Book Title: Whatever Has Happened Is Justice Oriya
Author(s): Dada Bhagwan
Publisher: Dada Bhagwan Aradhana Trust
Catalog link: https://jainqq.org/explore/034052/1

JAIN EDUCATION INTERNATIONAL FOR PRIVATE AND PERSONAL USE ONLY
Page #1 -------------------------------------------------------------------------- ________________ ଦାଦା ଭଗବାନ ପ୍ରରୂପିତ । ଯାହା ହେଲା ତାହା ନ୍ୟାୟ Oriya ପ୍ରକୃତିର ଯେଉଁ ନ୍ୟାୟ, ସେଥିରେ ଗୋଟିଏ କ୍ଷଣ ମଧ୍ୟ ଅନ୍ୟାୟ ହୋଇନାହିଁ । Page #2 -------------------------------------------------------------------------- ________________ ଦାଦା ଭଗବାନ ପ୍ରରୂପିତ ଯାହା ହେଲା ତାହା ନ୍ୟାୟ । ମୂଳ ଗୁଜରାଟୀ ସଙ୍କଳନ : ଡା. ନୀର୍ବେନ ଅମୀନ ଅନୁବାଦ : ମହାମ୍ବାଗଣ Page #3 -------------------------------------------------------------------------- ________________ ପ୍ରକାଶକ : ଶ୍ରୀ ଅଜିତ୍ ସି. ପଟେଲ ଦାଦା ଭଗବାନ ଆରାଧନା ଟ୍ରଷ୍ଟ ୫, ମମତା ପାର୍କ ସୋସାଇଟୀ, ନବଗୁଜରାଟ କଲେଜ ପଛ, ଉସ୍ନାନପୁରା, ଅହମଦାବାଦ୍-୩୮o୦୧୪, ଗୁଜରାଟ ଫୋନ୍ : (୦୭୯) ୩୯୮୩୦ ୧୦୦ All Rights reserved - Deepakbhai Desai Trimandir, Simandhar City Ahmedabad-Kalol Highway, Adalaj, Dist- Gandhinagar-382421, Gujarat, India No part of this book may be used or reproduced in any manner whatsoever without written permission from the holder of the copyrights. ପ୍ରଥମ ସଂସ୍କରଣ : ବହି ସଂଖ୍ୟା ୨୦୦୦ ନଭେମ୍ବର ୨୦୧୭ ଭାବ ମୂଲ୍ୟ : ‘ପରମ ବିନୟ’ ଏବଂ ‘ମୁଁ କିଛି ମଧ୍ୟ ଜାଣି ନାହିଁ, ଏହି ଭାବ ! ଦ୍ରବ୍ୟ ମୂଲ୍ୟ : ୧୦ ଟଙ୍କା ମୁଦ୍ରକ : ଅମ୍ବା ଅସେଟ୍ , B-୨୨, ଇଲେକ୍ଟ୍ରୋନିକ୍ GI.D.C, K-6 ରୋଡ଼, ସେକ୍ଟର-୨୫, ଗାନ୍ଧୀନଗର – ୩୮୨୦୪୪ ଫୋନ୍ : (୦୭୯) ୩୯୮୩୦୩୪ ୧/୪୨ Page #4 -------------------------------------------------------------------------- ________________ ତ୍ରିମନ୍ତ୍ର વર્તમાનતીર્થકર શ્રી સીમંધર સ્વામી ନମୋ ଅରିହଂତା ନମୋ ସିଦ୍ଧା ନମୋ ଆୟରିୟା ନମୋ ଉବଢ଼ାୟାଣୀ ନମୋ ଲୋଏ ସବ୍ସାହୁଣ୍ୟ ଏସୋ ପଞ୍ଚ ନମୁକ୍କାରେ, ସବ୍ଧ ପାବପଣାସଣେ ମଙ୍ଗଳା ଚ ସବ୍‌ସିଂ, ପଢ ହବଇ ମଙ୍ଗଳମ୍I/୧ || ଓଁ ନମୋ ଭଗବତେ ବାସୁଦେବାୟ |୨| ଓଁ ନମ ଶିବାୟ || ୩ || || ଜୟ ସଚ୍ଚିଦାନନ୍ଦ l Page #5 -------------------------------------------------------------------------- ________________ ଦାଦା ଭଗବାନ’ କିଏ ? ଜୁନ୍ ୧୯୫୮ର ଏକ ସନ୍ଧା, ସମୟ ପାଖାପାଖ ଛ’ଟା, ଭିଡ଼ରେ ଭରା ସୁରଟା ସହରର ରେଲୱେ ଷ୍ଟେସନ୍, ପ୍ଲାଟ୍ଫର୍ମ ନମ୍ବର ୩ର ବେଞ୍ଚ ଉପରେ ବସିଥିବା ଶ୍ରୀ ଅମ୍ବାଲାଲ୍ । ମୁଜୀଭାଇ ପଟେଲ୍ ରୂପୀ ଦେହମନ୍ଦିରରେ ପ୍ରାକୃତିକ ରୀତିରେ, ଅକ୍ରମ ରୂପରେ, କେତେ ଜନ୍ମରୁ ବ୍ୟକ୍ତ ହେବାପାଇଁ ଆତୁର ‘ଦାଦା ଭଗବାନ’ ପୂର୍ଣ୍ଣ ରୂପରେ ପ୍ରକଟ ହେଲେ । ଏବଂ ପ୍ରକୃତି ସଜ୍ଜିତ କଲା ଅଧାମୂର ଅଭୁତ ଆଶ୍ଚର୍ଯ୍ୟ । ଏକ ଘଣ୍ଟାରେ ତାଙ୍କୁ ବିଶ୍ୱ ଦର୍ଶନ ହେଲା । ମୁଁ କିଏ ? ଭଗବାନ କିଏ ? ଜଗତ କିଏ ଚଲାଉଛି ? କର୍ମ କ’ଣ ? ମୁକ୍ତି କ’ଣ ?” ଇତ୍ୟାଦି ଜଗତର ସମସ୍ତ ଆଧାର୍ମିକ ପ୍ରଶ୍ନର ସଂପୂର୍ଣ୍ଣ ରହସ୍ୟ ପ୍ରକଟ ହେଲା । ଏହିପରି ପ୍ରକୃତି, ବିଶ୍ଵ ସମ୍ମୁଖରେ ଏକ ଅଦ୍ବିତୀୟ ପୂର୍ଣ୍ଣ ଦର୍ଶନ ପ୍ରସ୍ତୁତ କଲା ଏବଂ ତାହାର ମାଧ୍ୟମ ହେଲେ ଶ୍ରୀ ଅମ୍ବାଲାଲ୍ ମୂଜୀଭାଇ ପଟେଲ, ଯିଏ ଗୁଜରାଟର ଚରୋତର କ୍ଷେତ୍ରର ଭାଦରଣ ଗାଁ’ର ପାଟୀଦାର, କଣ୍ଟ୍ରାକ୍ଟ ବ୍ୟବସାୟ କରିବାବାଲା, ତଥାପି ପୂର୍ଣ୍ଣ ରୂପରେ ବୀତରୋଗ ପୁରୁଷ ! ‘ବ୍ୟାପାରରେ ଧର୍ମ ରହିବା ଉଚିତ୍, ଧର୍ମରେ ବ୍ୟାପାର ନୁହେଁ, ଏହି ସିଦ୍ଧାନ୍ତ ସହ ସେ ସାରା ଜୀବନ ବିତାଇଲେ । ଜୀବନରେ କେବେ ମଧ୍ୟ ସେ କାହାରିଠାରୁ ପଇସା ନେଇ ନାହାନ୍ତି, ବରଂ ନିଜ ରୋଜଗାରରୁ ଭକ୍ତମାନଙ୍କୁ ଯାତ୍ରା କରାଉଥିଲେ। । ତାଙ୍କୁ ଯେପରି ପ୍ରାପ୍ତ ହେଲା, ସେହି ପରି କେବଳ ଦୁଇ ଘଣ୍ଟାରେ ଅନ୍ୟ ମୁମୁକ୍ଷୁମାନଙ୍କୁ ମଧ୍ୟ ସେ ଆଜ୍ଞାନର ପ୍ରାପ୍ତି କରାଉଥିଲେ, ତାଙ୍କର ଅଭୁତ ସିଦ୍ଧ ହୋଇଥିବା ଜ୍ଞାନ ପ୍ରୟୋଗ ଦ୍ୱାରା । ତାହାକୁ ଅକ୍ରମ ମାର୍ଗ କହିଲେ । ଅକ୍ରମ, ଅର୍ଥାତ୍ ବିନା କ୍ରମରେ ଏବଂ କ୍ରମ ଅର୍ଥାତ୍ ସିଢ଼ି ପରେ ସିଢ଼ି, କ୍ରମାନୁସାରେ ଉପରକୁ ଚଢ଼ିବା । ଅକ୍ରମ ଅର୍ଥାତ୍ ଲିଫ୍ ମାର୍ଗ, ସର୍ଟ କଟ୍ । । ସେ ନିଜେ ପ୍ରତ୍ୟେକଙ୍କୁ ଦାଦା ଭଗବାନ କିଏ ?’ର ରହସ୍ୟ ବତାଇବାକୁ ଯାଇ କହୁଥିଲେ ଯେ, ଏ ଯିଏ ଆପଣଙ୍କୁ ଦେଖାଯାଉଛନ୍ତି ସେ ଦାଦା ଭଗବାନ ନୁହଁନ୍ତି, ସେ ତ ‘ଏ.ଏମ୍. ପଟେଲ୍’ ଅଟେ । ମୁଁ ଜ୍ଞାନୀପୁରୁଷ ଅଟେ ଏବଂ ଭିତରେ ଯିଏ ପ୍ରକଟ ହୋଇଛନ୍ତି, ସେ ‘ଦାଦା ଭଗବାନ’ ଅଟନ୍ତି । ଦାଦା ଭଗବାନ ତ’ ଚଉଦ ଲୋକର ନାଥ ଅଟନ୍ତି । ସେ ଆପଣଙ୍କ ଭିତରେ ମଧ୍ୟ ଅଛନ୍ତି, ସମସ୍ତଙ୍କ ଭିତରେ ଅଛନ୍ତି । ଆପଣଙ୍କ ଭିତରେ ଅବ୍ୟକ୍ତ ରୂପରେ ଅଛନ୍ତି ଏବଂ ଏଠାରେ’ ମୋ ଭିତରେ ସଂପୂର୍ଣ୍ଣ ରୂପରେ ବ୍ୟକ୍ତ ହୋଇଛନ୍ତି । ଦାଦା ଭଗବାନଙ୍କୁ ମୁଁ ମଧ୍ୟ ନମସ୍କାର କରେ ।”” Page #6 -------------------------------------------------------------------------- ________________ ନିବେଦନ ଆତ୍ମବିଜ୍ଞାନୀ ଶ୍ରୀ ଅମ୍ବାଲାଲ ମୂଭାଇ ପଟେଲ, ଯାହାଙ୍କୁ ଲୋକେ ‘ଦାଦା ଭଗବାନ’ ନାମରେ ମଧ୍ୟ ଜାଣନ୍ତି, ତାଙ୍କ ଶ୍ରୀମୂଖରୁ ଅଧାମ୍ ତଥା ବ୍ୟବହାର ଜ୍ଞାନ ସମନ୍ଧୀୟ ଯେଉଁ ବାଣୀ ବାହାରିଛି, ସେସବୁକୁ ରେକର୍ଡ କରି, ସଙ୍କଳନ ତଥା ସମ୍ପାଦନ କରି ପୁସ୍ତକ ରୂପରେ ପ୍ରକାଶିତ କରାଯାଉଛି । ପ୍ରସ୍ତୁତ ଅନୁବାଦରେ ଏହା ବିଶେଷ ଧାନ ରଖାଯାଇଛି ଯେ, ପାଠକଙ୍କୁ ଦାଦାଙ୍କର ହିଁ ବାଣୀ ଶୁଣାଯାଉଛି, ଏପରି ଅନୁଭବ ହେଉ, ଯେଉଁ କାରଣରୁ ବୋଧହୁଏ କିଛି ଜାଗାରେ ଅନୁବାଦର ବାକ୍ୟ ରଚନା ଓଡ଼ିଆ ବ୍ୟାକରଣ ଅନୁସାରେ ତ୍ରୁଟିପୂର୍ଣ୍ଣ ଲାଗିପାରେ, କିନ୍ତୁ ଏଠାରେ ଆଶୟ( ହେତୁ)କୁ ବୁଝି ପଢ଼ାଯିବ, ତେବେ ଅଧୁକ ଲାଭକାରୀ ହେବ । । ଜ୍ଞାନୀଙ୍କ ବାଣୀକୁ ଓଡ଼ିଆ ଭାଷାରେ ଯଥାର୍ଥ ରୂପରେ ଅନୁବାଦ କରିବାର ପ୍ରୟାସ କରାଯାଇଛି । ପ୍ରସ୍ତୁତ ପୁସ୍ତକରେ ଅନେକ ଜାଗାରେ ବନ୍ଧ ନୀରେ ଦର୍ଶାଯାଇଥିବା ଶବ୍ଦ ବା ବାକ୍ୟ ପରମପୂଜ୍ୟ ଦାଦାଶ୍ରୀଙ୍କ ଦ୍ଵାରା କୁହାଯାଇଥିବା ବାକ୍ୟକୁ ଅଧିକ ସ୍ପଷ୍ଟତାପୂର୍ବକ ବୁଝାଇବା ହେତୁ ଲେଖାଯାଇଛି । ଯେବେକି କିଛି ଜାଗାରେ ଇଂରାଜୀ ଶବ୍ଦକୁ ଓଡ଼ିଆ ଅର୍ଥରୂପରେ ରଖାଯାଇଛି । ଦାଦାଶ୍ରୀଙ୍କ ଶ୍ରୀମୁଖରୁ ବାହାରିଥିବା କିଛି ଗୁଜରାଟୀ ଶବ୍ଦ ଯେମିତିକୁ ସେମିତି ରଖାଯାଇଛି, କାରଣ ସେ ଶବ୍ଦଗୁଡ଼ିକ ପାଇଁ ଓଡ଼ିଆରେ ଏପରି କିଛି ଶବ୍ଦ ନାହିଁ, ଯାହା ତାହାର ପୂର୍ଣ୍ଣ ଅର୍ଥ ଦେଇପାରିବ । ଅନୁବାଦଜନିତ ତ୍ରୁଟି ପାଇଁ ଆପଣଙ୍କ ପାଖରେ କ୍ଷମାପ୍ରାର୍ଥୀ ଅଟୁ । Page #7 -------------------------------------------------------------------------- ________________ ସମ୍ପାଦକୀୟ ଲକ୍ଷ ଲକ୍ଷ ଲୋକ ବଦ୍ରିନାଥ-କେଦାରନାଥ ଯାତ୍ରାରେ ଗଲେ ଏବଂ ଅଚାନକ ବରଫପାତ ହେବାଦ୍ୱାରା ଶହଶହ ଲୋକ ଦବିହୋଇ ମରିଗଲେ । ଏଭଳି ସମାଚାର ଶୁଣି କେହି ମଧ୍ୟ ଥରିଯାଏ ଯେ କେତେ ଭକ୍ତିଭାବରେ ଭଗବାନଙ୍କ ଦର୍ଶନ କରିବା ପାଇଁ ଯାଉଛନ୍ତି, ସେମାନଙ୍କୁ ହିଁ ଭଗବାନ ଏପରି ମାରି ପକାଉଛନ୍ତି ? ଭଗବାନ ବହୁତ ଅନ୍ୟାୟୀ ଅଟନ୍ତି ! ଦୁଇ ଭାଇଙ୍କ ମଧ୍ୟରେ ସମ୍ପତ୍ତର ଭାଗବାଣ୍ଟରେ ଜଣେ ଭାଇ ଅଧିକ ହଡ଼ପ କରିନେଉଛି, ଅନ୍ୟ ଜଣଙ୍କୁ କମ ମିଳୁଛି, ସେଠି ବୁଦ୍ଧି ‘ନ୍ୟାୟ? ଖୋଜେ । ଶେଷରେ କୋର୍ଟ-କଚେରୀ ଯାଆନ୍ତି ଏବଂ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଲଢ଼ନ୍ତି । ପରିଣାମ ସରୂପ ଆହୁରି ଅଧିକ ଦୁଃଖୀ ହୋଇଚାଲନ୍ତି । ନିର୍ବୋଷ ବ୍ୟକ୍ତି ଜେଲ ଭୋଗେ, ଦୋଷୀ ବ୍ୟକ୍ତି ମଜା ଉଡ଼ାଏ, ତେବେ ଏଥିରେ ନ୍ୟାୟ କ’ଣ ରହିଲା ? ନୀତିବାଲା ମନୁଷ୍ୟ ଦୁଃଖୀ ହୁଅନ୍ତି, ଅନୀତି କରିବାବାଲା ବଙ୍ଗଳା ବନାନ୍ତି ଏବଂ ଗାଡ଼ିରେ ବୁଲନ୍ତି, ସେଠାରେ ନ୍ୟାୟ ସରୂପ କିପରି ଲାଗିବ ? । । ଏଭଳି ଘଟଣା ତ ପାଦେ -ପାଦେ ହୁଏ, ଯେଉଁଠି ବୁଦ୍ଧି ‘ନ୍ୟାୟ? ଖୋଜିବାରେ ଲାଗିଯାଏ ଏବଂ ଦୁଃଖୀ-ଦୁଃଖୀ ହୋଇଯାନ୍ତି ! ପରମ ପୂଜ୍ୟ ଦାଦାଶ୍ରୀଙ୍କ ଅଭୁତ ଆଧାୟିକ ସନ୍ଧାନ ଏହା ଯେ ଏହି ଜଗତରେ କେଉଁଠି ମଧ୍ୟ ଅନ୍ୟାୟ ହୁଏ ହିଁ ନାହିଁ । ଯାହା ହେଲା ତାହା ନ୍ୟାୟ ! ପ୍ରକୃତି କେବେ ମଧ୍ୟ ନ୍ୟାୟରୁ ବାହାରକୁ ଯାଇନାହିଁ । କାହିଁକିନା ପ୍ରକୃତି ଅର୍ଥାତ କେଉଁ ବ୍ୟକ୍ତି ବା ଭଗବାନ ନୁହଁନ୍ତି ଯେ ତା’ ଉପରେ କାହାର ଯୋର ଚାଲିବ । ପ୍ରକୃତି ଅର୍ଥାତ ସାଇଣ୍ଟିଫିକ ସରକସ୍ମିନ୍ଦିୟଲ ଏଭିଡ଼େନ୍ସ । କେତେ ସବୁ ସଂଯୋଗ ଏକାଠି ହୁଅନ୍ତି ତେବେଯାଇ ଏକ କାର୍ଯ୍ୟ ହୁଏ । ଏତେ ସବୁ ଲୋକ ଥିଲେ, ସେମାନଙ୍କ ମଧ୍ୟରୁ କିଛି ଲୋକ ହିଁ କାହିଁକି ମଲେ ? ! ଯେଉଁମାନଙ୍କର ମରିବାର ହିସାବ ଥିଲା, ସେହିମାନେ ଶିକାର ହେଲେ, ମୃତ୍ୟୁର ଏବଂ ଦୁର୍ଘଟଣାର ! ଏନ୍ ଇନ୍ସିଡେଣ୍ଟ ହାଜ୍ ସୋ ମେନି କଜେଜ୍ ଏଣ୍ଡ ଏନ୍ ଏକ୍ସିଡେଣ୍ଟ ହାଜ୍ ଠୁ ମେନି କଜେଜ୍ ! ହିସାବ ବିନା ଆମକୁ ଏକ ମଶା ମଧ୍ୟ କାମୁଡ଼ି ପାରିବ ନାହିଁ । ହିସାବ ଅଛି ସେଥିପାଇଁ ଦଣ୍ଡ ଆସିଛି । ଏଥିପାଇଁ ଯାହାକୁ ମୁକ୍ତ ହେବାର