Page #1
--------------------------------------------------------------------------
________________
ଦାଦା ଭଗବାନ କଥିତ
ଚିନ୍ତା
Uriya
ଏହି ଦୁନିଆରେ ଚିନ୍ତା କରିବା, ତାହା ବେସ୍ତ ଫୁଲିନେସ୍(ମୂର୍ଖତା) ଅଟେ ।
Page #2
--------------------------------------------------------------------------
________________
୬୬
ଦାଦା ଭଗବାନ କଥିତ
ଚିନ୍ତା
। ମୂଳ ଗୁଜରାଟୀ ସଂକଳନ : ଡା. ନୀରୂବହନ ଅମୀନ ।
ଅନୁବାଦ : ମହାମ୍ବାଗଣ
Page #3
--------------------------------------------------------------------------
________________
ପ୍ରକାଶକ : ଶ୍ରୀ ଅଜିତ୍ ସି. ପଟେଲ
ଦାଦା ଭଗବାନ ଆରାଧନା ଟ୍ରଷ୍ଟ ୫, ମମତା ପାର୍କ ସୋସାଇଟୀ, ନବଗୁଜରାଟ କଲେଜ ପଛ, ଉସ୍ନାନପୁରା,
ଭାବ ମୂଲ୍ୟ
ଅହମଦାବାଦ୍-୩୮୦୦୧୪, ଗୁଜୁରାଟ ଫୋନ୍ : (୦୭୯) ୩୯୮୩୦୧୦୦
All Rights reserved - Deepakbhai Desai
Trimandir, Simandhar City Ahmedabad-Kalol Highway, Adalaj, Dist- Gandhinagar-382421, Gujarat, India
No part of this book may be used or reproduced in any manner whatsoever without written permission from the holder of the copy right.
ପ୍ରଥମ ସଂସ୍କରଣ : ବହି ସଂଖ୍ୟା ୧୦୦୦
‘ପରମ ବିନୟ’ ଏବଂ
‘ମୁଁ କିଛି ମଧ୍ୟ ଜାଣି ନାହିଁ’, ଏହି ଭାବ !
ଦ୍ରବ୍ୟ ମୂଲ୍ୟ : ୧୦ ଟଙ୍କା
ନଭେମ୍ବର ୨୦୧୬
ମୁଦ୍ରକ : ଅମ୍ବା ଓଫ୍ଟ୍
ପାର୍ଶ୍ଵନାଥ ଚାମ୍ବର୍ସ, ନୂଆ ରିଜର୍ଭ ବ୍ୟାଙ୍କ ପାଖ, ଇନ୍କମ୍ୟୁଟ୍ୟାକ୍ସ, ଅହମଦାବାଦ୍ – ୩୮୦୦୧୪ ଫୋନ : (୦୭୯) ୨୭୫୪୨୯୬୪
Page #4
--------------------------------------------------------------------------
________________
ତିମନ୍ତ୍ର
શ્રી સીમંધરસ્વામી
વર્તમાનતીર્થકર ନମୋ ଅରିହଂତା
ନମୋ ସିଦ୍ଧା ନମୋ ଆୟରିୟା
ନମୋ ଉବଚ୍ଛାୟା ନମୋ ଲୋଏ ସବ୍ସାହୁ ଏସୋ ପଞ୍ଚ ନମୁକ୍ତାରେ, । ସବୁ ପାବଣାସଣେ
ମଙ୍ଗଳା ଚ ସବ୍ସିଂ,
ପଢନଂ ହବଇ ମଙ୍ଗଳମ୍ ୧ || in୪୦ ନମୋ ଭଗବତେ ବାସୁଦେବାୟ ||୨||
ଓଁ ନମଃ ଶିବାୟ || ୩ || || ଜୟ ସଚ୍ଚିଦାନନ୍ଦ ।
પદા નગવાન લેતીન જવાકોટા
Page #5
--------------------------------------------------------------------------
________________
। ଦାଦା ଭଗବାନ’ କିଏ ? ଜୁନ୍ ୧୯୫୮ର ଏକ ସନ୍ଧ୍ୟାର ପାଖାପାଖୁ ଛଅଟା ସମୟ, ଭିଡ଼ରେ ଭରି ହୋଇଥିବା ସୁରତ ସହରର ରେଲୱେ ଷ୍ଟେସନ୍, ପ୍ଲାଟଫର୍ମ ନମ୍ବର ୩ର ବେଞ୍ଚ ଉପରେ ବସିଥିବା ଶ୍ରୀ ଅମ୍ବାଲାଲ୍ ମୁଜୀଭାଈ ପଟେଲ୍ ରୂପୀ ଦେହମନ୍ଦିରରେ ପ୍ରାକୃତିକ ରୂପରେ, ଅକ୍ରମ ରୂପରେ, କେତେ ଜନ୍ମରୁ ବ୍ୟକ୍ତ ହେବାପାଇଁ ଆତୁର ‘ଦାଦା ଭଗବାନ’ ପୂର୍ଣ୍ଣ ରୂପରେ ପ୍ରକଟ ହେଲେ । ଏବଂ ପ୍ରକୃତି ସଜ୍ଜିତ କଲା ଅଧାମୂର ଅଭୁତ ଆଶ୍ଚର୍ଯ୍ୟ । ଏକ ଘଣ୍ଟାରେ ତାଙ୍କୁ ବିଶ୍ୱ ଦର୍ଶନ ହେଲା । ମୁଁ କିଏ ? ଭଗବାନ କିଏ ? ଜଗତ କିଏ ଚଲାଉଛି ? କର୍ମ କ’ଣ ? ମୁକ୍ତି କ’ଣ ?” ଇତ୍ୟାଦି ଜଗତର ସମସ୍ତ ଆଧାର୍ମିକ ପ୍ରଶ୍ନର ସଂପୂର୍ଣ୍ଣ ରହସ୍ୟ ପ୍ରକଟ ହେଲା । ଏହିପରି ପ୍ରକୃତି, ବିଶ୍ଵ ସମ୍ମୁଖରେ ଏକ ଅଦ୍ବିତୀୟ ପୂର୍ଣ୍ଣ ଦର୍ଶନ ପ୍ରସ୍ତୁତ କଲା ଏବଂ ତାହାର ମାଧ୍ୟମ ହେଲେ ଶ୍ରୀ ଅମ୍ବାଲାଲ୍ ମୂଜୀଭାଈ ପଟେଲ, ଯିଏ ଗୁଜରାଟର ଚରୋତର କ୍ଷେତ୍ରର ଭାଦରଣ ଗାଁ’ର ପାଟୀଦାର, କଂଟ୍ରାକ୍ତି ବ୍ୟବସାୟ କରିବାବାଲା, ତଥାପି ପୂର୍ଣ୍ଣ ରୂପରେ ବୀତରୋଗ ପୁରୁଷ !
| ‘ବ୍ୟାପାରରେ ଧର୍ମ ରହିବା ଉଚିତ୍, ଧର୍ମରେ ବ୍ୟାପାର ନୁହେଁ, ଏହି ସିଦ୍ଧାନ୍ତ ସହ ସେ ସାରା ଜୀବନ ବିତାଇଲେ । ଜୀବନରେ କେବେ ମଧ୍ୟ କାହାରିଠାରୁ ପଇସା ନେଇ ନାହାନ୍ତି, ବରଂ ନିଜ ରୋଜଗାରରୁ ଭକ୍ତମାନଙ୍କୁ ଯାତ୍ରା କରାଉଥିଲେ ।
ତାଙ୍କୁ ଯେପରି ପ୍ରାପ୍ତ ହେଲା, ସେହିପରି କେବଳ ଦୁଇ ଘଣ୍ଟାରେ ଅନ୍ୟ ମୁମୁକ୍ଷୁମାନଙ୍କୁ ମଧ୍ୟ ସେ ଆଜ୍ଞାନର ପ୍ରାପ୍ତି କରାଉଥିଲେ, ତାଙ୍କର ଅଭୁତ ସିଦ୍ଧ ହୋଇଥିବା ଜ୍ଞାନ ପ୍ରୟୋଗ ଦ୍ୱାରା । ତାହାକୁ ଅକ୍ରମ ମାର୍ଗ କହିଲେ । ଅକ୍ରମ, ଅର୍ଥାତ୍ ବିନା କ୍ରମରେ ଏବଂ କ୍ରମ ଅର୍ଥାତ୍ ସିଢ଼ି ପରେ ସିଢ଼ି, କ୍ର ମାନୁସାରେ ଉପରକୁ ଚଢ଼ିବା । ଅକ୍ରମ ଅର୍ଥାତ୍ ଲିଫ୍ ମାର୍ଗ, ସର୍ଟ କଟ୍ ।
। ସେ ନିଜେ ପ୍ରତ୍ୟେକଙ୍କୁ ଦାଦା ଭଗବାନ କିଏ ?’ର ରହସ୍ୟ ଜଣାଇବାକୁ ଯାଇ କହୁଥିଲେ ଯେ, ଏ ଯିଏ ଆପଣଙ୍କୁ ଦେଖାଯାଉଛନ୍ତି ସେ ଦାଦା ଭଗବାନ ନୁହଁନ୍ତି, ସେ ତ ‘ଏ.ଏମ୍. ପଟେଲ୍ ଅଟେ । ମୁଁ ଜ୍ଞାନୀପୁରୁଷ ଅଟେ ଏବଂ ଭିତରେ ଯିଏ ପ୍ରକଟ ହୋଇଛନ୍ତି, ସେ ‘ଦାଦା ଭଗବାନ’ ଅଟନ୍ତି । ଦାଦା ଭଗବାନ ତ’ ଚଉଦ ଲୋକର ନାଥ ଅଟନ୍ତି । ସେ ଆପଣଙ୍କ ଭିତରେ ମଧ୍ୟ ଅଛନ୍ତି, ସମସ୍ତଙ୍କ ଭିତରେ ଅଛନ୍ତି । ଆପଣଙ୍କ ଭିତରେ ଅବ୍ୟକ୍ତ ରୂପରେ ଅଛନ୍ତି ଏବଂ ଏଠାରେ’ ମୋ ଭିତରେ ସଂପୂର୍ଣ୍ଣ ରୂପରେ ବ୍ୟକ୍ତ ହୋଇଛନ୍ତି । ଦାଦା ଭଗବାନଙ୍କୁ ମୁଁ ମଧ୍ୟ ନମସ୍କାର କରେ ।””
Page #6
--------------------------------------------------------------------------
________________
ନିବେଦନ । ଆବିଜ୍ଞାନୀ ଶ୍ରୀ ଅମ୍ବାଲାଲ ମୂଲ୍ଜୀଭାଇ ପଟେଲ, ଯାହାଙ୍କୁ ଲୋକେ ‘ଦାଦା ଭଗବାନ’ ନାମରେ ମଧ୍ୟ ଜାଣନ୍ତି,ତାଙ୍କ ଶ୍ରୀମୂଖରୁ ଅଧାମ୍ ତଥା ବ୍ୟବହାର ଜ୍ଞାନ ସମନ୍ଧୀୟ ଯେଉଁ ବାଣୀ ବାହାରିଛି, ସେସବୁକୁ ରେକର୍ଡ କରି,ସଙ୍କଳନ ତଥା ସମ୍ପାଦନ କରି ପୁସ୍ତକ ରୂପରେ ପ୍ରକାଶିତ କରାଯାଉଛି ।
। ପ୍ରସ୍ତୁତ ଅନୁବାଦରେ ଏହା ବିଶେଷ ଧାନ ରଖାଯାଇଛି ଯେ, ପାଠକଙ୍କୁ ଦାଦାଶ୍ରୀଙ୍କର ହିଁ ବାଣୀ ଶୁଣାଯାଉଛି, ଏପରି ଅନୁଭବ ହେଉ, ଯେଉଁ କାରଣରୁ ବୋଧ ହୁଏ କିଛି ଜାଗାରେ ଅନୁବାଦର ବାକ୍ୟ ରଚନା ଓଡ଼ିଆ ବ୍ୟାକରଣ ଅନୁସାରେ ତୃଟିପୂର୍ଣ ଲାଗିପାରେ,କିନ୍ତୁ ଏଠାରେ ଭାବନାକୁ ବୁଝି ପଢାଯିବ ତେବେ ଅଧିକ ଲାଭକାରୀ ହେବ ।
ଜ୍ଞାନୀଙ୍କ ବାଣୀକୁ ଓଡ଼ିଆ ଭାଷାରେ ଯଥାର୍ଥ ରୂପରେ ଅନୁବାଦ କରିବାର ପ୍ରୟାସ କରାଯାଇଛି । ପ୍ରସ୍ତୁତ ପୁସ୍ତକରେ ଅନେକ ଜାଗାରେ ବନ୍ଧ ନୀରେ ଦର୍ଶାଯାଇଥିବା ଶବ୍ଦ ବା ବାକ୍ୟ ପରମପୂଜ୍ୟ ଦାଦାଶ୍ରୀଙ୍କ ଦ୍ଵାରା କୁହାଯାଇଥିବା ବାକ୍ୟକୁ ଅଧିକ ସ୍ପଷ୍ଟତାପୂର୍ବକ ବୁଝାଇବା ହେତୁ ଲେଖାଯାଇଛି । ଯେବେ କି କିଛି ଜାଗାରେ ଇଂରାଜୀ ଶବ୍ଦକୁ ଓଡ଼ିଆ ଅର୍ଥରୂପରେ ରଖାଯାଇଛି । ଦାଦାଶ୍ରୀଙ୍କ ଶ୍ରୀମୁଖରୁ ବାହାରିଥିବା କିଛି ଗୁଜରାତୀ ଶବ୍ଦ ଯେମିତିକୁ ସେମିତି ରଖାଯାଇଛି,କାରଣ ସେ ଶବ୍ଦଗୁଡ଼ିକ ପାଇଁ ଓଡ଼ିଆରେ ଏପରି କିଛି ଶବ୍ଦ ନାହିଁ, ଯାହା ତାହାର ପୂର୍ଣ୍ଣ ଅର୍ଥ ଦେଇପାରିବ ।
ଅନୁବାଦଜନିତ ତୃଟି ପାଇଁ ଆପଣଙ୍କ ପାଖରେ କ୍ଷମାପ୍ରାର୍ଥୀ ଅଟୁ ।
Page #7
--------------------------------------------------------------------------
________________
ସମ୍ପାଦକୀୟ । ଚିନ୍ତା କାହାକୁ ହେଉନଥିବ ? ଯେଉଁମାନେ ସଂସାରରୁ ପ୍ରକୃତ ଅର୍ଥରେ ସମ୍ପୂର୍ଣ୍ଣ ବିରକ୍ତ ହୋଇସାରିଲେଣି, ସେମାନଙ୍କୁ ଚିନ୍ତା ହୁଏ ନାହିଁ । ଅନ୍ୟ ସବୁ ଲୋକଙ୍କୁ ଚିନ୍ତା ହୁଏ । ଚିନ୍ତା କ’ଣପାଇଁ ହୁଏ ? ଚିନ୍ତାର ପରିଣାମ କ’ଣ ? ଏବଂ ଚିନ୍ତା ରହିତ କିପରି ହୋଇପାରିବା,ତାହାର ଯଥାର୍ଥ ସମଝ ପରମପୂଜ୍ୟ ଦାଦାଶ୍ରୀ ବତାଇଛନ୍ତି, ଯାହା ଏଠାରେ ପ୍ରକାଶିତ ହୋଇଛି । ।
। ଚିନ୍ତା ଅର୍ଥାତ୍ ପ୍ରକଟ ଅଗ୍ନି ! ନିରନ୍ତର ଜଳାଇ ଚାଲିଥାଏ । ରାତିରେ ଶୋଇବାକୁ ମଧ୍ୟ ଦିଏ ନାହିଁ । ଭୋକ-ଶୋଷ ଖତମ୍ କରିଦିଏ ଏବଂ କେତେ ସାରା ରୋଗକୁ ନିମନ୍ତ୍ରଣ ଦିଏ । ଏତିକି ନୁହେଁ, ପୁଣି ପରଜନ୍ମ ପାଇଁ ପଶୁଗତି ବାନ୍ଧି ଦିଏ ! ଏହି ଜନ୍ମ ଏବଂ ପରଜନ୍ମ ଉଭୟ ବିଗାଡ଼ି ଦିଏ ।
ଚିନ୍ତା ତ’ ଅହଂକାର ଅଟେ । କେଉଁ ଆଧାରରେ ଏସବୁ ଚାଲୁଅଛି, ଏହି ବିଜ୍ଞାନ ନ ବୁଝିବା ଦ୍ବାରା ସବୁକିଛି ନିଜ ମୁଣ୍ଡକୁ ନେଇ, କର୍ତ୍ତା ହୋଇଯାଏ ଆଉ ଭୋଗେ । ଭୋଗବଟା (ସୁଖଦୁଃଖର ପ୍ରଭାବ) କେବଳ ଅହଂକାରକୁ ହୁଏ । କର୍ଭା-ଭୋକ୍ତାପଣ କେବଳ ଅହଂକାରକୁ ହିଁ ହୁଏ ।
ଚିନ୍ତା କରିବା ଦ୍ଵାରା କାର୍ଯ୍ୟ ବିଗିଡ଼ି ଯାଏ, ଏପରି ପ୍ରକୃତିର ନିୟମ ଅଟେ । ଚିନ୍ତା ମୁକ୍ତ ହେବା ଦ୍ୱାରା ସେ କାର୍ଯ୍ୟ ସୟଂ ସୁଧୁରି ଯାଏ ।
ବଡ଼ ଲୋକଙ୍କୁ ବଡ଼ ଚିନ୍ତା, ଏୟାରକଣ୍ଡିସରେ ମଧ୍ୟ ଚିନ୍ତାରେ ବୁଡ଼ିକି ଥାଆନ୍ତି ମଜୁରିଆଙ୍କୁ ଚିନ୍ତା ହୁଏ ନାହିଁ, ସେମାନେ ଆରାମରେ ଶୁଅନ୍ତି ଆଉ ଏ ସେମାନଙ୍କୁ ତ? ନିଦ ବଟିକା ନେବାକୁ ପଡ଼େ ! ଏ ପଶୁପକ୍ଷୀମାନଙ୍କୁ କେବେ ଚିନ୍ତା ହୁଏ ? ଝିଅ ଦଶ ବର୍ଷର ହୋଇଥିବ, ସେବେଠୁ ତା’ର ବାହାଘରର ଚିନ୍ତା ଆରମ୍ଭ ହୋଇଯାଏ ! ଆରେ ! ତା’ ପାଇଁ ବର ଜନ୍ମ ହୋଇସାରିଥିବ ନା ଜନ୍ମ ହେବା ବାକି ଥିବ ? । ଚିନ୍ତାବାଲାଙ୍କ ପାଖରେ ଲକ୍ଷ୍ମୀ ତିଷେ ନାହିଁ । ଚିନ୍ତା ଦ୍ଵାରା ଅନ୍ତରାୟ କର୍ମ ବନ୍ଧାହୁଏ ।
ଚିନ୍ତା କାହାକୁ କହିବା ? ବିଚାର କରିବାରେ ଅସୁବିଧା ନାହିଁ, କିନ୍ତୁ ବିଚାରମାନଙ୍କର ଚକ୍ଟର ଚାଲେ, ସେବେଠୁ ଚିନ୍ତା ଆରମ୍ଭ ହୋଇଯାଏ । ବିଚାର କାରଣରୁ ଅର୍ତଦାହ ହେବାକୁ ଲାଗେ, ତେବେ ସେଠାରେ ଅଟକିଯିବା ଉଚିତ୍ । ବାସ୍ତବରେ ‘କର୍ଷା କିଏ? ଏହା ନବୁଝିବା ଦ୍ଵାରା ଚିନ୍ତା ହୁଏ । କର୍ତ୍ତା ‘ସାଇଣ୍ଟିଫିକ୍ ସରକମଷ୍ଟେନଶିୟଲ ଏଭିଡ଼େନ୍ସ” ଅଟେ । ବିଶ୍ୱରେ କେହି ସତନ୍ତ୍ର କର୍ତ୍ତା ନାହିଁ, ନିମିତ୍ତ ମାତ୍ର ଅଟେ ।
ଚିନ୍ତା ସବୁଦିନ ପାଇଁ କିପରି ଯିବ ? କର୍ଭାପଦ ଛୁଟିବ ତେବେ ! କର୍ଭାପଦ ଛୁଟିବ କେବେ ? ଆମ୍ବିଜ୍ଞାନ ପ୍ରାପ୍ତ କରିବେ ତେବେ ।
ଡ଼ା. ନୀରୂବହନ ଅମୀନ
Page #8
--------------------------------------------------------------------------
________________
ଚିନ୍ତା
ଚିନ୍ତା କେଉଁଠୁ ଆସେ ? ଦାଦାଶ୍ରୀ : କେବେ ଚିନ୍ତା କରିଛ କି ?
ପ୍ରଶ୍ନକର୍ତ୍ତା : ଚିନ୍ତା ତ’ ମାନବ ସଭାବ ଅଟେ, ଏଥିପାଇଁ କିଛି ନା କିଛି ରୂପରେ ଚିନ୍ତା ହୋଇଚାଲିଥାଏ ।
ଦାଦାଶ୍ରୀ : ମଣିଷର ସଭାବ କିପରି ଅଟେ ଯେ ଯଦି କେହି ତା’କୁ ଚାପୁଡା ମାରେ, ସେ ତା’କୁ ସାମନାରେ ଚାପୁଡ଼ା ମାରିଥାଏ । କିନ୍ତୁ ଯଦି କେହି ସମଝଦାର ଥିବ, ତେବେ ସେ ଭାବିବ ଯେ ମୋତେ କାନୁନ୍କୁ ହାତରେ ନନେବା ଉଚିତ୍ । କିଛି ଲୋକ କାନୁନ୍କୁ ହାତରେ ମଧ୍ୟ ନେଇ ନିଅନ୍ତି । ଏହା ଦୋଷ କୁହାଯିବ । ଚିନ୍ତା କିପରି କରିପାରିବ ମଣିଷ ? ପ୍ରତ୍ୟେକ ଭଗବାନ ଏପରି କହିଯାଇଛନ୍ତି ଯେ କୌଣସି ପ୍ରକାରର ମଧ୍ୟ ଚିନ୍ତା କରିବ ନାହିଁ । ସବୁ ଦାୟିତ୍ବ ଆମ ମୁଣ୍ଡ ଉପରେ ରଖୁବ ।
। ପ୍ରଶ୍ନକର୍ତ୍ତା : କିନ୍ତୁ କହିବା ଏବଂ ବ୍ୟବହାରରେ ଆଣିବା, ଦୁହିଁଙ୍କ ଭିତରେ ବହୁତ ଅନ୍ତର ଅଛି ।
ଦାଦାତ୍ରୀ : ନା, ମୁଁ ବ୍ୟବହାରରେ ଛାଡ଼ିବାକୁ କହୁନାହିଁ । ଏହା ତ’ ବାସ୍ତବିକତା ବତାଉଛି । ଏମିତିରେ ତ’ ଚିନ୍ତା ଛୁଟୁନାହିଁ, କିନ୍ତୁ ଏ ଚିନ୍ତା କରିବାର ନାହିଁ, ତଥାପି ହୋଇଯାଉଛି ସମସ୍ତଙ୍କୁ ।
ଏବେ, ଯେତେବେଳେ ଏ ଚିନ୍ତା ହୁଏ, ସେତେବେଳେ କେଉଁ ଔଷଧ ଲଗାଅ ? ଚିନ୍ତାର ଔଷଧ ମିଳୁନାହିଁ ?
