SearchBrowseAboutContactDonate
Page Preview
Page 15
Loading...
Download File
Download File
Page Text
________________ କ୍ରୋଧ କ୍ରୋଧ ଅର୍ଥାତ୍ ଦୃଷ୍ଟିହୀନତା ! ପ୍ରଶ୍ନକର୍ତ୍ତା : ସାମାନ୍ୟ ରୂପେ ମନୁଷ୍ୟକୁ କ୍ରୋଧ ଆସିବାର ମୁଖ୍ୟ କାରଣ କ’ଣ ହୋଇପାରେ ? । ଦାଦାଶ୍ରୀ : ଦେଖାଯିବା ବନ୍ଦ ହୋଇଯାଏ, ଏଥିପାଇଁ ! ମନୁଷ୍ୟ କାନ୍ତି ସହ କେତେବେଳେ ଧକ୍କା ହୁଏ ? ଯେତେବେଳେ ତା’କୁ କାନ୍ଥ ଦେଖାଯାଏ ନାହିଁ, ସେତେବେଳେ ଧକ୍କା ହୋଇଯାଏ ନା ? ସେହିପରି ଯେତେବେଳେ ଭିତରେ ଦେଖାଯିବା ବନ୍ଦ ହୋଇଯାଏ, ସେତେବେଳେ ମଣିଷ ଦ୍ଵାରା କ୍ରୋଧ ହୋଇଯାଏ । ଆଗକୁ କିଛି ରାସ୍ତା ମିଳେନାହିଁ, ଏଥିପାଇଁ କ୍ରୋଧ ହୋଇଯାଏ। ସୁବ୍ ନପଡ଼େ, ସେତେବେଳେ କ୍ରୋଧ କ୍ରୋଧ କେତେବେଳେ ଆସେ ? ତେବେ କହିବା, ଯେତେବେଳେ ଦର୍ଶନ ଅଟକିଯାଏ, ସେତେବେଳେ ଜ୍ଞାନ ଅଟକେ । ସେତେବେଳେ କ୍ରୋଧ ଉତ୍ପନ୍ନ ହୁଏ । ମାନ ମଧ୍ୟ ଏହିପରି ଅଟେ । ଦର୍ଶନ ଅଟକିଯାଏ, ସେତେବେଳେ ଜ୍ଞାନ ଅଟକେ, ସେତେବେଳେ ମାନ ସୃଷ୍ଟି ହୋଇଯାଏ । ପ୍ରଶ୍ନକର୍ତ୍ତା : ଉଦାହରଣ ଦେଇ ବୁଝାନ୍ତୁ ତେବେ ଅଧିକ ସରଳ ଲାଗିବ । ଦାଦାଶ୍ରୀ : ଲୋକମାନେ କୁହନ୍ତିନି କି, ‘କ’ଣ ପାଇଁ ଏତେ ରାଗିଗଲେ ?” ସେତେବେଳେ ଆମେ କହୁ, ‘ମୋତେ କିଛି ସୁଝା ପଡୁନାହିଁ ( ବୁଝାପଡୁନାହିଁ), ଏଥିପାଇଁ ରାଗିଗଲି । ହଁ, କିଛି ବୁଝାପଡ଼େ ନାହିଁ, ସେତେବେଳେ ମଣିଷ ରାଗିଯାଏ । ଯାହାର ବୁଝିବା ଶକ୍ତି ଥାଏ, କ’ଣ ସେ କ୍ରୋଧ କରିବ ? କ୍ରୋଧ କରିଲ, ତେବେ ସେ କ୍ରୋଧ ପ୍ରଥମ ପୁରସ୍କାର କାହାକୁ ଦିଏ ? ଯେଉଁଠୁ ସୃଷ୍ଟି ହୋଇଥାଏ, ତା’କୁ । ପ୍ରଥମେ ନିଜକୁ ଜଳାଏ, ପୁଣି ଅନ୍ୟମାନଙ୍କୁ ଜଳାଏ । କ୍ରୋଧାଗ୍ନି ଜଳାଏ ସ୍ବ-ପର କୁ । କ୍ରୋଧ ଅର୍ଥାତ ନିଜେ ନିଜ ଘରେ ଦିଆସିଲି ଲଗେଇବା । ନିଜ ଘରେ ଶୁଖୁଲା ଘାସ ଭର୍ତ୍ତିକରି ସେଥିରେ ଦିଆସିଲି ଲଗେଇ ଦେବା, ତାହା କ୍ରୋଧ ଅଟେ ।
SR No.034039
Book TitleAnger Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year2018
Total Pages50
LanguageOriya
ClassificationBook_Other
File Size2 MB
Copyright © Jain Education International. All rights reserved. | Privacy Policy