SearchBrowseAboutContactDonate
Page Preview
Page 10
Loading...
Download File
Download File
Page Text
________________ ଘର୍ଷଣ ଟାଳନ୍ତୁ ଆସ ନାହିଁ ଘର୍ଷଣରେ । କାହାରି ସହିତ ଘର୍ଷଣରେ ଆସନ୍ତୁ ନାହିଁ ଏବଂ ଘର୍ଷଣ ଟାଳନ୍ତୁ ।’ ମୋର ଏହି ବାକ୍ୟର ଯଦି ଆରାଧନା କରିବ ତେବେ ପୂରା ମୋକ୍ଷ ପର୍ଯ୍ୟନ୍ତ ପହଞ୍ଚାଯିବ । ତୁମର ଭକ୍ତି ଆଉ ମୋର ବଚନବଳ ସବୁ କାମ କରିଦେବ । ତୁମର ପ୍ରସ୍ତୁତି ଦରକାର । ମୋର ଗୋଟିଏ ହିଁ ବାକ୍ୟର ଯଦି କେହି ପାଳନ କରେ ତେବେ ମୋକ୍ଷକୁ ହିଁ ଯିବ । ଆରେ, ମୋର ଗୋଟିଏ ହିଁ ଶବ୍ଦ, ଯେମିତି କୁ ସେମିତି, ପୂରାକୁ ପୂରା କଣ୍ଠସ୍ଥ କରିଦେଲେ, ତେବେ ମଧ୍ୟ ମୋକ୍ଷ ହାତକୁ ଆସିଯାଏ, ଏପରି ଅଟେ । କିନ୍ତୁ ତାହାକୁ “ଯେମିତିକୁ ସେମିତି? କଣ୍ଠସ୍ଥ କରିନେବ । । ମୋର ଗୋଟିଏ ଶବ୍ଦର ଯଦି ଗୋଟିଏ ଦିନ ମଧ୍ୟ ପାଳନ କର ତେବେ ଗଜବ ଶକ୍ତି ଉତ୍ପନ୍ନ ହେବ । ଭିତରେ ଏତେ ସବୁ ଶକ୍ତି ଅଛି ଯେ କେହି କେମିତି ମଧ୍ୟ ଝଗଡ଼ା କରିବାକୁ ଆସୁ, ତଥାପି ତା’କୁ ଟାଳିପାରିବା । ଯେଉଁମାନେ ଜାଣିଶୁଣି ଖାଲରେ ପଡ଼ିବାର ପ୍ରସ୍ତୁତିରେ ଅଛନ୍ତି ସେମାନଙ୍କ ସହିତ ଲଢ଼ିବା ପାଇଁ କ’ଣ ବସିରହିବା ? ସେ ତ’ କେବେ ବି ମୋକ୍ଷକୁ ଯିବନାହିଁ, ଉପରେ ତୁମକୁ ମଧ୍ୟ ନିଜ ସହିତ ବସାଇ ରଖୁବ । ଏହା କିପରି ପୋସାଇବ ? ଯଦି ତୁମକୁ ମୋକ୍ଷକୁ ହିଁ ଯିବାର ଅଛି ତେବେ ଏପରି ଲୋକଙ୍କ ସହିତ ବେଶି ଚାଲାକି କରିବ ନାହିଁ । ସବୁଆଡୁ, ଚାରିଦିଗରୁ ସମ୍ଭାଳିବ, ନଚେତ୍ ଯଦି ତୁମକୁ ଏହି ଜଞ୍ଜାଳରୁ ମୁକ୍ତ ହେବାର ଥିବ ତେବେ ମଧ୍ୟ ଏହି ଜଗତ ଛାଡ଼ିବ ନାହିଁ । ଏଥିପାଇଁ ଘର୍ଷଣ ନ କରି ‘ସ୍ମଦଲୀ’ (ସରଳତାର ସହ) ବାହାରି ଯିବାର ଅଛି । ଆରେ, ମୁଁ ତ’ ଏ ପର୍ଯ୍ୟନ୍ତ କୁହେ ଯେ ଯଦି ତୋର ଧୋତି ଝାଡ଼ିରେ ଫସିଯାଇଥିବ ଆଉ ତୋର ମୋକ୍ଷର
SR No.034042
Book TitleAvoid Clashes Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year2018
Total Pages38
LanguageOriya
ClassificationBook_Other
File Size9 MB
Copyright © Jain Education International. All rights reserved. | Privacy Policy