ଯେଉଁଠି ଚିନ୍ତା ଅଛି, ସେଠାରେ ଅନୁଭୂତି କିପରି ହେବ ? | ପ୍ରଶ୍ନକର୍ତ୍ତା : ଚିନ୍ତାରୁ ପାରି ହେବା ପାଇଁ ଭଗବାନଙ୍କଠାରୁ ଆଶୀର୍ବାଦ ମାଗିବା ଯେ ଏଥିରୁ ମୁଁ କେବେ ଛୁଟିବି, ଏଥିପାଇଁ ‘ଭଗବାନ, ଭଗବାନ’ କରିବା, ଏହି ମାଧ୍ୟମ ଦ୍ୱାରା ମୁଁ ଆଗକୁ ବଢ଼ିବାକୁ ଚାହୁଁଛି । ତଥାପି ମୋତେ ମୋ ଭିତରବାଲା ଭଗବାନଙ୍କ ଅନୁଭୂତି ହେଉନାହିଁ ।
Page #9
--------------------------------------------------------------------------
________________
। ଚିନ୍ତା
ଦାଦାଶ୍ରୀ : କିପରି ହେବ ଅନୁଭୂତି ? ଚିନ୍ତାରେ ଅନୁଭୂତି ହୁଏ ନାହିଁ । ଚିନ୍ତା ଏବଂ ଅନୁଭୂତି ଦୁହେଁ ଏକା ସାଙ୍ଗରେ ହୁଅନ୍ତି ନାହିଁ । ଚିନ୍ତା ବନ୍ଦ ହେବା ପଅନୁଭୂତି ହେବ ।
ପ୍ରଶ୍ନକର୍ତ୍ତା : ଚିନ୍ତା କିପରି ବନ୍ଦ ହେବ ? ଦାଦାଶ୍ରୀ: ଏଠି, ସସଙ୍ଗରେ ରହିବା ଦ୍ଵାରା । ସତ୍ସଙ୍ଗରେ ଆସିଛି କେବେ ? ପ୍ରଶ୍ନକ : ଅନ୍ୟ ଜାଗାରେ ସସଙ୍ଗ ଯାଏ ।
ଦାଦାଶ୍ରୀ: ଯେଉଁ ସସଙ୍ଗରେ ଯିବା ପରେ ଯଦି ଚିନ୍ତା ବନ୍ଦ ନହେଉଥିବ ତେବେ ସେ ସସଙ୍ଗ ଛାଡ଼ି ଦେବା ଉଚିତ୍ । ନହେଲେ, ସସଙ୍ଗରେ ଯିବା ପରେ ଚିନ୍ତା ବନ୍ଦ ହେବା ହିଁ ଉଚିତ୍ ।
ପ୍ରଶ୍ନକର୍ତ୍ତା : ଯେତେ ସମୟ ସେଠାରେ ବସୁଛି, ସେତେ ସମୟ ଶାନ୍ତ ରହୁଛି ।
ଦାଦାତ୍ରୀ : ନା, ତାହାକୁ ଶାନ୍ତି କୁହନ୍ତି ନାହିଁ । ସେଥିରେ ଶାନ୍ତି ନାହିଁ । ଏପରି ଶାନ୍ତି ତ? ଗପ ଶୁଣିବା, ତେବେ ମଧ୍ୟ ହୋଇଯାଏ । ପ୍ରକୃତ ଶାନ୍ତି ତ? ସର୍ବଦା ରହିବା ଉଚିତ୍, ଯିବା କଥା ହିଁ ନୁହଁ । ଅର୍ଥାତ୍ ଯେଉଁଠି ଚିନ୍ତା ହେଉଛି ସେ ସସଙ୍ଗରେ ଯିବା କ’ଣ ପାଇଁ ? ସସଙ୍ଗବାଲାଙ୍କୁ କହିଦେବ ଯେ, “ଭାଇ, ମୋତେ ଚିନ୍ତା ହେଉଛି, ଏଥିପାଇଁ ମୋର ଏଠିକୁ ଆଉ ଆସିବାର ନାହିଁ, ନଚେତ୍ ତୁମେ ଏପରି କିଛି ଚିକିତ୍ସା କର ଯେ ଚିନ୍ତା ନହେବ ।
ପ୍ରଶ୍ନକର୍ତ୍ତା : ଅଫିସ ଯାଏଁ କି ଘରକୁ ଯାଏଁ କେଉଁଠି ମଧ୍ୟ ମନ ଲାଗୁନାହିଁ ।
ଦାଦାଶ୍ରୀ : ଅଫିସ ତ’ ଆମେ ଚାକିରି ପାଇଁ ଯା’ନ୍ତି, ଆଉ ଦରମା ତ’ ଦରକାର ନା ? ଘର-ଗୃହସୀ ଚଳାଇବାର ଅଛି, ଅର୍ଥାତ୍ ଘର ଛାଡ଼ିବାର ନାହିଁ, ଚାକିରି ମଧ୍ୟ ଛାଡ଼ିବାର ନାହିଁ । କିନ୍ତୁ ଯେଉଁଠି ଚିନ୍ତା ବନ୍ଦ ହେଉନାହିଁ, କେବଳ
ସେହି ସସଙ୍ଗ ଛାଡ଼ିଦେବାର ଅଛି । ନୂଆ ଅଲଗା ସତ୍ସଙ୍ଗ ଖୋଜିବ, ପରେ ପୁଣି ଅନ୍ୟ ସସଙ୍ଗରେ ଯିବ । ସତ୍ସଙ୍ଗ ବହୁତ ପ୍ରକାରର ଥାଏ, କିନ୍ତୁ ସସଙ୍ଗ ଦ୍ଵାରା ଚିନ୍ତା ଯିବା ଦରକାର । ତୁମେ ଅନ୍ୟ କେଉଁ ସସଙ୍ଗରେ ଯାଇନାହିଁ ?
ପ୍ରଶ୍ନକର୍ତ୍ତା : କିନ୍ତୁ ଆମକୁ ଏପରି ବତାଯାଇଛି ଯେ ଭଗବାନ ତୁମ ଭିତରେ ହିଁ ଅଛନ୍ତି । ଶାନ୍ତି ତୁମକୁ ଭିତରୁ ହିଁ ମିଳିବ, ବାହାରେ ଭଟକିବା ବନ୍ଦ କରିଦିଅ ।
ଦାଦାଶ୍ରୀ : ହଁ, ଠିକ କଥା
Page #10
--------------------------------------------------------------------------
________________
। ଚିନ୍ତା
୩
ପ୍ରଶ୍ନକ : କିନ୍ତୁ ଭିତରେ ଯେଉଁ ଭଗବାନ ବସିଛନ୍ତି, ତାଙ୍କର ତିଳେମାତ୍ର ମଧ୍ୟ ଅନୁଭବ ହେଉନାହିଁ ।
ଦାଦାଶ୍ରୀ: ଚିନ୍ତାରେ ଅନୁଭବ ହୁଏ ନାହିଁ । ଚିନ୍ତା ହେବା ଦ୍ବାରା ଯେଉଁ ଅନୁଭବ ହୋଇଥିବ, ତାହା ମଧ୍ୟ ଚାଲିଯିବ । ଚିନ୍ତା ତ’ ଏକ ପ୍ରକାରର ଅହଂକାର କୁହାଯାଏ । ଭଗବାନ କୁହନ୍ତି ଯେ, “ତୁ ଅହଂକାର କରୁଛୁ, ତେବେ ଚାଲିଯା ମୋ ପାଖରୁ । ଯାହାକୁ ଏହା ମୁଁ ଚଲାଉଛି’, ଏପରି ଚଲାଇବାର ଅହଂକାର ଥିବ, ସେ ହିଁ ଚିନ୍ତା କରେ ନା ! ଯାହାକୁ ଭଗବାନ ଉପରେ ତିଳେମାତ୍ର ମଧ୍ୟ ବିଶ୍ବାସ ନଥିବ, ସେ ଚିନ୍ତା କରେ ।
ପ୍ରଶ୍ନକର୍ତ୍ତା : ଭଗବାନ ଉପରେ ବିଶ୍ଵାସ ତ’ ଅଛି ।
ଦାଦାଶ୍ରୀ : ବିଶ୍ବାସ ଥିବ ତେବେ ଏପରି କରିବ ହିଁ ନାହିଁ । ଭଗବାନଙ୍କ ଭରସାରେ ଛାଡ଼ି, ଆରାମରେ ଶୋଇଯିବ । ପୁଣି ଚିନ୍ତା ଭଲା କିଏ କରିବ ? ଏଥିପାଇଁ ଭଗବାନ ଉପରେ ଭରସା ରଖ । ଭଗବାନ ତୁମର ଅଳ୍ପ ବହୁତ ସମ୍ଭାଳୁଥିବ ନା ନାହିଁ ? ଖାଇସାରିବା ପରେ ପୁଣି ଚିନ୍ତା କର ? ପାଚକ ରସ ପଡ଼ିଲା ନା ନାହିଁ, ପିତ ପଡ଼ିଲା, ଏପରି ସବୁ ଚିନ୍ତା କରୁନାହଁ ? ରକ୍ତ ବନିବ ନା ନାହିଁ, ଝାଡ଼ା ହେବ ନା ନାହିଁ, ଏପରି ଚିନ୍ତା କର ? ଅର୍ଥାତ୍ ଏ ଭିତରେ ବହୁତ କିଛି ଚଲାଇବାର ଅଛି, ବାହାରେ କ’ଣ ଚଲାଇବାର ଅଛି ଯେ ଚିନ୍ତା କରୁଛି ? ତେବେ ଭଗବାନଙ୍କୁ ଖରାପ ତ’ ଲାଗିବ ନା ! ଅହଂକାର କରିବ ତେବେ ଚିନ୍ତା ହେବ । ଚିନ୍ତା କରିବାବାଲା ମଣିଷକୁ ଅହଂକାରୀ କୁହାଯାଏ । ଗୋଟିଏ ସପ୍ତାହ ଭଗବାନଙ୍କୁ ସମର୍ପଣ କରି ଚିନ୍ତା କରିବା ଛାଡ଼ିଦିଅ । ପୁଣି ଏଠାରେ କେବେ ଦିନେ ଭଗବାନଙ୍କ ସାକ୍ଷାତ୍କାର କରାଇଦେବି, ଯାହାଦ୍ୱାରା ସବୁଦିନ ପାଇଁ ଚିନ୍ତା ବନ୍ଦ ହୋଇଯିବ ।
| ଚିନ୍ତା ଅର୍ଥାତ୍ ପ୍ରକଟ ଅଗ୍ନି ଏଣୁ ଏସବୁ ବୁଝିବାକୁ ହେବ । ଏମିତି ହିଁ, ବାହାରେ ଲଗାଇବାକୁ ଥିବା ଔଷଧ ଯଦି ପିଇଯିବା ତେବେ କ’ଣ ହେବ ପୁଣି ? ଏମାନେ ସମସ୍ତେ ବାହାରେ ଲଗାଇବାକୁ ଥିବା ଔଷଧ ପିଇ ଦେଇଛନ୍ତି ଅନ୍ୟଥା ମଣିଷକୁ ଚିନ୍ତା ହେଉଥିବ ? ହିନ୍ଦୁସ୍ତାନର ମଣିଷକୁ ଚିନ୍ତା ହେଉଥିବ କେଉଁଠି ? ତୁମକୁ ଚିନ୍ତା କରିବାର ସଉକ ଅଛି ?
ପ୍ରଶ୍ନକର୍ତ୍ତା : ନା, ଶାନ୍ତି ଚାହୁଁଛି । ।
Page #11
--------------------------------------------------------------------------
________________
ଚିନ୍ତା
ଦାଦାଶ୍ରୀ : ଚିନ୍ତା ତ ଅଗ୍ନି କୁହାଯାଏ । ଏମିତି ହୋଇଯିବ ଆଉ ସେମିତି ହୋଇଯିବ ! କେଉଁ କାଳରେ ଯେବେ କେବେ ସଂସ୍କାରି ମଣିଷ ହେବାର ସୌଭାଗ୍ୟ ମିଳିଥାଏ, ତେବେ ଯଦି ଚିନ୍ତାରେ ରହିବା, ତେବେ ମନୁଷ୍ୟପଣ ମଧ୍ୟ ଚାଲିଯିବ । କେତେ ଭାରୀ ବିପଦ ଅଟେ ? ! ଯଦି ତୁମକୁ ଶାନ୍ତି ଦରକାର ତେବେ ମୁଁ ତୁମର ଚିନ୍ତା ସବୁଦିନ ପାଇଁ ବନ୍ଦ କରିଦେବି ।
୪
ଯେବେଠୁ ଚିନ୍ତା ବନ୍ଦହେବ, ସେବେଠୁ ବୀତରାଗ ଭଗବାନଙ୍କ ମୋକ୍ଷମାର୍ଗ କୁହାଯାଏ । ବୀତରାଗ ଭଗବାନଙ୍କ ଯେବେ ଦର୍ଶନ କରନ୍ତି, ସେବେଠୁ ଚିନ୍ତା ବନ୍ଦ ହୋଇଯିବା ଉଚିତ୍ । କିନ୍ତୁ ଦର୍ଶନ କରିବା ମଧ୍ୟ ଆସେ ନାହିଁ । ଦର୍ଶନ କରିବା ତ’ ଜ୍ଞାନୀପୁରୁଷ ଶିଖାନ୍ତି ଯେ ଏହିପରି ଦର୍ଶନ କରିବ, ତେବେ କାମ ହେବ । ଏହି ଚିନ୍ତାରେ ତ’ ନିଆଁ କୁହୁଳୁଥାଏ । କନ୍ଦମୂଳ ଦେଖୁଛ ? କନ୍ଦମୂଳକୁ ଚୁଲିରେ ପୋଡ଼ିବା ପରି ଅବସ୍ଥା ହୋଇଥାଏ ।
ଜ୍ଞାନୀ କୃପାରୁ ଚିନ୍ତାମୁକ୍ତି
ପ୍ରଶ୍ନକର୍ତ୍ତା : ତେବେ ଚିନ୍ତାରୁ ମୁକ୍ତ ହେବା ପାଇଁ କ’ଣ କରିବା ଉଚିତ୍ ? ଦାଦାଶ୍ରୀ : ତୁମ ଭଳି ଏ ଭାଇ ମଧ୍ୟ ବହୁତ ଜାଗା ଗଲେ, କିନ୍ତୁ ଲାଭ ହେଲା ନାହିଁ । ସେତେବେଳେ ସେ କ’ଣ କଲେ, ତାଙ୍କୁ ପଚାରିକି ଦେଖ । ତାଙ୍କୁ ଗୋଟିଏ ବି ଚିନ୍ତା ଅଛି ? ଏବେ ଗାଳି କରିବା ତଥାପି ଅଶାନ୍ତି ହେବ କି ? ତାଙ୍କୁ ପଚାର ।
ପ୍ରଶ୍ନକର୍ତ୍ତା : କିନ୍ତୁ ଚିନ୍ତା ବନ୍ଦ କରିବା ପାଇଁ ମୋତେ କ’ଣ କରିବା ଉଚିତ୍ ? ଦାଦାଶ୍ରୀ : ତାହା ତ’ ‘ଜ୍ଞାନୀପୁରୁଷ’ଙ୍କ ପାଖକୁ ଆସି କୃପା ନେଇଯିବ । ପୁଣି ଚିନ୍ତା ବନ୍ଦ ହୋଇଯିବ ଏବଂ ସଂସାର ସୁସଙ୍ଗତ ଭାବରେ ଚାଲୁରହିବ । ଚିନ୍ତା ଯାଏ, ସେବେଠୁ ସମାଧ୍
ଚିନ୍ତା ନହୁଏ ତେବେ ବାସ୍ତବରେ ସମସ୍ୟା ଗଲା । ଚିନ୍ତା ନ ହୁଏ, ଓରିଜ୍ (Worries) ନ ହୁଏ, ଆଉ ଉପାଧ୍(ବାହାରୁ ଆସୁଥିବା ଦୁଃଖ)ରେ ମଧ୍ଯମାଧ୍ ରୁହେ ତେବେ ବୁଝିବ ଯେ ବାସ୍ତବରେ ସମସ୍ୟା ଗଲା ।
ପ୍ରଶ୍ନକର୍ତ୍ତା : ଏପରି ସମାଧ୍ ସ୍ଥିତି ଆଣିବାକୁ ଥିବ ତେବେ ମଧ୍ୟ ଆସେ ନାହିଁ ।
Page #12
--------------------------------------------------------------------------
________________
। ଚିନ୍ତା
ଦାଦାଶ୍ରୀ : ତାହା ତ’ ଏପରି ଆଣିଲେ ଆସେନାହିଁ । ଜ୍ଞାନୀପୁରୁଷ ସମସ୍ୟାର ସମାଧାନ କରିଦେବେ, ପୂର୍ଣ୍ଣତୟା ଶୁଦ୍ଧ କରିଦେବେ, ତେବେ ନିରନ୍ତର ସମାଧ ରହିବ ।
ଯଦି ଚିନ୍ତା ନଥିବ, ଏପରି ଲାଇଫ୍(life) ହେବ, ତେବେ ଉତ୍ତମ କୁହାଯିବ ନା ?
। ପ୍ରଶ୍ନକର୍ତ୍ତା : ତାହା ତ’ ଉତ୍ତମ ହିଁ କୁହାଯିବ ନା ! |
ଦାଦାଶ୍ରୀ : ମୁଁ ବିନା ଚିନ୍ତାର ଲାଇଫ୍ ବନାଇଦେବି । ପୁଣି ତୁମକୁ ଚିନ୍ତା ରହିବ ନାହିଁ । ଏହି କାଳର ଏହା ଏକ ମହାନ ଆଶ୍ଚର୍ଯ୍ୟ ଅଟେ । ଏହି କାଳରେ ଏପରି ହୁଏ ନାହିଁ, କିନ୍ତୁ ଦେଖନ୍ତୁ ଏହା ହୋଇଛି ନା !
ନିଜେ’ ପରମାତ୍ମା, ପୁଣି ଚିନ୍ତା କାହିଁକି ?
କେବଳ କଥାକୁ ବୁଝିବାର ଅଛି । ତୁମେ ମଧ୍ୟ ପରମାତ୍ମା ଅଟ, ଭଗବାନ ହିଁ ଅଟ, ପୁଣି କ’ଣ ପାଇଁ ରିଜ କରିବା ? ଚିନ୍ତା କ’ଣ ପାଇଁ କରୁଛ ? କ୍ଷଣିକ ପାଇଁ ମଧ୍ୟ ଚିନ୍ତା କରିବା ପରି ଏ ସଂସାର ନୁହେଁ । ଏବେ ଚିନ୍ତା କରିବା ଦ୍ଵାରା ସେ ସେଫ୍ସାଇafe side) ରହିପାରେ ନାହିଁ, କାହିଁକିନା ଯେଉଁ ସେଫ୍ସାଇଡ଼ ନେଚୁରାଲ ଥିଲା, ସେଥିରେ ତୁମେ ସମସ୍ୟା ସୃଷ୍ଟି କଲ । ପୁଣି ଏବେ ଚିନ୍ତା କ’ଣ ପାଇଁ କରୁଛ ? ସମସ୍ୟା ଆସେ ତେବେ ତାହାର ସାମନା କର ଏବଂ ସମାଧାନ କରିନିଆ।
ପ୍ରଶ୍ନକ: ଯଦି ଆମେ ପ୍ରତିକୂଳତାର ସାମନା କରିବୁ, ତାହାର ଅବୋରଧ କରିବୁ, ପ୍ରତିକାର କରିବୁ, ତେବେ ତାହାଦ୍ଵାରା ଅହଂ କାର ବଢିବ ।
ଦାଦାଶ୍ରୀ: ଚିନ୍ତା କରିବା ଅପେକ୍ଷା ସାମନା କରିବା ଭଲ । ଚିନ୍ତାର ଅହଂକାର ତୁଳନାରେ ସାମନା କରିବାର ଅହଂକାର ଛୋଟ । ଭଗବାନ କହିଛନ୍ତି, “ଏପରି ପରିସ୍ଥିତିରେ ସାମନା କରିବ, ଉପାୟ କରିବ, କିନ୍ତୁ ଚିନ୍ତା କରିବ ନାହିଁ ।”
ଚିନ୍ତା କରିବାବାଲାକୁ ଡବଲ ଦଣ୍ଡ । ଭଗବାନ କୁହନ୍ତି ଯେ ଚିନ୍ତା କରିବାବାଲାକୁ ଡବଲ ଦଣ୍ଡ ମିଳେ ଆଉ ଚିନ୍ତା ନକରିବାବାଲାକୁ ଗୋଟିଏ ହିଁ ଦଣ୍ଡ ମିଳେ । ଅଠର ବର୍ଷର ଗୋଟିକିଆ ପୁଅ ମରିଯାଏ, ତା’ ପଛରେ ଯେତିକି ଚିନ୍ତା କରେ, ଯେତିକି ଦୁଃଖ ମନାଏ, ମୁଣ୍ଡ ପିଟେ, ଆଉ
Page #13
--------------------------------------------------------------------------
________________
ଚିନ୍ତା ।
ଯାହା କିଛି ବି କରେ, ତା’ପାଇଁ ଡବଲ ଦଣ୍ଡ । ଆଉ ଯଦି ଏସବୁ ନକରେ ତେବେ ଗୋଟିଏ ହିଁ ଦଣ୍ଡ ମିଳେ । ପୁଅ ମରିଗଲା, ସେତିକି ହିଁ ଦଣ୍ଡ ମିଳେ ଆଉ ମୁଣ୍ଡ ପିଟିଲା ତାହା ଅତିରିକ୍ତ ଦଣ୍ଡ ଅଟେ । ମୁଁ ସେ ଦୋହରା ଦଣ୍ଡରେ କେବେ ମଧ୍ୟ ପଡ଼େ ନାହିଁ । ଏଥିପାଇଁ ମୁଁ ଏହି ଲୋକମାନଙ୍କୁ କହିଛି ଯେ ପାଞ୍ଚହଜାର ଟଙ୍କାର ପକେଟମାର୍ ହୋଇଗଲା ତେବେ ‘ବ୍ୟବସ୍ଥିତ?(ସାଇଣ୍ଟିଫିକ୍ ସରକମଣ୍ଟେନସିୟଲ ଏଭିଡ଼େନ୍ସ) ଅଟେ, କହି ଆଗକୁ ଚାଲି ପଡ଼ିବ ଏବଂ ଆରାମରେ ଘରକୁ ଯିବ ।
ଏହି ପ୍ରଥମ ଦଣ୍ଡ ତାହା ଆମ ନିଜର ହିଁ ହିସାବ ଅଟେ, ଏଥିପାଇଁ ଡରିବାର କୌଣସି କାରଣ ନାହିଁ । ଏଥିପାଇଁ କିଛି ହୋଇଗଲା, ତାହାକୁ ‘ଯାହା ହେଲା ତାହା କରେ’ ଏପରି କୁହ !
