SearchBrowseAboutContactDonate
Page Preview
Page 43
Loading...
Download File
Download File
Page Text
________________ ୩୬ କ୍ରୋଧ ପାରେ । ଅର୍ଥାତ କ୍ରୋଧ ହେବା ତାହା ସୁଳ କର୍ମ ଅଟେ । ଏବଂ କ୍ରୋଧ ହେଲା, ତା’ପଛରେ ଆଜି ତୋର ଭାବ କ’ଣ ଅଛି ଯେ’ କ୍ରୋଧ କରିବା ହିଁ ଉଚିତ୍ ।” ତେବେ ତାହା ପୁଣି ପରଜନ୍ମରେ କ୍ରୋଧର ହିସାବ ଅଟେ । ତୋର ଆଜିର ଭାବ ଅଛି ଯେ କୋଧ କରିବା ଉଚିତ ନୁହେଁ, ତୋ ମନରେ ‘ନିଶ୍ଚୟ’ ( ସଂକଳ୍ପ) ଥିବା ଯେ କ୍ରୋଧ କରିବାର ହିଁ ନାହିଁ, ତଥାପି ଯଦି ହୋଇଯାଏ, ତେବେ ପରଜନ୍ମ ପାଇଁ ତୋତେ ବନ୍ଧନ ରହିଲା ନାହିଁ । ଯଦି ସୁଳ କର୍ମରେ ତୋ ଦ୍ବାରା କ୍ରୋଧ ହେଲା ତେବେ ତୋତେ ଏହି ଜନ୍ମରେ ମାଡ଼ ଖାଇବାକୁ ପଡ଼ିବ । କିନ୍ତୁ ତୋତେ ପରଜନ୍ମ ପାଇଁ ବନ୍ଧନ ରହିବ ନାହିଁ, କାହିଁକିନା ସୂକ୍ଷ୍ମ କର୍ମରେ ତୋର ‘ନିଶ୍ଚୟ’ (ଭାବ) ଅଛି ଯେ କ୍ରୋଧ କରିବା ଉଚିତ ନୁହେଁ । ଆଉ ଆଜି କେହି ବ୍ୟକ୍ତି କାହା ଉପରେ କ୍ରୋଧ କରୁନାହିଁ, ତଥାପି ମନରେ ଯଦି କୁହେ ଯେ, “ଏଭଳି ଲୋକମାନଙ୍କ ଉପରେ କ୍ରୋଧ କରିବ ତେବେ ଯାଇ ଏମାନେ ସିଧା ହେବେ, ଏପରି ଅଟନ୍ତି । ତେବେ ଏହା ଦ୍ଵାରା ପର ଜନ୍ମରେ ସେ ପୁଣି କ୍ରୋଧ ବାଲା ହୋଇଯିବ । ଅର୍ଥାତ ବାହାରେ ଯେଉଁ କ୍ରୋଧ ହୁଏ, ତାହା ସୁଳ କର୍ମ ଅଟେ । ଆଉ ସେହି ସମୟରେ ଭିତରେ ଯେଉଁ ଭାବ ହୁଏ, ତାହା ସୁକ୍ଷ୍ମ କର୍ମ ଅଟେ । ଯଦି ଏହା ଆମେ ବୁଝିନେବା ତେବେ ସୁଳ କର୍ମରେ ଆଦୌ ବନ୍ଧନ ନାହିଁ । ଏଥିପାଇଁ ଏ ‘ସାଇନ୍ମ’(ବିଜ୍ଞାନ) ମୁଁ ନୂଆ ପ୍ରକାରର ଦେଇଛି । ଆଜି ପର୍ଯ୍ୟନ୍ତ ‘ସୁଳ କର୍ମରୁ ବନ୍ଧନ ହୁଏ, ଏପରି ଲୋକଙ୍କ ମୁଣ୍ଡରେ ପଶିଯାଇଛି ଆଉ ଏଥିପାଇଁ ଲୋକମାନେ ଶଙ୍କାରେ ଅଛନ୍ତି । ଭେଦଜ୍ଞାନ ଦ୍ଵାରା ଦୂରହୁଏ କଷାୟ ପ୍ରଶ୍ନକର୍ତ୍ତା : ଚାରି କଷାୟଙ୍କୁ ଜିତିବା ପାଇଁ କ’ଣ କିଛି ପ୍ରାଥମିକ ଭୂମିକା ପ୍ରସ୍ତୁତ କରିବା ଆବଶ୍ୟକ ? ଯଦି ଆବଶ୍ୟକ ତେବେ ତା’ ପାଇଁ କ’ଣ କରିବା ଉଚିତ୍ ? ଦାଦାଶ୍ରୀ : ଏପରି ଅଟେ, ଯେ କ୍ରୋଧ-ମାନ-ମାୟା-ଲୋଭ, ଏ ଚାରିହେଁ ଯଦି ଚାଲିଯିବେ ତେବେ ବାସ୍ ସେ ଭଗବାନ ହୋଇଗଲା ! । ଭଗବାନ ତ? କ’ଣ କହିଛନ୍ତି ଯେ, “ଯଦି ତୋ କ୍ରୋଧ ଏପରି ଯେ ତୋ ନିଜ ମାମୁଁ ଉପରେ ତୁ କ୍ରୋଧ କରୁଛୁ, ତେବେ ତାଙ୍କ ମନ ତୋ ଠାରୁ ଅଲଗା
SR No.034039
Book TitleAnger Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year2018
Total Pages50
LanguageOriya
ClassificationBook_Other
File Size2 MB
Copyright © Jain Education International. All rights reserved. | Privacy Policy