SearchBrowseAboutContactDonate
Page Preview
Page 20
Loading...
Download File
Download File
Page Text
________________ ଘର୍ଷଣ ଟାଳନ୍ତୁ ପୁରୁଷ ଅଟନ୍ତି, ମତଭେଦ ହେବାକୁ ଦିଅନ୍ତୁ ନାହିଁ । ସେ ମତଭେଦ କରେ ତେବେ ମନାଇ ନିଅନ୍ତୁ । ମତଭେଦ ଅର୍ଥାତ୍ ଘର୍ଷଣ ! ୧୧ ସାଇନ୍ସ, ବୁଝିବା ଯୋଗ୍ୟ ପ୍ରଶ୍ନକର୍ତ୍ତା : ଆମକୁ କ୍ଳେଶ କରିବାର ନଥବ, କିନ୍ତୁ ସାମ୍‌ନାରୁ ଆସି ଝଗଡ଼ା କରିବାକୁ ଲାଗିଲେ, ସେତେବେଳେ କ’ଣ କରିବୁ ? ଦାଦାଶ୍ରୀ : ଏହି କାନ୍ଥ ସହିତ ଲଢ଼ିବା ତେବେ କେତେ ସମୟ ପର୍ଯ୍ୟନ୍ତ ଲଢ଼ି ପାରିବା ? କେବେ ଯଦି ଏହି କାନ୍ଥରେ ମୁଣ୍ଡ ବାଡ଼େଇ ହୋଇଯାଏ, ସେତେବେଳେ ତାହା ସହିତ କ’ଣ କରିବେ ? ମୁଣ୍ଡ ବାଡ଼େଇ ହେଲା, ମାନେ ଆପଣଙ୍କର କାନ୍ଥ ସହିତ ଝଗଡ଼ା ହୋଇଗଲା, ଏବେ କ’ଣ କାନ୍ଥକୁ ମାରିବେ ? ଏହିଭଳି ଯେଉଁମାନେ ବହୁତ କ୍ଳେଶ କରାନ୍ତି, ସେ ସବୁ କାନ୍ଥ ଅଟନ୍ତି ! ସେଥୁରେ ସାମ୍‌ନାବାଲାର କ’ଣ ଦେଖିବା, ଆପଣଙ୍କୁ ନିଜକୁ ନିଜେ ବୁଝିନେବାର ଅଛି ଯେ ଏମାନେ କାନ୍ଥପରି ଅଟନ୍ତି, ପରେ କୌଣସି ଅସୁବିଧା ହେବନାହିଁ । ପ୍ରଶ୍ନକର୍ତ୍ତା : ଆମେ ମୌନ ରହୁ ତେବେ ସାମ୍‌ନାବାଲା ଉପରେ ଓଲଟା ପ୍ରଭାବ ପଡ଼େ କି ‘ୟାଙ୍କର ଦୋଷ ଅଟେ’ ଏବଂ ସେ ଅଧ‌ିକ କ୍ଳେଶ କରେ । ଦାଦାଶ୍ରୀ : ଏହା ତ’ ଆପଣ ମାନିନେଲେ ଯେ ମୁଁ ମୌନ ରହିଲି, ଏଥ‌ିପାଇଁ ଏପରି ହେଲା, ରାତିରେ ଜଣେ ବ୍ୟକ୍ତି ନିଦରୁ ଉଠିଲା ଆଉ ବାଥ୍ରୁମ୍ ଯିବାବେଳେ ଅନ୍ଧାରରେ କାନ୍ଥ ସହିତ ବାଡ଼େଇ ହୋଇଗଲା, ତେବେ ସେଠାରେ ସେ ମୌନ ଥିଲା, ଏଥପାଇଁ ତାହା ବାଡ଼େଇ ହେଲା ? ମୌନ ରୁହ ବା କୁହ, ତାହାକୁ ସ୍ପର୍ଶ ହିଁ କରେ ନାହିଁ, କିଛି ଫରକ୍ ନାହିଁ ଆମର ମୌନ ରହିବା ଦ୍ବାରା ସାମ୍‌ନାବାଲା ଉପରେ ପ୍ରଭାବ ପଡ଼େ ଏପରି କିଛି ନୁହେଁ ଏବଂ ଆମର କହିବା ଦ୍ଵାରା ପ୍ରଭାବ ପଡ଼େ, ଏପରି ମଧ୍ୟ କିଛି ନୁହେଁ । ‘ଓନ୍‌ଲୀ ସାଇଣ୍ଟିଫିକ୍ ସରକମ୍‌ନ୍‌ସିୟଲ ଏଭିଡ଼େନ୍ସ’ ଅଟେ । କାହାର ତିଳେ ମାତ୍ର ସତ୍ତା ନାହିଁ । ବିଲ୍‌କୁଲ୍ ସଭାବିହୀନ ଜଗତ । ସେଥ‌ିରେ କିଏ କ’ଣ କରିପାଞ୍ଜିବ ? ଯଦି ଏହି କାନ୍ଥ ପାଖରେ ସତ୍ତା ଥା’ନ୍ତା, ତେବେ ସାମ୍‌ନାବାଲା ବ୍ୟକ୍ତି ପାଖରେ ମଧ୍ୟ ସତ୍ତା ଥା’ନ୍ତା । ଆପଣଙ୍କର ଏହି କାନ୍ଥକୁ ଗାଳିଦେବାର ସତ୍ତା ଅଛି ? ଏପରି
SR No.034042
Book TitleAvoid Clashes Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year2018
Total Pages38
LanguageOriya
ClassificationBook_Other
File Size9 MB
Copyright © Jain Education International. All rights reserved. | Privacy Policy