ଯାହା ପାଇଁ ଚିନ୍ତା ସେ କାର୍ଯ୍ୟ ବିଗିଡ଼େ
ପ୍ରକୃତି କ’ଣ କୁହେ ଯେ କାର୍ଯ୍ୟ ହେଉନାହିଁ ତେବେ ପ୍ରୟାସ କର, ଜବରଦସ୍ତ ପ୍ରୟାସ କର କିନ୍ତୁ ଚିନ୍ତା କରନାହିଁ । କାହିଁକିନା ଚିନ୍ତା କରିବା ଦ୍ଵାରା ସେ କାର୍ଯ୍ୟକୁ ଧକ୍କା ପହଞ୍ଚ ଏବଂ ଚିନ୍ତା କରିବାବାଲା ନିଜେ ଲଗାମ ନିଜ ହାତକୁ ନେଇଯାଏ। ଯେମିତି ମୁଁ ହିଁ ଚଲାଉଛି ।?ଏପରି ନିଜ ହାତକୁ ଲଗାମ ନେଇଯାଏ । ଏହାର ଦୋଷ ଲାଗୁ ହୁଏ ।
ପରସଭାରେ ଉପଯୋଗ ରଖୁବା ଦ୍ବାରା ଚିନ୍ତା ହୋଇଥାଏ । ବିଦେଶର ଆୟ ବିଦେଶରେ ହିଁ ରହିବ । ଏ ଗାଡ଼ି-ବଙ୍ଗଳା, ମିଲ୍(Mill), ସ୍ତ୍ରୀ-ପିଲା, ସବୁ ଏଠାରେ ଛାଡ଼ି ଯିବାକୁ ପଡ଼ିବ । ସେ ଅନ୍ତିମ ଷ୍ଟେସନରେ ତ’ କାହା ବାପାର ମଧ୍ୟ ଚାଲିବ ନାହିଁ । କେବଳ ପୁଣ୍ୟ ଆଉ ପାପ ସାଥିରେ ନେବାକୁ ଦେବେ । ଅନ୍ୟ ସରଳ ଭାଷାରେ କହିବି ତେବେ, ଏଠାରେ ଯେଉଁ ଯେଉଁ ଦୋଷ କଲ, ସେସବୁର ଧାରା ସାଥିରେ ଯିବ । ଦୋଷ ଦ୍ଵାରା ଉପାର୍ଜିତ ଆୟ ଏଇଠି ରହିବ ଆଉ ପୁଣି ମୁକଦ୍ଦମା ଚାଲିବ । ସେତେବେଳେ ସେ ଧାରା ଅନୁସାରେ ନୂଆ ଶରୀର ପ୍ରାପ୍ତ କରି, ନୂଆ ରୂପରେ ଆୟ କରି ଋଣ ପରିଶୋଧ କରିବାକୁ ପଡ଼ିବ । ଏଥିପାଇଁ ଭାଇ ! ପ୍ରଥମରୁ ହିଁ ସିଧା ହୋଇଯାଅ ନା ! ସଦେଶ(ଆପ୍)ରେ ତ’ ବହୁତ ସୁଖ ଅଛି, କିନ୍ତୁ ପଦେଶ ଦେଖ ହିଁ ନାହିଁ ନା !
Page #14
--------------------------------------------------------------------------
________________
ଚିନ୍ତା ।
। ବାକିଖାତା ମନେପଡ଼େ ସେତେବେଳେ...
ରାତି ରେ ସମସ୍ତେ କୁହନ୍ତି ଯେ, “ଏଗାରଟା ବାଜି ଗଲାଣି, ଏବେ ଶୋଇପଡ଼ ।’ ଶୀତ ଦିନ ହୋଇଥିବ ଏବଂ ତୁମେ ମଶାରି ଭିତରେ ପଶିଗଲ । ଘରେ ସମେସ୍ତ ଶୋଇ ପଡ଼ିଲେ । ମଶାରି ଭିତରେ ପଶିବା ପରେ ତୁମର ମନେ ପଡ଼ିଲା ଯେ, ‘ଜଣେ ବ୍ୟକ୍ତିର ତିନି ହଜାରର ବିଲ୍ ବାକିଅଛି ଏବଂ ସମୟ ପୂରା ହୋଇଗଲାଣି । ଯଦି ସେତେବେଳେ ଦସ୍ତଖତ କରାଇନେଇଥାନ୍ତି ତେବେ ଆଜି ଟଙ୍କା ମିଳିଯାଇଥାନ୍ତା । ରାତା-ରାତି କେଉଁଠି ଦସ୍ତଖତ ହୁଏ ? ହେବ ନାହିଁ ନା ? ତେବେ ଶାନ୍ତିରେ ଶୋଇପଡ଼ିଲେ ଆପଣଙ୍କର କ’ଣ ବିଗିଡ଼ିବ ?
ଚିନ୍ତାର ରୂଟ କଜ୍( ମୂଳ କାରଣ) ହୃଦୟ ଜଳୁଥାଏ, ଏପରି ଚିନ୍ତା ତ’ କୌଣସି କାମର ନୁହେଁ ! ଯାହା ଶରୀରର କ୍ଷତି କରେ ଏବଂ ଆମକୁ ଯାହା ମିଳିବାର ଥିଲା, ସେଥିରେ ବିଘ୍ନ କରାଏ । ଚିନ୍ତାରୁ ହିଁ ଏପରି ସଂଯୋଗ ସୃଷ୍ଟି ହୋଇଯାଏ । କୌଣସି ପରିସ୍ଥିତିରେ ଭଲ-ମନ୍ଦ ବିଚାର କରିବା ଉଚିତ୍, କିନ୍ତୁ ଚିନ୍ତା କ’ଣ ପାଇଁ ? ଏହାକୁ ଇଗୋଇଜମ୍ (ଅହଂକାର) କୁହାଯାଏ । ସେପରି ଇଗୋଇଜମ୍ ନହେବା ଉଚିତ୍ । ମୁଁ କିଛି ଅଟେ ଏବଂ ମୁଁ ହିଁ ଚଲାଉଛି’, ଏହାଦ୍ବାରା ତା’କୁ ଚିନ୍ତା ହୋଇଥାଏ ଏବଂ ମୁଁ ଥିବି ତେବେ ଯାଇ ଏ ।
କେ ର ସମାଧାନ ହେବ’, ଏହାଦ୍ୱାରା ଚିନ୍ତା ହୋଇଚାଲେ । ଏଥ୍ୟପାଇଁ ଇଗୋଇଜଲା ଅଂଶର ଅପରେସନ କରିଦେବ, ପରେ ଯେଉଁ ଭଲ-ମନ୍ଦର ବିଚାର ରହିଲା, ସେଥିରେ ଅସୁବିଧା ନାହିଁ । ସେମାନେ ଭିତରେ ରକ୍ତ ଜଳାନ୍ତି ନାହିଁ । ଅନ୍ୟଥା ଚିନ୍ତା ତ’ ରକ୍ତ ଜଳାଏ, ମନ ଜଳାଏ । ଚିନ୍ତା ହେଉଥିବ, ସେ ସମୟରେ ପିଲା କିଛି କହିବାକୁ ଆସେ, ତେବେ ତା’ ଉପରେ ମଧ୍ୟ ଉଗ୍ର ହୋଇଯାଏ। ଅର୍ଥାତ୍ ସବୁଦିଗରୁ କ୍ଷତି କରେ । ଏ ଅହଂକାର ଏପରି ଜିନିଷ ଯେ ଟଙ୍କା ଥାଉ ବା ନଥାଉ, କିନ୍ତୁ ଯଦି କେହି କୁହେ ଯେ, “ଏ ଚନ୍ଦୁଭାଇ ମୋର ସବୁ ବିଗାଡ଼ି ଦେଲେ’, ତେବେ ଅପାର ଚିନ୍ତା ଆଉ ଅପାର ଉପାଧ ହୋଇଯାଏ । ଆଉ ଏ ସଂସାର ତ’ ଆମେ ନ ବିଗାଡ଼ିଥିଲେ ମଧ୍ୟ କୁହେ ନା !
Page #15
--------------------------------------------------------------------------
________________
ଚିନ୍ତା ।
। ଚିନ୍ତାର ପରିଣାମ କ’ଣ ? ଏହି ସଂସାର ବ୍ୟବହାରରେ ନର୍ମାଲ୍ ଅହଂକାର ତ’ ଥାଏ ହିଁ ଆଉ ତାହା ସହଜ ଅହଂକାର ଅଟେ । ଯାହାଦ୍ଵାରା ସଂସାର ସରଳତାର ସହ ଚାଲେ । ଆଉ ଏମାନେ ସେଠାରେ ଅହଂକାରର ପୂରା କାରଖାନା ଛିଡ଼ା କରିଦେଲେ, ଅହଂକାରର ବିସ୍ତାର କଲେ ଆଉ ଏତେ ବିସ୍ତାର କଲେ ଯେ ଚିନ୍ତାର କୌଣସି ସୀମା ରହିଲା ନାହିଁ ! ଅହଂକାରର ହିଁ ବିସ୍ତାର କଲେ । ସହଜ ଅହଂକାର ଦ୍ଵାରା, ନର୍ମାଲ ଅହଂକାର ଦ୍ବାରା ସଂସାର ବ୍ୟବହାର ଚାଲେ, ଏପରି ଅଟେ । କିନ୍ତୁ ସେଠାରେ ଅହଂକାରର ବିସ୍ତାର କରି, ପୁଣି କାକା ଏତେ ବୟସରେ କୁହନ୍ତି ନା ଯେ ମୋତେ ଚିନ୍ତା ହେଉଛି ।’ ସେ ଚିନ୍ତାର ପରିଣାମ କ’ଣ ? ଆଗକୁ ପଶୁଗତି ମିଳିବ । ଏଥିପାଇଁ ସାବଧାନ ହୋଇଯାଆ । ଏବେ ସାବଧାନ ହୋଇଯିବା ପରି ଅଟେ । ମନୁଷ୍ୟରେ ଅଛି,ସେ ଭିତରେ ସାବଧାନ ହୋଇଯାଅ, ନଚେତ୍ ଯେଉଁଠି ଚିନ୍ତା ହେବ, ସେଠାରେ ତ’ ପୁଣି ପଶୁଗତିର ଫଳ ଆସିବ ।
। ଭକ୍ତ ତ? ଭଗବାନଙ୍କ ସହ ମଧ୍ୟ ଝଗଡ଼ା କରେ
ଭଗବାନଙ୍କ ପ୍ରକୃତ ଭକ୍ତକୁ ତ’ ଯଦି ଚିନ୍ତା ହୁଏ, ତେବେ ସେ ଭଗବାନଙ୍କ ସହ ମଧ୍ୟ ଝଗଡ଼ା କରେ । ‘ହେ ଭଗବାନ ! ତୁମେ ମନା କରୁଛି ତେବେ ପୁଣି ମୋତେ ଚିନ୍ତା କାହିଁକି ହେଉଛି ?? ଯିଏ ଭଗବାନଙ୍କ ସହ ଲଢ଼େ ନାହିଁ ସେ ପ୍ରକୃତ ଭକ୍ତ ନୁହେଁ । ଯଦି କିଛି ଉପାଧ ଆସେ, ତେବେ ତୁମ ଭିତରେ ଭଗବାନ ବସିଛନ୍ତି, ତାଙ୍କୁ ଗାଳିଦେବ-ଧମକାଇବ । ଯାହା ଭଗବାନଙ୍କ ସହ ମଧ୍ୟ ଝଗଡ଼ା କରାଏ, ତାହାକୁ ପ୍ରକୃତ ପ୍ରେମ କୁହାଯାଏ । ଆଜି ତ’ ଭଗବାନଙ୍କ ପ୍ରକୃତ ଭକ୍ତ ମିଳିବା ମଧ୍ୟ କଷ୍ଟକର । ସମସ୍ତେ ନିଜ ନିଜ ମତଲବ ପାଇଁ ଘୁରୁଛନ୍ତି । ଶ୍ରୀକୃଷ୍ଣ ଭଗବାନ କୁହନ୍ତି, ‘ଜୀବ ତୁ ସୀଦ ନେ ସୋଚନା କରେ, କୃଷ୍ଣ ନେ କରିବୁ ହୋଏ ତେ କରେ ।
ସେତେବେଳେ ଏ ଲୋକେ କ’ଣ କୁହନ୍ତି ? କୃଷ୍ଣ ଭଗବାନ ତ’ କହିଛନ୍ତି, କିନ୍ତୁ ଏ ସଂସାର ଚଳାଇବାର ଥିବ ତେବେ ଚିନ୍ତା କରିବା ବିନା କିପରି ଚାଲିବ ?
Page #16
--------------------------------------------------------------------------
________________
ଚିନ୍ତା
ଏଥିପାଇଁ ଲୋକମାନେ ଚିନ୍ତାର କାରଖାନା ଖୋଲିଛନ୍ତି ! ସେ ମାଲ୍ ମଧ୍ୟ ବିକ୍ରି ହେଉନାହିଁ । କେମିତି ବିକ୍ରି ହେବ ? ଯେଉଁଠିକୁ ବିକିବା ପାଇଁ ଗଲେ ସେଠାରେ ମଧ୍ୟ ସେ କାରଖାନା ତ’ ଥାଏ ହିଁ ନା ! ଏହି ସଂସାରରେ ଜଣେ ମଧ୍ଯ ମଣିଷ ଏପରି ଖୋଜି ଆଣ ଯେ ଯାହାକୁ ଚିନ୍ତା ହେଉନଥିବ ।
ଗୋଟିଏ ପଟେ କୁହନ୍ତି ଯେ ‘ଶ୍ରୀକୃଷ୍ଣ ଶରଣଂ ମମଃ’ ଆଉ ଯଦି ଶ୍ରୀକୃଷ୍ଣଙ୍କ ଶରଣ ନେଇଛୁ, ତେବେ ପୁଣି ଚିନ୍ତା କ’ଣ ପାଇଁ କଲୁ ? ମହାବୀର ଭଗବାନ ମଧ୍ୟ ଚିନ୍ତା କରିବାକୁ ମନା କରିଛନ୍ତି । ସେ ତ’ ଗୋଟିଏ ଚିନ୍ତାର ଫଳ ତିର୍ୟଚ(ପଶୁ) ଗତି କହିଛନ୍ତି । ଚିନ୍ତା ତ’ ସବୁଠୁ ବଡ଼ ଅହଂକାର ଅଟେ । ‘ମୁଁ ହିଁ ଏସବୁ ଚଲାଉଛି’ ଏପରି ଜବରଦସ୍ତ (ଦୃଢ ଭାବେ) ରହିଥାଏ ନା, ତାହାର ଫଳସ୍ବରୂପ ଚିନ୍ତା ଜନ୍ମ
211
ମିଶିଲା ଗୋଟିଏ କଥା, ସବୁ ଦିଗରୁ
ଚିନ୍ତା ତ’ ଆଉଁଧ୍ୟାନ ଅଟେ । ଏ ଶରୀର ଯେତିକି ଶାତା-ଅଶାତା(ସୁଖଦୁଃଖ)ର ଉଦୟ ନେଇକରି ଆସିଛି ସେତିକି ଭୋଗିବା ପରେ ହିଁ ମୁକ୍ତି ମିଳେ । ଏଥପାଇଁ କାହାରି ଦୋଷ ଦେଖନାହିଁ, କାହାରି ଦୋଷ ପ୍ରତି ନଜର ଦିଅ ନାହିଁ ଆଉ ନିଜ ଦୋଷ ପାଇଁ ବନ୍ଧନ ଅଛି, ଏପରି ବୁଝିଯାଅ । ତୁ କିଛି ବଦଳାଇ ପାରିବୁ ନାହିଁ ।
ଏହା ଉପରେ ଶ୍ରୀକୃଷ୍ଣ ଭଗବାନ କହିଲେ ଯେ, ‘ଜୀବ ତୁ କାହେ ସୋଚ୍ କରେ, କୃଷ୍ଣ କୋ କରନା ହୋ ସୋ କରେ ।’ ତେବେ ଜୈନ କ’ଣ କୁହନ୍ତି ଯେ, ଏହା ତ କୃଷ୍ଣ ଭଗବାନ କହିଛନ୍ତି, ମହାବୀର ଭଗବାନ ଏପରି କହିନାହାନ୍ତି ।’ ମହାବୀର ଭଗବାନ ଏହା ଉପରେ କ’ଣ କହିଲେ ଯେ ‘ରାଇ ମାତ୍ର ଘଟ-ବଢ଼ ନେହିଁ, ଦେଖା କେବଳଜ୍ଞାନ, ୟହ ନିଶ୍ଚୟ କର ଯାନିଏ, ତଜିଏ ଆଉଁଧାନ ।’ ଚିନ୍ତା ଏବଂ ଆର୍ଭଧ୍ୟାନ ଛାଡ଼ି ଦିଅ । କିନ୍ତୁ ଭଗବାନଙ୍କ କଥା ମାନୁଥିବ ତେବେ ନା ? ମାନିବାର ନଥ୍, ତା’କୁ ଆମେ କିପରି ଗାଳି କରିପାରିବା ? ମୋତେ ଏପରି କହିଥିଲେ, ତେବେ ମୁଁ ତ’ ମାନିନେଇଥିଲି । ମୁଁ କହିଲି, ହଁ ଭାଇ, କିନ୍ତୁ ଏହା ଗୋଟିଏ ମାତ୍ର ଏଭଳି କଥା ଅଛି, ଏଥିପାଇଁ ମୁଁ ଅନ୍ୟଦିଗରୁ ଖୋଜିଲି । ଯାହା ମହାବୀର ଭଗବାନ କହିଲେ, ତାହା ହିଁ କୃଷ୍ଣ
Page #17
--------------------------------------------------------------------------
________________
ଚିନ୍ତା
ଭଗବାନ କହିଲେ, ସେତେବେଳେ ମୁଁ କହିଲି, ଏ ତାଳ ମିଶୁଛି, ତଥାପି କାଳେ କାହାର ଭୂଲ୍ ହେଉଥବ, ତେବେ ଆଗକୁ ଜାଞ୍ଚକର ।
ସେତେବେଳେ ସହଜାନନ୍ଦ ସାମୀ କହୁଛନ୍ତି, ‘ମାରି ବଗର ଏକ ତରୁଣଂୟ ନେହିଁ ତୁଟେ ! ’ ଓହୋ ! ତୁମେ ଏଥରେ ପକ୍କା ଅଟ ? ! ଏ ‘ତୁମ ବିନା ଖଣ୍ଡିଏ ଘାସ ମଧ୍ୟ ଛିଡ଼ିବ ନାହିଁ ?’ ତେବେ କହିଲି, ‘ଠିକ୍ ଅଛି, ତିନିଟା ତାଳ ମିଶିଲା ।’ ପୁଣି କହିଲି, ଆହୁରି ତାଳ ମିଶାଇବା ।
୧୦
ଏବେ କବୀର ସାହେବ କ’ଣ କହୁଛନ୍ତି, ‘ପ୍ରାରବ୍ଧ ପହଲେ ବନା, ପିଛେ ବନା ଶରୀର, କବୀର ଅଙଭା ୟେ ହେ, ମନ ନେହିଁ ବାନ୍ଧି ଧୀର୍ I’ମନକୁ ଧୈର୍ଯ୍ୟ ରହୁନାହିଁ, ଏହା ବଡ଼ ଆଶ୍ଚର୍ଯ୍ୟ ଅଟେ । ଏ ସବୁ ତାଳ ମିଶିଲା, ସମସ୍ତଙ୍କୁ ପଚାରି ଚାଲିଲି ! ‘ତୁମର ମତ କ’ଣ ?’ କୁହ, କହିଦିଅ ।
ହଁ, ଜଣେ ବ୍ୟକ୍ତିର ଭୂଲ୍ ହୋଇପାରେ, କିନ୍ତୁ ବୀତରାଗଙ୍କର ଭୂଲ୍ ତ’ କହିପାରିବାନି । ଲେଖୁବାବାଲାର ଭୂଲହୋଇଯାଇଥବ ତେବେ ଏପରି ହୋଇପାରେ । ବୀତରାଗଙ୍କର ଭୂଲ୍ ତ’ ମୁଁ କେବେ ମାନିବି ହିଁ ନାହିଁ । ମୋତେ ଯେତେ ମଧ୍ୟଏପଟୁସେପଟୁ ବୁଝାଇବାକୁ ଚେଷ୍ଟାକର କିନ୍ତୁ ବୀତରାଗମାନଙ୍କର ଭୂଲ୍ ମୁଁ କେବେ ମଧ୍ୟ ମାନିନାହିଁ । ପିଲାଦିନରୁ, ଜନ୍ମରୁ, ବୈଷ୍ଣବ ହେବା ସତ୍ତ୍ବେ ମଧ୍ୟ ମୁଁ ସେମାନଙ୍କର ଭୁଲ ବୋଲି ମାନିନାହିଁ । କାରଣ ଏତେ ଅଭିଜ୍ଞ ପୁରୁଷ ! ଯାହାଙ୍କରଗୁଣଗାନ କଲେ କଲ୍ୟାଣ ହୋଇଯାଏ ! ! ଆଉ ଦେଖ, ମୋର ଦଶା ଦେଖ! ରାଇ ମାତ୍ର କମ୍-ବେଶୀ ନାହିଁ । ଆରେ ! ଗୋଟିଏ ରାଇ ଦାନା ଦେଖୁଛ ତୁମେ ? ତେବେ କୁହନ୍ତି ନିଅ! ରାଇ ଦାନା ଦେଖୁନଥୁବୁ ? ଗୋଟିଏ ରାଇ ଦାନା ଯେତିକି ଫରକ୍ ହେବାର ନାହିଁ ଆଉ ଦେଖ, ଲୋକେ ଅଣ୍ଟାଭିଡ଼ି, ଯେତେ ପର୍ଯ୍ୟନ୍ତ ଚେଇଁ ପାରିବେ, ସେତେ ପର୍ଯ୍ୟନ୍ତ ଚେଇଁ ବସୁଛନ୍ତି । ଶରୀରକୁ ଟାଣି-ଓଟାରୀ ଚେଉଁଛନ୍ତି ଏବଂ ପୁଣିତ’ ହାର୍ଟ ଫେଲ୍ ପାଇଁ ପ୍ରସ୍ତୁତି କରୁଛନ୍ତି !
ଏମାନଙ୍କ ପାଇଁ ମୂଲ୍ୟ
କାହାର ?
ଜଣେ ବୁଢ଼ା କାକା ଆସିଲେ ଏବଂ ମୋ ଗୋଡ଼ତଳେ ପଡ଼ି ବହୁତ କାନ୍ଦିଲେ । ମୁଁ ପଚାରିଲି, ‘କ’ଣ ଦୁଃଖ ଅଛି ତୁମକୁ ?’ ତେବେ କହିଲେ, ‘ମୋ ଗହଣା ଚୋରି
Page #18
--------------------------------------------------------------------------
________________
ଚିନ୍ତା
୧୧।
ହୋଇଗଲା, ମିଳୁନାହିଁ । ଏବେ ପୁଣି କେବେ ମିଳିବ ?ମୁଁ ତାଙ୍କୁ କହିଲି, ସେ ଗହଣା କ’ଣ ସାଙ୍ଗରେ ନେଇକି ଯାଇଥାନ୍ତ ?? ସେ କହିଲେ, ନା, ସାଙ୍ଗରେ ନେଇ ହେବନି । କିନ୍ତୁ ମୋ ଗହଣା ଯାହା ଚୋରି ହୋଇଯାଇଛି, ତାହା କେବେ ମିଳିବ ?” ମୁଁ କହିଲି, ତୁମର ଯିବା ପରେ ଆସିବେ ! ! !’ ଗହଣା ଗଲା ସେଥିପାଇଁ ଏତେ ହାଏ, ହାଏ, ହାଏ ! ଆରେ, ଯିଏ ଗଲା ତା’ପାଇଁ ଚିନ୍ତା କରିବା ଉଚିତ୍ ନୁହେଁ । ଯଦି ଆଗର ଚିନ୍ତା, ଭବିଷ୍ୟତର ଚିନ୍ତା କରେ, ତେବେ ଆମେ ବୁଝନ୍ତି ଯେ ବୁଦ୍ଧିମାନ ମଣିଷକୁ ଚିନ୍ତା ତ’ ହୁଏ; କିନ୍ତୁ ଗଲା ତାହାର ମଧ୍ୟ ଚିନ୍ତା ? ଆମ ଦେଶରେ ଏପରି ଚିନ୍ତା ହୁଏ । କ୍ଷଣିକ ପୂର୍ବରୁ ଯାହା ହୋଇଗଲା, ତା ପାଇଁ ପୁଣି କି ଚିନ୍ତା ? ଯାହାର ଉପାୟ ନାହିଁ, ତାହାର ଚିନ୍ତା କ’ଣ ? କେହି ମଧ୍ୟ ବୁଦ୍ଧିମାନ ବୁଝିପାରେ ଯେ ଏବେ କୌଣସି ଉପାୟ ନାହିଁ, ସେଥିପାଇଁ ଏହାର ଚିନ୍ତା ଛାଡ଼ିଦେବା ଉଚିତ୍ ।
। ସେ କାକା କାନ୍ଦୁଥିଲେ, କିନ୍ତୁ ମୁଁ ତାଙ୍କୁ ଦୁଇମିନିଟ୍ରେ ଓଲଟେଇ ଦେଲି । ପୁଣି ତ ‘ଦାଦା ଭଗବାନ କେ ଅସୀମ ଜୟ ଜୟ କର ହୋ ।” ଗାଇବାକୁ ଲାଗିଲେ। ସେ ଆଜି ସକାଳେ ମଧ୍ୟ ସେଠାରେ ରଣଛୋଡ଼ଜୀଙ୍କ ମନ୍ଦିରରେ ଭେଟ ହୋଇଥିଲେ, ସେତେବେଳେ ମଧ୍ୟ କହି ଉଠିଲେ, ଦାଦା ଭଗବାନ !? ମୁଁ କହିଲି, “ହଁ, ସେଇ ।’ ପୁଣି କହିଲେ “ରାତି ସାରା ମୁଁ ତ’ ଆପଣଙ୍କ ନାମ ନେଉଥିଲି !” ତାଙ୍କୁ ତ’ ଏପଟେ ମୋଡ଼ିବ ତେବେ ଏପଟେ, ତାଙ୍କୁ ସେମିତି କିଛି ମଧ୍ୟ ନାହିଁ । । ପ୍ରଶ୍ନକର୍ତ୍ତା : ଆପଣ ତାଙ୍କୁ କ’ଣ କହିଲେ ?
ଦାଦାଶ୍ରୀ :ମୁଁ କହିଲି, ‘ସେ ଗହଣା ଆଉ ଫେରିବେ, ଏପରି ନୁହଁ, ହଁ, କିନ୍ତୁ ଅଲଗା ଉପାୟରେ ଗହଣା ଆସିବ ।”
ପ୍ରଶ୍ନକର୍ତ୍ତା : ଆପଣ ମିଳିଗଲେ ଅର୍ଥାତ୍ ବଡ଼ ଗହଣା ହିଁ ମିଳିଗଲା ନା !
ଦାଦାଶ୍ରୀ : ହଁ, ଏହା ତ’ ଆଶ୍ଚର୍ଯ୍ୟ ଅଟେ ! କିନ୍ତୁ ଏହା ତା’କୁ କିପରି ବୁଝାପଡ଼ିବ ? ତା’କୁ ତ’ ସେ ଗହଣା ଆଗରେ ଏହାର ମୂଲ୍ୟ ରହିବନି ନା ! ଆରେ, ତା’କୁ ଚା’ ପିଇବାର ଥିବ ଆଉ ମୁଁ କହିବି ଯେ, “ମୁଁ ଅଛି ନା,
ତୋତେ ଚା’ କ’ଣ ଦରକାର ?? ତେବେ କହିବ ‘ମୋତେ ଚା’ ବିନା ଶାନ୍ତି ମିଳେ ନାହିଁ, ତୁମେ ଥାଅ କି ନଥାଅ ।” ଏମାନଙ୍କ ପାଇଁ ମୂଲ୍ୟ କାହାର ? ଯାହା ଇଛା ହେଲା ତାହାର !
Page #19
--------------------------------------------------------------------------
________________
୧୨
ଚିନ୍ତା
ପ୍ରକୃତିର ଗେଷ୍ଟଙ୍କ ଆଡ଼ମ୍ବର ତ’ ଦେଖ !
ଏହି ୱର୍ଲ୍ସରେ କିଛି ବି ଜିନିଷ ଯାହା ସବୁଠୁ ମୂଲ୍ୟବାନ ହୋଇଥାଏ, ତାହା ଫ୍ରି ଅଫ୍ କଷ୍ଟ ହିଁ ହୋଇଥାଏ । ତାହା ଉପରେ କୌଣସି ମଧ୍ଯ ସରକାରୀ କର ଲଗାଇ ପାରିବା ନାହିଁ । କେଉଁ ଜିନିଷ ମୂଲ୍ୟବାନ ? ପ୍ରଶ୍ନକର୍ତ୍ତା : ପବନ, ପାଣି ।
:
ଦାଦାଶ୍ରୀ : କେବଳ ପବନ, ପାଣି ନୁହଁ । ପବନ ଉପରେ ସରକାରୀ କର ଆଦୌ ନାହିଁ, କିଛି ନାହିଁ । ଯେଉଁଠି ଦେଖ ସେଇଠି, ତୁମେ ଯେଉଁଠିକୁ ଯାଅ, ଏନି ହେୟାର୍, ଏନି ପ୍ଲେସ୍, ସେଠାରେ ତୁମକୁ ତାହା ପ୍ରାପ୍ତ ହେବ । ପ୍ରକୃତି କେତେ ରକ୍ଷଣ କରିଛି ତୁମର ! ତୁମେ ପ୍ରକୃତିର ଗେଷ୍ଟ ଅଟ ଆଉ ଗେଷ୍ଟ ହୋଇକରି ତୁମେ ଚିତ୍କାର କରୁଛ, ଚିନ୍ତା କରୁଛ ! ଏଥିପାଇଁ ପ୍ରକୃତିକୁ ମନରେ ଏପରି ଲାଗୁଛି ଯେ, ଆରେ, ମୋ ଗେଷ୍ଟ ବନିଛନ୍ତି, କିନ୍ତୁ ଏ ମଣିଷଟାକୁ ଗେଷ୍ଟ ବନିବା ମଧ୍ୟ ଆସୁନାହିଁ ? ! ତେବେ ପୁଣି ରୋଷେଇ ଘରକୁ ଯାଇ କହିବ, ‘ତରକାରୀରେ ଲୁଣ ଟିକେ ଅଧିକ ଦେବ ।’ ଆରେ ମୂର୍ଖ, ଗେଷ୍ଟ ହୋଇକରି ରୋଷେଇ ଘରେ ପଶୁଛୁ ! ସେମାନେ ଯାହା ବାଜୁଛନ୍ତି ତାହା ଖାଇ ନେ । ଗେଷ୍ଟ ହୋଇକରି ରୋଷେଇ ଘର ଯାଉଥିବେ ଆପଣ ? ଅର୍ଥାତ୍ ଏ ମୂଲ୍ୟବାନରୁ ମୂଲ୍ୟବାନ ପବନ ଫ୍ରି ଅଫ୍ କଷ୍ଟ୍ । ତା’ପରେ ଦୁଇ ନମ୍ବରରେ କିଏ ଆସେ ? ପାଣି । ପାଣି ଅଳ୍ପ ବହୁତ ଟଙ୍କାରେ ମିଳୁଛି । ଆଉ ପୁଣି ତିନି ନମ୍ବର ଖାଦ୍ୟ, ତାହା ମଧ୍ୟ ଅଳ୍ପ-ବହୁତ ଟଙ୍କାରେ । ପ୍ରଶ୍ନକର୍ତ୍ତା : ପ୍ରକାଶ ।
ଦାଦାଶ୍ରୀ : ଲାଇଟ୍ ତ’ ଅଛି ନା ! ଲାଇଟ୍ ତ’, ସୂର୍ଯ୍ୟନାରାୟଣ ତୁମ ସେବାରେ ହିଁ ବସି ରହିଛନ୍ତି, ସକାଳ ସାଢ଼େ ଛ’ଟାରୁ ଆସି ପହଞ୍ଚି ଯାଉଛନ୍ତି । କେଉଁଠି ମଧ୍ଯ ଭରସା ହିଁ ନାହିଁ
ଏ ତ’ ଆମର ହିନ୍ଦୁସ୍ତାନର ଲୋକମାନେ ତ’ ଏତେ ଚିନ୍ତାବାଲା ଅଟନ୍ତି ଯେ ଏ ସୂର୍ଯ୍ୟନାରାୟଣ ଯଦି ଗୋଟିଏ ଦିନ ପାଇଁ ଛୁଟି ନିଅନ୍ତି ଏବଂ କୁହନ୍ତି ଯେ, ‘ଏବେ ପୁଣି ଆଉ କେବେ ଛୁଟି ନେବି ନାହିଁ ।’ ତେବେ ପର ଦିନ ଏ ଲୋକମାନଙ୍କୁ
Page #20
--------------------------------------------------------------------------
________________
ଚିନ୍ତା
୧୩।
ଶଙ୍କା ହେବ ଯେ କାଲି ସୂର୍ଯ୍ୟନାରାୟଣ ଆସିବେ ନା ନାହିଁ ? ସକାଳ ହେବ ନା ନାହିଁ ? ଅର୍ଥାତ୍ ପ୍ରକୃତି ଉପରେ ମଧ୍ୟ ଭରସା ନାହିଁ । ସୟଂ ନିଜ ଉପରେ ମଧ୍ୟ ଭରସା ନାହିଁ, ଭଗବାନ ଉପରେ ମଧ୍ୟ ଭରସା ନାହିଁ । କୌଣସି ଜିନିଷ ଉପରେ ଭରସା ନାହିଁ । ନିଜ ସ୍ତ୍ରୀ ଉପରେ ମଧ୍ୟ ଭରସା ନାହିଁ !
ନିଜେ ହିଁ ନିମନ୍ତ୍ରିତ କରିଛି ଚିନ୍ତା ! ଚିନ୍ତା କରେ, ତାହା ମଧ୍ୟ ପଡ଼ୋଶୀକୁ ଦେଖୁକରି । ପଡ଼ୋଶୀ ଘରେ ଗାଡ଼ି ଅଛି ଆଉ ଆମ ଘରେ ନାହିଁ । ଆରେ, ଜୀବନ ଯାପନ ପାଇଁ କେତେ ଦରକାର ? ତୁ ଥରେ ସ୍ଥିର କରି ନେ ଯେ ଏତିକି-ଏତିକି ମୋର ଦରକାର ଅଛି । ଯେପରି ଘରେ ଖାଇବା-ପିଇବା ପାଇଁ ପର୍ଯ୍ୟାପ୍ତ ଦରକାର, ରହିବା ପାଇଁ ଘର ଦରକାର, ଘର ଚଳିପାରୁଥିବା ଭଳି ଲକ୍ଷ୍ମୀ ଦରକାର । ତେବେ ଏତିକି ତୋତେ ମିଳି ହିଁ ଯିବ। କିନ୍ତୁ ଯଦି ପଡୋଶୀର ଦଶ ହଜାର ବ୍ୟାଙ୍କରେ ପଡ଼ିଥିବ, ତେବେ ତୋ ମନ ଭିତରେ ଫୋଡ଼ି ହେଉଥାଏ । ଏହାଦ୍ଵାରା ତ’ ଦୁଃଖ ଜନ୍ମ ହୁଅନ୍ତି । ଦୁଃଖକୁ ନିଜେ ହିଁ ନିମନ୍ତ୍ରଣ ଦିଏ ।
ବଞ୍ଚିବାର ଆଧାର, ଅହଂକାର ବ୍ୟାକୁଳ ତ’, ଯେବେ ପଇସା ବହୁତ ଆସେ ନା ସେତେବେଳେ ବ୍ୟାକୁଳ ରୁହେ, ଚିନ୍ତିତ ରୁହେ । ଏ ଅହମଦାବାଦର ମିବାଲା ସେମାନଙ୍କ କଥା କହିବି ତେବେ ତୁମକୁ ଏପରି ଲାଗିବ ଯେ ହେ ଭଗବାନ ! ଏପରି ଦଶା ଗୋଟିଏ ଦିନ ପାଇଁ ମଧ୍ୟ ଦେବ ନାହିଁ । ପୂରା ଦିନ, କନ୍ଦମୂଳ ଚୁଲିରେ ରଖୁଥିବା ପରି ପୋଡ଼ି ହେଉଥାଏ । ମାତ୍ର, କେଉଁ ଆଧାରରେ ବଞ୍ଚୁଛନ୍ତି ? ମୁଁ ଜଣେ ସେଜୀଙ୍କୁ ପଚାରିଲି, “କେଉଁ ଆଧାରରେ ତୁମେ ଜୀବନ ବିତାଉଛି ?' ସେ କହିଲେ, “ଏହା ତ’ ମୋତେ ମଧ୍ୟ ଜଣା ପଡୁ ନାହିଁ । ମୁଁ କହିଲି, “ବତାଇ ଦେବି ? ସବୁଠୁ ବଡ଼ ତ’ ମୁଁ ହିଁ ଅଟେ ନା ! ବାସ୍ ଏହି ଆଧାରରେ ବଞ୍ଚୁଛନ୍ତି ।” କିନ୍ତୁ କିଛି ମଧ୍ୟ ସୁଖ ମିଳେ ନାହିଁ ।
Page #21
--------------------------------------------------------------------------
________________
୧୪
ଚିନ୍ତା ।
କର ନାହିଁ ଅପ୍ରାପ୍ତର ଚିନ୍ତା ଅହମଦାବାଦର କିଛି ସେଠୁ ଭେଟ ହୋଇଥିଲେ । ସେମାନେ ଖାଇବା ସମୟରେ ମିଲ୍କାରଖାନା)କୁ ଚାଲିଯାନ୍ତି । ମୋ ସହିତ ଭୋଜନ ପାଇଁ ବସିଥିଲେ । ସେତେବେଳେ ସେଠାଣୀ ସାମନାରେ ଆସିକରି ବସିଲେ। ମୁଁ ପଚାରିଲି, ସେଠାଣୀଜୀ, ତୁମେ କାହିଁକି ସାମନାରେ ଆସି ବସିଗଲ ? ତେବେ କହିଲେ, ସେଠଜୀ ଠିରେ ଭୋଜନ କରନ୍ତି ନାହିଁ, କେବେ ମଧ୍ୟ ।” ଏଥରୁ ମୁଁ ବୁଝିଗଲି । ଯେବେ ମୁଁ ସେଠୁଜୀଙ୍କୁ ପଚାରିଲି ସେ କହିଲେ, “ମୋ ଚିତ୍ତ ପୂରା ସେଠାକୁ ଚାଲିଯାଏ ।? ମୁଁ କହିଲି, ଏପରି କରିବ ନାହିଁ । ବର୍ତ୍ତମାନ ଥାଳି ଆସିଛି, ତାହାକୁ ପ୍ରଥମେ, ଅର୍ଥାତ୍ ପ୍ରାପ୍ତକୁ ଭୋଗ, ଅପ୍ରାପ୍ତର ଚିନ୍ତା କର ନାହିଁ । ଯାହା ପ୍ରାପ୍ତ ବର୍ଭମାନ ଅଟେ ତାହାକୁ ଭୋଗ ।”
ଚିନ୍ତା ହେଉଥିବ ତେବେ ପୁଣି ଖାଇବା ପାଇଁ ରୋଷେଇ ଘରକୁ ଯିବାକୁ ପଡ଼େ ? ପୁଣି ବେଡ଼ରୁମକୁ ଶୋଇବା ପାଇଁ ଯିବାକୁ ପଡ଼େ ? ଆଉ ଅଫିସ୍ରେ କାମ ପାଇଁ ?
। ପ୍ରଶ୍ନକର୍ତ୍ତା : ସେଠାକୁ ମଧ୍ୟ ଯାଉଛୁ ।
ଦାଦାଶ୍ରୀ :ଏ ସବୁ ଡି ପାର୍ଟମେଣ୍ଟ ( ବି ଭାଗ) ଅଟେ । ଗୋଟିଏ ଡି ପାର୍ଟମେଣ୍ଟର ଝାଞ୍ଜ ଟି ଅନ୍ୟ ଡି ପାର୍ଟମେଣ୍ଟ କୁ ନେବ ନାହିଁ । ଗୋଟିଏ ଡିଭିଜନ(ବିଭାଗ)କୁ ଯଦି ଯିବ ତେବେ ସେଠାକାର, ସେତିକି ହିଁ ସମ୍ପୂର୍ଣ୍ଣ କାମ କରିନେବ । କିନ୍ତୁ ଦ୍ବିତୀୟ ଡିଭିଜନକୁ ଭୋଜନ କରିବା ପାଇଁ ଯିବ, ତେବେ ପ୍ରଥମ ଡିଭିଜନର ଝାଞ୍ଜଟି ସେଠାରେ ଛାଡ଼ି,ଏଠାରେ ଭୋଜନ କରିବା ପାଇଁ ବସିବ ତେବେ ଟେଷ୍ଟର ସହ ଖାଇବ । ବେଡ଼ରୁମକୁ ଯିବାବେଳେ ମଧ୍ୟ ପ୍ରଥମ ଡିଭିଜନର ଝଞ୍ଜଟ ସେଠାରେ ଛାଡ଼ିକରି ଯିବ । ଯାହାର ଏପରି ସେଟିଙ୍ଗ( ଯୋଜନା) ନାହିଁ, ସେ ମଣିଷ ମରିଯିବ । ଖାଇବା ପାଇଁ ବସିଥିବ, ସେତେବେଳେ ଚିନ୍ତା କରୁଥିବ ଯେ ଅଫିସ୍ରେ ସାହେବ ଗାଳି କରିବେ ସେତେବେଳେ କ'ଣ କରିବି ? ଆରେ, ଗାଳି କରିବେ ସେତେବେଳେ ଦେଖୁନେବା ! ଏବେ ଆରାମରେ ଖା’ ନା !
। ଭଗବାନ କ’ଣ କହିଥିଲେ ଯେ, ପ୍ରାପ୍ତକୁ ଭୋଗ, ଅପ୍ରାପ୍ତର ଚିନ୍ତା କରନାହିଁ ।” ଅର୍ଥାତ୍ ‘ଯାହା ପ୍ରାପ୍ତ ଅଟେ ତାହାକୁ ଭୋଗ !”
Page #22
--------------------------------------------------------------------------
________________
ଚିନ୍ତା
୧୫
ଏୟାରକଣ୍ଡିସରେ ମଧ୍ୟ ଚିନ୍ତା ପ୍ରଶ୍ନକର୍ତ୍ତା : ଆହୁରି ଅନେକ ଚିନ୍ତା ଥାଏ ନା ମୁଣ୍ଡରେ । । ଦାଦାଶ୍ରୀ : ଭୋଜନ କରୁଥିବା ସମୟରେ ମଧ୍ୟ ଚିନ୍ତା ହୋଇଥାଏ । ଅର୍ଥାତ୍ ସେ ଘଣ୍ଟି ଝୁଲୁଥାଏ ଉପରେ, କେତେବେଳେ ଖସି ପଡ଼ିବ, କେତେବେଳେ ଖସି ପଡ଼ିବ !”ଏବେ କୁହ ! ଏପରି ଭୟର ସଂଗ୍ରହ ସ୍ଥାନ ତଳେ ଏ ସବୁ ଉପଭୋଗ ! ଏସବୁ କେମିତି ପୋସାଇବ ? ତଥାପି ଲୋକେ ନିଲଜ୍ଜ ହୋଇକରି ଭୋଗୁଛନ୍ତି ମଧ୍ୟ। ଯାହା ହେବାର ଥିବ, ତାହା ହେବ, କିନ୍ତୁ ଭୋଗ । ଏ ସଂସାରରେ ଭୋଗିବା ଯୋଗ୍ୟ କିଛି ଅଛି ?
। ବିଦେଶରେ ଏମିତି ସବୁ ହୁଏ ନାହିଁ । କୌଣସି ଦେଶରେ ଏପରି ହୁଏ । ନାହିଁ । ଏ ସବୁ ତ” ଏହିଠାରେ ହୁଏ । ବୁଦ୍ଧିର ଭଣ୍ଡାର, ଥାକ ଥାକ ବୁଦ୍ଧି, ଚିନ୍ତା ମଧ୍ୟ ଥାକ ଥାକ, କାରଖାନା ଖୋଲନ୍ତି ସମସ୍ତେ । ଏ ବଡ଼ ବଡ଼ କାରଖାନା, ଜବରଦସ୍ତ ପଙ୍ଖ ଘୁରୁଥାଏ, ସବୁକିଛି ପୁରୁଥାଏ । ଚିନ୍ତା ମଧ୍ୟ କରନ୍ତି ଏବଂ ଉପାୟ ମଧ୍ୟ କରନ୍ତି। ପୁଣି ସେ ଥଣ୍ଡା କରନ୍ତି, କ’ଣ କହନ୍ତି ତାହାକୁ ?
ପ୍ରଶ୍ନକର୍ତ୍ତା : ଏୟାରକଣ୍ଡିସନ୍ । ଦାଦାଶ୍ରୀ : ହଁ, ଏୟାରକଣ୍ଡିସନ୍ । ହିନ୍ଦୁସ୍ତାନର ଆଶ୍ଚର୍ଯ୍ୟ ଅଟେ ନା ! ପ୍ରଶ୍ନକର୍ତ୍ତା : ଏବେ ସବୁ ଚିନ୍ତା ଏୟାକଣ୍ଡିସରେ ହିଁ ହେଉଛି ।
ଦାଦାଶ୍ରୀ : ହଁ, ଅର୍ଥାତ୍ ତାହା ସାଙ୍ଗରେ ହିଁ ଥାଏ । ଏ ଚିନ୍ତା ସହ ଏୟାରକଣ୍ଡିସନ୍ । ଆମମାନଙ୍କୁ ଏୟାରକଣ୍ଡିସନର ଆବଶ୍ୟକ ପଡ଼େ ନାହିଁ ।
। ଏ ଆମେରିକାନମାନଙ୍କର ଝିଅମାନେ ସବୁ ଚାଲିଯାନ୍ତି । ସେ ପାଇଁ ତାଙ୍କୁ ବହୁତ ଚିନ୍ତା ହୁଏ ନାହିଁ କିନ୍ତୁ ଏଠାକାର ଲୋକଙ୍କୁ ? କାରଣ ପ୍ରତ୍ୟେକଙ୍କ ମାନ୍ୟତା ଅଲଗା ଅଟେ ।
ଆୟୁଷର ଏକ୍ସଟେନସନ୍ ମିଳିଲା ? ତୁମେ ଏହି ଦୁନିଆରେ ଏବେ ଆଉ ଦୁଇଶହ ବର୍ଷ ଯାଏଁ ରହିବ ନା ? ଏକ୍ସଟେନସନ୍ ନେଇ ନାହିଁ ?
Page #23
--------------------------------------------------------------------------
________________
ଚିନ୍ତା
ପ୍ରଶ୍ନକର୍ତ୍ତା : ଏକ୍ସଟେନସନ୍ କିପରି ମିଳିବ ? ଆମ ହାତରେ ତ’ କିଛି ମଧ୍ୟ ନାହିଁ, ମୋତେ ତ’ ଲାଗୁ ନାହିଁ ।
ଦାଦାଶ୍ରୀ : କି କଥା କହୁଛ ? ! ଯଦି ବଞ୍ଚିବା ହାତରେ ଥିବ ତେବେ ମରିବ ନାହିଁ । ଯଦି ଆୟୁଷର ଏକ୍ସଟେନସନ୍ ମିଳୁନାହିଁ ତେବେ କାହିଁକି ଚିନ୍ତା କରୁଛୁ ? ଯାହା ମିଳିଲା, ତାହାକୁ ହିଁ ଆରାମରେ ଭୋଗ ନା !
ମଣିଷ ସଭାବ ଚିନ୍ତା ଆପଣେଇ ନିଏ
୧୬
ଚିନ୍ତାରୁ ତ’ କାମ ବିଗିଡ଼ିଯାଏ l ଚିନ୍ତା କାମକୁ ଶହେ ପ୍ରତିଶତ ଜାଗାରେ ସତୁରି ପ୍ରତିଶତ କରିଦିଏ । ଚିନ୍ତା କାମରେ ଅବସ୍ଟ୍ରକ୍ଟ(ବିଘ୍ନ) ସୃଷ୍ଟିକରେ । ଯଦି ଚିନ୍ତା ନ ହେବ, ତେବେ ବହୁତ ସୁନ୍ଦର ପରିଣାମ ଆସିବ ।
|
ଯେପରିକି ‘ଆମେ ଦିନେ ନା ଦିନେ ମରିବା’, ଏହା ସମସ୍ତେ ଜାଣନ୍ତି । କିନ୍ତୁ ଯେତେବେଳେ ମୃତ୍ୟୁ ମନେ ପଡ଼େ ସେତେବେଳେ କ’ଣ କରନ୍ତି ଲୋକେ ? ମନେ ପଡ଼େ, ସେତେବେଳେ କ’ଣ କରନ୍ତି ? ତାକୁ ଧକ୍କା ମାରିଦିଅନ୍ତି । ଆମର କିଛି ହୋଇଯିବ ତେବେ ?, ଏପରି ମନରେ ଆସିବା କ୍ଷଣି ତାକୁ ଧକ୍କା ମାରିଦିଅନ୍ତି । ସେହିପରି ଯେତେବେଳେ ଭିତରେ ଚିନ୍ତା ହେବାକୁ ଲାଗେ, ସେତେବେଳେ ଧକ୍କା ମାରିଦେବ ଯେ ଏଠି ନୁହଁ ଭାଇ !
ଚିନ୍ତା ଦ୍ବାରା ସର୍ବଦା ସବୁକିଛି ବିଗିଡ଼ି ଥାଏ। ଚିନ୍ତାରେ ଯଦି ଗାଡ଼ି ଚଲାଇବ ତେବେ ଧକ୍କା ହୋଇଯିବ । ଚିନ୍ତାରେ ବ୍ୟାପାର କରିବ, ସେଠି କାମ ସବୁ ଓଲଟି ପଡ଼େ । ଚିନ୍ତା ଦ୍ଵାରା ଏସବୁ ବିଗିଡ଼ିଛି ସଂସାରରେ ।
ଚିନ୍ତା କରିବା ଭଳି ଏ ସଂସାର ନୁହେଁ । ଏ ସଂସାରରେ ଚିନ୍ତା କରିବା, ତାହା ବେଷ୍ଟ ଫୁଲିସନେସ୍ ଅଟେ । ସଂସାର ଚିନ୍ତା କରିବା ପାଇଁ ହୋଇନାହିଁ । ଏହା ଇଟସେଲୁ କ୍ରିଏଶନ( ସୟଂ ସୃଷ୍ଟି) ହୋଇଛି । ଭଗବାନ ଏ କ୍ରିଏଶନ କରିନାହାନ୍ତି । ଏଥିପାଇଁ ଚିନ୍ତା କରିବା ପାଇଁ ଏ କ୍ରିଏଶନ ହୋଇନାହିଁ । ଏ ମଣିଷ କେବଳ ଚିନ୍ତା ହିଁ କରୁଛନ୍ତି, ଅନ୍ୟ କୌଣସି ଜୀବ ଚିନ୍ତା କରୁନାହାନ୍ତି । ଅନ୍ୟ ଚଉରାଅଶୀ ଲକ୍ଷ ଯୋନି ଅଛି, କିନ୍ତୁ କେହି ଚିନ୍ତା-ରିଜ୍ କରନ୍ତି ନାହିଁ । ଏ ମଣିଷନାମକ ଜୀବ ଆବଶ୍ୟକତାଠାରୁ ଅଧିକ ବୁଦ୍ଧିମାନ ଅଟନ୍ତି, ସେହିମାନେ ଦିନସାରା ଚିନ୍ତାରେ ଜଳୁଥାନ୍ତି !
Page #24
--------------------------------------------------------------------------
________________
ଚିନ୍ତା
୧୭
। ଚିନ୍ତା ତ’ ଫୋର( ଖାଣ୍ଟି) ଇଗୋଇଜମ୍ ଅଟେ । ଏ ପଶୁପକ୍ଷୀମାନେ କେହି ଚିନ୍ତା କରୁନାହାଁନ୍ତି ଆଉ ଏ ମଣିଷମାନଙ୍କୁ ଚିନ୍ତା ? ଓ ହୋ ହୋ ! ଅନନ୍ତ ପଶୁପକ୍ଷୀ ଅଛନ୍ତି, କାହାରିକୁ ଚିନ୍ତା ନାହିଁ ଆଉ ମଣିଷ ଏକାହିଁ ଏପରି ଜଡ଼ ଅଟେ ଯେ ସାରାଦିନ ଚିନ୍ତାରେ ଜଳୁଥାନ୍ତି ।
ପ୍ରଶ୍ନକର୍ତ୍ତା : ପଶୁ ପକ୍ଷୀଙ୍କଠାରୁ ମଧ୍ୟ ନିଜ ଶ୍ରେଣୀର ଅଟନ୍ତି ନା ଏମାନେ ?
ଦାଦାଶ୍ରୀ : ପଶୁପକ୍ଷୀ ତ’ ବହୁତ ଭଲ । ପଶୁ ପକ୍ଷୀଙ୍କୁ ଭଗବାନ ଆଶ୍ରିତ କହିଛନ୍ତି । ଏହି ସଂସାରରେ ଯଦି କେହି ନିରାଶ୍ରିତ ଥାଏ, ତେବେ କେବଳ ଏ ମଣିଷ ହିଁ ଆଉ ସେଥିରେ ହିନ୍ଦୁସ୍ତାନର ମଣିଷ ଶହେ ପ୍ରତିଶତ ନିରାଶ୍ରିତ ଅଟନ୍ତି , ପୁଣି ଏମାନଙ୍କୁ ଦୁଃଖ ହିଁ ହେବ ନା ! ଯାହାଙ୍କୁ କୌଣସି ପ୍ରକାରର ଆସରା ହିଁ ନାହିଁ !
। ଦିନ ମଜୁରିଆମାନେ ଚିନ୍ତା କରନ୍ତି ନାହିଁ ଆଉ ସେମାନେ ଚିନ୍ତା କରନ୍ତି । ମଜୁରିଆମାନେ ଗୋଟିଏ ମଧ୍ୟ ଚିନ୍ତା କରନ୍ତି ନାହିଁ , କାହିଁକି ନା ମଜୁରିଆମାନେ ଉଚ୍ଚଗତିରେ ଯିବେ ଆଉ ସେମାନେ ନିଜଗତିରେ ଯିବେ । ଆଉ ଚିନ୍ତା ଦ୍ଵାରା ନିଜ ଗତି ହୁଏ, ଏଣୁ ଚିନ୍ତା ନହେବା ଉଚିତ୍ ।
। କେବଳ ରିଜ୍, ରିଜ୍, ରିଜ୍ ! କନ୍ଦମୂଳ ଚୁଲିରେ ପୋଡ଼ିବା ଭଳି ଏ ଜଗତ ଜଳୁଅଛି ! ! ମାଛକୁ ତେଲରେ ଛାଣିବା ଭଳି ଛଟପଟ ହେଉଛନ୍ତି ! ! ! ଏହାକୁ ଲାଇଫ୍ କିପରି କହିବା ?
ମୁଁ କରୁଛି’, ଏଥୁପାଇଁ ଚିନ୍ତା ପ୍ରଶ୍ନକର୍ତ୍ତା : ‘ଚିନ୍ତା ନହେବା ଉଚିତ୍’ ଏପରି ଅବଗତ ହେବା (ଏପରି ହୋରେ ରହିବା), ତାହା ଚିନ୍ତାର ଅନ୍ୟ ରୂପ ନୁହେଁ ?
ଦାଦାଶ୍ରୀ : ନା । ଚିନ୍ତା ତ’ ଇଗୋଇଜମ୍ ଅଟେ କେବଳ ଇଗୋଇଜମ୍ । ନିଜ ସରୂପରୁ ଅଲଗା ହୋଇ ସେ ଇଗୋଇଜମ୍ କରୁଛି ଯେ, ‘ମୁଁ ହିଁ ଚଲାଇବା ବାଲା ଅଟେ । ମଳତ୍ୟାଗ କରିବାର ଶକ୍ତି ନାହିଁ ଆଉ ମୁଁ ଚଲାଉଛି’ ଏପରି କୁହେ ।
Page #25
--------------------------------------------------------------------------
________________
। ୧୮
ଚିନ୍ତା ।
ଚିନ୍ତା ତାହା ହିଁ ଅହଂକାର । ଏ ପିଲାଟିକୁ ଚିନ୍ତା କାହିଁକି ହେଉନାହିଁ ? କାହିଁକିନା ସେ ଜାଣିଛି ଯେ ମୁଁ ଚଲାଉ ନାହିଁ । କିଏ ଚଲାଉଛି, ସେଥିରେ ତା’ର କିଛି ଯାଏ ଆସେ ନାହିଁ । । ମୁଁ କରୁଛି, ମୁଁ କରୁଛି’ ଏପରି କରୁଥାଏ, ଏଥିପାଇଁ ଚିନ୍ତା ହୁଏ ।
। ଚିନ୍ତା ହିଁ ସବୁଠୁ ବଡ଼ ଅହଂକାର ପ୍ରଶ୍ନକର୍ତ୍ତା : ଚିନ୍ତା ହିଁ ଅହଂକାରର ଲକ୍ଷଣ ଅଟେ । ଏହାକୁ ଟିକେ ବୁଝାଇ ଦିଅନ୍ତୁ ।
। ଦାଦାଶ୍ରୀ : ଚିନ୍ତା ଅହଂକାରର ଲକ୍ଷଣ କାହିଁକି କୁହାଯାଏ ? କାହିଁକି ନା ତା’ ମନରେ ଏପରି ଥାଏ ଯେ ମୁଁ ହିଁ ଏସବୁ ଚଲାଉଛି’ । ଏହାଦ୍ଵାରା ତା’କୁ ଚିନ୍ତା ହୁଏ । ଏହା ଚଲାଇବାବାଲା ମୁଁ ହିଁ ଅଟେ’, ଏଥିପାଇଁ ତା’କୁ ‘ଏ ଝିଅର କ’ଣ ହେବ ? ଏ ପିଲାମାନଙ୍କର କ’ଣ ହେବ ? ଏ କାମ ପୂରା ନହେବ ତେବେ କ’ଣ ହେବ ?? ସେ ଚିନ୍ତା ନିଜ ମୁଣ୍ଡକୁ ନେଇଯାଏ । ସୟଂ ନିଜକୁ ନିଜେ କର୍ତ୍ତା ମାନେ ଯେ ‘ମୁଁ ହିଁ ମାଲିକ ଆଉ ମୁଁ ହିଁ କରୁଛି । କିନ୍ତୁ ସେ ନିଜେ କର୍ତ୍ତା ନୁହେଁ ଆଉ ବ୍ୟର୍ଥ ଚିନ୍ତା ଡାକି ଆଣେ ।
ସଂସାରରେ ଅଛି ଆଉ ଚିନ୍ତାରେ ହିଁ ରହିବ ଏବଂ ଚିନ୍ତା ଦୂର ନହେବା ତେବେ ପୁଣି ତା’କୁ କେତେ ଜନ୍ମ ନେବାକୁ ହେବ ! କାରଣ ଚିନ୍ତାରୁ ହିଁ ଜନ୍ମ ବନ୍ଧାହୁଏ ।
। ଏ ଛୋଟ କଥାଟି ତୁମକୁ ବତାଇ ଦେଉଛି, ଏହି ସାଧାରଣ କଥାଟି ତୁମକୁ ବତାଇ ଦେଉଛି ଯେ ଏହି ସଂସାରରେ କୌଣସି ମଣିଷ ଏପରି ଜନ୍ମ ହୋଇନାହିଁ ଯେ ଯାହାକୁ ମଳତ୍ୟାଗ କରିବା ପାଇଁ ମଧ୍ୟ ସତନ୍ତ୍ର ଶକ୍ତି ଅଛି । ତେବେ ପୁଣି ଏ ଲୋକମାନଙ୍କୁ ଇଗୋଇଜମ୍ କରିବାର କ’ଣ ଅର୍ଥ ? ଏହା ଅନ୍ୟ ଶକ୍ତି କାମ କରୁଛି । ଏବେ, ସେ ଶକ୍ତି ଆମର ନୁହଁ, ତାହା ପର-ଶକ୍ତି ଅଟେ, ଆଉ ସ-ଶକ୍ତିକୁ ଜାଣି ନାହିଁ, ଏଥିପାଇଁ ନିଜେ ମଧ୍ୟ ପର-ଶକ୍ତିର ଅଧୀନ ଅଟେ, ଆଉ କେବଳ ଅଧୀନ ହିଁ ନୁହେଁ କିନ୍ତୁ ପରାଧୀନ ମଧ୍ୟ ଅଟେ । ପୂରା ଅବତାର ପରାଧୀନ ଅଟେ ।
Page #26
--------------------------------------------------------------------------
________________
ଚିନ୍ତା
୧
୯
। ଝିଅର ବାହାଘର ପାଇଁ ଚିନ୍ତା ଏପରି ଯେ, ଏଠି ତ’ ଝିଅ ତିନି ବର୍ଷର ହୋଇଥିବ ସେବେଠୁ ଭାବୁଥାନ୍ତି ଯେ ଏ ବଡ଼ ହୋଇଗଲାଣି, ଏ ବଡ଼ ହୋଇଗଲାଣି । ବାହାଘର ତ’ କୋଡ଼ିଏ ବର୍ଷରେ ହୁଏ, କିନ୍ତୁ ଛୋଟ ବେଳୁ ଚିନ୍ତା କରିବା ଆରମ୍ଭ କରିଦିଏ ! ଝିଅର ବାହାଘର ଚିନ୍ତା କେବେଠୁ ଆରମ୍ଭ କରିବା ଉଚିତ୍, ଏପରି କୌଣସି ଶାସ୍ତ୍ରରେ ଲେଖାଅଛି ? ଆଉ କୋଡ଼ିଏ ବର୍ଷରେ ବାହାଘର କରିବାର ଥିବ ତେବେ ଆମକୁ କେବେଠାରୁ ଚିନ୍ତା କରିବା ଉଚିତ୍ ? ଦୁଇ-ତିନି ବର୍ଷର ହୋଇଥିବ, ସେବେଠାରୁ ?
ପ୍ରଶ୍ନକର୍ତ୍ତା : ଝିଅ ଚଉଦ-ପନ୍ଦର ବର୍ଷର ହୋଇଯାଏ, ତେବେ ତ ମାବାପା ଭାବନ୍ତି ନା ! |
ଦାଦାତ୍ରୀ : ନା, ତା’ପରେ ମଧ୍ୟ ପାଞ୍ଚ ବର୍ଷ ରହିଲା ନା ! ସେ ପାଞ୍ଚ ବର୍ଷରେ ଚିନ୍ତା କରିବାବାଲା ମରିଯିବ ଅବା ଯାହାପାଇଁ ଚିନ୍ତା କରୁଛି, ସେ ମରିଯିବ, ଏହାର କ’ଣ ଠିକଣା ? ପାଞ୍ଚ ବର୍ଷ ବାକି ଅଛି, ତା’ ପୂର୍ବରୁ ଚିନ୍ତା କିପରି କରିପାରିବା ?
। ପୁଣି ତାହା ମଧ୍ୟ ଦେଖା ଦେଖିରେ ଯେ ଅମୁକ ଭାଇଙ୍କୁ ତ’ ଦେଖ, ଝିଅ ବାହାଘର ପାଇଁ କେତେ ଚିନ୍ତା କରୁଛନ୍ତି ଆଉ ମୋତେ ତ’ ଚିନ୍ତା ନାହିଁ । ପୁଣି ଚିନ୍ତା ହିଁ ଚିନ୍ତାରେ ତରଭୁଜ ପରି ହୋଇଯାଏ ! ଆଉ ଝିଅର ବାହାଘର ସମୟ ଆସେ ସେତେବେଳେ ହାତରେ ଚାରି ଅଣା ମଧ୍ୟ ନଥାଏ । ଚିନ୍ତାବାଲା ଟଙ୍କା କେଉଁଠୁ ଆଣିବ ?
। ଆପଣଙ୍କୁ ଚିନ୍ତା କେବେ କରିବା ଉଚିତ୍ ? ଯେ ଯେତେବେଳେ ଆଖପାଖ ଲୋକେ କହିବେ ଯେ, “ଝିଅ ପାଇଁ କିଛି କଲୁ ?' ସେତେବେଳେ ଆପଣ ବୁଝିନେବେ ଯେ ଏବେ ବିଚାର କରିବାର ସମୟ ଆସି ଯାଇଛି ଆଉ ସେବେଠାରୁ ତା’ ପାଇଁ ପ୍ରୟାସ ଆରମ୍ଭ କରିବ ! ଏଠି ତ’ ଆଖପାଖବାଲା କିଛି କହନ୍ତି ନାହିଁ ଆଉ ତା’ ପୂର୍ବରୁ, ପନ୍ଦର ବର୍ଷ ପୂର୍ବରୁ ଚିନ୍ତା କରେ ! ପୁଣି ନିଜ ସ୍ତ୍ରୀକୁ କହିବ ଯେ, ‘ତୋତେ ମନେ ଅଛି ଆମ ଝିଅ ବଡ଼ ହେଉଛି ଆଉ ତା’ର ବାହାଘର କରିବାର ଅଛି ?’ ଏବେ ସ୍ତ୍ରୀକୁ କ’ଣ ପାଇଁ ଚିନ୍ତା କରାଉଛୁ ? !
Page #27
--------------------------------------------------------------------------
________________
୨o
ଚିନ୍ତା ।
କୁସମୟର ଚିନ୍ତା ସତର ବର୍ଷ ପୂର୍ବରୁ ଝିଅ ବାହାଘର ଚିନ୍ତା କରୁଛି, ତେବେ ମରିବା ଚିନ୍ତା କ’ଣ ପାଇଁ କରୁନାହିଁ ? ତେବେ କହିବ ଯେ, ନା, ମରିବା କଥା ତ’ ମନେ ପକାନା ।’ ସେତେବେଳେ ମୁଁ ପଚାରିଲି, “ମରିବା କଥା ମନେ ପକାଇବାରେ କ’ଣ ଅସୁବିଧା ଅଛି ? ତୁମେ ମରିବ ନାହିଁ କି ? ସେତେବେଳେ କୁହେ ଯେ, ଯଦି ମରିବା କଥା ମନେ ପକାଇବ ନା, ତେବେ ଆଜିର ସୁଖ ଚାଲିଯାଏ, ଆଜିର ଆମର ସବୁ ସାଦ ବିଗିଡ଼ି ଯାଏ । ତେବେ ପୁଣି ଝିଅର ବାହାଘର କଥା କ’ଣ ପାଇଁ ମନେ ପକାଉଛୁ ? ସେଠାରେ ମଧ୍ୟ ତାର ସ୍ୱାଦ ଚାଲିଯିବ ନା ? ଆଉ ଝିଅ ନିଜ ବାହାଘର ପାଇଁ ସବୁ ନେଇକରି ଆସିଛି । ମା-ବାପା ତ? ଏଥିରେ ନିମିତ୍ତ ଅଟନ୍ତି । ଝିଅ ନିଜ ବାହାଘର ପାଇଁ ସବୁ ସାଧନ ନେଇକରି ଆସିଥାଏ । ବ୍ୟାଙ୍କ ବାଲାନ୍ସ, ଟଙ୍କା, ସବୁ ନେଇକରି ଆସିଛି । କମ୍ ବା ଅଧିକ ଯେତିକି ଖର୍ଚ୍ଚ ହୁଏ ସେ ଏକଜାକୂଲୀ ସବୁ କିଛି ନେଇକରି ଆସିଥାଏ ।
। ଝିଅର ଚିନ୍ତା ତୁମକୁ କରିବାର ନାହିଁ । ତୁମେ ଝିଅର ପାଳନକର୍ତ୍ତା ଅଟ । ଝିଅ ନିଜ ପାଇଁ ପୁଅ ମଧ୍ୟ ନେଇକରି ଆସିଥାଏ । ଆମକୁ କାହା ପାଖକୁ କହିବା ପାଇଁ ଯିବାକୁ ପଡ଼େ ନାହିଁ ଯେ ପୁଅ ଜନ୍ମକର। ଆମର ଝିଅ ଅଛି, ତା’ ପାଇଁ ପୁଅ ଜନ୍ମ କର, ଏପରି କହିବା ପାଇଁ ଯିବାକୁ ପଡ଼େ ? ଅର୍ଥାତ୍ ସବୁ ଜିନିଷ ପ୍ରସ୍ତୁତି କରି ନେଇକରି ଆସିଥାଏ । ସେତେବେଳେ ବାପା କହିବ, ‘ଏ ପଚିଶ ବର୍ଷ ହୋଇଗଲାଣି, ଏ ପର୍ଯ୍ୟନ୍ତ ତା’ର କିଛି ଠିକଣା ମିଳୁନାହିଁ । ଏମିତି ଅଟେ, ସେମିତି ଅଟେ ।’ ସେ ପୂରା ଦିନ ଗାଇ ଚାଲିଥାଏ । ଆରେ, ସେଠାରେ ପୁଅ ସତେଇଶ ବର୍ଷର ହୋଇ ସାରିଲାଣି, କିନ୍ତୁ ତୋତେ ମିଳୁନାହିଁ, ତେବେ କ’ଣ ପାଇଁ ଚିତ୍କାର କରୁଛୁ ? ଶୋଇ ଯା ନା ଚୁପଚାପ୍ । ସେ ଝିଅ ନିଜ ଟାଇମିଙ୍ଗ ( ସମୟ)ଇତ୍ୟାଦି ସବୁ ସେଟ୍( ସ୍ଥିର) କରି ଆସିଛି । । ଯାହା ତୁମ ସତ୍ତାରେ ନାହିଁ, ତାହାର ଚିନ୍ତା କର ନାହିଁ । ପୂର୍ବ ଜନ୍ମରେ ଦୁଇ ତିନିଟି ଛୋଟ ଝିଅ ଥିଲେ, ପୁଅ ଥିଲେ, ସେ ସମସ୍ତଙ୍କୁ ଏତେ ଛୋଟଛୋଟ ଥିବାବେଳେ ଛାଡ଼ିକରି ଆସିଥିଲେ, ତେବେ ସେମାନଙ୍କର କିଛି ଚିନ୍ତା
Page #28
--------------------------------------------------------------------------
________________
ଚିନ୍ତା
୨୧
କରୁଛ ? କ’ଣ ପାଇଁ ? ଆଉ ଏମିତି ମରିବା ସମୟରେ ତ’ ବହୁତ ଚିନ୍ତା ହୁଏ ନା,
ଯେ ସାନ ଝିଅର କ’ଣ ହେବ ? କିନ୍ତୁ ଏଠାରେ ପୁଣି ନୂଆ ଜନ୍ମ ନିଏ, ତେବେ ପୂର୍ବ ଜନ୍ମର କିଛି ଚିନ୍ତା ହିଁ ନାହିଁ ନା ! ଚିଠି-ସନ୍ଦେଶ କିଛି ମଧ୍ୟ ନାହିଁ । ଅର୍ଥାତ୍ ଏ ସବୁ ପରସଭା ଅଟେ, ସେଥିରେ ହାତ ନମାରିବା ଉଚିତ୍ । ଏଥିପାଇଁ ଯାହା କିଛି ବି ହୁଏ, ତାହା ବ୍ୟବସ୍ଥିତରେ ଥିବ ତେବେ ଭଲା ହେଉ, ଆଉ ନଥିବ ତେବେ ଭଲା ନହେଉ ।
ଚିନ୍ତା କରିବା ଅପେକ୍ଷା ଧର୍ମ ରାସ୍ତାରେ ମୋଡ଼ିଦିଆ
ପ୍ରଶ୍ନକର୍ତ୍ତା : ଘରର ଯିଏ ପ୍ରମୁଖ ବ୍ୟକ୍ତି ଅଟନ୍ତି, ତାଙ୍କୁ ଯେଉଁ ଚିନ୍ତା ହୁଏ, ତାହା କିପରି ଦୂର କରିହେବ ?
