SearchBrowseAboutContactDonate
Page Preview
Page 8
Loading...
Download File
Download File
Page Text
________________ କ୍ରୋଧ କିଏ ମାନେ, “ମୁଁ ଭୁଲ ?' ପ୍ରଶ୍ନକର୍ତ୍ତା : ଆମେ ଠିକ୍ ଥିବୁ, ତଥାପି କେହି ଆମ ସହ ଭୁଲ କରିଦିଏ, ତେବେ ପୁଣି ଭିତରୁ ତା’ ଉପରେ କ୍ରୋଧ ଆସିଯାଏ । ଏପରି କ୍ରୋଧ ତୁରନ୍ତ ନ ଆସୁ, ସେଥିପାଇଁ କ’ଣ କରିବୁ ? । ଦାଦାଶ୍ରୀ : ହଁ, କିନ୍ତୁ ତୁମେ ଠିକ୍ ଥିବ ତେବେ ନା ? ତୁମେ ଠିକ୍ ଅଟ କି ? ତୁମେ ନିଜକୁ ଠିକ୍ ବୋଲି ଜାଣିଛ ? ପ୍ରଶ୍ନକର୍ତ୍ତା : ଆମକୁ ଆମ ଆତ୍ମା କୁହେ ଯେ ଆମେ ଠିକ୍ ଅଛୁ । ଦାଦାଶ୍ରୀ : ଏ ତ ତୁମେ ହିଁ ଜଜ୍, ତୁମେ ହିଁ ଓକିଲ ଆଉ ତୁମେ ହିଁ ଅଭିଯୁକ୍ତ, ତେବେ ପୁଣି ତୁମେ ଠିକ୍ ହିଁ ହେଲ ନା ? ତୁମେ ପୁଣି ନିଜର ଭୁଲ ଦେଖୁବ ହିଁ ନାହିଁ ନା ? ସାମ୍ଭାବ୍ୟକ୍ତିକୁ ମଧ୍ୟ ଏପରି ହିଁ ଲାଗେ ଯେ ମୁଁ ହିଁ ଠିକ୍ ଅଟେ । ତୁମେ ବୁଝିପାରୁଛି ? । ଏସବୁ ଅଟେ ଦୁର୍ବଳତା । ପ୍ରଶ୍ନକ : କିନ୍ତୁ ମୋତେ ଏହା ପଚାରିବାର ଥିଲା ଯେ ଅନ୍ୟାୟ ଉପରେ ଚିଡ଼ିବା ତ ଠିକୁ ନା ? କୌଣସି କ୍ଷେତ୍ରରେ ଆମେ ଖୋଲାଖୋଲି ଅନ୍ୟାୟ ହେଉଥିବାର ଦେଖୁ, ସେତେବେଳେ ଯେଉଁ ପ୍ରକୋପ ହୁଏ, ତାହା କ’ଣ ଯୋଗ୍ୟ ? ଦାଦାଶ୍ରୀ : ଏପରି ଅଟେ ଯେ ଏ କ୍ରୋଧ, ଚିଡ଼ିବା ଇତ୍ୟାଦି ସବୁ ଦୁର୍ବଳତା ଅଟେ, କେବଳ ୱିକନେସ୍ । ପୂରା ଜଗତ ପାଖରେ ଏ ଦୁର୍ବଳତା ଅଛି । କେହି ତୋତେ ଗାଳି ଦିଏ, ତେବେ ତୁ ଉଗ୍ର ହୋଇଯାଉ ନା ? ପ୍ରଶ୍ନକର୍ତ୍ତା : ହଁ, ହୋଇଯାଏ । ଦାଦାଶ୍ରୀ : ତେବେ ତାହା ଦୁର୍ବଳତା କୁହାଯିବ ନା ସବଳତା କୁହାଯିବ ?
SR No.034039
Book TitleAnger Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year2018
Total Pages50
LanguageOriya
ClassificationBook_Other
File Size2 MB
Copyright © Jain Education International. All rights reserved. | Privacy Policy