ଅଛି, ତା’କୁ ତ ଏ କଥା ବୁଝିବାକୁ ହେବ ଯେ ନିଜ ସହିତ ଯାହା ଯାହା ହେଲା ତାହା ନ୍ୟାୟ ହିଁ ଅଟେ । । ଯାହା ହେଲା ତାହା ନ୍ୟାୟ ଜୀବନରେ ଏହି ଜ୍ଞାନର ଯେତେ ଉପଯୋଗ ହେବ, ସେତେ ଶାନ୍ତି ରହିବ ଏବଂ କୌଣସି ବି ପ୍ରତିକୂଳତାରେ ଭିତରେ ଏକ ପରମାଣୁ ମଧ୍ୟ ହଲିବ ନାହିଁ । ଡା. ନୀରୁବେନ ଅମୀନଙ୍କ ଜୟ ସଚ୍ଚିଦାନନ୍ଦ । Page #8 -------------------------------------------------------------------------- ________________ ଯାହା ହେଲା ତାହା ନ୍ୟାୟ ବିଶ୍ବର ବିଶାଳତା, ଶବ୍ଦତୀତ... ଏ ସମସ୍ତ ଶାସ୍ତ୍ରରେ ଯେତିକି ବର୍ଣ୍ଣନା ହୋଇଛି, ଜଗତ ସେତିକି ମାତ୍ର ନୁହେଁ । ଶାସ୍ତ୍ରରେ ତ କିଛି ଅଂଶ ହିଁ ଅଛି । ବାକି, ଜଗତ ତ ଅବକ୍ତବ୍ୟ ଏବଂ ଅବର୍ଣ୍ଣନୀୟ ଅଟେ ଯେ ଯାହା ଶବ୍ଦରେ ଧାରଣ ହୋଇପାରେ ଏପରି ନୁହେଁ, ତେବେ ପୁଣି ଶବ୍ଦରୁ ବାହାରର କଥା ତୁମେ କେଉଁଠୁ ଆଣିବ ? ଶବ୍ଦରେ ଧାରଣ ହୁଏ ନାହିଁ ତେବେ ଶବ୍ଦରୁ ବାହାରେ ତୁମେ ତାହାର ବର୍ଣ୍ଣନା କିପରି ବୁଝିବ ? ଜଗତ ଏତେ ବଡ଼, ବିଶାଳ ଅଟେ । ଆଉ ମୁଁ ଦେଖୁକରି ବସିଛି । ଏଥ‌ିପାଇଁ ମୁଁ ତୁମକୁ ବତାଇପାରିବି ଯେ କିଭଳି ବିଶାଳତା ଅଟେ ! ପ୍ରକୃତି ତ ସର୍ବଦା ନ୍ୟାୟୀ ହିଁ ଅଟେ ପ୍ରକୃତିର ଯେଉଁ ନ୍ୟାୟ, ସେଥ‌ିରେ ଗୋଟିଏ କ୍ଷଣ ପାଇଁ ମଧ୍ୟ ଅନ୍ୟାୟ ହୋଇନାହିଁ । ଏ ପ୍ରକୃତି, ଗୋଟିଏ କ୍ଷଣ ପାଇଁ ମଧ୍ୟ ଅନ୍ୟାୟୀ ହୋଇନାହିଁ । କୋର୍ଟରେ ଅନ୍ୟାୟ ହୋଇଥବ, କିନ୍ତୁ ପ୍ରକୃତି କେବେ ଅନ୍ୟାୟୀ ହୋଇନାହିଁ । ପ୍ରକୃତିର ନ୍ୟାୟ କିପରି ଅଟେ ଯେ, ଯଦି ତୁମେ ଭଲ ମଣିଷ ଅଟ ଏବଂ ଆଜି ତୁମେ ଚୋରି କରିବା ପାଇଁ ଯାଅ ତେବେ ତୁମକୁ ପ୍ରଥମରୁ ହିଁ ଧରା ପକାଇଦେବ ଆଉ ଯଦି ଖରାପ ମଣିଷ ହୋଇଥବ ତେବେ ତା’କୁ ପ୍ରଥମ ଦିନ ଏନକରେଜ(ପ୍ରୋତ୍ସାହିତ) କରିବ । ପ୍ରକୃତିର ଏପରି ହିସାବ ଯେ ପ୍ରଥମବାଲାକୁ ଭଲ ରଖୁବାର ଅଛି, ସେଥ‌ିପାଇଁ ତା’କୁ ଧରା ପକାଇଦେବ, ତା’କୁ ହେଲ୍ସ କରିବ ନାହିଁ ଆଉ ଦ୍ବିତୀୟ ଜଣଙ୍କୁ ହେଲ୍ମ କରିଚାଲିବ ଏବଂ ପରେ ଏମିତି ମାଡ଼ ମାରିବ ଯେ ପୁଣି ସେ ଉପରକୁ ଉଠି ପାରିବ ନାହିଁ । ସେ ଅଧୋଗତିରେ ଯିବ । ପ୍ରକୃତି ଗୋଟିଏ ମିନିଟ ମଧ୍ୟ ଅନ୍ୟାୟୀ ହୋଇନାହିଁ । ଲୋକମାନେ ମୋତେ ପଚାରନ୍ତି ଯେ ଏ ତୁମ ଗୋଡ଼ରେ ଫ୍ରାକ୍ଚର ହୋଇଛି, ତାହା ? ଏସବୁ ପ୍ରକୃତି ନ୍ୟାୟ ହିଁ କରିଛି । Page #9 -------------------------------------------------------------------------- ________________ ଯାହା ହେଲା ତାହା ନ୍ୟାୟ । ଯଦି ପ୍ରକୃତିର ନ୍ୟାୟକୁ ବୁଝିବ ଯେ “ଯାହା ହେଲା ତାହା ନ୍ୟାୟ’ ତେବେ ତୁମେ ଏ ଜଗତରୁ ମୁକ୍ତ ହୋଇ ପାରିବ ଅନ୍ୟଥା ପ୍ରକୃତିକୁ ତିଳେ ମାତ୍ର ବି ଅନ୍ୟାୟୀ ମାନିଲ, ତେବେ ତାହା ତୁମ ପାଇଁ ଜଗତରେ ସମସ୍ୟାର ହିଁ କାରଣ ଅଟେ । ପ୍ରକୃତିକୁ ନ୍ୟାୟୀ ମାନିବା, ତାହାର ନାମ ଜ୍ଞାନ । ଯେପରି ଅଟେ ସେପରି’ ଜାଣିବା, ତାହାର ନାମ ଜ୍ଞାନ ଏବଂ ‘ଯେପରି ଅଟେ ସେପରି’ ନଜାଣିବା, ତାହାର ନାମ ଅଜ୍ଞାନ । । ଜଣେ ଲୋକ ଅନ୍ୟ ଜଣଙ୍କର ଘର ଜାଳି ଦେଲା, ତେବେ ସେହି ସମୟରେ କେହି ଯଦି ପଚାରେ ଯେ ଭଗବାନ ଏହା କ’ଣ ? ଏ ଭାଇର ଘର ଏ ଲୋକଟି ଜାଳି ଦେଲା । ଏହା ନ୍ୟାୟ ଅଟେ ନା ଅନ୍ୟାୟ ? ତେବେ କୁହନ୍ତି, ‘ନ୍ୟାୟ । ଜାଳି ପକାଇଲା ତାହା ନ୍ୟାୟ ।’ ଏବେ ଏଥିପାଇଁ ଯଦି ସେ ଅଜର୍ମା( ମନେ ମନେ ଗାଳି) କରେ ଯେ ଅଯୋଗ୍ୟ ଅଟେ ଏବଂ ଏମିତି, ସେମିତି ଅଟେ ତେବେ ପୁଣି ଅନ୍ୟାୟର ଫଳ ତା’କୁ ମିଳିବ । ସେ ନ୍ୟାୟକୁ ହିଁ ଅନ୍ୟାୟ କହୁଛି ! ଜଗତ ସମ୍ପୂର୍ଣ୍ଣ ନ୍ୟାୟ ସରୂପ ହିଁ ଅଟେ । ଗୋଟିଏ ମୁହୂର୍ତ୍ତ ପାଇଁ ମଧ୍ୟ ଏଥିରେ ଅନ୍ୟାୟ ହୁଏ ନାହିଁ । ଜଗତରେ ନ୍ୟାୟ ଖୋଜିବା ଯୋଗୁଁ ହିଁ ତ ପୁରା ଦୁନିଆରେ ଲଢ଼େଇ ସବୁ ହୋଇଛି । ଜଗତ ନ୍ୟାୟ ସରୂପ ହିଁ ଅଟେ । ଏଥିପାଇଁ ଏ ଜଗତରେ ନ୍ୟାୟ ଖୋଜିବା ହିଁ ନାହିଁ । ଯାହା ହେଲା, ତାହା ନ୍ୟାୟ । ଯାହା ହୋଇଗଲା ତାହା ହିଁ ନ୍ୟାୟ । ନ୍ୟାୟ ଖୋଜୁଛନ୍ତି, ସେଥିପାଇଁ ଏ କୋର୍ଟ ଇତ୍ୟାଦି ସବୁ ତିଆରି ହେଲା ! ଆରେ ଭାଇ, ନ୍ୟାୟ ହେଉଥିବ ? ! ତା ଅପେକ୍ଷା “ କ’ଣ ହେଲା” ତାହା ଦେଖ୍ ! ତାହା ହିଁ ନ୍ୟାୟ । ‘ନ୍ୟାୟ’ ସରୂପ ଅଲଗା ଅଟେ ଏବଂ ଆମର ଏ ଫଳ ସରୂପ ଅଲଗା ଅଟେ ! ନ୍ୟାୟ-ଅନ୍ୟାୟର ଫଳ, ତାହା ତ ହିସାବ ଅନୁଯାୟୀ ଆସେ ଆଉ ଆମେ ତା ସହିତ ନ୍ୟାୟ ଜଏଣ୍ଟ କରିବା(ଯୋଡ଼ିବା) ପାଇଁ ଯାଆନ୍ତି, ପୁଣି କୋର୍ଟକୁ ହିଁ ଯିବାକୁ ପଡ଼ିବ ନା ! ଆଉ ସେଠାକୁ ଯାଇ, ଥକିକରି, ଶେଷରେ ଫେରିକି ହିଁ ଆସିବାର ଅଛି ! ତୁମେ କାହାକୁ ଗୋଟିଏ ଗାଳି ଦେଲ ତେବେ ପୁଣି ସେ ତୁମକୁ ଦୁଇ-ତିନି ଗାଳି ଦେଇ ଦେବ, କାହିଁକିନା ତା’ ମନ ତୁମ ଉପରେ କ୍ରୋଧିତ ଥାଏ । ସେତେବେଳେ ଲୋକେ କ’ଣ କୁହନ୍ତି ? ତୁ କ’ଣ ପାଇଁ ତିନୋଟି ଗାଳି ଦେଲୁ, ସେ ତ ଗୋଟିଏ ହିଁ Page #10 -------------------------------------------------------------------------- ________________ ଯାହା ହେଲା ତାହା ନ୍ୟାୟ ଦେଇଥିଲା । ତେବେ ସେଥିରେ ନ୍ୟାୟ କ’ଣ ? ତା’ର ଆମକୁ ତିନୋଟି ଦେବାର ହିସାବ ଥିବ, ପଛ ହିସାବ ସୁଝି ଦିଅନ୍ତି ନା ନାହିଁ ? ପ୍ରଶ୍ନକର୍ତ୍ତା: ହଁ, ସୁଝି ଦିଅନ୍ତି । ଦାଦାଶ୍ରୀ: ଅସୁଲି କରନ୍ତି ନା ନାହିଁ ? ତୁମେ ତା’ ବାପାଙ୍କୁ ଟଙ୍କା ଉଧାର ଦେଇଥିବ, କିନ୍ତୁ ପରେ କେବେ ମଉକା ମିଳିଲେ ତା’ଠାରୁ ଅସୁଲି କରି ନେଉଛି ନା ? କିନ୍ତୁ ସେ ତ ଭାବିବ ଯେ ଅନ୍ୟାୟ କରୁଛି । ସେହିଭଳି ପ୍ରକୃତିର ନ୍ୟାୟ ଅଟେ । ଯାହା ପୂର୍ବ ହିସାବ ଥାଏ, ସେସବୁ ଏକାଠି କରିଦିଏ । ଏବେ ଯଦି କେଉଁ ସ୍ତ୍ରୀ ତା’ ସାମୀକୁ ହଇରାଣ କରୁଛି, ତେବେ ତାହା ପ୍ରକୃତିର ନ୍ୟାୟ ଅଟେ । ତା’ ସାମୀ ଭାବେ ଯେ ଏ ପତ୍ନୀ ବହୁତ ଖରାପ ଆଉ ପତ୍ନୀ କ’ଣ ଭାବେ ଯେ ସାମୀ ଖରାପ । କିନ୍ତୁ ଏହା ପ୍ରକୃତିର ନ୍ୟାୟ ହିଁ ଅଟେ । ପ୍ରଶ୍ନକର୍ତ୍ତା: ହଁ । ଦାଦାଶ୍ରୀ: ଯଦି ତୁମେ ଅଭିଯୋଗ କରିବା ପାଇଁ ଆସ ତେବେ ମୁଁ ଅଭିଯୋଗ ଶୁଣେ ନାହିଁ, ଏହାର କ’ଣ କାରଣ ? ପ୍ରଶ୍ନକର୍ଷା: ଏବେ ଜଣା ପଡ଼ିଲା ଯେ ଏହା ନ୍ୟାୟ ଅଟେ । । ଯେପରି ବୁଣା ହୋଇଥାଏ ସେହିପରି ଖୋଲେ, ପ୍ରକୃତି ଦାଦାଶ୍ରୀ: ଏହା ମୋର ଆବିଷ୍କାର ଅଟେ ସବୁ ! ଯିଏ ଭୋଗେ ତା’ର ଭୁଲ । ଦେଖ କେତେ ସୁନ୍ଦର ଆବିଷ୍କାର ଅଟେ ! କାହାରି ସହ ମତଭେଦରେ ପଡ଼ିବା ନାହିଁ ଏବଂ ବ୍ୟବହାରରେ ନ୍ୟାୟ ଖୋଜିବ ନାହିଁ । । ନିୟମ କିଭଳି ଅଟେ ଯେ ଯେପରି ବୁଣା ହୋଇଥିବ, ତାହା ସେହିପରି ହିଁ ଖୋଲିବ । ଅନ୍ୟାୟପୂର୍ବକ ବୁଣା ହୋଇଥିବ, ତେବେ ଅନ୍ୟାୟରେ ଖୋଲିବ ଆଉ ନ୍ୟାୟରେ ବୁଣା ହୋଇଥିବ ତେବେ ନ୍ୟାୟରେ ଖୋଲିବ । ସେହିପରି ଏସବୁ ବୁଣା ହୋଇଥିବା ଏବେ ଖୋଲୁଅଛି ଆଉ ପରେ ଲୋକମାନେ ସେଥିରେ ନ୍ୟାୟ ଖୋଜନ୍ତି । ଭାଇ, ନ୍ୟାୟ କ’ଣ ଖୋଜୁଛୁ, କୋର୍ଟ ଭଳି ? ଆରେ ଭାଇ, ଅନ୍ୟାୟପୂର୍ବକ ତୁ Page #11 -------------------------------------------------------------------------- ________________ । ଯାହା ହେଲା ତାହା ନ୍ୟାୟ । ବୁଣିଲୁ ଆଉ ଏବେ ନ୍ୟାୟପୂର୍ବକ ଖୋଲିବା ପାଇଁ ବାହାରିଛୁ ? ତାହା କିପରି ସମ୍ଭବ ? ନଅ ଦ୍ଵାରା ‘ଗୁଣା’ କରାଯାଇଥିଲେ ନିଅ ଦ୍ଵାରା ‘ଭାଗ’ କରିବା, ତେବେଯାଇ ନିଜର ମୂଳ ଜାଗାକୁ ଆସିବ । ଅନେକ ବୁଣା ହୋଇଥିବା ସମସ୍ୟା ପଡ଼ି ରହିଛି । ଅତଃ ମୋ ଶବ୍ଦ ଯିଏ ଧରିନେଇଛି, ତା’ର କାମ ହୋଇଯିବ ନା ! ପ୍ରଶ୍ନକର୍ଷା: ହିଁ ଦାଦା, ଏ ଦୁଇ-ତିନୋଟି ଶବ୍ଦ ଧରିଥିବ ଆଉ ଜିଜ୍ଞାସୁ ମଣିଷ ହୋଇଥିବ, ତେବେ ତା’ର କାମ ହୋଇଯିବ । ଦାଦାଶ୍ରୀ: କାମ ହୋଇଯିବ । ଆବଶ୍ୟକତା ଠାରୁ ଅଧୁକ ଚାଲାକି ନଦେଖାଇବ ତେବେ କାମ ହୋଇଯିବ । | ପ୍ରଶ୍ନକର୍ତ୍ତା: ବ୍ୟବହାରରେ ‘ତୁ ନ୍ୟାୟ ଖୋଜିବୁ ନାହିଁ ଏବଂ ଯିଏ ଭୋଗେ ତା’ର ଭୁଲ’, ଏ ଦୁଇ ସୂତ୍ର ଧରିଛି । । ଦାଦାଶ୍ରୀ: ନ୍ୟାୟ ଖୋଜିବୁ ନାହିଁ, ଯଦି ଏହି ବାକ୍ୟ ଧରି ରଖୁବ ତେବେ ତା’ର ସବୁ ଅଇଟ ହୋଇଯିବ । ଏମାନେ ନ୍ୟାୟ ଖୋଜନ୍ତି, ସେଥିପାଇଁ ସବୁ ସମସ୍ୟା ସୃଷ୍ଟି ହୋଇଯାଏ । ପୁଣୋଦୟ ଦ୍ବାରା ହତ୍ୟାକାରୀ ମଧ୍ୟ ଛୁଟେ ନିର୍ଭେଷ... ପ୍ରଶ୍ନକର୍ତ୍ତା: କେହି କାହାର ହତ୍ୟା କରେ, ତେବେ ତାହା ମଧ୍ୟ ନ୍ୟାୟ କୁହାଯିବ ? । ଦାଦାଶ୍ରୀ: ନ୍ୟାୟରୁ ବାହାରେ ତ କିଛି ହୁଏ ନାହିଁ । ଭଗବାନଙ୍କ ଭାଷାରେ ନ୍ୟାୟ ହିଁ କୁହାଯାଏ । ସରକାରଙ୍କ ଭାଷାରେ କୁହାଯାଏ ନାହିଁ, ଏହି ଲୋକଭାଷାରେ କୁହାଯାଏ ନାହିଁ । ଲୋକଭାଷାରେ ତ ହତ୍ୟା କରିବାବାଲାକୁ ହିଁ ଧରି ଆଣନ୍ତି ଯେ ଇଏ ହିଁ ଦୋଷୀ । ଆଉ ଭଗବାନଙ୍କ ଭାଷାରେ କ’ଣ କୁହାଯାଏ ? ତେବେ କହିବା, “ଯାହାର ହତ୍ଯା ହେଲା, ସେ ଦୋଷୀ ଅଟେ । ତେବେ କହିବେ, ଏ ହତ୍ୟା କରିବା ଲୋକର ଦୋଷ ନାହିଁ ? ତେବେ କହିବା, ହତ୍ୟା କରିବା ଲୋକ ଯେବେ ଧରା ପଡ଼ିବ, ସେତେବେଳେ ସେ ଦୋଷୀ ମନାଯିବ ! ଏବେ ତ, ସେ ଧରାପଡ଼ିନି ଆଉ ଇଏ ଧରା ପଡ଼ିଗଲା ! ତୁମକୁ ବୁଝାପଡ଼ିଲା ନାହିଁ ? Page #12 -------------------------------------------------------------------------- ________________ ଯାହା ହେଲା ତାହା ନ୍ୟାୟ ୫ ପ୍ରଶ୍ନକର୍ତ୍ତା: କୋର୍ଟରେ କେହି ମନୁଷ୍ୟ ହତ୍ୟା କରି ନିଘୋଷରେ ମୁକୁଳି ଯାଏ, ସେ ତା’ର ପୂର୍ବକର୍ମର ପ୍ରତିଶୋଧ ନିଏ ନା ପୁଣି ନିଜର ପୁଣ୍ୟ ଯୋଗୁଁ ସେ ଏପରି ମୁକୁଳି ଯାଏ ? ତାହା କ’ଣ ? ଦାଦାଶ୍ରୀ: ପୁଣ୍ୟ ଏବଂ ପୂର୍ବକର୍ମର ପ୍ରତିଶୋଧ, ତାହା ଗୋଟିଏ କଥା । ତା’ର ପୁଣ୍ୟ ଥିଲା, ସେଥ‌ିପାଇଁ ମୁକୁଳିଗଲା ଆଉ କେହି ଦୋଷ କରି ନଥବ, ତଥାପି ଫଶିଯାଏ । ଜେଲ ଯିବାକୁ ପଡ଼େ । ତାହା ତ ତା’ର ପାପର ଉଦୟ ଅଟେ, ସେଥୁରୁ ବଞ୍ଚିବାର ବାଟ ହିଁ ନାହିଁ । ବାକି, ଏ ଯେଉଁ ଦୁନିଆ, ଏହାର କୋର୍ଟମାନଙ୍କରେ କଦାଚିତ କେବେ ଅନ୍ୟାୟ ହୋଇପାରେ, କିନ୍ତୁ ପ୍ରକୃତି ଏ ଦୁନିଆରେ କେବେ ଅନ୍ୟାୟ କରିନାହିଁ, ନ୍ୟାୟରେ ହିଁ ରୁହେ । ପ୍ରକୃତି ନ୍ୟାୟରୁ ବାହାରକୁ କେବେ ମଧ୍ୟ ଯାଇନାହିଁ । ପୁଣି ତୋଫାନ ଦୁଇଟି ଆସୁ ବା ଗୋଟିଏ, କିନ୍ତୁ ନ୍ୟାୟରେ ହିଁ ଥାଏ । ପ୍ରଶ୍ନକର୍ତ୍ତା: ଆପଣଙ୍କ ଦୃଷ୍ଟିରେ, ବିନାଶ ହେଉଥ‌ିବାର ଯେଉଁ ଦୃଶ୍ୟ ଦିଶେ, ତାହା ଆମପାଇଁ ଶ୍ରେୟ( ଉତ୍ତମ) ହିଁ ଅଟେ ନା ? ଦାଦାଶ୍ରୀ: ବିନାଶ ହେଉଥୁବାର ଦିଶେ, ତାହାକୁ ଶ୍ରେୟ କିଭଳି କହିବା ? କିନ୍ତୁ ବିନାଶ ହୁଏ, ତାହା ନିୟମ ଅନୁସାରେ ଠିକ୍ ଅଟେ । ପ୍ରକୃତି ବିନାଶ କରେ, ତାହା ମଧ୍ୟ ଠିକ ଏବଂ ପ୍ରକୃତି ଯାହାର ପୋଷଣ କରେ, ତାହା ମଧ୍ୟ ଠିକ । ସବୁ ରେଗ୍ୟୁଲର କରୁଛି, ଅନ ଦ ସ୍ଟେଜ୍ ! ଲୋକେ ତ ନିଜ ସାର୍ଥକୁ ନେଇ ଅଭିଯୋଗ କରନ୍ତି ଯେ, ‘ମୋ ଫସଲ ଜଳିଗଲା ।’ ଯେବେକି ଅଳ୍ପ ଫସଲବାଲା କୁହନ୍ତି, ‘ଆମ ପାଇଁ ଭଲ ହେଲା’ । ଅର୍ଥାତ ଲୋକେ ତ ନିଜ-ନିଜର ସାର୍ଥର ହିଁ ଗାଆନ୍ତି । ପ୍ରଶ୍ନକର୍ତ୍ତା: ଆପଣ କହୁଛନ୍ତି ଯେ ପ୍ରକୃତି ନ୍ୟାଯୀ ଅଟେ, ତେବେ ପୁଣି ଭୂକମ୍ପ ଆସେ, ତୋଫାନ ଆସେ, ଅତିବୃଷ୍ଟି ହୁଏ, ତାହା କାହିଁକି ? ଦାଦାଶ୍ରୀ: ତାହା ସବୁ ନ୍ୟାୟ ହିଁ ହେଉଛି । ବର୍ଷା ହୁଏ, ଫସଲ ହୁଏ, ଏସବୁ ନ୍ୟାୟ ହିଁ ହେଉଛି । ଭୂକମ୍ପ ଆସେ, ତାହା ମଧ୍ୟ ନ୍ୟାୟ ହେଉଛି । ପ୍ରଶ୍ନକର୍ତ୍ତା: ତାହା କିପରି ? Page #13 -------------------------------------------------------------------------- ________________ ଯାହା ହେଲା ତାହା ନ୍ୟାୟ । । ଦାଦାଶ୍ରୀ: ଯେତିକି ଦୋଷୀ ଥିବେ ସେତି କି ଙ୍କୁ ହିଁ ପ୍ରକୃତି ଧରିବ, ଅନ୍ୟମାନଙ୍କୁ ନୁହେଁ । ଏମାନେ ସବୁ ଦୋଷୀକୁ ହିଁ ଧରନ୍ତି ! ଏ ଜଗତ ଆଦୌ । ଡିଷ୍ଟର୍ବ ବିଶୃଙ୍ଖଳିତ) ହୋଇନାହିଁ । ଏକ ସେକେଣ୍ଡ ପାଇଁ ମଧ୍ୟ ନ୍ୟାୟରୁ ବାହାରେ କିଛି ହୋଇନାହିଁ । । ଜଗତରେ ଆବଶ୍ୟକ ଚୋର-ସାପ ତେବେ ଏ ଲୋକେ ମୋତେ କୁହନ୍ତି ଯେ ଏ ଚୋର ଏବଂ ପକେଟ ମାରୁଥିବା ଲୋକେ କ’ଣ କରିବା ପାଇଁ ଆସିବେ ? ଭଗବାନ ଏମାନଙ୍କୁ କାହିଁକି ଜନ୍ମ ଦେଇଥିବେ ? ଆରେ, ସେମାନେ ନଥାନ୍ତେ ତେବେ ତୁମ ପକେଟ କିଏ ଖାଲି କରିବ ? ଭଗବାନ କ’ଣ ନିଜେ ଆସିବେ ? ତୁମ ଚୋରିଧନ କିଏ ଧରିବ ? ତୁମର କଳାଧନ ଥିବ ତେବେ କିଏ ନେବ ? ସେମାନେ ବିଚରା ତ ନିମିତ୍ତ( ମାଧ୍ୟମ) ଅଟନ୍ତି । ଏଣୁ ଏ ସମସ୍ତଙ୍କର ଆବଶ୍ୟକତା ଅଛି । ପ୍ରଶ୍ନକର୍ତ୍ତା: କାହାର ଝାଳବୁହା ଧନ ବି ଚାଲିଯାଏ । ଦାଦାଶ୍ରୀ: ତାହା ତ ଏହି ଜନ୍ମର ଝାଳବୁହା ଧନ, କିନ୍ତୁ ପୂର୍ବର ସବୁ ହିସାବ ଅଛି ନା ! ବହି-ଖାତା ବାକି ଅଛି, ସେଥିପାଇଁ, ଅନ୍ୟଥା କେହି କେବେ ଆମର କିଛି ମଧ୍ୟ ନେଇ ପାରିବ ନାହିଁ । କାହାଠାରୁ ନେଇ ପାରିବା, ଏଭଳି ଶକ୍ତି ହିଁ ନାହିଁ । ଆଉ ନେଇଯିବା ତାହା ତ ଆମର କିଛି ଆଗ-ପଛର ହିସାବ ଅଟେ । ଏ ଦୁନିଆରେ କେହି ଏପରି ଜନ୍ମ ହୋଇନାହିଁ ଯିଏ କାହାର କିଛି କରିପାରିବ । ଏତେ ନିୟମବାଲା ଜଗତ ଅଟେ । ବହୁତ ନିୟମବାଲା ଜଗତ ଅଟେ । ଏ ପୁରା ପଡ଼ିଆ ସାପରେ ଭରି ହୋଇଥିବ, କିନ୍ତୁ ସାପ ଆମକୁ ଛୁଇଁ ପାରିବ ନାହିଁ, ଏତେ ନିୟମବାଲା ଜଗତ ଅଟେ । ବହୁତ ହିସାବବାଲା ଅଟେ । ଏ ଜଗତ ବହୁତ ସୁନ୍ଦର ଅଟେ, ନ୍ୟାୟ ସରୂପ ଅଟେ, କିନ୍ତୁ ଲୋକଙ୍କୁ ବୁଝାପଡୁନାହିଁ । । କାରଣ ଜଣାପଡ଼େ, ପରିଣାମରୁ ଏହାସବୁ ରେଜଲ୍ ଅଟେ । ଯେମିତି ପରୀକ୍ଷାର ରେଜଲ୍ଟ ଆସେ ନା, ଏ ମ୍ୟାଥମେଟିକ୍ସ( ଗଣିତ)ରେ ଶହେ ମାର୍କରୁ ପଞ୍ଚାନବେ ମାର୍କ ଆସିଛି ଆଉ ଇଂରାଜୀରେ Page #14 -------------------------------------------------------------------------- ________________ ଯାହା ହେଲା ତାହା ନ୍ୟାୟ ଶହେ ମାର୍କରୁ ପଚିଶ ମାର୍କ ଆସିଛି । ତେବେ କ’ଣ ଆମେ ଜାଣି ପାରିବା ନାହିଁ ଯେ ଏଥିରେ କେଉଁଠି ଭୁଲ ରହିଗଲା ? ଏହି ପରିଣାମରୁ, କେଉଁ କାରଣରୁ ଭୁଲ ହେଲା ତାହା ଆମକୁ ଜଣା ପଡ଼ିବ ନା ? ଏ ସବୁ ସଂଯୋଗ ଯେଉଁ ଏକାଠି ହୁଅନ୍ତି, ସେ ସବୁ ପରିଣାମ ଅଟେ । ଏବଂ ସେ ପରିଣାମରୁ, କ’ଣ କାରଣ ଥିଲା, ତାହା ମଧ୍ୟ ଆମକୁ ଜଣାପଡ଼େ । । ଏହି ରାସ୍ତାରେ ସବୁ ଲୋକଙ୍କ ଯିବାଆସିବା ହେଉଥିବା ଆଉ ଏକ ବବୁଲ୍ ଗଛର କଣ୍ଟା ଏମିତି ସିଧା ହୋଇ ପଡ଼ିଥିବ, ବହୁତ ଲୋକ ଗଲେ-ଆସିଲେ କିନ୍ତୁ କଣ୍ଟା ଯେମିତିକୁ ସେମିତି ପଡ଼ି ରହିଥାଏ । ସେମିତିରେ ତ ତୁମେ ବୁଟ୍-ଚପଲ ପିନ୍ଧିବା ବିନା ଘରୁ ବାହାର ନାହିଁ କିନ୍ତୁ ସେଦିନ କାହା ପାଖକୁ ଯାଇଥିବ ଏବଂ ଚିତ୍କାର ଶୁଭେ ଯେ ଚୋର ଆସିଲା, ଚୋର ଆସିଲା, ସେତେବେଳେ ତୁମେ ଖୋଲା ପାଦରେ ଦୌଡ଼ିଯାଅ ଏବଂ କଣ୍ଟା ତୁମ ପାଦରେ ପଶିଯାଏ । ତେବେ ତାହା ତୁମର ହିସାବ ! ତାହା ମଧ୍ୟ ଏପରି ଯେ ଏପଟୁ-ସେପଟକୁ ବାହାରିଯିବ, ଏମିତି ଲାଗେ ! ଏବେ ଏ ସଂଯୋଗ କିଏ ଏକାଠି କରି ଦି ଏ ? ଏ ‘ବ୍ୟବସ୍ଥିତ ଶକ୍ତି ? ( ସାଇଣ୍ଟି ଫି କ ସରକମ୍ପିୟଲ ଏଭିଡେନ୍ସ) ଏକାଠି କରିଦିଏ । । ପ୍ରକୃତିର ନିୟମ ମୁମ୍ବାଇ ସହରରେ ତୁମ ସୁନା ଚେନବାଲା ଘଣ୍ଟା ହଜିଯାଏ ଏବଂ ଘରକୁ ଆସି ତୁମେ ଏପରି ମାନିନିଅ ଯେ “ଭାଇ, ଏବେ ଆଉ ତାହା ମୋତେ ମିଳିବା ନାହିଁ । କିନ୍ତୁ ଦୁଇ ଦିନ ପରେ ପେପରରେ ପଢ଼ିବାକୁ ମିଳେ ଯେ ଯାହାର ଘଣ୍ଟା ହୋଇଥିବ ସେ ପ୍ରମାଣ ଦେଇ ମୋ ଠାରୁ ନେଇଯାଉ ଏବଂ ବିଜ୍ଞାପନର ଖର୍ଚ୍ଚ ଦେଇଯାଉ । ଅର୍ଥାତ୍ ଯାହାର ଅଟେ, ତାହା କେହି ନେଇ ପାରିବ ନାହିଁ । ଯାହାର ନୁହଁ, ତା’କୁ ଆଉ ମିଳିବ ନାହିଁ । ଏକ ପରସେଣ୍ଟ ମଧ୍ୟ କୌଣସି ଉପାୟରେ ଆଗପଛ କରିପାରିବା ନାହିଁ । ଏତେ ନିୟମବଦ୍ଧ ଜଗତ । କୋର୍ଟ ଯେମିତି ବା ହେବ କିନ୍ତୁ ସେ କୋର୍ଟ କଳିଯୁଗର ଆଧାରରେ ହେବ, କିନ୍ତୁ ଏ ପ୍ରକୃତି ନିୟମର ଅଧନ ଅଟେ । କୋର୍ଟର ନିୟମ ଭାଙ୍ଗିଥିବ ତେବେ କୋର୍ଟର ଅପରାଧୀ ହେବ, କିନ୍ତୁ ପ୍ରକୃତିର ନିୟମ ଭାଙ୍ଗ ନାହିଁ । Page #15 -------------------------------------------------------------------------- ________________ ୮ ଯାହା ହେଲା ତାହା ନ୍ୟାୟ ଦୋଷ ଦେବା ? ଏହା ତ ଅଟେ ନିଜର ହିଁ ପ୍ରୋଜେକ୍ସନ ଏ ସବୁ ପ୍ରୋଜେକ୍ସନ (ପ୍ରତିଛବି) ତୁମର ହିଁ ଅଟେ । ଲୋକମାନଙ୍କୁ କାହିଁକି ପ୍ରଶ୍ନକର୍ତ୍ତା: କ୍ରିୟାର ପ୍ରତିକ୍ରିୟା ଅଟେ ଏହା ? ଦାଦାଶ୍ରୀ: ତାହାକୁ ପ୍ରତିକ୍ରିୟା କୁହନ୍ତି ନାହିଁ । କିନ୍ତୁ ଏ ସବୁ ପ୍ରୋଜେକ୍ସନ ତୁମର ଅଟେ । ପ୍ରତିକ୍ରିୟା କହିବ ତେବେ ପୁଣି ‘ ଏକ୍ସନ ଏଣ୍ଡ ରିଏଲ୍ସନ ଆର ଇକୁଆଲ ଏଣ୍ଡ ଅପୋଜିଟ’ ହେବ । ଏହା ତ ଦୃଷ୍ଟାନ୍ତ ଦେଉଛି, ଉଦାହରଣ ଦେଉଛି । ତୁମର ହିଁ ପ୍ରୋଜେକ୍ସନ ଅଟେ ଏହା । ଅନ୍ୟ କାହାର ହାତ ନାହିଁ ସେଥ‌ିପାଇଁ ତୁମକୁ ସାବଧାନ ରହିବା ଉଚିତ ଯେ ଏ ସବୁର ଜିଵେଦାରୀ(ଉତ୍ତରଦାୟୀତ୍ବ) ମୋ ଉପରେ । ଦାୟୀତ୍ଵ ବୁଝିନେବା ପରେ ଘରେ ବ୍ୟବହାର କିପରି ହେବା ଉଚିତ୍ ? ପ୍ରଶ୍ନକର୍ତ୍ତା: ସେହି ଅନୁସାରେ ବ୍ୟବହାର କରିବା ଉଚିତ୍ । ଦାଦାଶ୍ରୀ: ହଁ, ନିଜର ଜିମେଦାରୀ ବୁଝିବା ଉଚିତ । ନହେଲେ ସେ ତ କହିବେ ଯେ ଭଗବାନଙ୍କ ଭକ୍ତି କରିବ, ତେବେ ସବୁ ଚାଲିଯିବ । ପୋଲମପୋଲ୍ ! ଲୋକମାନେ ଭଗବାନଙ୍କ ନାମରେ ପୋଲ୍ ଘୋଟାଲା, ଗଡ଼ବଡ଼ି) ଚଲାଇଲେ । ଜିମେଦାରୀ ନିଜର ଅଟେ । ହୋଲ୍ ଏଣ୍ଡ ସୋଲ୍ ରେସ୍ପନ୍ସିବଲ୍‌ । ନିଜର ହିଁ ପ୍ରୋଜେକ୍ସନ ଅଟେ ନା ! କେହି ଦୁଃଖ ଦେଉଛି ତେବେ ଜମା କରିନେବ । ଯାହା ତୁ ପୂର୍ବରୁ ଦେଇଥବୁ, ତାହା ହିଁ ପୁନର୍ବାର ଜମା କରିବାକୁ ପଡ଼େ । କାହିଁକିନା ବିନା କାରଣରେ କେହି କାହାକୁ ଦୁଃଖ ପହଞ୍ଚାଇ ପାରିବ, ଏଠାରେ ଏମିତି ନିୟମ ହିଁ ନାହିଁ । ତା’ ପଛରେ କାରଣ ଥୁବ ନିଶ୍ଚୟ । ଏଣୁ ଜମା କରିନେବ । ଯାହାକୁ ଜଗତରୁ ମୁକୁଳିବାର ଅଛି, ତା’କୁ... ପୁଣି ଯଦି କେବେ ଡାଲିରେ ଲୁଣ ଅଧ୍ୟା ପଡ଼ି ଯାଇଥବ ତେବେ ତାହା ମଧ୍ୟ ନ୍ୟାୟ ! Page #16 -------------------------------------------------------------------------- ________________ ଯାହା ହେଲା ତାହା ନ୍ୟାୟ । ପ୍ରଶ୍ନକର୍ତ୍ତା: କ’ଣ ହେଉଅଛି ? ତାହାକୁ ଦେଖୁବ, ଏପରି ଆପଣ କହିଛନ୍ତି, ତେବେ ପୁଣି ନ୍ୟାୟ କରିବାର ପ୍ରଶ୍ନ କେଉଁଠି ରହିଲା ? ଦାଦାଶ୍ରୀ: ନ୍ୟାୟ, ମୁଁ ଟିକିଏ ଅଲଗା କହିବାକୁ ଚାହୁଁଛି । ଦେଖ ନା, ତାଙ୍କ ହାତରେ କିଛି କେରୋସିନ୍‌ ଲାଗି ଯାଇଥିବ, ସେହି ହାତରେ ଢାଳ ଉଠାଇଥିବେ । ସେଥିପାଇଁ କେରୋସିର ଗନ୍ଧ ଆସୁଥିଲା । ଏବେ ମୁଁ ପାଣି ପିଇବା ପାଇଁ ଗଲି, ତେବେ ମୋତେ କେରୋସିନ୍ ଗନ୍ଧ ହେଲା । ଏଭଳି ପରିସ୍ଥିତିରେ ମୁଁ ‘ଦେଖେ ଏବଂ ଜାଣେ’ ଯେ ଏ କ’ଣ ହେଲା ! ପୁଣି ନ୍ୟାୟ କ’ଣ ହେବା ଉଚିତ୍ ? ନା, ମୋ ଭାଗରେ ଏହା କେଉଁଠୁ ଆସିଲା ? ପୂର୍ବରୁ କେବେ ଆସି ନଥିଲା ଆଉ ଆଜି କେଉଁଠୁ ଆସିଲା ? ଅର୍ଥାତ୍ ଏହା ଆମର ହିଁ ହିସାବ । ଏଣୁ ଏହି ହିସାବକୁ ପୂରା କରିଦିଅ । କିନ୍ତୁ ତାହା କାହାରିକୁ ଜଣା ନପଡୁ, ସେହିଭଳି ପୂରା କରିଦେବ । ପୁଣି ସକାଳେ ଉଠିବା ପରେ, ସେ ଭଉଣୀ ଆସେ ଏବଂ ପୁଣି ସେହି ପାଣି ଆଣି ଦିଏ ତେବେ ମୁଁ ପୁଣିଥରେ ତାହା ପିଇନେବି । କିନ୍ତୁ କେହି ଜାଣି ପାରିବେ ନାହିଁ । ଏବେ ଅଜ୍ଞାନୀ ଏଭଳି ପରିସ୍ଥିତିରେ କ’ଣ କରିବ ? ପ୍ରଶ୍ନକର୍ତ୍ତା: ହାଲ୍ଲା କରିଦେବ । । ଦାଦାଶ୍ରୀ: ଘରର ସବୁଲୋକ ଜାଣିଯିବେ ଯେ ଆଜି ସେଠଜୀଙ୍କ ପାଣିରେ କେରୋସିନ୍ ପଡ଼ିଲା । ପ୍ରଶ୍ନକର୍ତ୍ତା: ପୁରା ଘର ହଲିଯିବ ! ଦାଦାଶ୍ରୀ: ଆରେ, ସମସ୍ତଙ୍କୁ ପାଗଳ କରିଦେବ ! ଏବଂ ପୁଣି ପତ୍ନୀ ତ ବିଚାରୀ ଚାହାରେ ଚିନି ପକେଇବାକୁ ଭୁଲିଯିବ ! ଥରେ ଘାବରେଇ ଗଲେ କ’ଣ ହେବ ? ବାକି ସବୁ କଥାରେ ମଧ୍ୟ ଘାବରେଇ ଯିବ । । ପ୍ରଶ୍ନକର୍ତ୍ତା: ଦାଦା, ସେଥିରେ ଆମେ ଅଭିଯୋଗ କରିବୁ ନାହିଁ, ତାହା ତ ଠିକ୍ କଥା, କିନ୍ତୁ ପରେ ଶାନ୍ତ ଚିତ୍ତରେ ଘରଲୋକଙ୍କୁ କହିବା ତ ଉଚିତ୍ ନା ଯେ ଭାଇ, ପାଣିରେ କେରୋସିନ ଲାଗି ଯାଇଥିଲା । ଆଗକୁ ଧାନ ରଖୁବ । ଦାଦାଶ୍ରୀ: ତାହା କେବେ କହିବା ଉଚିତ ? ଚାହା-ଜଳଖୁଆ କରୁଥିବ, Page #17 -------------------------------------------------------------------------- ________________ ୧୦ ଯାହା ହେଲା ତାହା ନ୍ୟାୟ । ଥଟ୍ଟାମଜା କରୁଥିବ, ସେତେବେଳେ ହସି ହସି କହିପାରିବା । । ଯେପରି ଏବେ ମୁଁ ଏ କଥା କହିଲି ନା ? ସେହିପରି ହସୁଥିବା ସମୟରେ କହିପାରିବ । । ପ୍ରଶ୍ନକର୍ତ୍ତା: ଅର୍ଥାତ ସାମ୍ଭାବାଲାକୁ ଦୁଃଖ ନ ପହଞ୍ଚିବ, ସେହିପରି କହିବା ଉଚିତ୍ ନା ? । ଦାଦାଶ୍ରୀ: ହଁ, ଏପରି କୁହାଯିବ ତେବେ ତାହା ସାମ୍ବାବାଲାକୁ ହେଳ୍ପ କରିବ । କିନ୍ତୁ ସବୁଠୁ ଭଲ ରାସ୍ତା ଏହା ହିଁ ଯେ ମୋର ମଧ୍ୟ ଚୁପ୍ ଆଉ ତୋର ମଧ୍ୟ ଚୁପ୍ ! ତାହା ଭଳି ଆଉ କିଛି ନାହିଁ । କାହିଁକିନା ଯାହାକୁ ଏ ସଂସାରରୁ ମୁକୁଳିବାର ଥିବ, ସେ ତିଳେମାତ୍ର ବି ଅଭିଯୋଗ କରିବ ନାହିଁ । । ପ୍ରଶ୍ନକର୍ତ୍ତା: ଉପଦେଶ ଦେବାଭଳି ମଧ୍ୟ କହିବୁ ନାହିଁ ? କ’ଣ ସେଠି ଚୁପ୍ ରହିବା ଉଚିତ୍ ? ଦାଦାଶ୍ରୀ: ସେ ତା’ର ସବୁ ହିସାବ ନେଇ ଆସିଛି । ସମଝଦାର (ଚାଲାକ) ହେବାର ସବୁ ହିସାବ ମଧ୍ୟ ସେ ନେଇକରି ଆସିଛି । ମୁଁ କ’ଣ କହୁଛି ଯେ ଏଠୁ ଯିବାର ଥିବ ତେବେ ଖସିକି ପଳାଅ । ଏବଂ ଖସି ପଳାଇବାର ଥିବ ତେବେ କିଛି କୁହ ନାହିଁ । ଯଦି ରାତିରେ ଖସି ପଳାଇବାର ଥିବ ଆଉ ଆମେ ହାଲ୍ଲା କରିବା ତେବେ ଧରିନେବେ ନା ! । ଭଗବାନଙ୍କ ଠାରେ କିପରି ହୁଏ ? ଭଗବାନ ନ୍ୟାୟ ସରୂପ ନୁହଁନ୍ତି ଏବଂ ଭଗବାନ ଅନ୍ୟାୟ ସରୂପ ମଧ୍ୟ ନୁହଁନ୍ତି । କାହାକୁ ଦୁଃଖ ନହେଉ, ତାହା ହିଁ ଭଗବାନଙ୍କ ଭାଷା । ନ୍ୟାୟ-ଅନ୍ୟାୟ ତ ଲୋକଭାଷା ଅଟେ । ଚୋର, ଚୋରି କରିବାକୁ ଧର୍ମ ମାନେ, ଦାନୀ, ଦାନ ଦେବାକୁ ଧର୍ମ ମାନେ । ତାହା ଲୋକଭାଷା ଅଟେ, ଭଗବାନଙ୍କ ଭାଷା ନୁହେଁ । ଭଗବାନଙ୍କ ଠାରେ ଏମିତି ସେମିତି କିଛି ମଧ୍ୟ ନାହିଁ । ଭଗବାନଙ୍କ ଠାରେ କେବଳ ଏତିକି ହିଁ ଅଛି ଯେ, Page #18 -------------------------------------------------------------------------- ________________ ୧୧ ଯାହା ହେଲା ତାହା ନ୍ୟାୟ ‘କୌଣସି ଜୀବକୁ ଦୁଃଖ ନହେଉ, ଏହା ହିଁ ମୋର ଆଜ୍ଞା !’ କେବଳ ପ୍ରକୃତି ହିଁ ନ୍ୟାୟ-ଅନ୍ୟାୟ ଦେଖେ । ବାକି, ଏଠାରେ ଜଗତର ଯାହା ନ୍ୟାୟ-ଅନ୍ୟାୟ ଅଟେ, ତାହା ଶତ୍ରୁଙ୍କୁ, ଅପରାଧୀଙ୍କୁ ହେଲ୍ପ କରେ । କହିବେ, ‘ହେଇଥବ ବିଚରା, ଛାଡ଼ି ଦିଅ ନା!’ ସେତେବେଳେ ଅପରାଧୀ ମଧ୍ୟ ମୁକ୍ତ ହୋଇଯାଏ । ‘ଏପରି ହିଁ ହୁଏ’ କହିବେ । ବାକି, ପ୍ରକୃତିର ନ୍ୟାୟ, ସେଥ‌ିରେ କୌଣସି ଚାରା ହିଁ ନାହିଁ । ସେଥ‌ିରେ କାହାର କିଛି ଚାଲେ ନାହିଁ ! ନିଜଦୋଷ ଦେଖାଏ ଅନ୍ୟାୟ କେବଳ ନିଜର ଦୋଷ ଯୋଗୁଁ ପୁରା ଜଗତ ଅନିୟମବାଲା ଲାଗେ । ଗୋଟିଏ କ୍ଷଣ ପାଇଁ ମଧ୍ୟ ଅନିୟମବାଲା ହୋଇନାହିଁ । ସମ୍ପୂର୍ଣ୍ଣ ନ୍ୟାୟରେ ହିଁ ଅଛି । ଏଠାକାର କୋର୍ଟର ନ୍ୟାୟରେ ଫରକ ହୋଇଯାଇ ପାରେ, ଭୁଲ ହୋଇପାରେ କିନ୍ତୁ ଏ ପ୍ରକୃତିର ନ୍ୟାୟରେ ଫରକ ହୁଏ ନାହିଁ । ପ୍ରଶ୍ନକର୍ତ୍ତା: କୋର୍ଟର ନ୍ୟାୟ, ତାହା ପ୍ରକୃତିର ନ୍ୟାୟ ଅଟେ ନା ନାହିଁ ? ଦାଦାଶ୍ରୀ: ସେ ସବୁ ପ୍ରକୃତି ହିଁ ଅଟେ । କିନ୍ତୁ କୋର୍ଟରେ ଆମକୁ ଏପରି ଲାଗେ ଯେ ଏ ଜଜ୍ ଏଭଳି କଲା । ପ୍ରକୃତିର ନ୍ୟାୟରେ ଏଭଳି ଲାଗେ ନାହିଁ ନା ! କିନ୍ତୁ ତାହା ତ ବୁଦ୍ଧିର ସଂଘର୍ଷ ଅଟେ | ପ୍ରଶ୍ନକର୍ତ୍ତା: ଆପଣ ପ୍ରକୃତିର ନ୍ୟାୟର ତୁଳନା କମ୍ପ୍ୟୁଟର ସହିତ କଲେ, କିନ୍ତୁ କମ୍ପ୍ୟୁଟର ତ ମେକାନିକାଲ ଅଟେ । ଦାଦାଶ୍ରୀ: ବୁଝାଇବା ପାଇଁ ତାହାପରି ଅନ୍ୟ କିଛି ସାଧନ ନାହିଁ ନା, ସେଥ‌ିପାଇଁ ମୁଁ ଏ ଦୃଷ୍ଟାନ୍ତ ଦେଇଛି । ବାକି, କମ୍ପ୍ୟୁଟର ତ କହିବା ପାଇଁ ଅଟେ ଯେ ଯେଭଳି କମ୍ପ୍ୟୁଟରରେ ଫିଡ଼୍ କରିନ୍ତି, ସେହିଭଳି ଏଥରେ ଭାବ ପଡ଼େ । ଅର୍ଥାତ୍ ଗୋଟିଏ ଜନ୍ମରେ ଭାବକର୍ମ ପଡ଼ିଯିବା ପରେ ପରଜନ୍ମରେ ତାହାର ପରିଣାମ ଆସେ । ସେତେବେଳେ ତାହାର ବିସର୍ଜନ ହୁଏ । ତାହା ଏ ‘ବ୍ୟବସ୍ଥିତ ଶକ୍ତି’ ହାତରେ ଅଛି । ସେ ଏକ୍‌ଜାକ୍ଟ ନ୍ୟାୟ ହିଁ କରେ । ଯେଭଳି ନ୍ୟାୟରେ ଆସିଲା ସେହିଭଳି ହିଁ କରେ । Page #19 -------------------------------------------------------------------------- ________________ ୧୨ । ଯାହା ହେଲା ତାହା ନ୍ୟାୟ । ବାପ ନିଜ ପୁଅକୁ ମାରିଦିଏ, ସେଭଳି ମଧ୍ୟ ନ୍ୟାୟ ରେ ଆସେ । ତଥାପି ତାହା ନ୍ୟାୟ କୁହାଯାଏ । ପ୍ରକୃତିର ନ୍ୟାୟ ତ ନ୍ୟାୟ ହିଁ କୁହାଯାଏ । କାହିଁକିନା ଯେଭଳି ବାପ-ପୁଅଙ୍କ ହିସାବ ଥିଲା, ସେହିଭଳି ହିଁ ପୂରା କରାଇଲା । ତାହା ପୂରା ହୋଇଗଲା । ଏଥିରେ କେବଳ ହିସାବ ହିଁ ପୂରା ହୁଏ, ଆଉ କିଛି ହୁଏ ନାହିଁ । କେହି ଗରିବ ମଣିଷ ଲଟେରିରେ ଲକ୍ଷେ ଟଙ୍କା ଜିତିଯାଏ, ତାହା ମଧ୍ୟ ନ୍ୟାୟ ଆଉ କାହାର ପକେଟମାର ହୁଏ, ତାହା ମଧ୍ୟ ନ୍ୟାୟ । । ପ୍ରକୃତିର ନ୍ୟାୟର ଆଧାର କ’ଣ ? । ପ୍ରଶ୍ନକର୍ତ୍ତା: ପ୍ରକୃତି ନ୍ୟାୟୀ ଅଟେ, ଏହାର ଆଧାର କ’ଣ ? ନ୍ୟାୟୀ କହିବା ପାଇଁ କିଛି ଆଧାର ତ ଦରକାର ନା ? ଦାଦାଶ୍ରୀ: ସେ ନ୍ୟାୟୀ ଅଟେ, ତାହା ତ କେବଳ ତୁମର ଜାଣିବା ପାଇଁ କହିଲି । ତୁମକୁ ବିଶ୍ଵାସ ହେବ ଯେ ନ୍ୟାୟୀ ଅଟେ । କିନ୍ତୁ ବାହାରର ଲୋକମାନଙ୍କୁ (ଅଜ୍ଞାନତାରେ) ପ୍ରକୃତି ନ୍ୟାୟୀ ଅଟେ, ଏହା କେବେ ବି ବିଶ୍ବାସ ହେବ ନାହିଁ । କାହିଁକିନା ସେମାନଙ୍କ ପାଖରେ ଦୃଷ୍ଟି ନାହିଁ ନା ! (କାରଣ ଯିଏ ଆମ୍ବିଜ୍ଞାନ ପ୍ରାପ୍ତ କରିନାହିଁ, ତା’ର ଦୃଷ୍ଟି ସମ୍ୟକ ହୋଇନାହିଁ ।) । । ବାକି, ମୁଁ କ’ଣ କହିବାକୁ ଚାହୁଁଛି ? ଆଟର ଅଲ, ଜଗତ କ’ଣ ଅଟେ ? ଯେ ଭାଇ, ଏମିତି ହିଁ ଅଟେ । ଗୋଟିଏ ଅଣୁ ମଧ୍ୟ ଫରକ ହୁଏ ନାହିଁ ଏତେ । ନ୍ୟାୟସରୂପ ଅଟେ, ସମ୍ପୂର୍ଣ୍ଣ ନ୍ୟାୟୀ ଅଟେ । । ପ୍ରକୃତି ଦୁଇଟି ଜିନିଷରେ ତିଆରି ହୋଇଛି । ଗୋଟିଏ ସ୍ଥାୟୀ, ସନାତନ ବସ୍ତୁ ଆଉ ଅନ୍ୟଟି ଅସ୍ଥାୟୀ ବସ୍ତୁ, ଯାହା ଅବସ୍ଥାରୂପୀ ଅଟେ । ତାହାର ଅବସ୍ଥା ବଦଳି ଚାଲିଥାଏ ଏବଂ ତାହା ନିୟମାନୁସାରେ ବଦଳି ଚାଲିଥାଏ । ଦେଖୁବାବାଲା ବ୍ୟକ୍ତି ନିଜର ଏକାନ୍ତିକ ବୁଦ୍ଧି ଦ୍ବାରା ଦେଖେ । ଅନେକାନ୍ତ ବୁଦ୍ଧିରେ କେହି ବିଚାର କରେ ହିଁ ନାହିଁ, କିନ୍ତୁ ନିଜର ସାର୍ଥ ଅନୁସାରେ ଦେଖେ । କାହାର ଗୋଟିକିଆ ପୁଅ ମରିଯାଏ, ତଥାପି ନ୍ୟାୟ ହିଁ ଅଟେ । ଏଥିରେ କେହି ଅନ୍ୟାୟ କରିନାହିଁ । ଏଥିରେ ଭଗବାନଙ୍କର, କାହାର ଅନ୍ୟାୟ ହିଁ ନାହିଁ, Page #20 -------------------------------------------------------------------------- ________________ ୧୩ ଯାହା ହେଲା ତାହା ନ୍ୟାୟ । ନ୍ୟାୟ ହିଁ ଅଟେ । ଏଥିପାଇଁ ମୁଁ କହୁଛି ନା ଯେ ଜଗତ ନ୍ୟାୟସରୂପ ଅଟେ । ନିରନ୍ତର ନ୍ୟାୟ ସରୂପରେ ହିଁ ଅଛି । କାହାର ଗୋଟିକିଆ ପୁଅ ମରିଯାଏ, ତେବେ କେବଳ ତା’ର ଘର ଲୋକ ହିଁ କାନ୍ଦନ୍ତି । ଅନ୍ୟ ଆଖ ପାଖ ଲୋକେ କାହିଁକି କାନ୍ଦନ୍ତି ନାହିଁ ? ସେ ଘରଲୋକେ ନିଜର ସାର୍ଥ ଯୋଗୁଁ କାନ୍ଦନ୍ତି । ଯଦି ସନାତନ ବସ୍ତୁକୁ ନିଜର ଆପ୍ ସରୂପକୁ) ଆସିଯାନ୍ତି ତେବେ ପ୍ରକୃତି ନ୍ୟାୟୀ ହିଁ ଅଟେ । ଏସବୁ କଥାର ତାଳମେଳ ବସୁଛି ? ତାଳମେଳ ବସିବ ତେବେ ବୁଝିବା ଯେ କଥା ଠିକ ଅଟେ । ଜ୍ଞାନ ଅମଳରେ ଆଣିବା ତେବେ କେତେ ଦୁଃଖ କମ ହୋଇଯିବ ! । ଗୋଟିଏ ସେକେଣ୍ଡ ପାଇଁ ମଧ୍ୟ ନ୍ୟାୟରେ ଫରକ ହୁଏ ନାହିଁ । ଯଦି ଅନ୍ୟାୟୀ ହୋଇଥାନ୍ତା ତେବେ କେହି ମୋକ୍ଷରେ ଯାଆନ୍ତା ହିଁ ନାହିଁ । ଏମାନେ ତ କୁହନ୍ତି ଯେ ଭଲ ଲୋକଙ୍କୁ ଅସୁବିଧା କାହିଁକି ଆସୁଛି ? କିନ୍ତୁ ଲୋକେ ଏପରି କିଛି ଅସୁବିଧା ସୃଷ୍ଟି କରିପାରିବେ ନାହିଁ । କାରଣ ନିଜେ ଯଦି କୌଣସି କଥାରେ ଦଖଲ ନକରେ ତେବେ କୌଣସି ତାକତ ଏପରି ନାହିଁ ଯିଏ ତୁମର ନାଁ ଦେବ । ନିଜେ ଦଖଲ କରିଛି ସେଥିପାଇଁ ଏସବୁ ଛିଡ଼ା ହୋଇ ଯାଇଛି । । ପ୍ରାକ୍ଟିକାଲ ଦରକାର, ଓରୀ ନୁହଁ ଶାକାର କ’ଣ ଲେଖନ୍ତି ? ଯାହା ହେଲା ତାହା ନ୍ୟାୟ’ କହିବେ ନାହିଁ । ସେମାନେ ତ ‘ନ୍ୟାୟ ତାହା ହିଁ ନ୍ୟାୟ କହିବେ । ଆରେ ଭାଇ, ତୋ ଯୋଗୁଁ ତ ଆମେ ଭଟକି ଗଲୁ ! ଅର୍ଥାତ୍ ଥିଓରୀଟିକାଲ ଏଭଳି କୁହେ ଯେ ଦୁନିଆର ନ୍ୟାୟ ତାହା ହିଁ ନ୍ୟାୟ, ସେତେବେଳେ ପ୍ରାକ୍ତିକାଲ କ’ଣ କୁହେ ନା ଯାହା ହେଲା ତାହା ନ୍ୟାୟ । ପ୍ରାକ୍ଟିକାଲ ବିନା ଦୁନିଆରେ କିଛି କାମ ହୁଏ ନାହିଁ । ସେଥିପାଇଁ ଏ ଥିଓରୀଟିକାଲ ତିଷ୍ଠି ପାରିଲା ନାହିଁ । । ଅର୍ଥାତ୍ ଯାହା ହେଲା, ତାହା ନ୍ୟାୟ । ନିର୍ବିକଳ୍ପ ହେବାର ଅଛି ତେବେ, ଯାହା ହେଲା ତାହା ନ୍ୟାୟ । ବିକନ୍ତ୍ରୀ ହେବାର ଅଛି ତେବେ ନ୍ୟାୟ ଖୋଜ । ଭଗବାନ Page #21 -------------------------------------------------------------------------- ________________ ୧୪ ଯାହା ହେଲା ତାହା ନ୍ୟାୟ । ହେବାର ଅଛି ତେବେ ଯାହା ହେଲା ତାହା ନ୍ୟାୟ, ଆଉ ଭଟକିବାର ଅଛି ତେବେ ନ୍ୟାୟ ଖୋଜି ଖୋଜି ନିରନ୍ତର ଭଟକୁଥାଅ । ଲୋଭୀକୁ ଖେହୁଏ କ୍ଷତି ଏ ଜଗତ ଗସ୍ତ୍ର ନୁହେଁ । ଜଗତ ନ୍ୟାୟସରୂପ ଅଟେ । ପ୍ରକୃତି କେବେ ମଧ, ଆଦୌ, ଅନ୍ୟାୟ କରିନାହିଁ । ପ୍ରକୃତି କେଉଁଠି ମନୁଷ୍ୟକୁ କାଟି ଦିଏ, ଏକ୍ସିଡେଣ୍ଟ ହୋଇଯାଏ, ତାହା ସବୁ ନ୍ୟାୟସରୂପ ଅଟେ । ନ୍ୟାୟରୁ ବାହାରକୁ ପ୍ରକୃତି ଯାଇନାହିଁ । ଏମାନେ ବେକାରରେ ନବୁଝି ନସୁଝି କିଛି ମଧ୍ୟ କହିବାରେ ଲାଗିଥାନ୍ତି ଏବଂ ଜୀବନ ଜୀଇଁବାର କଳା ମଧ୍ୟ ଆସୁ ନାହିଁ, ଆଉ ଦେଖ ଚିନ୍ତା ହିଁ ଚିନ୍ତା । ଏଥିପାଇଁ ଯାହା ହେଲା ତାହାକୁ ନ୍ୟାୟ କୁହ । । ତୁମେ ଦୋକାନୀକୁ ଶହେ ଟଙ୍କାର ନୋଟ ଦେଲି । ସେ ପାଞ୍ଚଟଙ୍କାର ଜିନିଷ ଦେଲା ଏବଂ ପାଞ୍ଚଟଙ୍କା ତୁମକୁ ଫେରାଇଲା । ଭିଡ଼ ମଧ୍ୟରେ ସେ ନବେ ଟଙ୍କା ଫେରାଇବା ପାଇଁ ଭୁଲିଗଲା । ତା’ ପାଖରେ ଅନେକ ଶହେ-ଶହେ ଟଙ୍କାର ନୋଟି, ଅନେକ ଦଶ-ଦଶ ଟଙ୍କାର ନୋଟ, ଗଣା ନହୋଇ ପଡ଼ିଥିଲା । ସେ ଭୁଲିଗଲା ଏବଂ ତୁମକୁ ପାଞ୍ଚଟଙ୍କା ଦେଉଥିଲା, ସେତେବେଳେ ତୁମେ କହିଲ, ମୁଁ ତୁମକୁ ଶହେର ନୋଟ ଦେଇଥିଲି ।” ସେ କହିଲା, ନା । ତା’କୁ ସେତିକି ମନେ ଅଛି, ସେ ମଧ୍ୟ ମିଛ କୁହେ ନାହିଁ । ସେତେବେଳେ ତୁମେ କ’ଣ କରିବ ? । ପ୍ରଶ୍ନକର୍ତ୍ତା: କିନ୍ତୁ ତାହା ପୁଣି ମନରେ ଖେଞ୍ଚ ହେଉଥାଏ ଯେ ଏତିକି ଟଙ୍କା ଗଲା । ମନ ଚିତ୍କାର କରେ । । ଦାଦାଶ୍ରୀ: ତାହା ଖେଞ୍ଚ ହୁଏ ତେବେ ଯାହାକୁ ଖେଞ୍ଚ ହୁଏ, ତା’କୁ ନିଦ ଆସିବ ନାହିଁ । ଆମକୁ( ଶୁଦ୍ଧମାକୁ)’ କ’ଣ ? ଏ ଶରୀରରେ ଯାହାକୁ ଖେଞ୍ଚ ହେବ ତା’କୁ ନିଦ ଆସିବ ନାହିଁ । ତାହା କ’ଣ ସମସ୍ତଙ୍କୁ ଖେଞ୍ଚହୁଏ ? ଲୋଭୀକୁ ଖେଞ୍ଚ ହୁଏ ! ସେତେବେଳେ ସେ ଲୋଭୀକୁ କହିବ, ଖେଞ୍ଚ ହେଉଛି ? ତେବେ ଶୋଇ ଯା ନା ! ଏବେ ତ ରାତିସାରା ଶୋଇବାକୁ ହିଁ ହେବ !” । ପ୍ରଶ୍ନକର୍ତ୍ତା: ତା’ର ତ ନିଦ ମଧ୍ୟ ଯିବ ଏବଂ ଟଙ୍କା ମଧ୍ୟ ଯିବ । Page #22 -------------------------------------------------------------------------- ________________ ଯାହା ହେଲା ତାହା ନ୍ୟାୟ । ଦାଦାଶ୍ରୀ: ହଁ, ଏଥିପାଇଁ ସେଠାରେ ‘ଯାହା ହେଲା ତାହା କରେକ୍ଟ’, ଏହି ଜ୍ଞାନ ଯଦି ହାଜିର ରହିଲା ତେବେ ନିଜର କଲ୍ୟାଣ ହୋଇଗଲା ଜାଣ । ଯାହା ହେଲା ତାହା ନ୍ୟାୟ’ ବୁଝିନେବା ତେବେ ପୁରା ସଂସାର ପାରି ହୋଇଯିବା, ଏପରି ଅଟେ । ଏହି ଦୁନିଆରେ ଏକ ସେକେଣ୍ଡ ମଧ୍ୟ ଅନ୍ୟାୟ ହୁଏ ହିଁ ନାହିଁ । ନ୍ୟାୟ ହିଁ ହେଉଛି । କିନ୍ତୁ ବୁଦ୍ଧି ଆମକୁ ଫଶାଏ ଯେ ଏହାକୁ ନ୍ୟାୟ କିଭଳି କହିହେବ ? ଏଥିପାଇଁ ମୁଁ ମୂଳକଥା ବତାଇବା ପାଇଁ ଚାହୁଁଛି ଯେ ଏହା ପ୍ରକୃତିର ଅଟେ ଏବଂ ବୁଦ୍ଧିରୁ ତୁମେ ଅଲଗା ହୋଇଯାଅ । ବୁଦ୍ଧି ଏଥିରେ ଫଶାଏ । ଥରେ ବୁଝିନେବା ପରେ ବୁଦ୍ଧି କଥା ମାନିବ ନାହିଁ । ଯାହା ହେଲା ତାହା ନ୍ୟାୟ । କୋର୍ଟର ନ୍ୟାୟରେ ଭୁଲ-ଭଟକା ହୋଇପାରେ, ଓଲଟା-ସିଧା ହୋଇଯାଏ, କିନ୍ତୁ ଏହି ନ୍ୟାୟରେ କିଛି ଫରକ ନାହିଁ । କମ-ବେଶୀ ଭାଗବାଣ୍ଟ, ତାହା ହିଁ ନ୍ୟାୟ ଜଣେ ଭାଇ ଥିବ, ତା’ ବାପା ମରିଯାଏ ତେବେ ଯାହା ସବୁ ଭାଇଙ୍କର ଜମିବାଡ଼ି ଅଛି, ତାହା ବଡ଼ ଭାଇ କବଜାରେ ଆସିଯାଏ । ଏବେ ବଡ଼ ଭାଇ ଅଟେ, ସେ ସାନମାନଙ୍କୁ ବାରମ୍ବାର ଧମକାଉଛି ଏବଂ ଜମି ଦେଉନାହିଁ । ଅଢ଼େଇଶହ ଏକର ଜମି ଥିଲା । ଚାରି ଭାଇଙ୍କୁ ପଚାଶ ପଚାଶ ଏକର ଦେବାର ଥିଲା । ତେବେ କେହି ପଚିଶ ନେଇଗଲା, କେହି ପଚାଶ ନେଇଗଲା, କେହି ଚାଳିଶ ନେଇଗଲା ଆଉ କାହା ଭାଗରେ ପାଞ୍ଚ ହିଁ ଆସିଲା । | ଏବେ ସେ ସମୟରେ କ’ଣ ବୁଝିବା ଉଚିତ ? ଜଗତର ନ୍ୟାୟ କ’ଣ କୁହେ ଯେ ବଡ଼ ଭାଇ ବେଇମାନ ଅଟେ, ଠକ ଅଟେ । ପ୍ରକୃତିର ନ୍ୟାୟ କ’ଣ କୁହେ, ବଡ଼ଭାଇ କରେକ୍ଟ ଅଟେ । ପଚାଶବାଲାକୁ ପଚାଶ ଦେଲା, କୋଡ଼ିଏ ବାଲାକୁ କୋଡ଼ିଏ ଦେଲା, ଚାଳିଶବାଲାକୁ ଚାଳିଶ ଏବଂ ଏ ପାଞ୍ଚବାଲାକୁ ପାଞ୍ଚ ହିଁ ଦେଲା । ବାକିସବୁ ପୂର୍ବଜନ୍ମର ଅନ୍ୟ ହିସାବରେ ସୁଝି ହୋଇଗଲା । ତୁମକୁ ମୋ କଥା ବୁଝାପଡୁଛି ? ଯଦି ଝଗଡ଼ା କରିବାକୁ ନଥିବ ତେବେ ପ୍ରକୃତି ଅନୁସାରେ ଚାଲ, ଅନ୍ୟଥା Page #23 -------------------------------------------------------------------------- ________________ ୧୬ ଯାହା ହେଲା ତାହା ନ୍ୟାୟ । ଏ ଜଗତ ତ’ ଝଗଡ଼ା ହିଁ ଅଟେ । ଏଠାରେ ନ୍ୟାୟ ହୋଇ ପାରିବ ନାହିଁ । ନ୍ୟାୟ ତ ଦେଖୁବା ପାଇଁ ଅଟେ ଯେ ମୋ ଭିତରେ କିଛି ପରିବର୍ତ୍ତନ, କିଛି ଫରକ ହୋଇଛି ? ଯଦି ମୋତେ ନ୍ୟାୟ ମିଳୁଛି ତେବେ ମୁଁ ନ୍ୟାୟୀ ଅଟେ, ଏହା ନିଶ୍ଚିତ ହୋଇଗଲା । ନ୍ୟାୟ ତ ଗୋଟିଏ ଆମର ଥର୍ମୋମିଟର ଅଟେ । ବାକି, ବ୍ୟବହାରରେ ନ୍ୟାୟ ହୋଇ ପାରିବ ନାହିଁ ନା ! ନ୍ୟାୟରେ ଆସିଗଲା ଅର୍ଥାତ୍ ମନୁଷ୍ୟ ପୂର୍ଣ୍ଣ ହୋଇଗଲା । ସେ ପର୍ଯ୍ୟନ୍ତ, ସେ ଏବଭ ନର୍ମାଲିଟୀରେ ରୁହେ ନହେଲେ ବିଲୋ ନର୍ମାଲିଟୀରେ ରୁହେ । ଅର୍ଥାତ୍ ସେ ବଡ଼ଭାଇ ସାନକୁ ପୁରା ଭାଗ ଦିଏ ନାହିଁ, ପାଞ୍ଚ ଏକର ହିଁ ଦିଏ । ସେଠାରେ ଲୋକେ ନ୍ୟାୟ କରିବାକୁ ଯାଆନ୍ତି ଏବଂ ବଡ଼ଭାଇକୁ ଖରାପ କୁହନ୍ତି । ଏସବୁ ଦୋଷ ଅଟେ । ତୁ ଭ୍ରାନ୍ତିବାଲା ଅଟୁ, ସେଥିପାଇଁ ତୁ ଭ୍ରାନ୍ତିକୁ ହିଁ ସତ୍ୟ ମାନିଲୁ । ପୁଣି କିଛି ଚାରା ହିଁ ନାହିଁ ଏବଂ ସତ୍ୟ ମାନିଲା, ମାନେ ଏ ବ୍ୟବହାରକୁ ସତ୍ୟ ମାନିଲା ତେବେ ମାଡ଼ ହିଁ ଖାଇବ ନା ! ବାକି, ପ୍ରକୃତିର ନ୍ୟାୟରେ ତ କିଛି ଭୁଲ-ଭଟକା ହିଁ ନାହିଁ । । ଏବେ ସେଠାରେ ମୁଁ ଏପରି କୁହେ ନାହିଁ ଯେ “ତୁମକୁ ଏପରି ନ କରିବା ଉଚିତ୍, ୟାଙ୍କୁ ଏତିକି କରିବା ଉଚିତ୍ ।’ ନଚେତ୍ ମୁଁ ବୀତରାଗ କୁହାଯିବିନି । ମୁଁ ତ ଦେଖୁଥାଏ ଯେ ପୂର୍ବର କ’ଣ ହିସାବ ଅଛି ! । ଯଦି ମୋତେ କହିବେ ଯେ ଆପଣ ନ୍ୟାୟ କରନ୍ତୁ । ନ୍ୟାୟ କରିବାକୁ କହିବେ, ତେବେ ମୁଁ କହିବି ଯେ ଭାଇ, ମୋ ନ୍ୟାୟ ଅଲଗା ପ୍ରକାରର ଆଉ ଏ ଜଗତର ନ୍ୟାୟ ଅଲଗା ପ୍ରକାରର । ମୋ ନ୍ୟାୟ ତ ପ୍ରକୃତିର ନ୍ୟାୟ ଅଟେ । ଓର ରେଗୁଲେଟର ଅଛି ନା, ତାହା ଏହାକୁ ରେଗୁଲେଶରେ ହିଁ ରଖେ । ଗୋଟିଏ କ୍ଷଣ ପାଇଁ ମଧ୍ୟ ଅନ୍ୟାୟ ହୁଏ ନାହିଁ । କିନ୍ତୁ ଲୋକମାନଙ୍କୁ ଅନ୍ୟାୟ କାହିଁକି ଲାଗେ ? ପୁଣି ସେ ନ୍ୟାୟ ଖୋଜେ । କ’ଣ ପାଇଁ ତୋତେ ଦୁଇ ଏକର ଦେଲା ନାହିଁ ଆଉ ପାଞ୍ଚ ହିଁ ଦେଲା ? ଆରେ ଭାଇ, ଯାହା ଦେଇଛି, ତାହା ବ୍ୟାୟ ଅଟେ । କାହିଁକିନା ପୂର୍ବର ହିସାବ ଅଛି ସବୁ, ପରସ୍ପରର । ଜଟିଳ( କମ୍ପୃକ୍ସ) ହୋଇକି ହିଁ ଅଛି, ହିସାବ ଅଛି । ଅର୍ଥାତ୍ ନ୍ୟାୟ ତ’ ଥର୍ମୋମିଟର ଅଟେ । ଥର୍ମୋମିଟରରେ ଦେଖିନେବା ଉଚିତ ଯେ Page #24 -------------------------------------------------------------------------- ________________ ଯାହା ହେଲା ତାହା ନ୍ୟାୟ ୧୭ ‘ମୁଁ ପୂର୍ବରୁ ନ୍ୟାୟ କରି ନଥୁଲି, ସେଥ‌ିପାଇଁ ମୋ ସହିତ ଅନ୍ୟାୟ ହେଲା । ଏଣୁ ଥର୍ମୋମିଟରର ଦୋଷ ନୁହେଁ ।’ ତୁମକୁ କ’ଣ ଲାଗୁଛି ? ମୋର ଏ କଥା କିଛି ହେଲ୍ସ କରିବ ? ପ୍ରଶ୍ନକର୍ତ୍ତା: ବହୁତ ହେଲ୍ସ କରିବ । ଦାଦାଶ୍ରୀ: ଜଗତରେ ନ୍ୟାୟ ଖୋଜିବ ନାହିଁ । ଯାହା ହେଉଅଛି, ତାହା ନ୍ୟାୟ । ଆମକୁ ଦେଖ‌ିବାର ଅଛି ଯେ ଏ କ’ଣ ହେଉଅଛି । ପଚାଶ ଏକର ବଦଳରେ ପାଞ୍ଚ ଏକର ଦେଉଛି ତେବେ ଭାଇକୁ କହିବ, ‘ଠିକ୍ ଅଛି । ଏବେ ତୁମେ ଖୁସି ନା ?’ ସେ କୁହେ, ‘ହଁ ।’ ପୁଣି ପରଦିନରୁ ସାଥ୍‌ରେ ଖିଆ-ପିଆ, ଉଠା-ବସା । ଏହା ହିସାବ ଅଟେ । ହିସାବରୁ ବାହାରେ ତ କିଛି ନାହିଁ । ବାପ ପୁଅମାନଙ୍କଠାରୁ ହିସାବ ନନେବା ପର୍ଯ୍ୟନ୍ତ ଛାଡ଼େ ନାହିଁ । ଏହା ତ ହିସାବ ହିଁ ଅଟେ, ରକ୍ତ ସଂପର୍କ ନୁହେଁ । ତୁମେ ରକ୍ତ ସଂପର୍କ ବୁଝି ନେଇଥିଲ ! ଗାଡ଼ି ଚଢ଼ିଗଲା, ତାହା ମଧ୍ୟ ନ୍ୟାୟ ବସ୍‌ରେ ଚଢ଼ିବା ପାଇଁ ରାଇଟ୍ ସାଇଡ଼(ଠିକ୍ ପାର୍ଶ୍ୱ)ରେ ଜଣେ ବ୍ୟକ୍ତି ଛିଡ଼ା ହୋଇଛି, ସେ ରୋଡ଼୍ ସାଇଡ଼ରେ ଛିଡ଼ା ହୋଇଛି । ରଙ୍ଗ ସାଇଡ଼ରୁ ଏକ ବସ୍ ଆସିଲା, ତା’ ଉପରେ ଚଢ଼ିଗଲା ଆଉ ତା’କୁ ମାରିଦେଲା । କ’ଣ ଏହାକୁ ନ୍ୟାୟ କୁହାଯିବ ? ପ୍ରଶ୍ନକର୍ତ୍ତା: ଡ୍ରାଇଭର ଚଢ଼େଇଦେଲା, ଲୋକମାନେ ତ’ ଏହା ହିଁ କହିବେ । ଦାଦାଶ୍ରୀ: ହଁ, ଓଲଟା ରାସ୍ତାରୁ ଆସି ମାରିଲା, ଦୋଷ କଲା । ସିଧା ରାସ୍ତାରୁ ଆସି ମାରିଥାନ୍ତା ତେବେ ମଧ୍ୟ ଦୋଷ ତ’ କୁହା ଯାଇଥାନ୍ତା । ଏହା ତ ଡବଲ ଦୋଷ କଲା । ଏହାକୁ ପ୍ରକୃତି କୁହେ ଯେ ‘କରେକ୍ଟ କଲା ।’ ହାଲ୍ଲା କରିବ ତେବେ ବ୍ୟର୍ଥ ଯିବ । ପୂର୍ବର ହିସାବ ପୂରା କଲା । ଏବେ ଏପରି ବୁଝୁ ନାହାଁନ୍ତି ନା ! ପୁରା ଜୀବନ ତୋଡ଼ ଫୋଡ଼ରେ(ଅଭିଯୋଗ, ଆକ୍ଷେପ କରି କରି) ହିଁ ବିତି ଯାଉଛି । କୋର୍ଟ, ଓକିଲ ଆଉ...! ଆଉ କେବେ ଡେରି ହୋଇଯାଏ, ତେବେ ଓକିଲ ମଧ୍ଯ ଗାଳି ଦିଏ ଯେ ତୁମର ବୁଦ୍ଧି ନାହିଁ, ଗଧ ଭଳି ହେଉଛ । ଏମିତି ଗାଳି ଖାଏ ! ଏହା ଅପେକ୍ଷା ଯଦି ପ୍ରକୃତିର ନ୍ୟାୟ ବୁଝିନେବା, ଦାଦାଜୀ ଯାହା କହିଛନ୍ତି ତାହା ନ୍ୟାୟ, ତେବେ Page #25 -------------------------------------------------------------------------- ________________ ୧୮ ଯାହା ହେଲା ତାହା ନ୍ୟାୟ । ସମାଧାନ ହୋଇଯିବ ନା ? ଆଉ କୋର୍ଟ ଯିବାରେ ଅସୁବିଧା ନାହିଁ । କୋର୍ଟ ଯିବ କିନ୍ତୁ ତା’ ସହ ବସି ଚାହା ପିଇବ, ଏହିଭଳି ସବୁ( ସମାଧାନପୂର୍ବକ) ବ୍ୟବହାର କରିବ । ଯଦି ସେ ନ ମାନେ ତେବେ କହିବ, ମୋ ଚାହା ମଧ୍ୟ ପି କିନ୍ତୁ ସାଙ୍ଗରେ ବସ୍ । କୋର୍ଟ ଯିବାରେ ଅସୁବିଧା ନାହିଁ, କିନ୍ତୁ ପ୍ରେମପୂର୍ବକ ସମାଧାନ କରିବ( ଭିତରେ ରାଗ-ଦ୍ବେଷ ନହେବ, ସେହିପରି) ! ପ୍ରଶ୍ନକର୍ଷା: ସେଭଳି ଲୋକ ଆମ ସହିତ ବିଶ୍ବାସଘାତ କରିପାରନ୍ତି ନା ? ଦାଦାଶ୍ରୀ: ମନୁଷ୍ୟ କିଛି କରିପାରିବ ନାହିଁ । ଯଦି ତୁମେ ଫୋର( ଶୁଦ୍ଧ) ଅଟ, ତେବେ ତୁମର କିଛି ମଧ୍ୟ କରିପାରିବ ନାହିଁ, ଏପରି ଏ ଜଗତର ନିୟମ ଅଟେ । ଫୋର ଥିବ ତେବେ ପୁଣି କେହି କିଛି କରିବାବାଲା ରହିବ ନାହିଁ । ଏଣୁ ଭୁଲ୍ ସୁଧାରିବାର ଅଛି ତେବେ ସୁଧାରି ନିଅ । । ଆଗ୍ରହ ଛାଡ଼ିବ, ସେ ଜିତିବା ଏ ଜଗତରେ ତୁ ନ୍ୟାୟ ଦେଖିବା ପାଇଁ ଯାଉ ? ଯାହା ହେଲା ତାହା ନ୍ୟାୟ । “ଇଏ ଚଟକଣା ମାରିଲା ତେବେ ମୋ ଉପରେ ଅନ୍ୟାୟ କଲା’, ଏପରି