। ଦାଦାଶ୍ରୀ : କୃଷ୍ଣ ଭଗବାନ କ’ଣ କହିଛନ୍ତି ଯେ ‘ଜୀବ ତୁ କାହେ ସୋଚ କରେ, କୃଷ୍ଣ କୋ କରନା ହୋ ସୋ କରେ ।’ ଏପରି ପଢ଼ିଛି ? ତେବେ ପୁଣି ଚିନ୍ତା କରିବାର ଆବଶ୍ୟକ କ’ଣ ?
ପିଲାମାନଙ୍କୁ ନେଇ କ୍ଳେଶ କ’ଣ ପାଇଁ କରୁଛ ? ଧର୍ମରାସ୍ତାରେ ମୋଡ଼ିଦିଆ ସେମାନଙ୍କୁ, ସୁଧୁରିଯିବେ । । କିଛି ତ’ ବ୍ୟବସାୟକୁ ନେଇ ଚିନ୍ତା କରିଚାଲିଥାନ୍ତି । ସେମାନେ କ’ଣ । ପାଇଁ ଚିନ୍ତା କରନ୍ତି ? ମନରେ ଏପରି ଥାଏ ଯେ, ମୁଁ ହିଁ ଚଲାଉଛି’ । ଏଥିପାଇଁ ଚିନ୍ତା ହୁଏ । ସେ ଚଲାଇବାବାଲା କିଏ’ ଏପରି କିଛି ସାଧାରଣ ଭାବରେ ହେଉନା କାହିଁକି, କୌଣସି ପ୍ରକାରର ଅବଲମ୍ବନ ନିଏ ନାହିଁ । ଯଦିଓ, ତୁ ଜ୍ଞାନ ଦ୍ଵାରା ଜାଣି ନାହୁଁ, ତଥାପି ଆଉ କିଛି ଅବଲମ୍ବନ ତ’ ନେ ! କାରଣ ତୁ ଚଲାଉନାହୁଁ, ଏହା ଅଳ୍ପ ବହୁତ ତୋ ଅନୁଭବରେ ଆସିଥାଏ । ଚିନ୍ତା ତ’ ସବୁଠୁ ବଡ଼ ଇଗୋଇଜମ୍ ଅଟେ ।
ଅଧୁକ ଚିନ୍ତାବାଲା କିଏ ? ପ୍ରଶ୍ନକର୍ତ୍ତା : ଯାହାକୁ ଦୁଇଓଳିର ରୁଟି ମିଳୁନଥିବ, ତା’କୁ ତ’ ସବୁଦିନ ଚିନ୍ତା ହୁଏ ନା ଯେ “କାଲି କ’ଣ କରିବି ? କାଲି କ’ଣ ଖାଇବି ?”
ଦାଦାଶ୍ରୀ :ନା, ନା, ତାହା ଏପରି ଯେ, ସରପ୍ଲସ(ଅତିରିକ୍ତ)ର ଚିନ୍ତା
Page #29
--------------------------------------------------------------------------
________________
। ୨୨
ଚିନ୍ତା ।
ହୁଏ, ଖାଇବାର ଚିନ୍ତା କାହାକୁ ମଧ୍ୟ ହୁଏ ନାହିଁ । ସରପ୍ଲସର ହିଁ ଚିନ୍ତା ହୁଏ । ଏ ପ୍ରକୃତି ଏପରି ବ୍ୟବସ୍ଥିତ ଯେ କେବଳ ସରପ୍ଲସର ହିଁ ଚିନ୍ତା ହୁଏ । ଅନ୍ୟଥା,ଛୋଟରୁ ଛୋଟ ଚାରା କେଉଁଠି ମଧ୍ୟ ଉଠିଥାଉ, ସେଠାରେ ପାଣି ଛିଞ୍ଚି ହୋଇଯାଏ । ଏତିକି ସବୁ ବ୍ୟବସ୍ଥା ତ’ ଅଛି । ଏହା ରେଗୁଲେଟର ଅଫ୍ ଦି ୱାର୍ଲ ଅଟେ । ତାହା କୁ ରେଗୁଲେଶନରେ ହିଁ ରଖୁଥାଏ ନିରନ୍ତର । ଏହା ଏପରି କୌଣସି ଗପ ନୁହେଁ, ଅର୍ଥାତ୍ ସରଘ୍ନସର ହିଁ ଚିନ୍ତା ଅଟେ, ତା’କୁ ଖାଇବାର ଚିନ୍ତା ନାହିଁ ।
। ପ୍ରଶ୍ନକର୍ତ୍ତା : ଆପଣଙ୍କୁ ସବୁ ଏପରି ସରପ୍ଲସବାଲା ହିଁ ମିଳିଛନ୍ତି ଲାଗୁଛି ଯେ, ଯେଉଁମାନଙ୍କୁ ଚିନ୍ତା ହିଁ ହେଉଥାଏ, ଡ଼େ ଫିସିଟ୍ ନିଅଣ୍ଟ) ବାଲା କେହି ମିଳିନାହାନ୍ତି ଲାଗୁଛି !
। ଦାଦାଶ୍ରୀ : ନା, ଏପରି ନୁହେଁ, ଡ଼ିଫିସିଲା ବହୁତ ମିଳିଛନ୍ତି, କିନ୍ତୁ ସେମାନଙ୍କୁ ଚିନ୍ତା ହୁଏ ନାହିଁ । ସେମାନଙ୍କୁ ମନରେ ଅଳ୍ପ ଏପରି ହୁଏ ଯେ ଆଜି ଏତିକି ଆଣିବାର ଅଛି, ସେ ନେଇ ଆସନ୍ତି । ଅର୍ଥାତ୍ ଯେଉଁମାନେ ଚିନ୍ତା-ବିନ୍ତା କରନ୍ତି
ସେମାନେ ଅଲଗା ଲୋକ ହୋଇଥିବେ ଆଉ ଏମାନେ ତ’ ଭଗବାନଙ୍କୁ ସମର୍ପଣ କରିଦିଅନ୍ତି । ଭଗବାନଙ୍କୁ ଯାହା ଭଲ ଲାଗିଲା ତାହା ମୋ ପାଇଁ ଠିକ୍ ଏପରି ଚାଲନ୍ତି । ଆଉ ଏମାନେ ତ’ ଭଗବାନ ନୁହେଁ, ଏମାନେ ତ’ ନିଜେ କର୍ଭା ଅଟନ୍ତି ନା ! କର୍ମର କର୍ତ୍ତା ମୁଁ ଏବଂ ଭୋକ୍ତା ମଧ୍ୟ ମୁଁ, ଏଥିପାଇଁ ପୁଣି ଚିନ୍ତା ମୁଣ୍ଡକୁ ନିଏ ।
ଚିନ୍ତା, ସେଠାରେ ଲକ୍ଷ୍ମୀ ତିଷ୍ଠିବ ? ପ୍ରଶ୍ନକର୍ତ୍ତା : ଯଦି ଏପରି ହେବ ତେବେ ତ? ପୁଣି ଲୋକେ କାମକୁ ଯିବେ ନାହିଁ ଆଉ ଚିନ୍ତା କରିବେ ହିଁ ନାହିଁ । । ଦାଦାତ୍ରୀ : ନା, କାମକରିବା ପାଇଁ ଯାଆନ୍ତି । ତାହା ମଧ୍ୟ ତାଙ୍କ ହାତରେ ନାହିଁ ନା ! ସେମାନେ ଲଟୁ ଅଟନ୍ତି, ପ୍ରକୃତି ଯେପରି ପୁରାଉଛି ସେପରି ଘୁରୁଛନ୍ତି ଆଉ ମୁହଁରେ ଅହଂକାର କରୁଛନ୍ତି ଯେ ମୁଁ କାମକୁ ଯାଇଥିଲି । ଆଉ ବେକାରରେ ଚିନ୍ତା କରନ୍ତି । ଚିନ୍ତାବାଲା ଟଙ୍କା ଆଣିବ କେଉଁଠୁ ? ଲକ୍ଷ୍ମୀଜୀଙ୍କ ସଭାବ କିପରି ? ଲକ୍ଷ୍ମୀ ଚିନ୍ତାବାଲା ପାଖରେ ରୁହନ୍ତି ନାହିଁ । ଯେଉଁମାନେ ଆନନ୍ଦବାଲା ହୋଇଥିବେ, ଭଗବାନଙ୍କୁ ମନେ ପକାଉଥିବେ, ସେମାନଙ୍କ ପାଖକୁ ଲକ୍ଷ୍ମୀ ଯାଆନ୍ତି ।
Page #30
--------------------------------------------------------------------------
________________
ଚିନ୍ତା
୨୩
ଚିନ୍ତାରୁ ଧନ୍ଦାର ସର୍ବନାଶ ପ୍ରଶ୍ନକର୍ତ୍ତା : ଧନ୍ଦାର ଚିନ୍ତା ହେଉଛି, ବହୁତ ପ୍ରତିବନ୍ଧ ଆସୁଛି ।
ଦାଦାଶ୍ରୀ : ଚିନ୍ତା ହେବାକୁ ଲାଗେ ତେବେ ବୁଝିନେବ ଯେ କାମ ଏବେ ଅଧିକ ବିଗିଡ଼ିବ । ଚିନ୍ତା ହେବ ନାହିଁ ତେବେ ବୁଝିବ ଯେ କାମ ବିଗିଡ଼ିବ ନାହିଁ । ଚିନ୍ତା କାମର ଅବରୋଧକ ଅଟେ । ଚିନ୍ତାରୁ ତ’ ଧନ୍ଦାର ସର୍ବନାଶ ହୋଇଯାଏ । ଯିଏ ବଢ଼େ-ଘଟେ, ତାହାର ନାମ ଧନ୍ଦା, ପୂରଣ-ଗଳନ ଅଟେ । ଯାହାର ପୂରଣ ହେଲା ତାହାର ଗଳନ ହେବା ବିନା ରହିବ ନାହିଁ । ଏହି ପୂରଣ-ଗଳନରେ ଆପଣଙ୍କର କିଛି ଚମତ୍କାରିତା ନାହିଁ । ଆଉ ଯାହା ଆପଣଙ୍କର ଚମତ୍କାରିତା ଅଟେ, ସେଥିରେ କିଛି ପୂରଣ-ଗଳନ ହୁଏ ନାହିଁ ! ଏପରି ଶୁଦ୍ଧ ବ୍ୟବହାର ଅଟେ ! ଏ ତୁମର ସ୍ତ୍ରୀଛୁଆ ପିଲା ସମସ୍ତେ ପାଟନର୍ସ ଅଟନ୍ତି ନା ?
ପ୍ରଶ୍ନକର୍ତ୍ତା : ସୁଖ-ଦୁଃଖର ଭୋଗବଟା (ଭୋଗିବା)ରେ ଅଛନ୍ତି । । ଦାଦାଶ୍ରୀ : ତୁମେ ନିଜ ସ୍ତ୍ରୀ-ପିଲାମାନଙ୍କର ଅଭିଭାବକ ଅଟ । କେବଳ ଅଭିଭାବକକୁ ହିଁ ଚିନ୍ତା କ’ଣ ପାଇଁ କରିବା ଉଚିତ୍ ? ଆଉ ଘରବାଲା ତ’ ଓଲଟା କହୁଛନ୍ତି ଯେ ତୁମେ ଆମ ପାଇଁ ଚିନ୍ତା କର ନାହିଁ । ଚିନ୍ତା କଲେ କିଛି ବଢ଼ିଯାଉଛି କି ?
ପ୍ରଶ୍ନକର୍ତ୍ତା : ବଢୁ ନାହିଁ ।
ଦାଦାଶ୍ରୀ : ବଢୁ ନାହିଁ ? ତେବେ ପୁଣି ସେ ବେକାର ବ୍ୟାପାର କିଏ କରିବ ? ଯଦି ଚିନ୍ତା କରିବା ଦ୍ଵାରା ବଢ଼ିଯାଉଥିବ ତେବେ କର ।
। ସେହି ଦୃଷ୍ଟି ଦ୍ବାରା ଚିନ୍ତା ଗଲା... ଧନ୍ଦା କରିବା ପାଇଁ ତ’ ବହୁତ ବଡ଼ ଛାତି ଦରକାର । ଯଦି ସାହାସ କମିଯିବ ତେବେ ଧନ୍ଦା ଠପ୍ ହୋଇଯିବ ।
। ପୂର୍ବରୁ ଥରେ ଆମ କମ୍ପାନିରେ କ୍ଷତି ହୋଇଥିଲା, ଜ୍ଞାନ ହେବା ପୂର୍ବରୁ । ସେତେବେଳେ ମୋତେ ରାତିସାରା ନିଦ ଆସିଲା ନାହିଁ , ଚିନ୍ତା ହୋଇ ଚାଲିଥାଏ । ସେତେବେଳେ ଭିତରୁ ଉତ୍ତର ମିଳିଲା ଯେ ଏ କ୍ଷତିର ଚିନ୍ତା ଏବେ କିଏ କିଏ କରୁଥିବେ ? ମୋତେ ଲାଗିଲା ଯେ ମୋ ଭାଗୀଦାରମାନେ କଦାଚିତ୍ ଚିନ୍ତା
Page #31
--------------------------------------------------------------------------
________________
୨୪
ଚିନ୍ତା ।
ନକରୁଥାଇ ପାରନ୍ତି । କେବଳ ମୁଁ ଏକାହିଁ ଚିନ୍ତା କରୁଥାଇ ପାରେ । ଆଉ ସ୍ତ୍ରୀ-ପିଲା ସବୁ ଭାଗୀଦାର ଅଟନ୍ତି, କିନ୍ତୁ ସେମାନେ ତ’ କିଛି ଜାଣି ହିଁ ନାହାନ୍ତି । ଏବେ ସେମାନେ ସମସ୍ତେ ଜାଣି ନାହାନ୍ତି ତଥାପି ସେମାନଙ୍କର ଚାଲୁଛି, ତେବେ ମୁଁ ଏକାହିଁ ନିର୍ବୁଦ୍ଧିଆ ଅଟେ ଯେ ଚିନ୍ତା କରିବି ଏ ସବୁ ! ତେବେ ପୁଣି ମୋତେ ଅକଲ ଆସିଗଲା । କାରଣ ସେମାନେ ସମସ୍ତେ ଚିନ୍ତା କରନ୍ତି ନାହିଁ, ଭାଗୀଦାର ଅଟନ୍ତି ସବୁ, ତେବେ କ’ଣ ମୁଁ ଏକା ଚିନ୍ତା କରିବି ?
। ବିଚାର କର କିନ୍ତୁ ଚିନ୍ତା କର ନାହିଁ ଚିନ୍ତା ଅର୍ଥାତ୍ କ’ଣ, ଏହା ବୁଝିନେବାକୁ ହେବ ଯେ ମନର ବିଚାର ଅଧକ ହେବାରେ ଲାଗିଛି । ଆମକୁ କୌଣସି ବିଷୟରେ, ଧନ୍ଦା ବିଷୟରେ, ଅନ୍ୟ କୌଣସି ବିଷୟରେ ଅଥବା କୌଣସି ରୋଗ ହୋଇଥିବ ଆଉ ତା’ ପାଇଁ ବିଚାର ଆସିଲା, କିଛି ସୀମା ପର୍ଯ୍ୟନ୍ତ ପହଞ୍ଚିବା ପରେ ସେ ବିଚାର ଆମକୁ ଚକ୍ରେ ପକାଇ ଦିଏ ତେବେ ବୁଝିନେବ ଯେ ଏ ଓଲଟା ରାସ୍ତାରେ ଗଲାଣି, ଅର୍ଥାତ୍ ବିଗିଡ଼ି ଗଲା । ସେଠାରୁ ପୁଣି ଚିନ୍ତା ଆରମ୍ଭ ହୋଇଯାଏ ।
। ବିଚାର କରିବାରେ ଅସୁବିଧା ନାହିଁ । କିନ୍ତୁ ବିଚାର ମାନେ କ’ଣ ? ଗୋଟିଏ ବିଚାର ଆରମ୍ଭ ହେଲା ଆଉ ଏକ ସୀମାରୁ ପାରି ହୋଇଗଲା, ତେବେ ତାହା ଚିନ୍ତା କୁହାଯାଏ । ସୀମା ଭିତରେ ରହି ବିଚାର କରିବା ଉଚିତ୍ । ବିଚାରଗୁଡ଼ିକର ନର୍ମାଲିଟୀ କେତେ ପର୍ଯ୍ୟନ୍ତ ? ଭିତରେ ଘୂର୍ଣ୍ଣିଝଡ଼ ନ ଉଠେ ସେତେ ପର୍ଯ୍ୟନ୍ତ । ଘୂର୍ଣ୍ଣିଝଡ ହେବାକୁ ଲାଗେ ତେବେ ବନ୍ଦ କରିଦେବ । ଘୂର୍ଣ୍ଣିଝଡ଼ ଉଠିବା ପରେ ଚିନ୍ତା ଆରମ୍ଭ ହୋଇଯାଏ । ଏହା ମୋର ଆବିଷ୍କାର ଅଟେ ।
। ଚିନ୍ତା କରିବାର ଅଧିକାର ନାହିଁ । ବିଚାର କରିବାର ଅଧିକାର ଅଛି, ଯେ । ଭାଇ ଏ ପର୍ଯ୍ୟନ୍ତ ବିଚାର କରିବ, ଆଉ ବିଚାର ଯେବେ ଚିନ୍ତାରେ ପରିଣମିତ ହୋଇଯାଏ ତେବେ ବନ୍ଦ କରିଦେବା ଉଚିତ୍ । ଏ ଏବଭୁ ନର୍ମାଲ୍ ବିଚାର, ଚିନ୍ତା କୁହାଯାଏ । ଏଥିପାଇଁ ମୁଁ ବିଚାର କରେ, କିନ୍ତୁ ଯଦି ଏବଭୁ ନର୍ମାଲ୍ ହେଲା ଆଉ ପେଟରେ ମନ୍ଥନ ହେଲା, ତେବେ ବନ୍ଦ କରିଦିଏ ।
ପ୍ରଶ୍ନକର୍ତ୍ତା : ସାମାନ୍ୟ ଭାବରେ ଭିତରର ଦେଖୁଥାନ୍ତି, ସେ ପର୍ଯ୍ୟନ୍ତ
Page #32
--------------------------------------------------------------------------
________________
ଚିନ୍ତା
ବିଚାର କୁହାଯାଏ ଆଉ ଭିତରେ ଚିନ୍ତା ହେବାକୁ ଲାଗିଲା ତେବେ ଫାଶରେ ପଡିଗଲା
ଏପରି କୁହାଯାଏ ।
ଦାଦାଶ୍ରୀ : ଚିନ୍ତା ହେଲା ଅର୍ଥାତ୍ ଫାଶରେ ହିଁ ପଡିଗଲା ନା ! ଚିନ୍ତା ହେଲା ଅର୍ଥାତ୍ ସେ ବୁଝିଥାଏ ଯେ ମୋ କାରଣରୁ ହିଁ ଚାଲୁଛି, ଏପରି ମାନି ନେଇଛି । ଏଥିପାଇଁ ସେ ସବୁ ଝଞ୍ଜଟ୍ରେ ପଡ଼ିବା ଭଳି ହିଁ ନୁହେଁ, ଆଉ ଏପରି ଅଟେ ମଧ୍ୟ । ଏ ତ’ ସବୁ ମଣିଷଙ୍କ ଭିତରେ ଏ ରୋଗ ପଶିଗଲାଣି । ଏବେ ଶୀଘ୍ର ବାହାରିବ କିପରି ? ଶୀଘ୍ର ବାହାରିବ ନାହିଁ ନା ! ଅଭ୍ୟାସ ହୋଇଗଲାଣି, ତାହା ଯିବ ନାହିଁ ନା ! ହାବିଟୁଏଟେଡ୍ ।
୨୫
ପ୍ରଶ୍ନକର୍ତ୍ତା : ଆପଣଙ୍କ ପାଖକୁ ଆସିବେ ତେବେ ବାହାରିଯାଏ ନା ! ଦାଦାଶ୍ରୀ : ହଁ, ବାହାରିଯାଏ, ମାତ୍ର ଧରେ ଧୂରେ ବାହାରେ, କିନ୍ତୁ ଏକାଥରେ ଯାଏ ନାହିଁ ନା ପୁଣି !
ପରସତ୍ତା ହାତରେ ନେବା, ସେଠାରେ ଚିନ୍ତା
ତୁମର କେମିତି ? କେବେ ଉପାଧ୍ (ବାହାରୁ ଆସୁଥିବା ଦୁଃଖ) ହୋଇଯାଏ ? ଚିନ୍ତା ହୋଇଯାଏ ?
