SearchBrowseAboutContactDonate
Page Preview
Page 13
Loading...
Download File
Download File
Page Text
________________ ଘର୍ଷଣ ଟାଳନ୍ତୁ ', ଏହି ଜ୍ଞାନ ଯାହା ଆପଣ ସମସ୍ତଙ୍କୁ ଶିଖାଉଛନ୍ତି, ତାହା ମୋତେ କିଛି ତ’ ଶିଖାନ୍ତୁ ।’ ମୁଁ କହିଲି, ‘ତୋତେ ଶିଖାଇ କ’ଣ କରିବି ?’ ତୁ ତ’ ନିତି ଗାଡ଼ିରେ ମାପିଟ୍, ଗଡ଼ବଡ଼ କରି ଆସୁଛୁ’ ସରକାର ପାଖରେ ଦଶ ଟଙ୍କା ଭରିଲା ଭଳି ଜିନିଷ ଥବ, ତଥାପି ପଇସା ନଭରି ଆଣେ ଆଉ ଲୋକଙ୍କୁ କୋଡ଼ିଏ ଟଙ୍କାର ଚା-ପାଣି ପିଆଇ ଦିଏ, ତେବେ ସେମାନେ ଖୁସି-ଖୁସି ହୋଇ ଯାଆନ୍ତି ! ଅର୍ଥାତ୍ ଦଶ ବଞ୍ଚେ ନାହିଁ, ଓଲଟା ଦଶ ଅଧିକ ଖର୍ଚ୍ଚ ହୋଇଯାଏ, ଏମିତି ନୋବଲ୍ ( !) ମଣିଷ । , ସେ ପୁଣି ମୋତେ କହିଲା ଯେ, ‘ଆପଣ ମୋତେ କିଛି ଜ୍ଞାନ ଶିଖାନ୍ତୁ।’ ମୁଁ କହିଲି, ‘ତୁ ତ’ ପ୍ରତିଦିନ ଲଢ଼ାଇ-ଝଗଡ଼ା କରି ଆସୁଛୁ । ମୋତେ ତ ଶୁଣିବାକୁ ପଡ଼େ ।’ ସେ ମୋତେ କହିଲା, ‘ତଥାପି ଦାଦା, ମୋତେ କିଛି ତ’ ଜ୍ଞାନ ଦିଅନ୍ତୁ’ ତେବେ ମୁଁ କହିଲି, ‘ଗୋଟିଏ ବାକ୍ୟ ଦେଉଛି, ଯଦି ପାଳନ କରିବୁ ତେବେ।’ ସେତେବେଳେ କହିଲା, ‘ଅବଶ୍ୟ ପାଳନ କରିବି’ । ମୁଁ କହିଲି, ‘କାହା ସହିତ ମଧ୍ୟ ବାଡ଼େଇ ହେବୁ ନାହିଁ ।’ ତେବେ ସେ ପଚାରିଲା, ‘ବାଡ଼େଇହେବା ମାନେ କ’ଣ ? ମୋତେ ବୁଝାଇ ଦିଅନ୍ତୁ ଦାଦାଜୀ ।’ ମୁଁ କହିଲି ଯେ, ‘ଆମେ ସିଧା ଯାଉଥ‌ିବା ଆଉ ରାସ୍ତାରେ ଖୁଣ୍ଟଟିଏ ଥବ ତ’ ଆମେ ବୁଲିକରି ଯିବା ନା ଖୁଣ୍ଟ ସହିତ ବାଡ଼େଇ ହେବା ?’ ତେବେ ସେ କହିଲା, ‘ନା ବାଡ଼େଇ ହେଲେ ତ ମୁଣ୍ଡ ଫାଟିଯିବ ।’ ମୁଁ ପଚାରିଲି, ‘ଏଠି ସାମ୍‌ନାରୁ ମଇଁଶି ଆସୁଥବ, ତେବେ ତୁ ଏମିତି ବୁଲିକରି ଯିବୁ ନା ତାହା ସହିତ ବାଡ଼େଇ ହେବୁ ?’ ତେବେ କହିଲା, ‘ବାଡ଼େଇ ହେବି ତ’ ମୋତେ ମାରିବ, ଏଥ‌ିପାଇଁ ଏପରି ବୁଲିକରି ଯିବାକୁ ପଡ଼ିବ ।’ ପୁଣି ପଚାରିଲି ‘ସାପ ଆସୁଥ‌ିବ ତେବେ ? ବଡ଼ ପଥର ପଡ଼ିଥ‌ି ତେବେ ?’ ସେତେବେଳେ ସେ କହିଲା, ‘ସେଠି ମଧ୍ୟ ବୁଲିକରି ହିଁ ଯିବାକୁ ପଡ଼ିବ ।’ ମୁଁ ପଚାରିଲି, ‘କାହାକୁ ବୁଲିକରି ଯିବାକୁ ପଡ଼ିବ ?’ ତେବେ କହିଲା, ‘ମୋତେ ବୁଲିକରି ଯିବାକୁ ପଡ଼ିବ ।’ ମୁଁ ପଚାରିଲି, ‘କାହିଁକି ?’ ତେବେ ବତାଇଲା, ‘ନିଜର ସୁଖ ପାଇଁ । ଆମେ ବାଡ଼େଇ ହେବା ତ’ ଆମର କ୍ଷତି ହେବ !’ ମୁଁ କହିଲି, ‘ଏହି ଦୁନିଆରେ କିଛି ଲୋକ ପଥର ପରି ଅଟନ୍ତି, କିଛି ଲୋକ ମଇଁଶି ପରି ଅଟନ୍ତି, କିଛି ସାପ ଭଳି ଅଟନ୍ତି ଆଉ କିଛି ଖୁଣ୍ଟ ଭଳି ଅଟନ୍ତି। ସବୁ ପ୍ରକାରର ଲୋକ ଅଛନ୍ତି । ସେମାନଙ୍କ ସହିତ ଏବେ ତୁ ଝଗଡ଼ାରେ ପଡ଼ିବୁ ନାହିଁ, ଆଉ ଏହିଭଳି ରାସ୍ତା ବାହାର କରିନେବୁ ।’ ,
SR No.034042
Book TitleAvoid Clashes Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year2018
Total Pages38
LanguageOriya
ClassificationBook_Other
File Size9 MB
Copyright © Jain Education International. All rights reserved. | Privacy Policy