ନୁହେଁ କିନ୍ତୁ ଯାହା ହେଲା ତାହା ନ୍ୟାୟ, ଏପରି ଯେବେ ବୁଝାପଡ଼ିବ, ସେତେବେଳେ ଏ ସବୁ ଶାନ୍ତ ହେବ । ‘ଯାହା ହେଲା ତାହା ନ୍ୟାୟ’ ନ କହିବ ତେବେ ବୁଦ୍ଧି କୁଦାକୁଦି, କୁଦାକୁଦି କରି ଚାଲିବ । ଅନନ୍ତ ଜନ୍ମରୁ ଏ ବୁଦ୍ଧି ଗଡ଼ବଡ଼ କରି ଆସୁଛି, ମତଭେଦ କରାଉଛି । ବାସ୍ତବରେ କିଛି କହିବାର ବେଳ ହିଁ ନ ଆସିବା ଉଚିତ୍ । ମୋତେ କିଛି କହିବାର ବେଳ ହିଁ ଆସେ ନାହିଁ । ଯିଏ ଛାଡ଼ିଦେଲା, ସେ ଜିତିଗଲା । ସେ ନିଜ ଜିମ୍ନଦାରୀରେ ଧରି ରଖେ । ବୁଦ୍ଧି ଚାଲିଗଲା, ତାହା କିପରି ଜଣା ପଡ଼ିବ ? ନ୍ୟାୟ ଖୋଜିବା ପାଇଁ ଯିବ ନାହିଁ । ‘ଯାହା ହେଲା ତାହା ନ୍ୟାୟ’ କହିବ, ତେବେ ତା’ର ବୁଦ୍ଧି ଚାଲିଗଲା, ଏପରି କୁହାଯିବ । ବୁଦ୍ଧି କ’ଣ କରେ ? ନ୍ୟାୟ ଖୋଜି ବୁଲେ ଆଉ ଏହି କାରଣରୁ ଏ ସଂସାର ଛିଡ଼ା ହୋଇଛି । ଅତଃ ନ୍ୟାୟ ଖୋଜିବ ନାହିଁ । । ନ୍ୟାୟ ଖୋଜାଯିବା କଥା ? ଯାହା ହେଲା ତାହା କରେକ୍ଟ, ତୁରନ୍ତ ହାଜର । Page #26 -------------------------------------------------------------------------- ________________ ଯାହା ହେଲା ତାହା ନ୍ୟାୟ । କାହିଁକିନା ‘ବ୍ୟବସ୍ଥିତ’ ବ୍ୟତୀତ ଅନ୍ୟ କିଛି ହୁଏ ହିଁ ନାହିଁ । ବେକାର ଟାରେ, ହାଏହାଏ ! ହାଏ-ହାଏ ! ମହାରାଣୀ ନୁହେଁ, ଅସୁଲି ଫସେଇଲା । ବୁଦ୍ଧି ତ ତୋଫାନ ଛିଡ଼ା କରିଦିଏ । ବୁଦ୍ଧି ହିଁ ସବୁ ବିଗାଡ଼େ ନା ! ବୁଦ୍ଧି । ମାନେ କ’ଣ ? ନ୍ୟାୟ ଖୋଜେ, ତାହାର ନାମ ବୁଦ୍ଧି । କହିବ, ‘ପଇସା କାହିଁକି ଦେବେ ନାହିଁ, ମାଲ୍ ତ ନେଇଗଲେ ନା ?” ଏ ‘କାହିଁକି’ ପଚାରିଲା, ତାହା ବୁଦ୍ଧି । ଅନ୍ୟାୟ କଲା, ତାହା ନ୍ୟାୟ । ତୁମେ ଅସୁଲି କରିବା ପାଇଁ ଚେଷ୍ଟା କରୁଥାଅ, କହିବା ଯେ, ମୁଁ ଏବେ ଅସୁବିଧାରେ ଅଛି ଆଉ ମୋତେ ଟଙ୍କାର ବହୁତ ଆବଶ୍ୟକତା ଅଛି ।’ ତଥାପି ନ ଦିଏ ତେବେ ଫେରି ଆସିବ । କିନ୍ତୁ ‘ସେ କାହିଁକି ଦେବ ନାହିଁ ?” କହିଲ, ତେବେ ପୁଣି ଓକିଲ ଖୋଜିବା ପାଇଁ ଯିବାକୁ ପଡ଼ିବ । ପୁଣି ସତସଙ୍ଗ ଛାଡ଼ି, ସେଠାରେ ଯାଇ ବସିବ । ଯାହା ହେଲା ତାହା ନ୍ୟାୟ’ କହିବା ତେବେ ବୁଦ୍ଧି ଚାଲିଯିବ । ଭିତରେ ଏପରି ଶ୍ରଦ୍ଧା ରଖୁବାର ଅଛି ଯେ ଯାହା ହେଉଅଛି, ତାହା ନ୍ୟାୟ । ତଥାପି ବ୍ୟବହାରରେ ତୁମକୁ ଟଙ୍କା ଅସୁଲି କରିବା ପାଇଁ ଯିବା ଉଚିତ୍, ସେତେବେଳେ ଏହି ଶ୍ରଦ୍ଧା ଯୋଗୁଁ ତୁମ ମୁଣ୍ଡ ବିଗିଡ଼ିବ ନାହିଁ । ତାଙ୍କ ଉପରେ ରାଗ(ଚିଡ଼ାପଣ) ଆସିବ ନାହିଁ ଆଉ ବ୍ୟାକୁଳତା ମଧ୍ୟ ହେବ ନାହିଁ । ଯେମିତି ନାଟକ କର ନା, ସେମିତି ସେଠି ଯାଇ ବସିବ । କହିବ, ମୁଁ ତ ଚାରିଥର ଆସିଛି, କିନ୍ତୁ ତୁମ ସହ ଭେଟ ହୁଏ ନାହିଁ । ଏଥର ତୁମ ପୁଣ୍ୟ କି ମୋ ପୁଣ୍ୟ କିନ୍ତୁ ଆମର ଭେଟ ହୋଇଗଲା । ଏଭଳି ଥଟ୍ଟାମଜା କରି-କରି ଅସୁଲି କରିବ । ଆଉ ‘ତୁମେ ଭଲରେ ଅଛି ନା, ମୁଁ ତ ଏବେ ବଡ଼ ଅସୁବିଧାରେ ଫସିଛି ।? ସେ ପଚାରିବ, ତୁମକୁ କ’ଣ ଅସୁବିଧା ?? ସେତେବେଳେ କହିବ ଯେ ମୋ ଅସୁବିଧା ତ ମୁଁ ହିଁ ଜାଣିଛି । ତୁମ ପାଖରେ ଟଙ୍କା ନାହିଁ ତେବେ କାହା ପାଖରୁ ଆଣି ମୋତେ ଦେଇଥାନ୍ତୁ ।’ ଏହିଭଳି କଥାବାର୍ତ୍ତା କରି କାମ ବାହାର କରିବ । ଲୋକେ ତ ଅହଂକାରୀ ଅଟନ୍ତି, ସେଥିପାଇଁ ଆମର କାମ ହୋଇଯିବ । ଅହଂକାରୀ ନ ହୋଇଥିଲେ କିଛି ଉପାୟ ଚାଲନ୍ତା ହିଁ ନାହିଁ । ଅହଂକାରୀର ଅହଂକାରକୁ ଟେକିବା, ତେବେ ସେ ସବୁକାମ କରିଦେବ । ‘ପାଞ୍ଚ– ଦଶ ହଜାର ଯୋଗାଡ଼ କରାଇ ଦିଅନ୍ତୁ’ ବୋଲି କହିବ, ତେବେ ମଧ୍ୟ ହଁ, ମୁଁ ଦେଉଛି’ କହିବ । Page #27 -------------------------------------------------------------------------- ________________ ୨୦ ଯାହା ହେଲା ତାହା ନ୍ୟାୟ ଅର୍ଥାତ ଝଗଡ଼ା ନହେବା ଉଚିତ । ରାଗ-ଦ୍ବେଷ ନହେବା ଉଚିତ୍ । ଶହେ ଚକ୍ଟର୍ ଲଗାଇଲେ ଏବଂ ଦେଲା ନାହିଁ ତଥାପି କିଛି ନୁହେଁ । ଯାହା ହେଲା ତାହା ନ୍ୟାୟ’, ବୁଝିନେବ । ନିରନ୍ତର ନ୍ୟାୟ ହିଁ ହେଉଅଛି ! କ’ଣ ଏକା ତୁମର ହିଁ ଅସୁଲି ବାକି ଥିବ ? ପ୍ରଶ୍ନକର୍ଲା: ନା, ନା । ସବୁ ବେପାରୀମାନଙ୍କର ହୁଏ । ଦାଦାଶ୍ରୀ: ଜଗତରେ କେହି ବି ମହାରାଣୀ ଯୋଗୁଁ ଫସି ନାହାନ୍ତି, ଅସୁଲି ପାଇଁ ଫସିଛନ୍ତି । ଅନେକ ଲୋକ ମୋତେ କୁହନ୍ତି ଯେ ମୋର ଦଶ ଲକ୍ଷ ଟଙ୍କାର ଅସୁଲି ଆସୁ ନାହିଁ । ପୂର୍ବ ରୁ ଅସୁଲି ହେଉଥିଲା । ରୋଜଗାର କରୁଥିଲେ, ସେତେବେଳେ କେହି ମୋତେ କହିବା ପାଇଁ ଆସୁ ନଥିଲେ । ଏବେ କହିବା ପାଇଁ ଆସୁଛନ୍ତି । ଅସୁଲି ଶବ୍ଦ ଶୁଣିଛି ତୁମେ ? । ପ୍ରଶ୍ନକର୍ତ୍ତା: କେହି ଖରାପ ଶବ୍ଦ(ଗାଳି) ଆମକୁ ଶୁଣେଇଯାଏ, ତାହା ଅସୁଲି ହିଁ ଅଟେ ନା ? ଦାଦାଶ୍ରୀ: ହଁ, ଅସୁଲି ! ସେ ଶୁଣାଏ, ମାପି ଯୋଖୁକି ଶୁଣାଏ । ଡିକ୍ସିନାରୀରେ ମଧ୍ୟ ନଥିବ, ଏଭଳି ଶବ୍ଦ ଶୁଣାଏ । ପୁଣି ତୁମେ ଡିକ୍ସିନାରୀରେ ଖୋଜୁଛି ଯେ “ଏ ଶବ୍ଦ କେଉଁଠୁ ବାହାରିଲା ?? ସେଥିରେ ଏଭଳି ଶବ୍ଦ ନଥାଏ, ଏମିତି ବିକୃତ ମସ୍ତିଷ୍କ ଥାଆନ୍ତି ! କିନ୍ତୁ ସେମାନଙ୍କର ନିଜର ଜିମୈଦାରୀରେ କୁହନ୍ତି ନା ! ସେଥିରେ ଆମର ଜିମ୍ନଦାରୀ ନାହିଁ ନା ! ସେତିକି ଭଲ । ତୁମକୁ ଟଙ୍କା ଫେରାଉ ନାହାଁନ୍ତି, ତାହା ମଧ୍ୟ ନ୍ୟାୟ ଅଟେ । ଫେରାଉଛନ୍ତି, ତାହା ମଧ୍ୟ ନ୍ୟାୟ ଅଟେ । ଏସବୁ ହିସାବ ମୁଁ ଅନେକ ବର୍ଷ ପୂର୍ବରୁ ବାହାର କରିଥିଲି । ଟଙ୍କା ଫେରାନ୍ତି ନାହିଁ, ସେଥିରେ କାହାର ଦୋଷ ନାହିଁ । ସେହିଭଳି କେହି କେହି ଫେରାଇବାକୁ ଆସନ୍ତି, ତେବେ ସେଥିରେ ତାଙ୍କର କ’ଣ ଉପକାର ? ଏ ଜଗତର ସଂଚାଳନ ତ ଅଲଗା ରୀତିରେ ହେଉଛି । ବ୍ୟବହାରରେ ଦୁଃଖର ମୂଳ ନ୍ୟାୟ ଖୋଜି ଖୋଜି ତ ଦମ୍ ବାହାରି ଗଲାଣି । ମଣିଷର ମନରେ ଏପରି Page #28 -------------------------------------------------------------------------- ________________ ୨୧ ଯାହା ହେଲା ତାହା ନ୍ୟାୟ ହୁଏ ଯେ ମୁଁ ୟାର କ’ଣ ବିଗାଡ଼ିଛି, ଯେ ସେ ମୋର ବିଗାଡୁଛି । | ପ୍ରଶ୍ନକର୍ଷା: ଏପରି ହୁଏ । ଆମେ କାହାର ନାଁ ନେଉନା, ତଥାପି ଲୋକେ କାହିଁକି ଆମକୁ ଦଣ୍ଡା ମାରନ୍ତି ? । ଦାଦାଶ୍ରୀ: ହଁ, ଏଥିପାଇଁ ତ ଏ କୋର୍ଟ, ଓକିଲମାନଙ୍କର ସମସ୍ତଙ୍କର ଚାଲେ । ଏମିତି ନହେବ ତେବେ କୋର୍ଟ କେମିତି ଚାଲିବ ? ଓକିଲର କେହି ଗ୍ରାହକ ହିଁ ରହିବେ ନାହିଁ ନା ! କିନ୍ତୁ ଓକିଲ ସାହେବ ମଧ୍ୟ କେମିତି ପୁଣ୍ୟଶାଳୀ, ଯେ ମହକିଲ ସକାଳୁ ଶୀଘ୍ର ଉଠି ଆସେ ଏବଂ ଓକିଲ ସାହେବ ଯଦି ଦାଢ଼ି କାଟୁଥିବେ, ତେବେ ସେ କିଛି ସମୟ ବସି ରୁହେ । ଓକିଲ ସାହେବଙ୍କୁ ଘରେ ବସି ବସି ଟଙ୍କା ଦେବାକୁ ଆସେ । ଓକିଲ ସାହେବ ପୁଣ୍ୟଶାଳୀ ଅଟନ୍ତି ନା ! ନୋଟିସ ଲେଖାଇ ପଚାଶ ଟଙ୍କା ଦେଇଯାଏ ! ମାନେ ନ୍ୟାୟ ନ ଖୋଜିବ ତେବେ ଗାଡ଼ି ରାସ୍ତାକୁ ଆସିବ । ତୁମେ ନ୍ୟାୟ ଖୋଜୁଛି, ତାହା ହିଁ ଉପାଧୀ( ସାଂସାରିକ ଦୁଃଖ) । | ପ୍ରଶ୍ନକର୍ତ୍ତା: କିନ୍ତୁ ଦାଦା, ଏମିତି ସମୟ ଆସିଛି ଯେ ଯଦି କାହାର ଭଲ କରିବା ତେବେ ସେ ହିଁ ଦଣ୍ଡା ମାରେ । । ଦାଦାଶ୍ରୀ: ତା’ର ଭଲ କଲ ଆଉ ପୁଣି ସେ ହିଁ ଦଣ୍ଡା ମାରିଲା, ତେବେ ତାହାର ନାମ ହିଁ ନ୍ୟାୟ । କିନ୍ତୁ ମୁହଁରେ କହିବ ନାହିଁ । ମୁହଁରେ କହିବ ତେବେ ପୁଣି ତା’ ମନରେ ଏପରି ହେବ ଯେ ଏ ଅଲାଜୁକ ହୋଇଗଲେଣି । ପ୍ରଶ୍ନକର୍ତ୍ତା: ଆମେ କାହା ସହିତ ବିଲକୁଲ ସିଧା ଚାଲୁଥିବୁ, ତଥାପି ସେ ଆମକୁ ଠେଙ୍ଗାରେ ମାରେ । ଦାଦାଶ୍ରୀ: ଠେଙ୍ଗାରେ ମାରେ, ତାହା ନ୍ୟାୟ ! ଶାନ୍ତିରେ ରହିବାକୁ ଦେଉ ନାହାଁନ୍ତି ? | ପ୍ରଶ୍ନକର୍ତ୍ତା: ଶାର୍ଟ ପିନ୍ଧିଥିବୁ ତେବେ କହିବେ, ‘ଶା କାହିଁକି ପିନ୍ଧିଲ ? ଆଉ ଯଦି ଟି-ଶାର୍ଟ ପିନ୍ଧିଲୁ ତେବେ କହିବେ, ‘ଟି-ଶାର୍ଟ କାହିଁକି ପିନ୍ଧିଲ ?” ତାହାକୁ ଖୋଲି ଦେଲୁ ତେବେ ମଧ୍ୟ କହିବେ, କାହିଁକି ଖୋଲି ଦେଲ ?' । ଦାଦାଶ୍ରୀ: ତାହାକୁ ହିଁ ମୁଁ ନ୍ୟାୟ କୁହେ ନା ! ଆଉ ସେଥିରେ ନ୍ୟାୟ Page #29 -------------------------------------------------------------------------- ________________ ୨୨ । ଯାହା ହେଲା ତାହା ନ୍ୟାୟ । ଖୋଜିବାକୁ ଗଲେ, ସେଥିପାଇଁ ଏସବୁ ମାଡ଼ ପଡୁଛି । ଏଣୁ ନ୍ୟାୟ ଖୋଜିବ ନାହିଁ । ଏହା ମୁଁ ସିଧା ଏବଂ ସରଳ ଆବିଷ୍କାର କରିଛି । ନ୍ୟାୟ ଖୋଜିବା ଯୋଗୁଁ ତ ଏ ସମସ୍ତଙ୍କୁ ମାଡ଼ ପଡ଼ିଛି, ଆଉ ତଥାପି ଯାହା ହେବାର ଥିଲା ତାହା ହେଲା । ଶେଷରେ ତାହାକୁ ତାହା ହିଁ ଆସିଯାଏ । ତେବେ ପୁଣି ପ୍ରଥମରୁ ହିଁ କାହିଁକି ନ ବୁଝିଯିବା ? ଏହା ତ କେବଳ ଅହଂକାରର ଦଖଲ ଅଟେ ! । ଯାହା ହେଲା ତାହା ନ୍ୟାୟ ! ଏଣୁ ନ୍ୟାୟ ଖୋଜିବା ପାଇଁ ଯିବ ନାହିଁ । ତୋ ବାପା ଯଦି କୁହନ୍ତି ଯେ ‘ତୁ ଏମିତି ଅଟୁ, ସେମିତି ଅଟୁ ।’ ସେ ଯାହା ହେଲା, ତାହା ନ୍ୟାୟ ଅଟେ । ତାଙ୍କୁ କୈଫିୟତ୍ ମାଗିବ ନାହିଁ ଯେ ତୁମେ ଏମିତି କାହିଁକି କହିଲ ? ଏହା ଅନୁଭବର କଥା ଅଟେ, ନଚେତ ଶେଷରେ ଥକିକରି ନ୍ୟାୟ ତ ସୀକାର କରିବାକୁ ହିଁ ପଡ଼ିବ ନା ! ଲୋକେ ସୀକାର କରୁଥିବେ ନା ନାହିଁ ? ପଛେ ଏପରି ନିରର୍ଥକ ପ୍ରଚେଷ୍ଟା କରନ୍ତୁ କିନ୍ତୁ ଯେମିତି ଥିଲା ସେମିତିକୁ ସେମିତି ହିଁ ରହିଲା । ଯଦି ଖୁସିବାସିରେ ମାନି ନେଇଥାନ୍ତ, ତେବେ କ’ଣ ଖରାପ ଥିଲା ? ହଁ, ସେମାନଙ୍କୁ ମୁହଁ ଉପରେ କହିବାର ଆବଶ୍ୟକତା ନାହିଁ, ନହେଲେ ପୁଣି ସେମାନେ ଓଲଟା ରାସ୍ତାରେ ଚାଲିବେ । ମନରେ ହିଁ ବୁଝିନେବ ଯେ ଯାହା ହେଲା ତାହା ନ୍ୟାୟ । ଏବେ ବୁଦ୍ଧିର ପ୍ରୟୋଗ କର ନାହିଁ । ଯାହା ହେଉଛି, ତାହାକୁ ନ୍ୟାୟ କୁହ । ଏମାନେ ତ କହିବେ ଯେ, “ତୁମକୁ କିଏ କହିଥୁଲା, କାହିଁକି ପାଣି ଗରମ କରିକି ଦେଲ ? ଆରେ, ଯାହା ହେଲା ତାହା ନ୍ୟାୟ । ଏ ନ୍ୟାୟ ବୁଝାପଡ଼ିଯାଏ ତେବେ, ‘ଏବେ ମୁଁ କୈଫିୟତ୍ ମାଗିବି ନାହିଁ କହିବେ । କହିବେ ନା ନାହିଁ ? । କେହି ଭୋକିଲା ଥିବ, ତା’କୁ ଆମେ ଖୁଆଇବା ପାଇଁ ବସାଇଲେ ଆଉ ଖାଇ ସାରିବା ପରେ ଯଦି ସେ କୁହେ ‘ତୁମକୁ ଖାଇବାକୁ ଦେବା ପାଇଁ କିଏ କହିଥିଲା ? ବେକାରରେ ମୋତେ ଅସୁବିଧାରେ ପକାଇଲ, ମୋ ସମୟ ନଷ୍ଟ କଲ !? ଏମିତି କହିଲେ, ସେତେବେଳେ ଆମେ କ’ଣ କରିବା ? ବିରୋଧ କରିବା ? ଏ ଯାହା ହେଲା ତାହା ବ୍ୟାୟ ଅଟେ । ଘରେ, ଦୁଇଜଣଙ୍କ ଭିତରୁ ଯଦି ଜଣେ ବ୍ୟକ୍ତି ବୁଦ୍ଧି ଚଲାଇବା ବନ୍ଦ କରିଦେବ, ତେବେ ସବୁ କିଛି ଢଙ୍ଗରେ ଚାଲିବ । ସେ ତା’ର ବୁଦ୍ଧି ଚଲାଇବ ତେବେ Page #30 -------------------------------------------------------------------------- ________________ ୨୩ ଯାହା ହେଲା ତାହା ନ୍ୟାୟ ପୁଣି କ’ଣ ହେବ ? ରାତିରେ ପୁଣି ଖାଇବା ମଧ୍ୟ ରୁଚିବ ନାହିଁ । । ବର୍ଷା ହେଉନାହିଁ, ତାହା ନ୍ୟାୟ । ସେତେବେଳେ ଚାଷୀ କ’ଣ କହିବ ? ‘ଭଗବାନ ଅନ୍ୟାୟ କରୁଛି ।” ତାହା ନିଜର ଅବୁଝାମି ଯୋଗୁଁ କୁହେ । ଏହାଦ୍ୱାରା କ’ଣ ବର୍ଷା ହେବାକୁ ଲାଗିବ ? ବର୍ଷା ହେଉନାହିଁ, ତାହା ନ୍ୟାୟ । ଯଦି ସବୁବେଳେ ବର୍ଷା ବର୍ଷିଥାନ୍ତା, ପ୍ରତିବର୍ଷ ଭଲ ବର୍ଷା ହୋଇଥାନ୍ତା ତେବେ ବର୍ଷାର ସେଥିରେ କ’ଣ କ୍ଷତି ହୋଇ ଯାଇଥାନ୍ତା ? ଗୋଟିଏ ଜାଗାରେ ଧୁମଧଡ଼ାକା କରି ସବୁ ପାଣି ଢ଼ାଳି ଦିଏ ଆଉ ଅନ୍ୟ ଜାଗାରେ ଅକାଳ ଆଣିଦିଏ । ପ୍ରକୃତି ସବୁ ‘ବ୍ୟବସ୍ଥିତ’ କରୁଅଛି । ତୁମକୁ ଲାଗୁଛି ଯେ ପ୍ରକୃତିର ବ୍ୟବସ୍ଥା ଭଲ ଅଛି ? ପ୍ରକୃତି ସବୁ ନ୍ୟାୟ ହିଁ କରୁଛି । । ଅର୍ଥାତ ଏ ସବୁ ସିଦ୍ଧାନ୍ତକ ଅଟେ । ବୁଦ୍ଧି ଖାଲି କରିବା ପାଇଁ ଏହି ଗୋଟିଏ ନିୟମ ଅଛି । ଯାହା ହୋଇ ଚାଲିଛି, ତାହାକୁ ନ୍ୟାୟ ମାନିବ ତେବେ ବୁଦ୍ଧି ଚାଲିଯିବ । ବୁଦ୍ଧି କେବେ ପର୍ଯ୍ୟନ୍ତ ଜୀବିତ ରହିବ ? ଯାହା ହୋଇ ଚାଲିଛି ସେଥିରେ ନ୍ୟାୟ । ଖୋଜିବା ପାଇଁ ବାହାରିବା, ତେବେ ବୁଦ୍ଧି ଜୀବିତ ରହିବ । ଯେବେକି ଏହାଦ୍ବାରା ତ ବୁଦ୍ଧି ବୁଝିଯାଏ, ପୁଣି ବୁଦ୍ଧିକୁ ଲାଜ ଲାଗେ । ତାକୁ ମଧ୍ୟ ଲାଜ ଲାଗେ, ଆରେ ! ଏବେ ତ ଏ ମାଲିକ ହିଁ ଏମିତି କହୁଛନ୍ତି, ୟାଠୁ ଭଲ ତ ମୋତେ ଠିକଣାକୁ ଆସିବାକୁ ପଡ଼ିବ । ନ୍ୟାୟ ଖୋଜିବ ନାହିଁ, ଏଥିରେ ପ୍ରଶ୍ନକର୍ତ୍ତା: ବୁଦ୍ଧିକୁ ବାହାର କରିବାର ହିଁ ଅଛି, କାହିଁକିନା ସେ ବହୁତ ମାଡ଼ ଖୁଆଉଛି । ଦାଦାଶ୍ରୀ: ଏହି ବୁଦ୍ଧିକୁ ବାହାର କରିବାର ଅଛି, ତେବେ ବୁଦ୍ଧି ନିଜେ (ଆପେ ଆପେ) ଯିବ ନାହିଁ । ବୁଦ୍ଧି ‘କାର୍ଯ୍ୟ ଅଟେ, ତାହାର କାରଣ’କୁ ଯଦି ବାହାର କରିଦେବା, ତେବେ ଏହି କାର୍ଯ୍ୟ’ ଚାଲିଯିବ । ଏହି ବୁଦ୍ଧି ‘କାର୍ଯ୍ୟ’ ଅଟେ, ତାହାର ‘କାରଣ’ କ’ଣ ? ବାସ୍ତବରେ ଯାହା ହେଲା, ତାହାକୁ ନ୍ୟାୟ କହିବା, ତେବେ ସେ ଚାଲିଯିବ । ଜଗତ କ’ଣ କୁହେ ? ବାସ୍ତବରେ ଯାହା ହୋଇଗଲା, ତାହାକୁ ସୀକାରି ନେବା ଉଚିତ୍ । ଆଉ ଯଦି ନ୍ୟାୟ ଖୋଜି ଚାଲିବା ତେବେ ତାହାଦ୍ଵାରା । ଝଗଡ଼ା ଚାଲୁରହିବ । Page #31 -------------------------------------------------------------------------- ________________ ୨୪ । ଯାହା ହେଲା ତାହା ନ୍ୟାୟ । ଏଣୁ ବୁଦ୍ଧି ଏମିତି ହିଁ ଯିବ ନାହିଁ । ବୁଦ୍ଧି ଯିବାର ମାର୍ଗ କ’ଣ ? ତାହାର କାରଣର ସେବନ ନକରିବା ତେବେ ବୁଦ୍ଧି, ସେ କାର୍ଯ୍ୟ’ ହେବ ନାହିଁ । । ପ୍ରଶ୍ନକର୍ଷା: ଆପଣ କହିଲେ ଯେ ବୁଦ୍ଧି ‘କାର୍ଯ୍ୟ ଅଟେ ଏବଂ ତାହାର କାରଣ ଖୋଜିବ ତେବେ, ସେ କାର୍ଯ୍ୟ ବନ୍ଦ ହୋଇଯିବ । ଦାଦାଶ୍ରୀ: ତାହାର କାରଣ, ଆମେ ଯେଉଁ ନ୍ୟାୟ ଖୋଜିବାକୁ ବାହାରିଲେ, ତାହା ହିଁ ତାହାର କାରଣ । ନ୍ୟାୟ ଖୋଜିବା ବନ୍ଦ କରିଦେବ ତେବେ ବୁଦ୍ଧି ଚାଲିଯିବ । ନ୍ୟାୟ କାହିଁକି ଖୋଜୁଛି ? ସେତେବେଳେ ବୋହୁ କ’ଣ କୁହେ ନା ‘କିନ୍ତୁ ତୁମେ ମୋ ଶାଶୁକୁ ଚିହ୍ନି ନାହିଁ, ମୁଁ ଆସିଲି, ସେବେଠୁ ସେ ଦୁଃଖ ଦେଉଛି, ଏଥିରେ ମୋର କ’ଣ ଦୋଷ ଅଛି ?” । କେହି ନଚିହ୍ନିକି ଦୁଃଖ ଦେଉଥିବ ? ତାହା ହିସାବରେ ଜମା ଥିବ, ସେଥିପାଇଁ ତୋତେ ଦେଇଚାଲିଛି । ତେବେ କୁହେ, “କିନ୍ତୁ ମୁଁ ତ ତାଙ୍କ ମୁହଁ ମଧ୍ୟ ଦେଖି ନଥିଲି ।” ଆରେ, ତୁ ଏହି ଜନ୍ମରେ ଦେଖୁନାହୁଁ କିନ୍ତୁ ପୂର୍ବଜନ୍ମର ହିସାବ କ’ଣ କହୁଛି ?? ଏଥିପାଇଁ ଯାହା ହେଲା, ତାହା ନ୍ୟାୟ । । ଘରେ ପୁଅ ଦାଦାଗିରି କରୁଛି ? ସେ ଦାଦାଗିରି କରୁଛି, ତାହା ନ୍ୟାୟ । ଏ ତ ବୁଦ୍ଧି ଦେଖାଏ ଯେ, ପୁଅ ହୋଇ ବାପ ସାମନାରେ ଦାଦାଗିରି ? ଯାହା ହେଲା, ତାହା ନ୍ୟାୟ ! । ଅର୍ଥାତ୍ ଏ ‘ଅକ୍ରମ ବିଜ୍ଞାନ’ କ’ଣ କୁହେ ? ଯାହା ଦେଖ ତାହା ନ୍ୟାୟ ! ଲୋକେ ମୋତେ ପଚାରନ୍ତି, ‘ତୁମେ ବୁଦ୍ଧି କେମିତି କାଢ଼ି ଦେଲ ? ନ୍ୟାୟ ଖୋଜିଲି ନାହିଁ ସେଥିପାଇଁ ବୁଦ୍ଧି ଚାଲିଗଲା । ବୁଦ୍ଧି କେବେ ପର୍ଯ୍ୟନ୍ତ ରହିବ ? ନ୍ୟାୟ ଖୋଜିବା ଏବଂ ନ୍ୟାୟକୁ ଆଧାର ଦେବା, ସେପର୍ଯ୍ୟନ୍ତ ବୁଦ୍ଧି ରହିବ । ବୁଦ୍ଧି କହିବ, “ମୋ ପକ୍ଷରେ ଅଛନ୍ତି ଭାଇ ସାହେବ ।’ ଆଉ କହିବ, ଏତେ ଭଲ ଭାବରେ ଚାକିରି କଲି ଆଉ ଏ ଡାଇରେକ୍ଟର କେଉଁ ଆଧାରରେ ଓଲଟା( ଗାଳି) କହୁଛନ୍ତି ? ଏହିଭଳି ତା’କୁ ଆଧାର ଦେଉଛି ? ନ୍ୟାୟ ଖୋଜୁଛି ? ସେ ଯାହା କହୁଛନ୍ତି, ତାହା କରେକ୍ଟ ଅଟେ । ଏପର୍ଯ୍ୟନ୍ତ କେମିତି କହୁ ନଥିଲେ ? କେଉଁ ଆଧାରରେ କହୁ ନଥିଲେ ? ଏବେ କେଉଁ Page #32 -------------------------------------------------------------------------- ________________ । ୨୫ ଯାହା ହେଲା ତାହା ନ୍ୟାୟ ନ୍ୟାୟର ଆଧାରରେ କହୁଛନ୍ତି ? ବିଚାର କଲେ ଲାଗୁନାହିଁ କି ଏ ଯେଉଁ କହୁଛନ୍ତି, ତାହା ସପ୍ରମାଣ ଅଟେ ? ଆରେ, ଦରମା ବଢ଼ାଉ ନାହାଁନ୍ତି, ତାହା ବ୍ୟାୟ ଅଟେ । ଆମେ ତାହାକୁ ଅନ୍ୟାୟ କିପରି କହି ପାରିବା ? ବୁଦ୍ଧି ଖୋଜେ ନ୍ୟାୟ । ଏସବୁ ତ ଆମନ୍ତ୍ରଣ କରାଯାଇଥିବା ଦୁଃଖ ଅଟେ ଆଉ ଅଳ୍ପ ବହୁତ ଯାହା । ଦୁଃଖ ଅଛି, ତାହା ବୁଦ୍ଧି ଯୋଗୁଁ ଅଛି । ସମସ୍ତଙ୍କ ଠାରେ ବୁଦ୍ଧି ଥାଏ ନା ? ସେ ଡେଭଲପ୍ଟେଡ(ବିକଶିତ) ବୁଦ୍ଧି’ ଦୁଃଖ ସୃଷ୍ଟି କରାଏ । ଯେଉଁଠି କିଛି ନଥାଏ ସେଠାରେ ମଧ୍ୟ ଦୁଃଖ ଖୋଜି ପକାଏ । ମୋ ବୁଦ୍ଧି ତ ଡେଭଲପ ହେବା ପରେ ଚାଲିଗଲା । ବୁଦ୍ଧି ହିଁ ଖତମ ହୋଇଗଲା ! କୁହ, ମଜା ଆସିବ ନା ନାହିଁ ? ଆଦୌ, ଏକ ପରସେଣ୍ଟ ବି ବୁଦ୍ଧି ନାହିଁ । ସେତେବେଳେ ଜଣେ ବ୍ୟକ୍ତି ମୋତେ ପଚାରୁଛି ଯେ, ‘ବୁଦ୍ଧି କିପରି ଖତମ ହୋଇଗଲା ? ତୁ ଚାଲିଯା, ତୁ ଚାଲିଯା’ ଏପରି କହିବା ଦ୍ଵାରା ? ମୁଁ କହିଲି, ନା ଭାଇ, ଏପରି କରନ୍ତି ନାହିଁ । ସେ ତ ଏବେ ପର୍ଯ୍ୟନ୍ତ ଆମର ମର୍ଯ୍ୟାଦା ରଖୁଲା । ଅନିଶ୍ଚିତତାରେ ରହୁଥିଲେ, ସେତେବେଳେ ଉଚିତ ସମୟରେ କ’ଣ କରିବା କ’ଣ ନକରିବା ?? ତାହାର ସମସ୍ତ ମାର୍ଗଦର୍ଶନ କଲା । ତା’କୁ କିପରି ବାହାର କରିପାରିବା ? ପୁଣି ମୁଁ କହିଲି, 'ଯିଏ ନ୍ୟାୟ ଖୋଜେ, ତା’ ପାଖରେ ବୁଦ୍ଧି ଚିରଦିନ ପାଇଁ ନିବାସ କରେ । ଯାହା ହେଲା ତାହା ନ୍ୟାୟ’ ଏପରି କହିବାବାଲାର ବୁଦ୍ଧି ଚାଲିଯାଏ । ନ୍ୟାୟ ଖୋଜିବାକୁ ଯାଏ ତାହା ବୁଦ୍ଧି । । ପ୍ରଶ୍ନକର୍ତ୍ତା: କିନ୍ତୁ ଦାଦାଜୀ, ଜୀବନରେ ଯାହା ମଧ୍ୟ ଆସେ, ତାହାକୁ ସୀକାରୀ ନେବା ଉଚିତ୍ ? । ଦାଦାଶ୍ରୀ: ମାଡ଼ ଖାଇ ସୀକାର କରିବା, ତା’ଠୁ ଭଲ ତ’ ଖୁସିରେ ସୀକାରୀ ନେବା ଉଚିତ । | ପ୍ରଶ୍ନକର୍ଷା: ସଂସାର ଅଛି, ପିଲାମାନେ ଅଛନ୍ତି, ପୁଅର ବୋହୁ ଅଛି, ଏ । ଅଛି, ସେ ଅଛି, ଏଥିପାଇଁ ସମ୍ବନ୍ଧ ତ’ ରଖୁବାକୁ ପଡ଼ିବ । । ଦାଦାଶ୍ରୀ: ହଁ, ସବୁକିଛି ରଖୁବ । Page #33 -------------------------------------------------------------------------- ________________ ।୨୬ ଯାହା ହେଲା ତାହା ନ୍ୟାୟ । ପ୍ରଶ୍ନକର୍ତ୍ତା: ମାତ୍ର ସେଥିରେ ମାଡ଼ ପଡ଼େ ତେବେ କ’ଣ କରିବା ଉଚିତ୍ ? ଦାଦାଶ୍ରୀ: ସବୁ ସମ୍ବନ୍ଧ ରଖୁବା ପରେ ବି ଯଦି ମାଡ଼ ପଡ଼େ, ତେବେ ତାହାକୁ ସୀକାରୀ ନେବାର ଅଛି । ନହେଲେ ତଥାପି ଯଦି ମାଡ଼ ପଡ଼େ ତେବେ କ’ଣ କରିପାରିବା ? ଅନ୍ୟ କିଛି ଉପାୟ ଅଛି ? । ପ୍ରଶ୍ନକର୍ତ୍ତା: କିଛି ନାହିଁ, ଓକିଲଙ୍କ ପାଖକୁ ଯିବାକୁ ପଡ଼ିବ । । ଦାଦାଶ୍ରୀ: ହଁ, ଆଉ କ’ଣ ହେବ ? ଓକିଲ ରକ୍ଷା କରିବ ନା ତା’ର ଫିସ ନେବ ? ଯେଉଁଠି ଯାହା ହେଲା ତାହା ନ୍ୟାୟ’, ସେଠି ବୁଦ୍ଧି ‘ଆଉଟ’ । ନ୍ୟାୟ ଖୋଜିବା ଆରମ୍ଭ ହେବା କ୍ଷଣି ବୁଦ୍ଧି ଛିଡ଼ା ହୋଇଯାଏ । ବୁଦ୍ଧି ଜାଣିଛି ଯେ ଏବେ ମୋ ବିନା କିଛି ଚାଲିବ ନାହିଁ ଆଉ ଯଦି ଆମେ କହିବା ଯେ ଯାହା ହେଲା ତାହା ନ୍ୟାୟ, ତେବେ ବୁଦ୍ଧି କହିବ, ‘ଏବେ ଏହି ଘରେ ମୋର ରାଜୁତି ଚାଲିବ ନାହିଁ ।’ ସେ ବିଦାୟ ନେଇ ଚାଲିଯିବ । କେହି ତା’ର ସମର୍ଥକ ଥିବ, ସେଠି ପଶିଯିବ । ତା’ର ଆଶକ୍ତିବାଲା ତ ବହୁତ ଲୋକ ଅଛନ୍ତି ନା ! ଏଭଳି ମାନସିକ କରନ୍ତି, ମୋ ବୁଦ୍ଧି ବଡୁ ! ଏବଂ ତାହାର ଅପର ପକ୍ଷ ନିକିତିରେ ସେତିକି ହିଁ ଦୁଃଖ-ଜଳନ ବଢ଼ି ଚାଲେ । ସବୁବେଳେ ବାଲାନ୍ସ ତ ଦରକାର ନା ? ଅପର ପକ୍ଷରେ ବାଲାନ୍ସ ଦରକାର ନିଶ୍ଚୟ ! ମୋର ବୁଦ୍ଧି ଖତମ, ସେଥିପାଇଁ ଦୁଃଖ-ଜଳନ ଖତମ ! । ବିକଳ୍ପର ଅନ୍ତ, ତାହା ହିଁ ମୋକ୍ଷମାର୍ଗ । ଅର୍ଥାତ୍ ଯାହା ହେଲା, ତାହାକୁ ନ୍ୟାୟ କହିବ ତେବେ ନିର୍ବିକଳ୍ପ ରହିବ ଆଉ ଲୋକେ ନିର୍ବିକଳ୍ପୀ ହେବା ପାଇଁ ନ୍ୟାୟ ଖୋଜି ବାହାରିଛନ୍ତି । ବିକଳ୍ପର ଅନ୍ତ ଆସେ, ତାହା ହିଁ ମୋକ୍ଷର ରାସ୍ତା ! ବିକଳ୍ପ ସୃଷ୍ଟି ହୁଏ ନାହିଁ, ଏପରି ଅଟେ ନା ଆମ ମାର୍ଗ ? । ପରିଶ୍ରମ ବିନା, ଆମ ଅକ୍ରମ ମାର୍ଗରେ ମନୁଷ୍ୟ ଆଗକୁ ବଢ଼ିପାରେ । ମୋ ଚାବିଗୁଡ଼ିକ ହିଁ ଏପରି ଅଟେ ଯେ ପରିଶ୍ରମ କରିବା ବିନା ବଢ଼ିଯାଏ । Page #34 -------------------------------------------------------------------------- ________________ । ୨୭ ଯାହା ହେଲା ତାହା ନ୍ୟାୟ ଏବେ ବୁଦ୍ଧି ଯେବେ ବିକଳ୍ପ କରାଇବ, ସେତେବେଳେ କହିଦେବ, ଯାହା ହେଲା ତାହା ନ୍ୟାୟ’ । ବୁଦ୍ଧି ନ୍ୟାୟ ଖୋଜେ ଯେ ମୋ ଠୁ ବୟସରେ ଛୋଟ ହେବ, ମର୍ଯ୍ୟାଦା ରଖୁନାହିଁ । ମର୍ଯ୍ୟାଦା ରଖୁଲା, ତାହା ମଧ୍ୟ ନ୍ୟାୟ ଆଉ ନରଖୁଲା, ତାହା ମଧ୍ୟ ନ୍ୟାୟ । ବୁଦ୍ଧି ଯେତିକି ନିର୍ବିବାଦ ହେବ, ସେତିକି ନିର୍ବିକଳ୍ପ ହେବ ! । ଏ ବିଜ୍ଞାନ କ’ଣ କହୁଛି ? ନ୍ୟାୟ ତ ପୁରା ଜଗତ ଖୋଜୁଛି । ତା ଅପେକ୍ଷା ଆମେ ହିଁ ସୀକାରୀ ନେବା ଯେ ଯାହା ହେଲା ତାହା ନ୍ୟାୟ । ପୁଣି ଜଜ୍ ମଧ୍ୟ ଦରକାର ନାହିଁ ଆଉ ଓକିଲ ମଧ୍ୟ ଦରକାର ନାହିଁ । ନଚେତ ଶେଷରେ ମାଡ଼ ଖାଇ ମଧ୍ୟ ଏହିପରି ହିଁ ରୁହେ ନା ? । କୌଣସି କୋର୍ଟରେ ମିଳେ ନାହିଁ ସନ୍ତୋଷ ଆଉ କେବେ ଏମିତି ଧରିନିଅ ଯେ ଜଣେ ବ୍ୟକ୍ତିକୁ ନ୍ୟାୟ ଦରକାର ତେବେ ତଳ କୋର୍ଟରେ ଜଜମେଣ୍ଟ କରାଇଲା । ଓକିଲ ଲଢ଼ିଲେ, ପରେ ଜମେଣ୍ଟ ଆସିଲା, ନ୍ୟାୟ ହେଲା । ସେତେବେଳେ କୁହେ, ନା, ଏ ନ୍ୟାୟରେ ମୁଁ ସନ୍ତୋଷ ନୁହେଁ । ନ୍ୟାୟ ହେଲା ତଥାପି ସନ୍ତୋଷ ନୁହେଁ । ତାହେଲେ ଏବେ କ’ଣ କରିବା ? ଉପର କୋର୍ଟକୁ ଚାଲ । ଏବେ ଡିସ୍ମିକ କୋର୍ଟକୁ ଗଲେ । ସେଠାକାର ଜମେଣ୍ଟରେ ମଧ୍ୟ ସନ୍ତୋଷ ହେଲା ନାହିଁ । ସେତେବେଳେ ପଚାରିବା, “ଏବେ ?’ ତେବେ କୁହେ, ‘ନା, ସେଠି ହାଇକୋର୍ଟରେ ! ସେଠାରେ ମଧ୍ୟ ସନ୍ତୋଷ ହେଲା ନାହିଁ । ପୁଣି ସୁପ୍ରିମକୋର୍ଟକୁ ଗଲେ, ସେଠାରେ ମଧ୍ୟ ସନ୍ତୋଷ ହେଲା ନାହିଁ । ଶେଷରେ ପ୍ରେସିଡେଣ୍ଟଙ୍କୁ କହିଲା । ତଥାପି ତାଙ୍କୁ ନ୍ୟାୟରେ ମଧ୍ୟ ସନ୍ତୋଷ ହେଲା ନାହିଁ । ମାଡ଼ ଖାଇକି ମରୁଛନ୍ତି ! ନ୍ୟାୟ ଖୋଜିବ ହିଁ ନାହିଁ ଯେ ଏ ବ୍ୟକ୍ତି ମୋତେ କାହିଁକି ଗାଳି ଦେଲା ଅବା ମହକିଲ ମୋତେ ମୋ ଓକିଲାତିର ଫିସ୍ କାହିଁକି ଦେଉନାହିଁ ? ଦେଉନାହିଁ, ତାହା ନ୍ୟାୟ । ପରେ ଆସି ଦେଇଯାଏ, ତାହା ମଧ୍ୟ ନ୍ୟାୟ । ତୁ ନ୍ୟାୟ ଖୋଜିବୁ ନାହିଁ । ନ୍ୟାୟ: ପ୍ରାକୃତିକ ଏବଂ ବିକଳ୍ପୀ ଦୁଇ ପ୍ରକାରର ନ୍ୟାୟ ଅଛି । ଗୋଟିଏ ବିକଳ୍ପକୁ ବଢ଼ାଇବା ବାଲା ନ୍ୟାୟ Page #35 -------------------------------------------------------------------------- ________________ ୨୮ ଯାହା ହେଲା ତାହା ନ୍ୟାୟ ଆଉ ଗୋଟିଏ ବିକଳ୍ପ କମାଇବା ବାଲା ନ୍ୟାୟ । ପ୍ରକୃତ ନ୍ୟାୟ ବିକଳ୍ପକୁ କମାଇବାବାଲା ଅଟେ ଯେ ‘ଯାହା ହେଲା ତାହା ନ୍ୟାୟ ହିଁ ଅଟେ’ । ଏବେ ତୁମେ ଏହା ଉପରେ କୈଫିୟତ୍ ମାଗନାହିଁ । ଏବେ ତୁମେ ନିଜର ଅନ୍ୟ ସବୁ କଥା ଉପରେ ଧ୍ୟାନ ଦିଅ । ତୁମେ ୟା ଉପରେ କୈଫିୟତ୍ ମାଗିବ, ତେବେ ତୁମର ଅନ୍ୟ ସବୁ କଥା ରହିଯିବ । ନ୍ୟାୟ ଖୋଜିବା ପାଇଁ ବାହାରିବା ତେବେ ବିକଳ୍ପ ବଢ଼ି ଚାଲିବ ଆଉ ଏ ପ୍ରାକୃତିକ ନ୍ୟାୟ ବିକଳ୍ପ ସବୁକୁ ନିର୍ବିକଳ୍ପ କରିଚାଲେ । ଯାହା ହୋଇ ସାରିଛି, ତାହା ନ୍ୟାୟ ଅଟେ । ଆଉ ଏହା ସତ୍ତ୍ଵେ ପାଞ୍ଚଜଣଙ୍କ ପଞ୍ଚାୟତ ଯାହା କୁହେ, ତାହା ମଧ୍ୟ ତା’ ବିରୁଦ୍ଧରେ ଚାଲିଯାଏ ସେତେବେଳେ ସେ ସେହି ନ୍ୟାୟକୁ ମଧ୍ୟ ମାନେ ନାହିଁ, କାହାରି କଥା ଶୁଣେ ନାହିଁ । ତେବେ ପୁଣି ବିକଳ୍ପ ବଢ଼ିଚାଲେ । ନିଜ ଆଖ-ପାଖରେ କେବଳ ଜାଲ ବୁଣେ ତଥାପି କିଛି ମଧ୍ୟ ପ୍ରାପ୍ତ ହୁଏ ନାହିଁ । ବହୁତ ଦୁଃଖୀ ହୋଇଯାଏ ! ଏହା ଅପେକ୍ଷା ପ୍ରଥମରୁ ହିଁ ଶ୍ରଦ୍ଧା ରଖ ଯେ ଯାହା ହେଲା ତାହା ନ୍ୟାୟ । ଏବଂ ପ୍ରକୃତି ସର୍ବଦା ନ୍ୟାୟ ହିଁ କରୁଅଛି, ‘ନିରନ୍ତର ନ୍ୟାୟ ହିଁ କରୁଛି କିନ୍ତୁ ସେ ପ୍ରମାଣ ଦେଇପାରେ ନାହିଁ । ପ୍ରମାଣ ତ ‘ଜ୍ଞାନୀ’ ଦିଅନ୍ତି ଯେ ଏହା କିପରି ନ୍ୟାୟ ଅଟେ ? କିପରି ହେଲା, ତାହା ‘ଜ୍ଞାନୀ’ ବତାଇ ଦିଅନ୍ତି । ତା’କୁ(ବୁଦ୍ଧିକୁ) ସନ୍ତୁଷ୍ଟ କରିଦେବା ତେବେ ନିବେଡ଼ା(ସମାଧାନ ପୂର୍ବକ ଅନ୍ତ) ଆସିବ । ନିର୍ବିକଳ୍ପୀ ହୋଇଯିବ ତେବେ ନିବେଡ଼ା ଆସିବ । - ଜୟ ସଚ୍ଚିଦାନନ୍ଦ Page #36 -------------------------------------------------------------------------- ________________ ( दादा भगवान फाउन्डेशन के द्वारा प्रकाशित पुस्तकें 1. ज्ञानी पुरुष की पहचान 24. मानव धर्म 2. सर्व दु :खो से मुक्ति 25. सेवा-परोपकार 3. कर्म का सिद्धांत 26. मृत्यु समय, पहले और पश्चात 4. आत्मबोध 27. निजदोष दर्शन से...निर्दोष 5. मैं कौन हूँ? 28. पति-पत्नि का दिव्य व्यवहार ६.वर्तमान तीर्थकर श्री सीमंधर स्वामी 29. क्लेश रहित जीवन ७.भुगते उसी की भूल 30. गुरु-शिष्य 8. एडजस्ट एवरीव्हेयर 31. अहिंसा 8. टकराव टालिए 32. सत्य-असत्य के रहस्य 10. हुआ सो न्याय 33. चमत्कार 11. चिंता 34. पाप-पुण्य 12. क्रोध 35. वाणी,व्यवहार में... 13. प्रतिक्रमण 36. कर्म का विज्ञान 14. दादा भगवान कौन ? 37. आप्तवाणी - 1 15. पैसों का व्यवहार 38. आप्तवाणी - 2 16. अंत : करण का स्वरुप 39. आप्तवाणी - 3 17. जगत कर्ता 40. आप्तवाणी - 4 18. त्रिमंत्र 41. आप्तवाणी - 5 19. भावना से सुधरे जन्मोजन्म 42. आप्तवाणी - 6 20. माता-पिता और बच्चों का 43. आप्तवाणी - 7 व्यवहार 44. आप्तवाणी - 8 21. प्रेम ४५.आप्तवाणी - 1 22. समझ से प्राप्त ब्रह्मचर्य ४६.आप्तवाणी - १३(पूर्वार्ध) 23. दान 45. समझ से प्राप्त ब्रह्मचर्य (पूर्वार्ध उत्तरार्ध) * ଦାଦା ଭଗବାନ ଫାଉଣ୍ଡେଶନ ଦ୍ବାରା ଗୁଜରାଟୀ ଭାଷାରେ ବି 62 ପୁସ୍ତକ ପ୍ରକାଶିତ ହୋଇଛି / 68PAIRS www.dadabhagwan.org 6RANथाa6I NANg se gig କରିପାରିବେ / * ଦାଦା ଭଗବାନ ଫାଉଣ୍ଡେଶନ ଦ୍ବାରା ପ୍ରତ୍ୟେକ ମାସ ହିନ୍ଦୀ, ଗୁଜରାଟୀ ତଥା ଇଂରାଜୀ ଭାଷାରେ ‘ଦାଦାବାଣୀ’ ମାଗାଜିନ୍ ପ୍ରକାଶିତ ହେଉଛି / था s : 9. थायाall 9. aI SImg. I. YAV ? 4. .N@Ggala 8.681 9. alaa 7. କ୍ରୋଧ 8. ଯାହା ହେଲା ତାହା ନ୍ୟାୟ / Page #37 -------------------------------------------------------------------------- ________________ ପ୍ରାପ୍ତିସ୍ନାନ / ଦାଦା ଭଗବାନ ପରିବାର ଅଡ଼ାଲଜ : ତ୍ରିମନ୍ଦିର, ସୀମନ୍ଦର ସିଟୀ, ଅହମଦାବାଦ-କଲୋଲ ହାଇୱେ, ପୋଷ୍ଟ-ଅଡ଼ାଲଜ, / ଜିଲ୍ଲା-ଗାନ୍ଧୀନଗର, ଗୁଜରାଟ-୩୮୨୪୨୧, ଫୋନ-(୦୭୯)୩୯୮୩୦ 100 ରାଜକୋଟ: ତ୍ରିମନ୍ଦିର, ଅହମଦାବାଦ-ରାଜକୋଟ ହାଇୱେ, ତରଘଡ଼ିୟା ଚୋକଡ଼ି( ସର୍କଲ), ପୋ / ମାଲିୟାଣ, ଜିଲ୍ଲା-ରାଜକୋଟ, ଫୋନ-୯୨୭୪୧୧୧୩୯୩ ଭୁଜ୍ : ତ୍ରିମନ୍ଦିର, ହିଲ୍ ଗାର୍ଡେନ ପଛ, ଏୟାରପୋର୍ଟ ରୋଡ଼, (0 2832) 2901 23 ଗୋy : ତ୍ରିମନ୍ଦିର, ଭାମେୟା ଗାଁ, ଏକ୍ତିଆଇ ଗୋଡାଉନ୍ ସାମନା, ଗୋଧୂ / (ଜି-ପଞ୍ଚମହାଲ) ଫୋନ (0267 2) 262300 ମୋବୀ : ତ୍ରିମନ୍ଦିର, ମୋରବୀ-ନବଲଖି ହାଇୱେ, ପୋ:ଜୟପୁର, ଜିଲ୍ଲା-ରାଜକୋଟ, ଫୋନ | (0 282 2) 297097 / ଅମ୍ବରେଲୀ : ତ୍ରିମନ୍ଦିର, ଲିଲିୟା ରୋଡ, ବାଇପାସ ଚୋକଡି, ଖାରାବାଡି, 9924344460 ସୁରେନ୍ଦ୍ରନଗର : ତ୍ରିମନ୍ଦିର, ସୁରେନ୍ଦ୍ରନଗର-ରାଜକୋଟ ହାଇୱେ, ଲୋକ ବିଦ୍ୟାଳୟ ପାଖ, ମୂଳି ରୋଡ, / 9879 232877 / ଅହମଦାବାଦ:ଦାଦା ଦର୍ଶନ, 5, ମମତାପାର୍କ ସୋସାଇଟୀ, ନବ ଗୁଜରାଟ କଲେଜ ପଛ, ଉସ୍ନାନପୁରା, ଅହମଦାବାଦ-୩୮୦୦୧୪, ଫୋନ-(୦୭୯) 27540408 ବଡ଼ୋଦରା : ଦାଦା ମନ୍ଦିର, 17, ମାମା କି ପୋଲ-ମୁହଲ୍ଲା, ରାବପୁରା ପୋଲିସ ଷ୍ଟେସନ ପାଖ, ସଲାଟ ୱାଡ଼ା, ବଡ଼ୋଦରା, 9924343335 ମୁମ୍ବାଇ:୯୩ 235 28901, ବାଙ୍ଗାଲୋର:୯୫୯୦୯୭୯ 099, କୋଲକତା:୦୩୩୩ 2933885, ଜଳନ୍ଧର:୯୮୧୪ 0630 43, ଜୟ ପୁର:୯୩୫ 14 08 285, ହାଇଦ୍ରାବାଦ:୯୯୮୯୮୭୭୭୮୬, ଇନ୍ଦୋର:୯୮୯୩୫ 45 35 1, ଅମରାବତୀ: 942 2915064, ରାୟପୁର:୯୩୨୯୫ 237 37, ଭି ଲାଈ:୯୮୨୭୪୮୧୩୩୬, ଦିଲ୍ଲୀ:୯୮୧୦୦୯୮୫୬୪, ଭୋପାଲ୍:୯୪ 250 24405, ଚେନ୍ନାଇ:୯୩୮୦୧୫୯୯୫୭ ଓଡିଶା:୮୭୬୩୦୭୩୧୧୧ www.dadabhagwan.org Email : info@dadabhagwan.org Page #38 -------------------------------------------------------------------------- ________________ ଯାହା ହେଲା ତାହା ନ୍ୟାୟ ଯଦି ପ୍ରକୃତିର ନ୍ୟାୟକୁ ବୁଝିବ ଯେ “ଯାହା ହେଲା ତାହା ନ୍ୟାୟ’, ତେବେ ତୁମେ ଏ ଜଗତରୁ ମୁକ୍ତ ହୋଇପାରିବ ଅନ୍ୟଥା ପ୍ରକୃତିକୁ ତିଳେମାତ୍ର ବି ଅନ୍ୟାୟୀ ମାନିଲ ତେବେ ତାହା ତୁମ ପାଇଁ ଜଗତରେ ସମସ୍ୟାର କାରଣ ଅଟେ / ପ୍ରକୃତିକୁ ନ୍ୟାୟୀ ମାନିବା, ତାହାର ନାମ ଜ୍ଞାନ / ଯେପରି ଅଟେ ସେପରି’ ଜାଣିବା, ତାହାର ନାମ ଜ୍ଞାନ ଆଉ ‘ଯେପରି ଅଟେ ସେପରି ନଜାଣିବା, ତାହାର ନାମ ଅଜ୍ଞାନ / ‘ଯାହା ହେଲା ତାହା ନ୍ୟାୟ’ ବୁଝିବ ତେବେ ପୁରା ସଂସାର ପାରି ହୋଇଯିବ, ଏପରି ଅଟେ / ଏହି ଦୁନିଆରେ ଗୋଟିଏ ସେକେଣ୍ଡ ପାଇଁ ବି ଅନ୍ୟାୟ ହୁଏ ହିଁ ନାହିଁ / ନ୍ୟାୟ ହିଁ ହେଉଅଛି / କିନ୍ତୁ ବୁଦ୍ଧି ଆମକୁ ଫଶାଏ ଯେ ଏହାକୁ ନ୍ୟାୟ କିପରି କହି ପାରିବା ? ଏଥୁପାଇଁ ମୁଁ ମୂଳ କଥା ବତାଇବାକୁ ଚାହୁଁଛି ଯେ ଏହା ପ୍ରକୃତିର ନ୍ୟାୟ ଅଟେ ଏବଂ ତୁମେ ବୁଦ୍ଧି, ଅଲଗା ହୋଇଯାଅ / ଥରେ ବୁଝିନେବା ପରେ ବୁଦ୍ଧିର ମାନିବା କଥା ନୁହେଁ / ଯାହା ହେଲା ତାହା ନ୍ୟାୟ / -ଦାଦାତ୍ରୀ ISBN 9789386321-794 27893863294 Printed in India मलदीपक सेन Price 10 dadabhagwan.org