ପ୍ରଶ୍ନକର୍ତ୍ତା : ଏ ଆମର ବଡ଼ ଝିଅର ନିର୍ବନ୍ଧ ଠିକ୍ ହେଉନାହିଁ, ଏଥପାଇଁ ଉପାଧ୍ ହୋଇ ଯାଉଛି ।
ଦାଦାଶ୍ରୀ : ତୁମ ହାତରେ ଅଛି ତେବେ ଉପାଧ୍ଧରେ ରୁହ ନା, କିନ୍ତୁ ଏ କଥା ତୁମ ହାତରେ ଅଛି ? ନାହିଁ ? ତେବେ ପୁଣି କ’ଣ ପାଇଁ ଉପାଧ୍ କରୁଛ ? ତେବେ କ’ଣ ଏ ସେଠ୍ଜୀଙ୍କ ହାତରେ ଅଛି ? ଏ ଭଉଣୀ ହାତରେ ଅଛି ? ପ୍ରଶ୍ନକର୍ତ୍ତା : ନାହିଁ ।
ଦାଦାଶ୍ରୀ : ତେବେ କାହା ହାତରେ ଅଛି, ତାହା ନଜାଣି ତୁମେ ଉପାଧ୍ଧରେ ରହିବ, ତାହା କାହା ପରି ଅଟେ ଯେ ଘୋଡ଼ାଗାଡ଼ି ଚାଲୁଥିବ, ତା’ ଭିତରେ ଆମେ ଦଶଜଣ ବସିଥିବା, ଦୁଇଟି ବଡ଼ ବଡ଼ ଘୋଡ଼ା ଟାଣୁଥୁବେ,ଏବେ ତାକୁ ଚଲାଇବା ବାଲା ଚଲାଉଛି ଆଉ ଭିତରୁ ଆମେ ଚିତ୍କାର କରିବା ଯେ, ‘ଏ, ଏମିତି ଚଲା, ଏ,ଏମିତି ଚଲା’ ତେବେ କ’ଣ ହେବ ? ଯିଏ ଚଲାଉଛି, ତା’କୁ ଦେଖ ନା ! ‘ଚଲାଇବାବାଲା
Page #33
--------------------------------------------------------------------------
________________
ଚିନ୍ତା
କିଏ’ ଏହା ଜାଣିବା ତେବେ ଆମକୁ ଚିନ୍ତା ହେବ ନାହିଁ । ତୁମେ ଦିନ-ରାତି ଚିନ୍ତା କରୁଛ ? କେବେ ପର୍ଯ୍ୟନ୍ତ କରିବ ? ତାହାର ଅନ୍ତ କେବେ ଆସିବ ? ଏହା ମୋତେ
ବତାଅ ।
୨୬
ଝିଅ ତ’ ନିଜର ନେଇକରି ଆସିଛି, କ’ଣ ତୁମେ ତୁମର ନେଇକରି ଆସିନଥୁଲ ? ଏ ସେଠ୍ଜୀ ତୁମକୁ ମିଳିଲେ ନା ନାହିଁ ? ଯଦି ସେଠ୍ ତୁମକୁ ମିଳିଗଲେ, ତେବେ ଏ ଝିଅକୁ କ’ଣ ପାଇଁ ମିଳିବେନି ? ତୁମେ ଟିକେ ଧୈର୍ଯ୍ୟ ମାର୍ଗରେ ଅଛ ଆଉ ଏପରି ଧୈର୍ଯ୍ୟ ରଖୁବ ନାହିଁ ତେବେ ତ’ ରୌଦ୍ରଧ୍ୟାନ ହେବ ।
ତ’ ରଖ। ବୀତଣ୍ଡୀ
ଆଉଁଧ୍ୟାନ ହେବ,
ପ୍ରଶ୍ନକର୍ତ୍ତା : ଏପରି ନୁହେଁ, କିନ୍ତୁ ସଭାବିକ ଫିକର୍(ଚିନ୍ତା) ତ’ ହୁଏ ନା ! ଦାଦାଶ୍ରୀ : ସେ ସଭାବିକ ଫିକର୍, ତାହା ହିଁ ଆଉଁଧାନ ଏବଂ ରୌଦ୍ରଧ୍ୟାନ କୁହାଯାଏ । ଭିତରେ ଆତ୍ମାକୁ ପୀଡ଼ା ପହଞ୍ଚାଇଲେ ଆମେ । ଅନ୍ୟ କାହାରିକୁ ପୀଡ଼ା ହେଉନଥିବ ତେବେ ଠିକ୍, କିନ୍ତୁ ଏ ତ’ ଆତ୍ମାକୁ ପୀଡ଼ା ପହଞ୍ଚାଇଲେ ।
ଚିନ୍ତାଦ୍ବାରା ବନ୍ଧାହୁଏ ଅନ୍ତରାୟ କର୍ମ
ଚିନ୍ତା କରିବା ଦ୍ବାରା ଅନ୍ତରାୟ କର୍ମ ପଡ଼େ ଏବଂ କାର୍ଯ୍ୟ ବିଳମ୍ବିତ ହୁଏ । ଆପଣଙ୍କୁ କୁହାଯାଇଥବ ଯେ ଅମୁକ ଜାଗାରେ ପୁଅ ଅଛି, ତେବେ ଆପଣ ପ୍ରୟାସ କରନ୍ତୁ । ଚିନ୍ତା କରିବା ପାଇଁ ଭଗବାନ ମନା କରିଛନ୍ତି । ଚିନ୍ତା କରିବା ଦ୍ବାରା ତ’ ଅଧିକ ଅନ୍ତରାୟ ପଡ଼େ ଏବଂ ବୀତରାଗ ଭଗବାନ କ’ଣ କହିଛନ୍ତି ଯେ, ‘ଭାଇ, ଯଦି ତୁମେ ଚିନ୍ତା କରୁଛ ତେବେ ତୁମେ ହିଁ ମାଲିକ ଅଟ ? ତୁମେ ହିଁ ଦୁନିଆ ଚଲାଉଛ ? ଏମିତି ଯଦି ଦେଖାଯାଏ ତେବେ ଜାଣିହେବ ଯେ ନିଜକୁ ମଳତ୍ୟାଗ କରିବା ପାଇଁ ମଧ୍ୟ ସତନ୍ତ୍ର ଶକ୍ତି ନାହିଁ । ତାହା ତ’ ଯେବେ ବନ୍ଦ ହୋଇଯାଏ ସେତେବେଳେ ଡାକ୍ତର ଡାକିବାକୁ ପଡ଼େ । ସେତେ ପର୍ଯ୍ୟନ୍ତ ସେ ଶକ୍ତି ଆମର ଅଟେ, ଏପରି ଆମକୁ ଲାଗେ । କିନ୍ତୁ ସେ ଶକ୍ତି ନିଜର ନୁହେଁ । ସେ ଶକ୍ତି କାହା ଅଧୀନରେ ଅଛି, ଏପରି ସବୁ ଖବର ରଖୁବା କଥା ନୁହଁ କି ?
ଏହାକୁ ଚଲାଇବାବାଲା କିଏ ହୋଇଥବ ? ଭଉଣୀ, ତୁମେ ତ’ ଜାଣିଥୁବ ? ଏ ସେଠ୍ ଜାଣିଥୁବେ ? କେହି ଚଲାଇବାବାଲା ଥୁବ, ନା ତୁମେ ଚଲାଉଛ ?
Page #34
--------------------------------------------------------------------------
________________
ଚିନ୍ତା
୨୭
। ଚଲାଇବାବାଲା ସଂଯୋଗ...
କର୍ଭା କିଏ ? ଏ ସଂଯୋଗ କର୍ଭା ଅଟେ । ଏ ସମସ୍ତ ସଂଯୋଗ, ସାଇଣ୍ଟିଫିକ୍ ସରକଷ୍ଟେନ୍ମିୟଲ୍ ଏଭିଡ଼େନ୍ସ ଏକାଠି ହୁଅନ୍ତି, ତେବେ କାର୍ଯ୍ୟ ହୁଏ, ଏପରି ଅଟେ । ତେଣୁ ଆପଣଙ୍କ ହାତରେ ସଭା ନାହିଁ । ଆପଣଙ୍କୁ ତ’ ସଂଯୋଗଗୁଡ଼ିକୁ ଦେଖୁଥିବାର ଅଛି ଯେ ସଂଯୋଗ କିପରି ଅଟେ । ସଂଯୋଗ ଏକାଠି ହୁଅନ୍ତି ତେବେ କାର୍ଯ୍ୟ ହୋଇଯାଏ । କେହି ମଣିଷ ମାର୍ଚ୍ଚ ମାସରେ ବର୍ଷାର ଆଶା ରଖେ, ତାହା ଭୁଲ୍ କୁହାଯିବ । ଆଉ ଜୁନ ପନ୍ଦର ତାରିଖ ଆସିବା ମାତ୍ରେ ସଂଯୋଗ ଏକାଠି ହୁଏ । ସମୟର ସଂଯୋଗ ଏକାଠି ହେଲା, କିନ୍ତୁ ଯଦି ବାଦଲର ସଂଯୋଗ ମିଳିନଥିବ, ତେବେ ବିନା ବାଦଲରେ ବର୍ଷା କିପରି ହେବ ? କିନ୍ତୁ ବାଦଲ ଜମା ହେଲେ, ସମୟ ଆସିଗଲା, ପୁଣି ବିଜୁଳି ଚମକିଲା, ଅନ୍ୟ ଏଭିଡ଼େନ୍ସ ଏକାଠି ହେଲେ, ତେବେ ବର୍ଷା ହେବ ହିଁ । ଅର୍ଥାତ୍ ସଂଯୋଗ ମିଳିବା ଦରକାର । ମଣିଷ ସଂଯୋଗାଧୀନ ଅଟେ, କିନ୍ତୁ ନିଜେ ଏପରି ମାନେ ଯେ, ମୁଁ କିଛି କରୁଛି’ କିନ୍ତୁ ତା’ର କର୍ତ୍ତା ହେବା ମଧ୍ୟ ସଂଯୋଗାଧୀନ ଅଟେ । ଗୋଟିଏ ସଂଯୋଗ ବିଛିଡ଼ି ଯିବ, ତେବେ ତା’ ଦ୍ଵାରା ସେ କାର୍ଯ୍ୟ ହୋଇପାରିବନି । ‘ମୁଁ କିଏ? ଏହା ଜାଣିବା ଦ୍ବାରା ସବୁଦିନ ପାଇଁ ସମାଧାନ
। ବାସ୍ତବରେ ‘ମୁଁ କିଏ? ଏହା ଜାଣିବା ଉଚିତ୍ ନା, ନିଜେ ନିଜ ଉପରେ ବିଜନେସ୍ କରିବା, ତେବେ ସାଙ୍ଗରେ ଆସିବ । କେବଳ ନାମ ସହ ବିଜନେସ୍ କରିବା, ତେବେ ଆମ ହାତରେ କିଛି ରହିବ ନାହିଁ । ଅଳ୍ପ-ବହୁତ ବୁଝିବାକୁ ତ’ ପଡ଼ିବ ନା ନାହିଁ ? ମୁଁ କିଏ? ଏହା ଜାଣିବାକୁ ପଡ଼ିବ ନା ! |
। ଏଠାରେ ତୁମର ସମାଧାନ କରିଦିଏ, ପୁଣି ଚିନ୍ତା-ଓରିଜ୍ କେବେ କିଛି ହେବ ନାହିଁ । ଚିନ୍ତା ହୁଏ, ତାହା ପସନ୍ଦ ଲାଗେ ? କ’ଣ ପାଇଁ ପସନ୍ଦ ଲାଗେନି ?
। ଅନନ୍ତ କାଳରୁ ଭଟକୁଛନ୍ତି ଏ ଜୀବମାନେ, ଅନନ୍ତ କାଳରୁ । ତେବେ, କେବେ କେମିତି ଏପରି ପ୍ରକାଶ ସରୂପ ଜ୍ଞାନୀପୁରୁଷ ମିଳିଯାନ୍ତି, ସେତେବେଳେମୁକ୍ତ କରାଇ ଦିଅନ୍ତି ।
Page #35
--------------------------------------------------------------------------
________________
ଚିନ୍ତା ।
। ନଶନ୍ ଅଲଗା ! ଚିନ୍ତା ଅଲଗା ! ପ୍ରଶ୍ନକର୍ତ୍ତା : ଚିନ୍ତା ସାଙ୍ଗରେ ଅହଂକାର କିପରି ଅଛି ?
ଦାଦାଶ୍ରୀ : ମୁଁ ନଥିବି ତେବେ ଚାଲିବ ନାହିଁ, ଏପରି ତା’କୁ ଲାଗେ । “ଏହା ମୁଁ ହିଁ କରୁଛି । ମୁଁ ନକରିବି ତେବେ ହେବ ନାହିଁ, କିପରି ହେବ ? ସକାଳେ କ’ଣ ହେବ ?” ଏପରି ଚିନ୍ତା କରେ।
ପ୍ରଶ୍ନକର୍ତ୍ତା : ଚିନ୍ତା କାହାକୁ କହନ୍ତି ?
ଦାଦାଶ୍ରୀ: କୌଣସି ଜିନିଷକୁ ସର୍ବସ ମାନିନେଇ ତାହାର ଚିନ୍ତନ କରିବା, ତାହାକୁ ଚିନ୍ତା କୁହନ୍ତି । ପତ୍ନୀର ଦେହ ଖରାପ ହୋଇଯାଇଥିବ, ଏବଂ ଟଙ୍କାଠାରୁ ମଧ୍ୟ ଅଧିକ ଯଦି ପତ୍ନୀ ହିଁ ସର୍ବସ ଲାଗୁଥିବ, ତେବେ ସେଇଠୁ ତା’କୁ ଚିନ୍ତା ହେବାକୁ ଲାଗିବ । ତା’କୁ ସବୁଠୁ ବେଶି ମହତ୍ତ୍ବ ଦେଲ, ଏଥିପାଇଁ ଚିନ୍ତା ପଶିଯିବ ଆଉ ଯାହାପାଇଁ ସର୍ବସ ଆମ୍ବା ହିଁ ଅଟେ, ତା’କୁ ପୁଣି କ’ଣ ପାଇଁ ଚିନ୍ତା ହେବ ?
। ପ୍ରଶ୍ନକର୍ତ୍ତା : ଟେନଶନ୍ ମାନେ କ’ଣ ? ଚିନ୍ତା ତ’ ବୁଝିହେଲା, ଏବେ ଟେନଶର ବ୍ୟାଖ୍ୟା ବତାନ୍ତୁ ଯେ ଟେନଶନ୍ କାହାକୁ କହିବା ?
ଦାଦାଶ୍ରୀ : ଟେନଶନ୍ ସେହି ସ୍ତରର ଅଟେ । କିନ୍ତୁ ସେଥିରେ ସର୍ବସ ନଥାଏ, ସବୁ ପ୍ରକାରର ମାନସିକ ଚାପ ଥାଏ । ଚାକିରିର ଠିକଣା ପଡୁନାହିଁ, କ’ଣ
ହେବ ? ଗୋଟିଏ ପଟେ ସ୍ତ୍ରୀର ଦେହ ଖରାପ, ତା’ର କ’ଣ ହେବ ? ପୁଅ ଠିରେ ସ୍କୁଲ ଯାଉନାହିଁ, ତା’ର କ’ଣ ହେବ ? ଏସବୁ ମାନସିକ ଚାପକୁ ଟେନଶନ୍ କହନ୍ତି । ମୁଁ ତ’ ସତେଇଶ ବର୍ଷ ହେଲା ଟେନଶନ୍ ହିଁ ଦେଖୁନାହିଁ !
। ସାବଧାନ ହେବା ଏବଂ ଚିନ୍ତା ମଧ୍ୟରେ ବହୁତ ଫରକ୍ । ସାବଧାନ ହେବା ତ’ ଜାଗୃତି ଅଟେ ଆଉ ଚିନ୍ତା ଅର୍ଥାତ୍ ହୃଦୟ ଜାଳି ଚାଲିବା ।
। ନର୍ମାଲିଟୀରୁ ମିଳେ ମୁକ୍ତି ପ୍ରଶ୍ନକର୍ତ୍ତା : ପରବଶତା ଏବଂ ଚିନ୍ତା ଦୁହେଁ ସମାନ ନୁହଁନ୍ତି ?
ଦାଦାଶ୍ରୀ: ଚିନ୍ତା ତ’ ଏବ ନର୍ମାଲ୍ ଇଗୋଇଜମ୍ ଅଟେ ଆଉ ପରବଶତା । ତାହା ଇଗୋଇଜମ୍ ନୁହେଁ । ପରବଶତା ତ’ ଅସହାୟତା ଅଟେ ଆଉ ଚିନ୍ତା ତାହା
Page #36
--------------------------------------------------------------------------
________________
ଚିନ୍ତା
ଏବଭ୍ ନର୍ମାଲ୍ ଇଗୋଇଜମ୍ ଅଟେ । ଏବଭ୍ ନର୍ମାଲ୍ ଇଗୋଇଜମ୍ ହେବ ତେବେ ଚିନ୍ତା ହେବ ଅନ୍ୟଥା ହେବ ନାହିଁ । ରାତିରେ ଘରେ କାହାକୁ ନିଦ ଆସୁନଥିବ ? ତେବେ କହିବା, ଯାହାକୁ ଇଗୋଇଜମ୍ ଅଧିକ ଥାଏ ତା’କୁ।
ଇଗୋଇଜମ୍ ବ୍ୟବହାର କରିବାକୁ କୁହାଯାଇଛି, ଏବଭ୍ ନର୍ମାଲ୍ ଇଗୋଇଜମ୍ ବ୍ୟବହାର କରିବା ପାଇଁ କୁହାଯାଇନାହିଁ । ଅର୍ଥାତ୍ ଚିନ୍ତା କରିବା ଦୋଷ ଅଟେ ଆଉ ତାହାର ପରିଣାମ ପଶୁଗତି ଅଟେ ।
ପ୍ରଶ୍ନକର୍ତ୍ତା : ଚିନ୍ତା ହେବ ନାହିଁ, ତା’ ପାଇଁ କ’ଣ ଉପାୟ ଅଛି ? ଦାଦାଶ୍ରୀ : ପଛକୁ ଫେରିଆସ । ପଛକୁ ଫେରିଆସିବା ଉଚିତ୍ ନଚେତ୍ ପୁଣି ଇଗୋଇଜମ୍ ପୂରାପୂରି ଖତମ୍ କରିଦେବା ଉଚିତ୍ । ଜ୍ଞାନୀପୁରୁଷ ଥୁବେ, ଜ୍ଞାନୀପୁରୁଷ ‘ଜ୍ଞାନ’ ଦେବେ, ତେବେ ସବୁ ହୋଇଯାଏ ।
ଚିନ୍ତା କିପରି ଯିବ ?
ପ୍ରଶ୍ନକର୍ତ୍ତା : ଚିନ୍ତା କ’ଣ ପାଇଁ ଯାଉନାହିଁ ? ଚିନ୍ତାରୁ ମୁକ୍ତ ହେବା ପାଇଁ
କ’ଣ କରିବି ?
