଼େ, ତେବେ ଘୁଞ୍ଚଯାଅ ପ୍ରଶ୍ନକର୍ତ୍ତା : କେତେ ମଧ୍ୟ ଘୁଞ୍ଚିବାକୁ ଚେଷ୍ଟାକରୁ ତଥାପି ଖୁଣ୍ଟ ଆମ ସହ | ଧକ୍କା ନହୋଇ ରହେ ନାହିଁ । ଉଦାହରଣ ସରୂପ, ମୋ ପନ୍ ହିଁ ଝଗଡ଼ା କରେ । ଦାଦାଶ୍ରୀ : ଝଗଡ଼ା କରେ, ସେହି ସମୟରେ ଆପଣଙ୍କୁ କ’ଣ କରିବା ଉଚିତ୍, ତାହା ଖୋଜି ନିଅ । ପ୍ରଶ୍ନକର୍ତ୍ତା : ସାବାଲା ବ୍ୟକ୍ତି ଆମର ଅପମାନ କରେ ଆଉ ଆମକୁ ଅପମାନ ଲାଗେ, ତାହାର କାରଣ ନିଜର ଅହଂକାର ଅଟେ ? ଦାଦାଶ୍ରୀ : ବାସ୍ତବରେ ତ’, ସାମ୍ବାଲା ଯେଉଁ ଅପମାନ କରେ, ତାହା ଆମର ଅହଂକାରକୁ ତରଳାଇଦିଏ, ଆଉ ତାହା ମଧ୍ୟ ‘ଡ୍ରାମାଟିକ୍’ ଅହଂକାରକୁ, ଯେତେ ଏସେସ୍ ଅହଂକାର ଥିବ, ତାହା ତରଳିଯାଏ, ସେଥିରେ
SR No.034042
Book TitleAvoid Clashes Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year2018
Total Pages38
LanguageOriya
ClassificationBook_Other
File Size9 MB
Copyright © Jain Education International. All rights reserved. | Privacy Policy