୨୯
ଦାଦାଶ୍ରୀ : ଚିନ୍ତା ବନ୍ଦ ହୋଇଯାଇଥବ, ଏପରି ମଣିଷ ମିଳିବେ ହିଁ ନାହିଁ । କୃଷ୍ଣ ଭଗବାନଙ୍କ ଭକ୍ତକୁ ମଧ୍ୟ ଚିନ୍ତା ବନ୍ଦ ହୋଇ ନଥାଏ ନା ! ଆଉ ଚିନ୍ତା ଦ୍ବାରା ପୂରା ଜ୍ଞାନ ଅନ୍ଧ ହୋଇଯାଏ, ଫ୍ରାକ୍ଚର ହୋଇଯାଏ ।
ସଂସାରରେ ଗୋଟିଏ ମଣିଷ ଏପରି ନଥୁବ ଯେ ଯାହାକୁ ଚିନ୍ତା ହେଉନଥିବ । ସାଧୁ-ସାୟୀ ସମସ୍ତଙ୍କୁ କେବେ ନା କେବେ ତ’ ଚିନ୍ତା ହୁଏ । ସାଧୁଙ୍କୁ ଇନକମ୍ ଟ୍ୟାକ୍ସ ନଥାଏ, ସେଲ୍ସ ଟ୍ୟାକ୍ସ ନଥାଏ, ଘରଭଡ଼ା ନଥାଏ, ତଥାପି କେବେ ନା କେବେ ଚିନ୍ତା ହୁଏ । ଶିଷ୍ୟ ସାଙ୍ଗରେ ଝଞ୍ଜଟ ହେବ ତେବେ ମଧ୍ୟ ଚିନ୍ତା ହୋଇଯାଏ । ଆତ୍ମଜ୍ଞାନ ବିନା ଚିନ୍ତା ଯାଏ ନାହିଁ ।
ଗୋଟିଏ ଘଣ୍ଟାରେ ତ’ ମୁଁ ତୋ’ର ସବୁ ଚିନ୍ତା ନେଇଯାଏ ଆଉ ଗ୍ୟାରେଣ୍ଟି ଦିଏ ଯେ ଯଦି ଗୋଟିଏ ମଧ୍ୟ ଚିନ୍ତା ହେବ ତେବେ ଓକିଲ ଧରିକି ଅଦାଲତରେ ମୋ ଉପରେ କେସ୍ ଚଲାଇବୁ । ଏପରି ମୁଁ ହଜାର-ହଜାର ଲୋକଙ୍କୁ ଚିନ୍ତା ରହିତ କରି ଦେଇଛି । ଆରେ ମାଗ୍ ! ଯାହା ମାଗିବୁ ତାହା ଦେବି ଏପରି ଅଟେ, କିନ୍ତୁ ଟିକେ
Page #37
--------------------------------------------------------------------------
________________
ଚିନ୍ତା
ଠିକ୍ରେ ମାଗ୍, ଏପରି କିଛି ମାଗିବୁ ଯେ ଯାହା ତୋ ପାଖରୁ କେବେ ମଧ୍ୟ ନ ଯିବ । ଏ ନାଶ୍ୱତ ଜିନିଷ ମାଗିବୁ ନାହିଁ । ଶାଶ୍ଵତ ସୁଖ ମାଗିନେବୁ ।
ମୋ ଆଜ୍ଞାରେ ରହୁଥିବେ ଆଉ ଗୋଟିଏ ଚିନ୍ତା ହେବ ତେବେ ପୁଣି ମୁକଦ୍ଦମା କରିବା ପାଇଁ ଅନୁମତି ଦେଇଛି । ମୋ ଆଜ୍ଞାରେ ରହିବ । ଏଠାରେ ସବୁକିଛି ମିଳେ, ଏପରି ଅଟେ । ଏ ସମସ୍ତଙ୍କ ସହିତ କ’ଣ ସର୍ଭ ରଖୁଛି, ଜାଣିଛ ତୁମେ ? ଗୋଟିଏ ଚିନ୍ତା ହେବ ତେବେ ମୋ ଉପରେ ଦୁଇଲକ୍ଷ ଟଙ୍କାର ମୁକଦ୍ଦମା କରିବ। ପ୍ରଶ୍ନକର୍ତ୍ତା : ଆପଣଙ୍କ ପାଖରୁ ଜ୍ଞାନ ପାଇଲୁ, ମନ-ବଚନ-କାୟା ଆପଣଙ୍କୁ ଅର୍ପଣ କଲୁ, ପୁଣି ଚିନ୍ତା ହୁଏ ହିଁ ନାହିଁ । ଦାଦାଶ୍ରୀ : ହେବ ହିଁ ନାହିଁ ।
୩୦
ଚିନ୍ତା ଗଲା, ତାହାର ନାମ ସମାଧୁ । ତାହାଦ୍ୱାରା ପୁଣି ପୂର୍ବ ଅପେକ୍ଷା କାମ ଅଧିକ ହେବ, କାହିଁକିନା ବ୍ୟତିବ୍ୟସ୍ତତା ରହିଲା ନାହିଁ ନା ! ଅଫିସକୁ ଯାଇ ବସିବା ମାତ୍ରେ କାମ ହୋଇଚାଲେ । ଘରର ବିଚାର ଆସେ ନାହିଁ, ବାହାରର ବିଚାର ଆସେ ନାହିଁ, ଅନ୍ୟ କୌଣସି ପ୍ରକାରର ବିଚାର ହିଁ ଆସେ ନାହିଁ, ଆଉ ସମ୍ପୂର୍ଣ୍ଣ ଏକାଗ୍ରତା ରୁହେ ।
ବର୍ତ୍ତମାନରେ ରୁହେ ସେ ଠିକ୍
ଲୋକମାନଙ୍କୁ ତିନିବର୍ଷର ଗୋଟିକିଆ ଝିଅ ଥୁବ ତେବେ, ମନରେ ଏପରି ହୁଏ ଯେ ଏ ବଡ଼ ହେବ ତେବେ ୟାର ବାହାଘର କରିବାକୁ ପଡ଼ିବ, ସେଥିରେ ଖର୍ଚ୍ଚ ହେବ । ଏପରି ଚିନ୍ତା କରିବାକୁ ମନା କରିଛନ୍ତି । କାହିଁକିନା ଯେବେ ତା’ର ଟାଇମିଙ୍ଗ୍ ଆସିବ, ସେତେବେଳେ ସବୁ ଏଭିଡେନ୍ସ(ସଂଯୋଗ) ଏକାଠି ହୋଇଯିବେ । ଏଥପାଇଁ ଟାଇମିଙ୍ଗ୍ ଆସିବା ପର୍ଯ୍ୟନ୍ତ ତୁମେ ସେଥୁରେ ହାତ ପୁରାଇବ ନାହିଁ । ତୁମେ ତୁମ ଅନୁସାରେ ଝିଅକୁ ଖୁଆଅ-ପିଆଅ, ପଢ଼ାଅ-ଲେଖାଅ କିନ୍ତୁ ଆଗର ସବୁ ଚିନ୍ତା କର ନାହିଁ, ଆଜି ଦିନର, ବର୍ତ୍ତମାନର ହିଁ । ଅତୀତ କାଳ ତ’ ବିତିଗଲା । ଯାହା ତୁମର ଅତୀତ କାଳ,ତାକୁ କ’ଣ ଉଖାଡ଼ୁଛ ? ଉଖାଡୁ ନାହଁ ନା ! ଅତୀତ କାଳ ବିତିଗଲା, ତା’କୁ ତ’କେହି ମୂର୍ଖ ମଣିଷ ମଧ୍ୟ ଉଖାଡ଼େ ନାହିଁ । ଭବିଷ୍ୟ ବ୍ୟବସ୍ଥିତ ହାତରେ ଅଛି । ତେବେ ପୁଣି ଆମକୁ ବର୍ତ୍ତମାନରେ ହିଁ ରହିବା ଉଚିତ୍ । ଏବେ ଚା’ ପିଉଛ, ତେବେ ଆରାମରେ ପିଅ, କାରଣ ଭବିଷ୍ୟ ବ୍ୟବସ୍ଥିତ ହାତରେ ଅଛି । ଆମକୁ
Page #38
--------------------------------------------------------------------------
________________
। ଚିନ୍ତା
୩୧ ।
କ’ଣ ଝଞ୍ଜଟ ? ଏଥିପାଇଁ ବର୍ତ୍ତମାନରେ ହିଁ ରହିବ । ଯେତେବେଳେ ଖାନା ଖାଅ, ସେତେବେଳେ ଖାଇବାରେ ପୂର୍ଣ୍ଣ ଚିତ୍ତ ରକରି ଖାଇବା ଉଚିତ୍ । ପକୋଡ଼ା କେଉଁଥିରେ ବନିଛି, ଏସବୁ ଆରାମରେ ଜାଣିବ । ବର୍ତ୍ତମାନରେ ରହିବ’, ଏହାର ଅର୍ଥ କ’ଣ ଯେ ଯଦି କିଛି ହିସାବ କରୁଛି ତେବେ ପୂରାଛି ଏକ୍ୟୁରେଟ୍, ସେଥିରେ ହିଁ ଚିତ୍ତ ରଖୁବା ଉଚିତ୍ । କାହିଁକିନା ଯଦି ଚିତ୍ତ ଭବିଷ୍ୟକାଳରେ ଯିବ ତେବେ ଆଜିର ହିସାବ ବିଗିଡ଼ିଯିବ । କାରଣ ଭବିଷ୍ୟତର ବିଚାର କିଟ୍-କିଟ୍ କରନ୍ତି, ଯାହାଦ୍ବାରା ଆଜିର ହିସାବ ବିଗିଡ଼ିଯାଏ । ଭୁଲ୍-ଭଟକା ହୋଇଯାଏ । କିନ୍ତୁ ଯିଏ ବର୍ଭମାନରେ ରୁହେ, ତା’ର ଗୋଟିଏ । ମଧ୍ୟ ଭୁଲ୍ ହୁଏ ନାହିଁ, ତା’କୁ ଚିନ୍ତା ହୁଏ ନାହିଁ ।
। ଚିନ୍ତା, ନୁହେଁ ଡିସ୍ଚାର୍ଜ ପ୍ରଶ୍ନକର୍ତ୍ତା : କ’ଣ ଚିନ୍ତା ଡିସ୍ଚାର୍ଜ ଅଟେ ?
ଦାଦାଶ୍ରୀ : ଚିନ୍ତା ଡିସ୍ଚାର୍ଜରେ ଆସେ ନାହିଁ । କାରଣ ସେଥିରେ ‘କରିବାବାଲା’ ଥାଏ ।
ଯେଉଁ ଚିନ୍ତା ଚାର୍ଜ ରୂପରେ ଥିଲା, ତାହା ଏବେ ଡିସ୍ଚାର୍ଜ ରୂପରେ ହୁଏ, ତାହାକୁ ମୁଁ ସଫୋକେଶନ ( ଶ୍ବାସରୁଦ୍ଧ ଅବସ୍ଥା) କୁହେ । କାରଣ ଭିତରେ ଛୁଇଁବାକୁ ଦିଏ ନାହିଁ ନା ! ଆମ୍ବା ଅହଂକାରଠାରୁ ଅଲଗା ହୋଇ ବ୍ୟବହାର କରେ ନା ! ଯେବେ ଏକାକାର ହେଉଥିଲେ, ସେତେବେଳେ ତାହା ଚିନ୍ତା ଥିଲା ।
। ଏବେ ଯେଉଁ ସଫୋକେଶନ ଅଛି, ତାହା ଚାର୍ଜ ହୋଇଥିବା ଚିନ୍ତା ଅଟେ । ତାହାର ଡିସ୍ଚାର୍ଜ ହେବା ସମୟରେ ତ’ ସଫୋକେଶନ ହୁଏ । ଯେପରି ଚାର୍ଜ
କ୍ରୋଧ ହୋଇଥିଲା ଆଉ ଆମ୍ବା ଅଲଗା ହୋଇଯିବା ପରେ ଡିସ୍ଚାର୍ଜ ହେବା ସମୟରେ ତାହା ରାଗ ରାଗିବା) ହୋଇଗଲା । ସେହିଭଳି, ଆମ୍ ଅଲଗା ହୋଇଯାଏ ତେବେ ସବୁ ଅଲଗା ହିଁ ଅଟେ ।
। ଅର୍ଥାତ୍ ଏ ଜ୍ଞାନ ପ୍ରାପ୍ତ କରିବା ପଶ୍ଚାତ୍ ଚିନ୍ତା ହୁଏ ହିଁ ନାହିଁ, ତାହା କେବଳ ସଫୋକେଶନ୍ ! ଚିନ୍ତାବାଲା ଚେହେରା ଜଣାପଡ଼ିଯାଏ । ଏ ଯାହା ହୁଏ, ତାହା ତ’ ସଫୋକେଶନ୍, ଘୁଟନ୍ ହୁଏ ।
ଆପଣଙ୍କୁ ରାସ୍ତାର ମାନଚିତ୍ର କରି ଦିଆଯାଇଥିବ, ଆଉ ତାହାକୁ ବୁଝିବାରେ
Page #39
--------------------------------------------------------------------------
________________
ଚିନ୍ତା
ଆପଣଙ୍କର ଭୂଲ୍ ହୋଇଗଲା, ତେବେ ପୁଣି ଆପଣ ବିଚଳିତ ହେବେ, ତାହାକୁ ଚିନ୍ତା କୁହନ୍ତି ନାହିଁ, ତାହା ଘୁଟନ୍ କୁହାଯାଏ । ଅର୍ଥାତ୍ ଚିନ୍ତା ହେବ ନାହିଁ । ଚିନ୍ତାରେ ତ’ ହୁ ହୁ ହୋଇ ରକ୍ତ ଜଳି ଚାଲେ !
୩୨
‘ବ୍ୟବସ୍ଥିତ’ର ଜ୍ଞାନ, ସେଠାରେ ଚିନ୍ତା ଗାଏବ
ପ୍ରଶ୍ନକର୍ତ୍ତା : ବ୍ୟବସ୍ଥିତ ଯଦି ଠିକ୍ରେ ବୁଝାପଡ଼ିଯାଏ, ତେବେ ଚିନ୍ତା ବା ଟେନଶନ୍ କିଛି ମଧ୍ୟ ରହିବ ନାହିଁ ?
ଦାଦାଶ୍ରୀ : ତିଳେ ମଧ୍ୟ ରୁହେ ନାହିଁ । ବ୍ୟବସ୍ଥିତ ଅର୍ଥାତ୍ ସାଇଣ୍ଟିଫିକ୍ ସରକମ୍ଷ୍ଟେନଶିୟଲ ଏଭିଡ଼େନ୍ସ । ବ୍ୟବସ୍ଥିତ ସେପର୍ଯ୍ୟନ୍ତ ବୁଝି ଚାଲିବାକୁ ହେବ ଯେ ଅନ୍ତିମ ବ୍ୟବସ୍ଥିତ, ‘କେବଳଜ୍ଞାନ’ ଉତ୍ପନ୍ନ କରାଏ ଆଉ ବ୍ୟବସ୍ଥିତ ବୁଝାପଡ଼ିଯାଏ ତେବେ କେବଳଜ୍ଞାନ ବୁଝାପଡ଼ିଯିବ । ଏ ବ୍ୟବସ୍ଥିତର ମୋ ଆବିଷ୍କାର ଏତେ ସୁନ୍ଦର ଅଟେ ! ଏହା ଗଜବ ଆବିଷ୍କାର ଅଟେ !!
ଅନନ୍ତ ଜନ୍ମ ହେଲା ସଂସାର କିଏ ଛିଡ଼ା କରାଉଥିଲା ? କର୍ତ୍ତା ହୋଇ ବସିଯାଇଥିଲେ, ତାହାର ଚିନ୍ତା !
ପ୍ରଶ୍ନକର୍ତ୍ତା : ଏହି ‘ଜ୍ଞାନ’ ଦ୍ବାରା ଏବେ ମୋତେ ଆଉ ଭବିଷ୍ୟତର ଚିନ୍ତା ରହୁନାହିଁ । ଦାଦାଶ୍ରୀ : ତୁମେ ତ’ ‘ଏହା ବ୍ୟବସ୍ଥିତ ଅଟେ’ ଏପରି କହି ଦେଉଛ ନା ! ବ୍ୟବସ୍ଥିତ ତୁମେ ବୁଝିଗଲ ନା ! କୌଣସି ପରିବର୍ତ୍ତନ ହେବାର ନାହିଁ । ସାରାରାତି ଚେଇଁକରି ଦୁଇବର୍ଷ ପରକଥା ଭାବିବ, ତେବେ ମଧ୍ୟ ତାହା ୟୁଗ୍ଲେସ୍ (ଅର୍ଥହୀନ) ବିଚାର ଅଟେ, ୱେଷ୍ଟ ଅଫ୍ ଟାଇମ୍ ଏଣ୍ଡ ଏନର୍ଜି ଅଟେ ।
ପ୍ରଶ୍ନକର୍ତ୍ତା : ଆପଣ ଯେଉଁ ‘ରିୟଲ୍’ ଆଉ ‘ରିଲେଟିଭ୍’ ବୁଝାଇଲେ, ତା’ପରେ ଚିନ୍ତା ଗଲା ।
ଦାଦାଶ୍ରୀ : ପରେ ତ’ ଚିନ୍ତା ହିଁ ହୁଏ ନାହିଁ ନା ! ଏହି ଜ୍ଞାନ ପରେ ଚିନ୍ତା ହେବ, ଏପରି ନୁହେଁ । ଏହି ମାର୍ଗ ସମ୍ପୂର୍ଣ୍ଣ ବୀତରାଗ ମାର୍ଗ ଅଟେ । ସମ୍ପୂର୍ଣ୍ଣ ବୀତରାଗ ମାର୍ଗ ଅର୍ଥାତ୍ କ’ଣ, ଯେ ଚିନ୍ତା ହିଁ ନଥବ । ଏହା ତମାମ ଆତ୍ମଜ୍ଞାନୀଙ୍କର, ଚବିଶ ତୀର୍ଥଙ୍କରଙ୍କର ମାର୍ଗ ଅଟେ, ଏହା ଆଉ କାହାର ମାର୍ଗ ନୁହେଁ ।
-ଜୟ ସଚ୍ଚିଦାନନ୍ଦ
Page #40
--------------------------------------------------------------------------
________________
( दादा भगवान फाउन्डेशन के द्वारा प्रकाशित पुस्तकें १. ज्ञानी पुरुष की पहचान
२४. मानव धर्म २. सर्व दु :खो से मुक्ति
२५. सेवा-परोपकार ३. कर्म का सिद्धांत
२६. मृत्यु समय, पहले और पश्चात ४. आत्मबोध
२७. निजदोष दर्शन से...निर्दोष ५. मैं कौन हूँ?
२८. पति-पत्नि का दिव्य व्यवहार ६.वर्तमान तीर्थकंर श्री सीमंधर स्वामी २१. क्लेश रहित जीवन ७.भुगते उसी की भूल
३०. गुरु-शिष्य ८. एडजस्ट एवरीव्हेयर
३१. अहिंसा 8. टकराव टालिए
३२. सत्य-असत्य के रहस्य १०. हुआ सो न्याय
३३. चमत्कार ११. चिंता
३४. पाप-पुण्य १२. क्रोध
३५. वाणी,व्यवहार में... १३. प्रतिक्रमण
३६. कर्म का विज्ञान १४. दादा भगवान कौन ?
३७. आप्तवाणी - १ १५. पैसों का व्यवहार
३८. आप्तवाणी - २ १६. अंत : करण का स्वरुप
३९. आप्तवाणी - ३ १७. जगत कर्ता
४०. आप्तवाणी - ४ १८. त्रिमंत्र
४१. आप्तवाणी - ५ १९. भावना से सुधरे जन्मोजन्म ४२. आप्तवाणी - ६ २०. माता-पिता और बच्चों का ४३. आप्तवाणी - ७ व्यवहार
४४. आप्तवाणी - ८ २१. प्रेम
४५. समझ से प्राप्त ब्रह्मचर्य (पूर्वार्ध२२. समझ से प्राप्त ब्रह्मचर्य
उत्तरार्ध) २३. दान • ଦାଦା ଭଗବାନ ଫାଉଣ୍ଡେଶନ ଦ୍ବାରା ଗୁଜରାଟୀ ଭାଷାରେ ବି ୫୫ ପୁସ୍ତକ ପ୍ରକାଶିତ GLIR | 69QAIRS www.dadabhagwan.org 60 व था6) Nang ପୁସ୍ତକ ପ୍ରାପ୍ତ କରିପାରିବେ । • ଦାଦା ଭଗବାନ ଫାଉଣ୍ଡେଶନ ଦ୍ବାରା ପ୍ରତ୍ୟେକ ମାସ ହିନ୍ଦୀ, ଗୁଜରାଟୀ ତଥା ଇଂରାଜୀ ଭାଷାରେ “ଦାଦାବାଣୀ” ମାଗାଜିନ୍ ପ୍ରକାଶିତ ହେଉଛି । था sR : ९) थाJAala १) acl GImg ) ?
४) in N@Ggala 8) 68|
Page #41
--------------------------------------------------------------------------
________________
ପ୍ରାପ୍ତିସ୍ନାନ
ଦାଦା ଭଗବାନ ପରିବାର ଅଡାଲଜ : ତ୍ରିମନ୍ଦିର,ସୀମନ୍ଧର ସିଟୀ,ଅହମଦାବାଦ-କଲୋଲ ହାଇୱେ, ପୋଷ୍ଟ-ଅଡ଼ାଲଜ,
ଜିଲ୍ଲା-ଗାନ୍ଧିନଗର,ଗୁଜରାଟ-୩୮୨୪୨୧,ଫୋନ-(୦୭୯)୩୯୮୩୦୧୦୦ ରାଜକୋଟ : ତ୍ରିମନ୍ଦିର,ଅହମଦାବାଦ-ରାଜକୋଟ ହାଇୱେ, ତରଘଡିୟା ଚୋକଡ଼ି (ସର୍କଲ),
। ପୋ-ମାଲିୟାଣ, ଜିଲ୍ଲା-ରାଜକୋଟ,ଫୋନ-୯୨୭୪୧ ୧୧୩୯୩ ଭୁଜ୍ : ତ୍ରିମନ୍ଦିର, ହିଲ୍ ଗାର୍ଡେନର ପଛ, ଏୟାରପୋର୍ଟ ରୋଡ,(୦ ୨୮୩୨) ୨୯୦୧ ୨୩ । ଗୋy: ତ୍ରିମନ୍ଦିର,ଭାମେୟା ଗାଁ, ଏକ୍ସିଆଇ ଗୋଡାଉନ୍ ସାମନାରେ,ଗୋଧୂ । (ଜି-ଫଚମହାଲ)
ଫୋନ-(୦ ୨୬୭ ୨) ୨୬୨୩୦୦ ମୋର ବୀ :ତ୍ରି ମନ୍ଦିର, ମୋରବୀ-ନବଲଖି ହାଇୱେ ,ପୋ :ଜୟପୁର, ଜିଲ୍ଲା-ରାଜକୋଟ ,
(୦ ୨୮୨ ୨) ୨୯୭୦୯୭ ଅରେଲି : ତ୍ରିମନ୍ଦିର,ଲିଲିୟା ରୋଡ, ବାଇପାସ ଚୋକଡି,ଖାରାବାଡି, ୯୯ ୨୪୩୪୪୪୬୦ ସୁରେନ୍ଦ୍ରନଗର :ତ୍ରିମନ୍ଦିର,ସୁରେନ୍ଦ୍ର ନଗର-ରାଜକୋଟ ହାଇୱେ,ଲୋକ ବିଦ୍ୟାଳୟ ପାଖ, ମୂଳି
। ରୋଡ, ୯୮୭୯୨୩୨୮୭୭ ଅହମଦାବାଦ :ଦାଦା ଦର୍ଶନ, ୫, ମମତାପାର୍କ ସୋସାଇଟୀ, ନବ ଗୁଜରାଟ କଲେଜ
। ପଛ, ଉସ୍ନାନପୁରା,ଅହମଦାବାଦ-୩୮୦୦୧୪,ଫୋନ-(୦୭୯) ୨୭୫୪୦୪୦୮ ବଡୋଦରା : ଦାଦା ମନ୍ଦିର, ୧୭, ମାମା କି ପୋଲ-ମୁହଲ୍ଲା,ରାବପୁରା ପୋଲିସ ଷ୍ଟେସନ ପାଖ,ସଲାଟ
। ୱାଡ଼ା, ବଡୋଦରା, ୯୯୨୪୩୪୩୩୩୫ ମୁମ୍ବାଇ: ୯୩୨୩୫ ୨୮୯୦୧ , ବାଙ୍ଗାଲୋର :୯୫୯୦୯୭୯୦୯୯, କୋଲକତା:୦୩୩୩୨୯୩୩୮୮୫, ଜଳନ୍ଧର: ୯୮୧୪୦୬୩୦୪୩, ଜୟପୁର:୯୩୫ ୧୪ ୦୮୨୮୫, ହାଇଦ୍ରାବାଦ : ୯୯୮୯୮୭୭୭୮୬,ଇନ୍ଦୋର:୯୮୯୩୫୪୫୩୫୧ , ଅମରାବତୀ : ୯୪୨ ୨୯ ୧୫୦୬୪,ରାୟପୁର:୯୩୨୯୫ ୨୩୭୩୭ , ଭିଲା: ୯୮୨୭୪୮ ୧୩୩୬ , ଦିଲ୍ଲୀ:୯୮୧୦୦୯୮୫୬୪,ଭୋପାଲ୍: ୯୪ ୨୫୦ ୨୪୪୦୫,ଚେନ୍ନାଈ:୯୩୮୦୧୫୯୯୫୭ ଓଡିଶା:୮୭୬୩୦୭୩ ୧୧୧
www.dadabhagwan.org Email : info@dadabhagwan.org
Page #42
--------------------------------------------------------------------------
________________ | ଚିନ୍ତା କାର୍ଯ୍ୟ ପାଇଁ ଅବରୋଧକ / ପ୍ରୟାସ କର କିନ୍ତୁ ଚିନ୍ତା କରନାହିଁ / ପ୍ରକୃତି କ'ଣ କୁହେ ଯେ କାର୍ଯ୍ୟ ହେଉନାହିଁ ତେବେ ପ୍ରୟାସ କର, ଜବରଦସ୍ତ ପ୍ରୟାସ କର କିନ୍ତୁ ଚିନ୍ତା କର ନାହିଁ / କାହିଁକିନା ଚିନ୍ତା କରିବା ଦ୍ଵାରା ସେ କାର୍ଯ୍ୟକୁ ଧକ୍କା ପହଞ୍ଚିବ / ଚିନ୍ତା କରିବା ବାଲା ନିଜେ ଲଗାମ ନିଜ ହାତକୁ ନେଇଯାଏ / ଯେମିତି ମୁଁ ହିଁ ଚଲାଉଛି / ଏହାର ଦୋଷ ଲାଗୁ ହୁଏ / | ‘ଏହି ଜଗତ କିଏ ଚଲାଉଛି’ ଏହା ଜାଣିଯିବା ତେବେ ଆମକୁ ଚିନ୍ତା ହେବ ନାହିଁ / -ଦାଦାତ୍ରୀ 255 2 3 ] g89383291 Printed in India dadabhagwan.org Price 10